“ଲଚିତ ବରୋଫୁକନଙ୍କ ଜୀବନ, ଦେଶପ୍ରେମ ଓ ରାଷ୍ଟ୍ରଶକ୍ତିର ଏକ ଉତ୍ସାହ”
“ଦ୍ୱୈତ ଇଞ୍ଜିନ ସରକାର ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ଭାବନାର ସହ କାର୍ଯ୍ୟ କରୁଛି”
“ଅମ୍ରିତ ସରୋବର ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କ ସହଯୋଗ ଉପରେ ପର୍ଯ୍ୟବେସିତ”
“୨୦୧୪ ମସିହା ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଅସୁବିଧା ଦୂର ହୋଇ ବିକାଶ ହେଉଛି”
“୨୦୨୦ର ବୋଡୋ ରାଜିନାମା ସ୍ଥାୟୀ ଶାନ୍ତିର ରାସ୍ତା ଖୋଲିଛି”
“ଗତ ଆଠବର୍ଷ ମଧ୍ୟରେ ଶାନ୍ତି ଓ ଉନ୍ନତ ଆଇନ ଶୃଙ୍ଖଳା ଓ ଅନ୍ୟାନ୍ୟ ଅବସ୍ଥା ଯୋଗୁଁ ଆମେ ଉତ୍ତର-ପୂର୍ବାଞ୍ଚଳର ଅଧିକାଂଶ ସ୍ଥାନରୁ ଏଏଫଏସପିଏ ଉଠାଇ ଦେଇଛୁ”
“ଆସାମ ଓ ମେଘାଳୟ ମଧ୍ୟରେ ହୋଇଥିବା ରାଜିନାମା ଅନ୍ୟାନ୍ୟ ବିଷୟକୁ ପ୍ରୋତ୍ସାହନ ଦେବ । ସମଗ୍ର ଅଞ୍ଚଳରେ ବିକାଶର ଆକାଂକ୍ଷାକୁ ଏହା ଦ୍ରୁତ ଗତି ଦେବ ।
ପୂର୍ବ ଦଶନ୍ଧିରେ ଯାହା ନ ହୋଇଛି ଆମକୁ ସେହି ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୪.୨୦୨୨) ଆସାମର କର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାର ଦୀଫୁଠାରେ ଶାନ୍ତି, ଏକତା ଓ ବିକାଶର ରାଲିକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ମଧ୍ୟ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୀଫୁଠାରେ ପଶୁ ଚିକିତ୍ସା ମହାବିଦ୍ୟାଳୟ ଓ (ପଶ୍ଚିମ କର୍ବି ଆଙ୍ଗଲଙ୍ଗ)ଠାରେ ସ୍ନାତକ ମହାବିଦ୍ୟାଳୟ ଓ କୋଲଙ୍ଗ୍ (ପଶ୍ଚିମ କର୍ବି ଆଙ୍ଗଲଙ୍ଗ)ରେ କୃଷି ମହାବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

୫୦୦କୋଟି ଟଙ୍କାରୁ ଅଧିକ ଏହି ପ୍ରକଳ୍ପଗୁଡିକ ଯୋଗୁଁ ସେ ଅଞ୍ଚଳରେ କୌଶଳ ବିକାଶ ସହ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ୨୯୫୦ଟି ଅଧିକ ଅମ୍ରିତ ସରୋବର ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ରାଜ୍ୟ ପ୍ରାୟ ୧୧୫୦କୋଟିି ଟଙ୍କା ବ୍ୟୟରେ ଏହି ଅମ୍ରିତ ସରୋବରଗୁଡିକର ବିକାଶ କରିବ । ଆସାମ ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ । 

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କର୍ବି ଆଙ୍ଗଲଙ୍ଗଙ୍କ ଜନସାଧାରଣଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ ଆଜାଦୀ କା ଅମ୍ରିତ ମହୋତ୍ସବ ସହ ସଂଯୋଗ ବଶତଃ ଆସାମର ମହାନ ସୁପୁତ୍ର ଲଚିତ ବରୋଫୁକନଙ୍କ ୪୦୦ତମ ବାର୍ଷିକୀ ