“ଉତ୍ତମ ଯୋଜନାବଦ୍ଧ ନଗରୀ ଏକବିଂଶ ଶତାବ୍ଦୀର ଦୃତ ବିକଶିତ ଭାରତୀୟ ପରିବେଶ ପାଇଁ ବର୍ତ୍ତମାନର ଆବଶ୍ୟକତା”
“ନୂତନ ନଗର ବିକାଶ ଓ ବର୍ତ୍ତମାନ ଥିବା ସହରଗୁଡିକରେ ସେବାର ଆଧୁନିକୀକରଣ ସହରାଞ୍ଚଳ ବିକାଶର ଦୁଇଟି ପ୍ରମୁଖ ଅଙ୍ଗ”
“ଅମୃତକାଳରେ ସହରାଞ୍ଚଳ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ନିର୍ଣ୍ଣେୟ କରିବ ଓ ଉତ୍ତମ ଯୋଜନାବଦ୍ଧ ନଗରଗୁଡିକ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ”
“ମେଟ୍ରୋ ସଂଯୋଗୀକରଣରେ ଭାରତ ଅନେକ ଦେଶକୁ ଟପି ଯାଇଛି”
“୨୦୧୪ରେ ବର୍ଜ୍ୟ ପରିଚାଳନା ଶତକଡା ୧୪ରୁ ୧୫ଭାଗ ହେଉଥିବା ବେଳେ, ଆଜି ଶତକଡା ୭୫ଭାଗ ହେଉଛି”
“ଆମର ନୂତନ ସହରଗୁଡିକ ନିଶ୍ଚିତ ଭାବେ ଆବର୍ଜନାମୁକ୍ତ, ଜଳ ଉପଲବ୍ଧ ଓ ଜଳବାୟୁ ନମନୀୟ ହେବା ଉଚିତ”
“ସରକାରଙ୍କ ପ୍ରଣୀତ ନୀତି ଓ ଯୋଜନା କେବଳ ସହର ଲୋକମାନଙ୍କ ଜୀବନକୁ ସରଳ କରୁନାହିଁ, ବରଂ ସେମାନଙ୍କ ନିଜ ବିକାଶରେ ମଧ୍ୟ ସହାୟକ ହେଉଛି”

ନମସ୍କାର!

ଏହି ମହତ୍ତ୍ୱପୂର୍ଣ୍ଣ ବିଷୟ- ସହରୀ ବିକାଶ ଉପରେ ବଜେଟ ୱେବିନାରରେ ଆପଣ ସମସ୍ତଙ୍କୁ ସ୍ୱାଗତ ।

ସାଥୀମାନେ,

ଏହା ଦୁର୍ଭାଗ୍ୟଜନକ ଯେ ସ୍ୱାଧୀନତା ପରେ ଆମ ଦେଶରେ ହାତଗଣତିରେ ନିୟୋଜିତ ସହର ହୋଇଛି । ଯଦି ସ୍ୱାଧୀନତା ପରେ ଗତ ୭୫ ବର୍ଷରେ ୭୫ ନୂତନ ଏବଂ ପ୍ରମୁଖ ଯୋଜନାବଦ୍ଧ ସହରଗୁଡ଼ିକରେ ନିର୍ମାଣ କରାଯାଇଥାନ୍ତା, ତେବେ ଆଜି ଭାରତର ଚିତ୍ର ଅଲଗା ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ଭାରତ ଯେଉଁଭଳି ଦ୍ରୁତ ଭାବରେ ବିକାଶ କରୁଛି, ଭବିଷ୍ୟତରେ ଭାରତ ପାଇଁ ଅନେକ ନୂତନ ସହର ଜରୁରୀ ହେବାକୁ ଯାଉଛି।

ଏଭଳି ପରିସ୍ଥିତିରେ ଭାରତରେ ସହରୀ ବିକାଶର ଦୁଇଟି ମୁଖ୍ୟ ଆଧାର ରହିଛି । ନୂତନ ସହରଗୁଡ଼ିକର ବିକାଶ ଏବଂ ପୁରୁଣା ସହରଗୁଡ଼ିକରେ ପୁରୁଣା ବ୍ୟବସ୍ଥାଗୁଡ଼ିକର ଆଧୁନିକୀକରଣ । ଏହି ଦୃଷ୍ଟିକୁ ସମ୍ମୁଖରେ ରଖି ଆମର ସରକାର ପ୍ରତ୍ୟକ ବଜେଟରେ ସହରୀ ବିକାଶକୁ ବହୁତ ମହତ୍ତ୍ୱ ଦେଇଛନ୍ତି । ଚଳିତ ବର୍ଷର ବଜେଟରେ ସହରୀ ନିୟୋଜନ ପାଇଁ ୧୫ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଇଛି । ମୋତେ ବିଶ୍ୱାସ ଅଛି ଯେ ଏହି ଦେଶରେ ଯୋଜନାବଦ୍ଧ ଏବଂ ବ୍ୟବସ୍ଥିତ ସହରୀକରଣର ଏକ ନୂତନ ଆରମ୍ଭ ହେବ ଏବଂ ଏହାକୁ ଅଗ୍ରାଧିକାର ମିଳିବ ।

ସାଥୀମାନେ,

ଆପଣମାନଙ୍କ ଭଳି ବିଶେଷଜ୍ଞମାନେ ସଚେତନ ଯେ ସହରୀ ଯୋଜନା ଏବଂ ସହରୀ ଶାସନ ଉଭୟ ସହରର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସହରଗୁଡ଼ିକର ଖରାପ ଯୋଜନା କିମ୍ବା ଯୋଜନା ପରେ ସଠିକ କାର୍ଯ୍ୟାନ୍ୱୟନର ଅଭାବ ଆମର ବିକାଶ ଯାତ୍ରାର ସମ୍ମୁଖରେ ବଡ଼ ଆହ୍ୱାନ ହୋଇ ଠିଆ ହୋଇପାରେ । ସହରୀ ଯୋଜନା ଅନ୍ତର୍ଗତ ଆଗାମୀ ସ୍ୱତନ୍ତ୍ର ଯୋଜନା ହେଉ, ପରିବହନ ଯୋଜନା ହେଉ, ସହରାଞ୍ଚଳ ଭିତ୍ତିଭୂମି ଯୋଜନା ହେଉ କିମ୍ବା ପରିଚାଳନା ହେଉ, ଏହି ସମସ୍ତ କ୍ଷେତ୍ରରେ ବହୁତ ଫୋକଡ଼ ଭାବରେ କାମ କରିବା ଆବଶ୍ୟକ ଅଟେ ।

ଏହି ୱେବିନାରର ବିଭିନ୍ନ ସର୍ତ୍ତ ଉପରେ ଆପଣଙ୍କୁ ତିନୋଟି ପ୍ରଶ୍ନ ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ରଥମ- ରାଜ୍ୟରେ ସରକାରୀ ଯୋଜନା ଇକୋ ସିଷ୍ଟମକୁ କିପରି ମଜବୁତ କରାଯାଉ । ଦ୍ୱିତୀୟ- ସହରୀ ଯୋଜନାରେ ନିଜସ୍ୱ କ୍ଷେତ୍ରରେ ଉପଲବ୍ଧ ବିଶେଷଜ୍ଞତାର ପ୍ରକୃତ ଉପଯୋଗ କିପରି କରାଯାଉ । ତୃତୀୟ- ଏମିତି ଉକ୍ରୃଷ୍ଟତା କେନ୍ଦ୍ର କିପରି ବିକଶିତ କରିବା ପାଇଁ ସହରୀ ଯୋଜନାକୁ ଏକ ନୂତନ ସ୍ତରକୁ ନେଇଯିବ ।

