“ଉତ୍ତମ ଯୋଜନାବଦ୍ଧ ନଗରୀ ଏକବିଂଶ ଶତାବ୍ଦୀର ଦୃତ ବିକଶିତ ଭାରତୀୟ ପରିବେଶ ପାଇଁ ବର୍ତ୍ତମାନର ଆବଶ୍ୟକତା”
“ନୂତନ ନଗର ବିକାଶ ଓ ବର୍ତ୍ତମାନ ଥିବା ସହରଗୁଡିକରେ ସେବାର ଆଧୁନିକୀକରଣ ସହରାଞ୍ଚଳ ବିକାଶର ଦୁଇଟି ପ୍ରମୁଖ ଅଙ୍ଗ”
“ଅମୃତକାଳରେ ସହରାଞ୍ଚଳ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ନିର୍ଣ୍ଣେୟ କରିବ ଓ ଉତ୍ତମ ଯୋଜନାବଦ୍ଧ ନଗରଗୁଡିକ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ”
“ମେଟ୍ରୋ ସଂଯୋଗୀକରଣରେ ଭାରତ ଅନେକ ଦେଶକୁ ଟପି ଯାଇଛି”
“୨୦୧୪ରେ ବର୍ଜ୍ୟ ପରିଚାଳନା ଶତକଡା ୧୪ରୁ ୧୫ଭାଗ ହେଉଥିବା ବେଳେ, ଆଜି ଶତକଡା ୭୫ଭାଗ ହେଉଛି”
“ଆମର ନୂତନ ସହରଗୁଡିକ ନିଶ୍ଚିତ ଭାବେ ଆବର୍ଜନାମୁକ୍ତ, ଜଳ ଉପଲବ୍ଧ ଓ ଜଳବାୟୁ ନମନୀୟ ହେବା ଉଚିତ”
“ସରକାରଙ୍କ ପ୍ରଣୀତ ନୀତି ଓ ଯୋଜନା କେବଳ ସହର ଲୋକମାନଙ୍କ ଜୀବନକୁ ସରଳ କରୁନାହିଁ, ବରଂ ସେମାନଙ୍କ ନିଜ ବିକାଶରେ ମଧ୍ୟ ସହାୟକ ହେଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି (ତା୦୧.୦୩. ୨୦୨୩) ଅଭିଭାଷଣ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି । ସରକାର ଆୟୋଜନ କରିଥିବା ମୋଟ ୧୨ଟି ୱେବିନାର ମଧ୍ୟରୁ ଆଜିର ଏହା ଷଷ୍ଠ ୱେବିନାର । 

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମାତ୍ର ଗୋଟିଏ-ଦୁଇଟି ସହରର ବିକାଶ ହୋଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଧୀନତାର ୭୫ବର୍ଷରେ ଯଦି ଦେଶରେ ୭୫ଟି ସହର ବିକାଶ ଘଟିଥାନ୍ତା, ତେବେ ସମଗ୍ର ବିଶ୍ୱରେ ଭାରତର ସ୍ଥିତି ପୁରାପୁରି ଅଲଗା ହୋଇଥାନ୍ତା । ଏକ ବିଂଶ ଶତାବ୍ଦୀରେ ପରିବେଶର ଯେପରି ଦ୍ରୁତ ବିକାଶ ଘଟୁଛି, ଯୋଜନାବଦ୍ଧ ନଗରୀ ନିର୍ମାଣ ବର୍ତ୍ତମାନର ଆବଶ୍ୟକତା ବୋଲି ସେ କହିଥିଲେ । ନୂତନ ନଗରୀଗୁଡିକର ବିକାଶ ସହ ବର୍ତ୍ତମାନ ଥିବା ନଗରୀଗୁଡିକରେ ସେବାର ଆଧୁନିକୀକରଣ ସହରୀ ବିକାଶର ଦୁଇଟି ପ୍ରମୁଖ ଦିଗ ବୋଲି କହି ଦେଶର ପ୍ରତ୍ୟେକ ବଜେଟ୍‌ରେ ସହରାଞ୍ଚଳ ବିକାଶ ଉପରେ, ଦିଆଯାଇଥିବା ଧ୍ୟାନ ଉପରେ ଆଲୋକପାତ କରିଥିଲେ । ସହରାଞ୍ଚଳ ବିକାଶର ମାନ ଉନ୍ନତ କରିବା ପାଇଁ ଚଳିତବର୍ଷ ବଜେଟ୍‌ରେ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଓ ଏହା ଯୋଜନାବଦ୍ଧ ସହରୀକରଣରେ ଯଥେଷ୍ଟ ସହାୟକ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ ।

