ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କନାନସ୍କିସରେ ଜି-7 ଶିଖର ସମ୍ମିଳନୀର ଆଉଟରିଚ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ସେ ‘ଶକ୍ତି ସୁରକ୍ଷା: ପରିବର୍ତ୍ତିତ ବିଶ୍ୱରେ ଉପଲବ୍ଧତା ଓ ସୁଲଭତା ସୁନିଶ୍ଚିତ କରିବା ଲାଗି ବିବିଧକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି’ ବିଷୟ ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ତାଙ୍କ ନିମନ୍ତ୍ରଣ ପାଇଁ କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କୁ ଧନ୍ୟବାଦ ଜଣାଇବା ସହିତ ଜି-7 ଯାତ୍ରାର ୫୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭବିଷ୍ୟତ ପିଢ଼ି ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନଗୁଡ଼ିକ ମଧ୍ୟରେ ଶକ୍ତି ସୁରକ୍ଷା ଅନ୍ୟତମ। ସମାବେଶୀ ଅଭିବୃଦ୍ଧି ପ୍ରତି ଭାରତର ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ ଯେ ଉପଲବ୍ଧତା, ପହଞ୍ଚ, ସୁଲଭତା ଏବଂ ଗ୍ରହଣୀୟତା ହେଉଛି ସେହି ନୀତି ଯାହା ଶକ୍ତି ସୁରକ୍ଷା ପ୍ରତି ଭାରତର ଆଭିମୁଖ୍ୟକୁ ସୁଦୃଢ଼ କରିଛି। ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଯଦିଓ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା, ତଥାପି ଏହା ସମୟ ପୂର୍ବରୁ ପ୍ୟାରିସ ପ୍ରତିଶ୍ରୁତିକୁ ସଫଳତାର ସହ ପୂରଣ କରିଛି। ଏକ ଦୀର୍ଘସ୍ଥାୟୀ ଓ ସବୁଜ ଭବିଷ୍ୟତ ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସେ ରେଖାଙ୍କିତ କରିଥିଲେ ଯେ ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ପାଇଁ ମେଣ୍ଟ, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ, ମିଶନ ଲାଇଫ୍‌ ଓ ଏକ ସୂର୍ଯ୍ୟ-ଏକ ବିଶ୍ୱ- ଏକ ଗ୍ରୀଡ୍‌ ଭଳି ଅନେକ ବିଶ୍ୱସ୍ତରୀୟ ପଦକ୍ଷେପ ଗ୍ରହଣ କରିଛି ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବିଭିନ୍ନ ଭାଗରେ ଅନିଶ୍ଚିତତା ଏବଂ ସଂଘର୍ଷ ଗ୍ଲୋବାଲ୍‌ ସାଉଥ୍‌ ଦେଶଗୁଡ଼ିକ ଉପରେ ଦୁର୍ବଳ ପ୍ରଭାବ ପକାଇଛି ଏବଂ ବିଶ୍ୱ ସ୍ତରରେ ଏସବୁ ଦେଶର ସ୍ୱର ଉପସ୍ଥାପନ କରିବା ଭାରତ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିଛି। ସେ ରେଖାଙ୍କିତ କରିଥିଲେ ଯେ ଯଦି ଅନ୍ତର୍ଜାତୀୟ ସମୁଦାୟ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଗମ୍ଭୀର, ତେବେ ଗ୍ଲୋବାଲ୍‌ ସାଉଥ୍ର ପ୍ରାଥମିକତା ଏବଂ ଚିନ୍ତାକୁ ବୁଝିବା ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ଆହ୍ୱାନ ଉପରେ ଗୁରୁତ୍ୱ ଦେଇ ସେ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦେଶଗୁଡ଼ିକୁ ଆହ୍ୱାନ କରିଥିଲେ। ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତର ଦୃଢ଼ ସମର୍ଥନ ପାଇଁ ବିଶ୍ୱ ସମୁଦାୟକୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ନୁହେଁ ବରଂ ସମଗ୍ର ମାନବତା ଉପରେ ଆକ୍ରମଣ ଥିଲା। ଆତଙ୍କବାଦକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆହ୍ୱାନ କରିଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆତଙ୍କବାଦର ମୁକାବିଲା କରିବାରେ କୌଣସି ଦୋହରା ମାନଦଣ୍ଡ ରହିବା ଉଚିତ ନୁହେଁ ଏବଂ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ କଦାପି ପୁରସ୍କୃତ କରାଯିବା ଉଚିତ ନୁହେଁ। ଆତଙ୍କବାଦକୁ ମାନବତା ପାଇଁ ଏକ ଗୁରୁତର ବିପଦ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସମୁଦାୟ ଆଗରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ।