ସମସ୍ତ ରାଜ୍ୟ ସରକାରମାନେ ଏବଂ ସହରୀ ସ୍ଥାନୀୟ ସଂସ୍ଥାକୁ ଗୋଟିଏ କଥା ସବୁବେଳେ ମନେ ରଖିôବାକୁ ହେବ । ସେମାନେ ଦେଶର ବିକାଶରେ ସେତେବେଳେ ଯୋଗଦାନ ଦେଇପାରିବେ ଯେତେବେଳେ ସେମାନେ ଯୋଜନାବଦ୍ଧ ସହରଞ୍ଚାଳ କ୍ଷେତ୍ରର ବିକାଶ କରିବେ । ଆମକୁ ଏହା ମଧ୍ୟ ଭଲ ଭାବରେ ବୁଝିବାକୁ ହେବ ଯେ ‘ଅମୃତ କାଳ’ରେ ସହରୀ ଯୋଜନା ହିଁ ଆମର ସହରର ଭାଗ୍ୟ ପ୍ରସ୍ତୁତ କରିବ ଏବଂ ଭାରତର ସୁନିୟୋଜିତ ସହର ହିଁ ଭାରତର ଭାଗ୍ୟକୁ ନିର୍ଦ୍ଧାରଣ କରିବ । ଯେତେବେଳେ ଯୋଜନା ଭଲ ଭାବରେ କରାଯାଇଥାଏ, ସେତେବେଳେ ଆମର ସହର ଜଳବାୟୁ ଅନୁକୂଳ ଏବଂ ଜଳ ସୁରକ୍ଷିତ ହେବ ।

ସାଥୀ,

ମୋର ଏହି ୱେବିନାରରେ ସହରୀ ଯୋଜନା ଏବଂ ସହରୀ ଶାସନର ବିଶେଷଜ୍ଞମାନଙ୍କୁ ବିଶେଷ ଅନୁରୋଧ । ଆପଣଙ୍କୁ ଅଧିକରୁ ଅଧିକ ନବୀନ ବିଚାରଗୁଡ଼ିକ ସମ୍ପର୍କରେ ଚିନ୍ତା କରିବାର ପ୍ରୟାସ କରିବା ଆବଶ୍ୟକ । ଜିଆର୍ଏସ୍ ଆଧାରିତ ମାଷ୍ଟର ପ୍ଲାନିଙ୍ଗ ହେଉ, ବିଭିନ୍ନ ପ୍ରକାରର ଯୋଜନା ଉପକରଣର ବିକାଶ, ଦକ୍ଷ ମାନବ ସମ୍ବଳ କିମ୍ବା ଦକ୍ଷତା ବିକାଶ, ଆପଣ ପ୍ରତ୍ୟକ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଜ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କୁ ଆପଣ ବିଶେଷଜ୍ଞତାର ଆବଶ୍ୟକ ଅଛି ଏବଂ ଏହି ଆବଶ୍ୟକତା ଆପଣଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ।

ସାଥୀ,

ପରିବହନ ଯୋଜନା ସହରର ବିକାଶର ଏକ ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ । ଆମର ସହରଗୁଡ଼ିକର ଗତିଶୀଳତା ନିରବଚ୍ଛିନ୍ନ ହେବା ଉଚିତ । ୨୦୧୪ ପୂର୍ବରୁ ଦେଶରେ ମେଟ୍ରୋ ସଂଯୋଗୀକରଣର କ’ଣ ବ୍ୟବସ୍ଥା ଥିଲା, ଆପଣ ଭଲ ଭାବରେ ଜାଣିଛନ୍ତି । ଆମ ସରକାର ଅନେକ ସହରରେ ମେଟ୍ରୋ ରେଳ ସଂଯୋଗୀକରଣର କାର୍ଯ୍ୟ କରିଛି । ମେଟ୍ରୋ ନେଟୱର୍କ ମାମଲାରେ ଆଜି ଆମେ ଅନେକ ଦେଶମାନଙ୍କ ଠାରୁ ଆଗକୁ ଯାଇପାରିଛୁ । ବର୍ତ୍ତମାନ ଆବଶ୍ୟକ ଏହି ନେଟୱର୍କକୁ ମଜବୁତ କରିବା ଏବଂ ଦ୍ରୁତ ଏବଂ ଶେଷ ମାଇଲ ସଂଯୋଗ ପ୍ରଦାନ କରିବାର ଆବଶ୍ୟକା ରହିଛି । ଏବଂ କୁଶଳ ପରିବହନ ଯୋଜନା ଆବଶ୍ୟକ । ସହରଗୁଡ଼ିକରେ ସଡ଼କ ପ୍ରଶସ୍ତିକରଣ, ସବୁଜ ଗତିଶୀଳତା, ଉଚ୍ଚ ସଡ଼କ, ଜଙ୍କସନ ଭଳି ସମସ୍ତ ଉପାଦାନକୁ ପରିବହନ ଯୋଜନାର ଅଂଶ ହେବା ଆବଶ୍ୟକ ।

ସାଥୀ,

ଆଜି ଭାରତ ବୃତ୍ତାକାର ଅର୍ଥନୀତିକୁ ସହରୀ ବିକାଶର ଏକ ପ୍ରମୁଖ ସାଧନ ହୋଇଛି । ଆମ ଦେଶରେ ପ୍ରତ୍ୟକ ଦିନ ହଜାର ହଜାର ଟନ ନଗରପାଳିକା ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଛି, ଯେଉଁଥିରେ ବ୍ୟାଟେରୀ ଅଳିଆ, ବିଜୁଳି ଅଳିଆ, ଅଟୋମୋବାଇଲ ଅଳିଆ ଏବଂ ଟାୟାର ସହିତ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଥିବା ଜିନିଷ ସାମିଲ ଅଛି । ୨୦୧୪ରେ ଦେଶରେ କେବଳ ୧୪-୧୫ ପ୍ରତିଶତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଥିଲା, କିନ୍ତୁ ଆଜି ୭୫ ପ୍ରତିଶତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଉଛି, ଯଦି ଏମିତି ପୂର୍ବରୁ କରାଯାଇଥାନ୍ତା ତେବେ ଆମ ସହରର ବାହ୍ୟ ଅଞ୍ଚଳରେ ଅଳିଆର ଗଦା ଏବଂ ଗଦାରେ ପୂର୍ଣ୍ଣ ହୋଇନଥାନ୍ତା ।

ଆଜି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରି ସହରଗୁଡ଼ିକୁ ଏହି ଅଳିଆ ପର୍ବତରୁ ମୁକ୍ତ କରିବା ପାଇଁ କାର୍ଯ୍ୟ ଚାଲିଛି । ଏହାର ପୁନଃ ବ୍ୟବହାର ଏବଂ ଅନେକ ଶିଳ୍ପ ପାଇଁ ବୃତ୍ତିଗତତା ପାଇଁ ଏହାର ଅନେକ ସୁଯୋଗ ଅଛି । ଅନେକ ଷ୍ଟାର୍ଟଅପ ମଧ୍ୟ ଏହି କ୍ଷେତ୍ରରେ ଏକ ଉତ୍ତମ କାର୍ଯ୍ୟ କରୁଛନ୍ତି । ଆମେ ସେମାନଙ୍କୁ ସମର୍ଥନ କରିବା ଆବଶ୍ୟକ । ଶିଳ୍ପ ଜଗତକୁ ବର୍ଜ୍ୟବସ୍ତୁ ପରିଚାଳନାର ସମ୍ପୂର୍ଣ୍ଣ ସମ୍ଭାବନା ବ୍ୟବହାର କରିବା ଉଚିତ ।