ସହରାଞ୍ଚଳ ବିକାଶରେ ଯୋଜନା ଓ ଶାସନ କଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ନଗରୀଗୁଡିକ ବିକାଶ ପାଇଁ ଦୁର୍ବଳ ଯୋଜନା ଓ ତ୍ୱରାନ୍ୱିତ କରିବାରେ ଅବହେଳା ଦେଶର ବିକାଶ ଯାତ୍ରା ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିବ । ସ୍ଥାନ ସମ୍ବନ୍ଧୀୟ ଯୋଜନା, ପରିବହନ ଯୋଜନା ଓ ସହରାଞ୍ଚଳ ଭିତ୍ତିଭୂମିକୁ ନେଇ ଅତ୍ୟନ୍ତ ଗୁରୁତ୍ୱର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ୱେବିନାରର ଅଂଶ ଗ୍ରହଣକାରୀଙ୍କୁ ନିବେଦନ କରି ସେ ମୁଖ୍ୟତଃ ତିନିଟି ପ୍ରଶ୍ନକୁ ପ୍ରାଧାନ୍ୟ ଦେଇ ସହରାଞ୍ଚଳ ଯୋଜନା ବାତାବରଣକୁ ରାଜ୍ୟରେ ମଜବୁତ କରିବାକୁ କହିଥିଲେ । ଦ୍ୱିତୀୟତଃ ଘରୋଇ କ୍ଷେତ୍ରରେ ଉପଳବ୍ଧ ବିଶେଷଜ୍ଞତାକୁ ସହରୀ ଯୋଜନାରେ ପ୍ରୟୋଗ କରିବା ଓ ଶେଷରେ ସହରୀ ବିକାଶ ଯୋଜନାକୁ ନୂତନ ସ୍ତରକୁ ଉନ୍ନୀତ କରିବା ପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ କରିବା । ଯୋଜନାବଦ୍ଧ ସହରାଞ୍ଚଳ ନକ୍ସା ପ୍ରସ୍ତୁତ କରି ପ୍ରତ୍ୟେକ ରାଜ୍ୟ ସରକାର ଓ ସ୍ୱାୟତ୍ତ ଶାସନ ସଂସ୍ଥା ଏକ ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଅବଦାନ ଦେଇପାରିବେ । “ସହରୀ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ଅମୃତକାଳ ନିର୍ଣ୍ଣେୟ କରିବ ଓ କେବଳ ଉନ୍ନତ ଯୋଜନାବଦ୍ଧ ନଗରୀ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । 

ଆମର ନଗରୀଗୁଡିକରେ ଜଳବାୟୁ ନମନୀୟତା ଓ ଜଳ ସୁରକ୍ଷା ପ୍ରଦାନ କେବଳ ଉନ୍ନତ ଯୋଜନା ଦ୍ୱାରା ହିଁ ହୋଇପାରିବ ବୋଲି ସେ କହିଥିଲେ ।  

ନୂଆ ନୂଆ ଚିନ୍ତାଧାରା ଦେବାକୁ ସେ ବିଶେଷଜ୍ଞମାନଙ୍କୁ ଅନୁରୋଧ କରିବା ସହ ସେମାନେ ଜିଆଇଏସ୍ ଭିତ୍ତିକ ବୃହତ୍ ଯୋଜନା, ବିଭିନ୍ନ ଯୋଜନା ପଦ୍ଧତିର ବିକାଶ, ମଜବୁତ ମାନବ ସମ୍ବଳ ଓ ସାମର୍ଥ୍ୟ ବୃଦ୍ଧି ଉପରେ ଆଲୋକପାତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ସେମାନଙ୍କ ଅଭିଜ୍ଞତା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ ।