- ଆତଙ୍କବାଦର ଶିକାର ହେବା ପରେ ଯାଇ କ’ଣ ଦେଶଗୁଡ଼ିକ ଏହାର ଗମ୍ଭୀର ବିପଦକୁ ବୁଝିପାରିବେ?

 

- ଆତଙ୍କବାଦର ଷଡ଼ଯନ୍ତ୍ରକାରୀ ଏବଂ ଏହାର ଶିକାର ହୋଇଥିବା ଲୋକଙ୍କୁ କିପରି ସମାନ କରାଯାଇପାରିବ?

 

- ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ଆତଙ୍କବାଦର ମୂକ ଦର୍ଶକ ହେବେ କି?

 

ପ୍ରଯୁକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଶକ୍ତି ମଧ୍ୟରେ ଥିବା ସମ୍ପର୍କ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦକ୍ଷତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହୋଇପାରିଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ପ୍ରଯୁକ୍ତି ଶକ୍ତି ସଘନ ହୋଇଥିବାରୁ ସ୍ୱଚ୍ଛ ଓ ସବୁଜ ପଦକ୍ଷେପ ମାଧ୍ୟମରେ ଏହାକୁ କିପରି ଦୀର୍ଘସ୍ଥାୟୀ କରାଯାଇପାରିବ ସେଥିପାଇଁ ରଣନୀତି କରିବା ଗୁରୁତ୍ୱପୂର୍ଣ୍ଣ। ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ଦିଗରେ ଭାରତର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରି ସେ କହିଥିଲେ ଯେ ଯେକୌଣସି ପ୍ରଯୁକ୍ତିବିଦ୍ୟା ପ୍ରଭାବଶାଳୀ ହେବା ପାଇଁ ସାଧାରଣ ଲୋକଙ୍କ ଜୀବନରେ ମୂଲ୍ୟ ଯୋଡ଼ିବା ଆବଶ୍ୟକ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧୀୟ ବିଶ୍ୱସ୍ତରୀୟ ପ୍ରଶାସନିକ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା ଏଆଇର ସମସ୍ୟାକୁ ଦୂର କରିବା ଏବଂ ଏହି କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସୁରକ୍ଷିତ ଏବଂ ନମନୀୟ ଯୋଗାଣ ଶୃଙ୍ଖଳ ରହିବା ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତରେ ପ୍ରଚୁର ପରିମାଣରେ ଗୁଣବତ୍ତା ଓ ବିବିଧ ତଥ୍ୟ ରହିଛି ଯାହା ଦାୟିତ୍ୱବାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏକ ପ୍ରଯୁକ୍ତି-ପରିଚାଳିତ ବିଶ୍ୱ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତକୁ ସାକାର କରିବା ପାଇଁ ଦେଶଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗର ଆହ୍ୱାନ କରେ ଏବଂ ଏହାକୁ ହାସଲ କରିବା ପାଇଁ ଜନସାଧାରଣ ଓ ପୃଥିବୀକୁ ପ୍ରଗତିର କେନ୍ଦ୍ରରେ ରଖିବା ଆବଶ୍ୟକ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Can we have a picture? BRICS delegates gather around PM Modi for candid photo op

Media Coverage

Can we have a picture? BRICS delegates gather around PM Modi for candid photo op
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 12, 2026
September 12, 2026

President Putin, Partners, and a Photograph: How PM Modi Turned BRICS Into India’s Showcase

16 Crore Domestic Flyers. ₹22 Lakh Crore Tourism. The Holiday Stayed Home.