ଅମୃତ ଯୋଜନାର ସଫଳତା ପରେ ଆମେ ସହରଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ପାଇଁ ‘ଅମୃତ-୨.୦’ର ଆରମ୍ଭ କଲୁ । ଏହି ଯୋଜନା ସହିତ, ବର୍ତ୍ତମାନ ଆମକୁ ଜଳ ଏବଂ ସ୍ୱେରେଜର ପାରମ୍ପରିକ ମଡେଲ ବାହାରେ ଯୋଜନା କରିବାକୁ ପଡ଼ିବ । ଆଜି କେତେକ ସହରରେ ବ୍ୟବହୃତ ଜଳକୁ ଶିଳ୍ପ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଛି । ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ବେସରକାରୀ କ୍ଷେତ୍ର ପାଇଁ ଅପାର ସମ୍ଭାବନା ସୃଷ୍ଟି କରାଯାଉଛି ।

ସାଥୀମାନେ,

ଆମର ନୂତନ ସହରଗୁଡ଼ିକ ଅଳିଆମୁକ୍ତ, ଜଳ ନିରାପଦ ଏବଂ ଜଳବାୟୁ ସ୍ଥିର ହେବା ଉଚିତ । ତେଣୁ ଆମକୁ ସହରାଞ୍ଚଳ ଭିତ୍ତିଭୂମି ଏବଂ ଟାୟାର-୨ ଏବଂ ଟାୟାର-୩ ସହରରେ ଯୋଜନା ବୃଦ୍ଧି କରିବାକୁ ପଡ଼ିବ । ସେ ସ୍ଥାପତ୍ୟ ହେଉ, ଶୂନ ଡିସଚାର୍ଜ ମଡେଲ, ଶକ୍ତିର ଶୁଦ୍ଧ ସକାରାତ୍ମକତା ହେଉ, ଜମି ବ୍ୟବହାରରେ ଦକ୍ଷତା, ଟ୍ରାଞ୍ଜିଟ କରିଡର କିମ୍ବା ଜନସେବାରେ ଏଆଇର ଉପଯୋଗ ହେଉ, ଏହା ଆମର ଭବିଷ୍ୟତ ସହରଗୁଡ଼ିକ ପାଇଁ ନୂତନ ପାରାମିଟର ସ୍ଥିର କରିବାର ସମୟ ଅଟେ । ଆମକୁ ଦେଖିବାକୁ ହେବ ଯେ ସହରୀ ଯୋଜନାରେ ପିଲାମାନଙ୍କର ଯତ୍ନ ନିଆଯାଉଛି କି ନାହିଁ । ପିଲାମାନଙ୍କ ପାଖରେ ବର୍ତ୍ତମାନ ଖେଳିବା କିମ୍ବା ସାଇକେଲ ଚଳାଇବା ପାଇଁ ପର୍ଯ୍ୟପ୍ତ ସ୍ଥାନ ନାହିଁ । ସହରୀ ଯୋଜନାରେ ଆମକୁ ଏହି ଦିଗ ଉପରେ ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ ।

ସାଥୀମାନେ,

ସହରଗୁଡ଼ିକର ବିକାଶରେ ସହରାଞ୍ଚଳରେ ଥିବା ଲୋକମାନଙ୍କର ବିକାଶର ସମ୍ଭାବନାକୁ ମଧ୍ୟ ଧ୍ୟାନରେ ରଖିବା ଆବଶ୍ୟକ ଅଟେ । ତାହା ହେଉଛି, ଆମେ ଯେଉଁ ଯୋଜନା ଏବଂ ନୀତିଗୁଡ଼ିକ ପ୍ରସ୍ତୁତ କରୁଛୁ, ତାହା କେବଳ ସହରର ଲୋକଙ୍କ ପାଇଁ ଜୀବନକୁ ସହଜ କରିବା ପାଇଁ ନୁହେଁ, ବରଂ ସେମାନଙ୍କର ବ୍ୟକ୍ତିଗତ ବିକାଶରେ ମଧ୍ୟ ସାହାଯ୍ୟ କରିବ। ଚଳିତବର୍ଷର ବଜେଟରେ ପ୍ରାୟ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ପିଏମ ଆବାସ ଯୋଜନା ପାଇଁ ୮୦ ହଜାର କୋଟି, ଯେତେବେଳେ ମଧ୍ୟ କୌଣସି ଘର ତିଆରି ହୋଇଥାଏ, ତା’ ସହିତ ସିମେଣ୍ଟ, ଷ୍ଟିଲ, ରଙ୍ଗ ଏବଂ ଆସବାବପତ୍ର ଭଳି ଅନେକ ସମ୍ବନ୍ଧିତ ଶିଳ୍ପ ଏହା ସହିତ ଆଗକୁ ବଢ଼ିଥାଏ । ଟିକିଏ ସେହି ଶିଳ୍ପଗୁଡ଼ିକର ସଂଖ୍ୟା କଳ୍ପନା କରନ୍ତୁ ଯେଉଁମାନଙ୍କୁ ଏହାଦ୍ୱାରା ବହୁତ ବୃଦ୍ଧି ପାଇଛି । ଆମର ଷ୍ଟାର୍ଟଅପ୍ସ ଏବଂ ଶିଳ୍ପଗୁଡ଼ିକ ଏହି ଦିଗରେ ଚିନ୍ତା କରିବା ଏବଂ ଶୀଘ୍ର କାର୍ଯ୍ୟ କରିବା ଆବଶ୍ୟକ । ଆମକୁ ବିଦ୍ୟମାନ ଥିବା ସମ୍ଭାବନାଗୁଡ଼ିକର ଲାଭ ଉଠାଇବା ଆବଶ୍ୟକ ଏବଂ ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି କରିବା ଆବଶ୍ୟକ । ସ୍ଥାୟୀ ଘର ଟେକ୍ନୋଲୋଜି ଠାରୁ ଆରମ୍ଭ କରି ସ୍ଥାୟୀ ସହର ପର୍ଯ୍ୟନ୍ତ, ଆମକୁ ନୂତନ ସମାଧାନ ଖୋଜିବାକୁ ପଡ଼ିବ ।

ସାଥୀମାନେ,

ମୁଁ ଆଶା କରୁଛି ଆପଣ ସମସ୍ତେ ଏହି ବିଷୟଗୁଡ଼ିକ ଉପରେ ଗଭୀର ଭାବରେ ବିଚାରବିମର୍ଶ କରିବେ । ଏଗୁଡ଼ିକ ବ୍ୟତୀତ ଆହୁରି ଅନେକ ବିଷୟ ମଧ୍ୟ ଥାଇପାରେ । ଏହି ଧାରଣାକୁ ଆଗକୁ ନିଅନ୍ତୁ, ଏବଂ ଏହି ସମ୍ଭାବନାଗୁଡ଼ିକ ପୂରଣ କରିବା ପାଇଁ ଉପଯୁକ୍ତ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ ।

ଏହି ଭାବନା ସହିତ ପୁଣିଥରେ ଆପଣ ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା! ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Nikol Pashinyan on the impressive victory of the Civil Contract Party in the parliamentary elections in Armenia
June 08, 2026

Prime Minister Shri Narendra Modi today congratulated Mr. Nikol Pashinyan on the impressive victory of the Civil Contract Party in the parliamentary elections in Armenia. The Prime Minister stated that the renewed mandate reflects the enduring trust and confidence of the people of Armenia in his leadership and vision.

Shri Modi noted that he looks forward to working closely with him to further deepen the warm and historic ties of friendship and cooperation between India and Armenia.

The Prime Minister posted on X:

"Congratulations to Mr. Nikol Pashinyan on the impressive victory of the Civil Contract Party in the parliamentary elections. The renewed mandate reflects the enduring trust and confidence of the people of Armenia in your leadership and vision. I look forward to working closely with you to further deepen the warm and historic ties of friendship and cooperation between India and Armenia.

@NikolPashinyan"