ପରିବହନ ଯୋଜନା ନଗରବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଓ ଆମ ନଗରୀ ଗୁଡିକର ପରିବର୍ତ୍ତନଶୀଳତା ନିରବଚ୍ଛିନ୍ନ ଭାବେ ରହିବା ଆବଶ୍ୟକ । ୨୦୧୪ ମସିହା ପୂର୍ବ ମେଟ୍ରୋ ସଂଯୋଗୀକରଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ବର୍ତ୍ତମାନ ସରକାର ମେଟ୍ରୋ ସଂଯୋଗୀକରଣ କାର୍ଯ୍ୟ ଅନେକ ନଗରୀରେ କରୁଛନ୍ତି ଓ ଏହା ଅନେକ ଦେଶଗୁଡିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି । ମେଟ୍ରୋ ବ୍ୟବସ୍ଥାକୁ ମଜବୁତ କରିବା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଯୋଗୀକରଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନଗରୀଗୁଡିକରେ ସଡକ ପ୍ରଶସ୍ତିକରଣ, ଯାତ୍ରାରେ ଶବ୍ଦ ଓ ବାୟୁ ପ୍ରଦୂଷଣ ହ୍ରାସ (ଗ୍ରୀନ ମୋବିଲିଟି), ରାସ୍ତା, ସୌନ୍ଦର୍ଯ୍ୟକରଣ ଓ ଜଙ୍କସନଗୁଡିକର ବିକାଶ ପରିବହନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ । 

“ଭାରତ ଚକ୍ରୀୟ ଅର୍ଥନୀତିକୁ ସହରୀ ବିକାଶର ମୁଖ୍ୟ ଭିତ୍ତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାଟେରୀ ବର୍ଜ୍ୟ, ବିଦ୍ୟୁତ ବର୍ଜ୍ୟ, ଯାନବାହନ ବର୍ଜ୍ୟ, ଟାୟାର ଓ ଖତ ପାଇଁ ବ୍ୟବହୃତ ବର୍ଜ୍ୟ ଭଳି ପୌରସଂସ୍ଥାର ହଜାର ହଜାର ଟନ୍ ବର୍ଜ୍ୟବସ୍ତୁ ଆମର ସୃଷ୍ଟି ହେଉଛି । 

୨୦୧୪ରେ ଶତକଡା ୧୪ରୁ ୧୫ଭାଗ ବର୍ଜ୍ୟ ପରିଚାଳନା ହେଉଥିବାବେଳେ ବର୍ତ୍ତମାନ ପ୍ରାୟ ଶତକଡା ୭୫ଭାଗ ବର୍ଜ୍ୟ ପରିଚାଳନା ହେଉଛି । ଆଗରୁ ପଦକ୍ଷେପ ନିଆଯାଇଥିଲେ ନଗରୀଗୁଡିକର ଶେଷ ଭାଗରେ ପାହାଡ ଆକାରରେ ଆବର୍ଜନା ଜମା ହୋଇ ନ ଥାନ୍ତା । ବର୍ତ୍ତମାନ ନଗରୀଗୁଡିକୁ କୁଢ କୁଢ ଆବର୍ଜନାରୁ ମୁକ୍ତ କରିବା ପାଇଁ ବର୍ଜ୍ୟ ପରିଚାଳନା କରାଯିବା ସହ ପୁନଃ ପ୍ରକ୍ରିୟା କରଣ ଓ ଚକ୍ରୀୟ ବ୍ୟବସ୍ଥା ନିମନ୍ତେ ଅନେକ ଶିଳ୍ପାନୁଷ୍ଠାନଗୁଡିକୁ ସୁଯୋଗ ମଧ୍ୟ ମିଳୁଛି । ଏ ଦିଗରେ ବିରାଟ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡିକୁ ସମସ୍ତେ ସମର୍ଥନ କରିବା ପାଇଁ ଶ୍ରୀ ମୋଦୀ ନିବେଦନ କରିଥିଲେ । ଶିଳ୍ପାନୁଷ୍ଠାନ ଗୁଡିକ ବର୍ଜ୍ୟ ପରିଚାଳନା ପାଇଁ ଅଧିକରୁ ଅଧିକ ଯୋଗଦେବା ଉଚିତ । ନଗରୀଗୁଡିକ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ସଫଳ ହୋଇଥିବା ଅମୃତ ଯୋଜନା ଅମୃତ-୨.୦ ଭାବେ ପୁଣି ଆରମ୍ଭ କରାଯାଇଛି । ଜଳ ଓ ଆବର୍ଜନା ନିଷ୍କାସନ ପାରମ୍ପାରିକ ପଦ୍ଧତିର ଆଗକୁ ଯାଇ ବର୍ତ୍ତମାନ କେତେକ ନଗରୀରେ ବ୍ୟବହୃତ ଜଳର ପ୍ରକ୍ରିୟାକରଣ ହୋଇ ତାହା ଶିଳ୍ପର ବ୍ୟବହାରରେ ଲାଗୁଛି ।

 “ଆମର ନୂତନ ନଗରୀଗୁଡିକ ନିଶ୍ଚିତଭାବେ ଆର୍ବଜନା ମୁକ୍ତ , ସୁରକ୍ଷିତ ଜଳ ଓ ଜଳବାୟୁ ନମନୀୟ ହେବା ଦରକାର ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଟୁ-ଟାୟାର ଓ ଥ୍ରୀ-ଟାୟାର ନଗରୀଗୁଡିକରେ ସହରୀ ଭିତ୍ତିଭୂମି ଓ ଯୋଜନା ବାବଦ ପୁଞ୍ଜି ବିନିଯୋଗ ଅଧିକ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆମର ଭବିଷ୍ୟତରେ ନଗରୀ ଗୁଡିକ ପାଇଁ ସ୍ଥାପତ୍ୟ, ଶୂନ୍ୟ ବର୍ଜ୍ୟ ନିଷ୍କାସନ ମଡେଲ, ଶକ୍ତି ସାପେକ୍ଷ, ଭୂମି ବ୍ୟବହାରରେ ସାମର୍ଥ୍ୟ, ଟ୍ରାନଜିଟ୍ କରିଡର ଓ ଜନ ସେବାରେ କୃତ୍ରିମ ମେଧା ମାନଦଣ୍ଡ ହେବା ଆବଶ୍ୟକ । ସହରୀ ଯୋଜନାରେ ଖେଳ ପଡିଆ ଓ ପିଲାମାନଙ୍କ ପାଇଁ ସାଇକେଲ ଚଲା ପଥ ରଖିବା ଆବଶ୍ୟକ ବୋଲି ସେ କହିଥିଲେ । 

“ ସରକାର କରୁଥିବା ଯୋଜନା ଓ ନୀତି କେବଳ ନଗରବାସୀଙ୍କ ଜୀବନରେ ସ୍ୱାଚ୍ଛ୍‌ନ୍ଦ୍ୟ, ଆଣିବା ଉଚିତ ନୁହେଁ, ବରଂ ଏହା ସେମାନଙ୍କ ନିଜର ବିକାଶରେ ସହାୟକ ହେବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚଳିତବର୍ଷ ବଜେଟରେ ପିଏମ୍ ଆବାସ ଯୋଜନା ବାବଦ ୮୦, ୦୦୦କୋଟି ଟଙ୍କାର ବ୍ୟୟବରାଦ ପ୍ରସଙ୍ଗ ଉତଥାପନ କରି ଏଥିପାଇଁ ସିମେଣ୍ଟ, ଇସ୍ପାତ, ରଙ୍ଗ ଓ ଆସବାବପତ୍ରର ଶିଳ୍ପ ମଧ୍ୟ ଲାଭ ପାଇବେ । ସହରାଞ୍ଚଳ ବିକାଶରେ ଭବିଷ୍ୟତ ପ୍ରଯୁ୍‌କ୍ତି ବିଦ୍ୟାର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏ ଦିଗରେ ତୁରନ୍ତ ଚିନ୍ତା କରିବାକୁ ଷ୍ଟାର୍ଟଅପ୍ ଓ ଶିଳ୍ପସଂସ୍ଥାଗୁଡିକୁ ନିବେଦନ କରିଥିଲେ । ଆମକୁ ପାଖରେ ଥିବା ସମ୍ଭାବନାଗୁଡିକର ସୁବିଧା ନେବା ସହ ଭବିଷ୍ୟତର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ନିରନ୍ତର ଆବାସ ପ୍ରଯୁକ୍ତିରୁ ନିରନ୍ତର ଓ ସ୍ଥାୟୀ ନଗରୀ ପର୍ଯ୍ୟନ୍ତ ଆମକୁ ନୂତନ ସମାଧାନ ପନ୍ଥା ବାହାର କରିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।  

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch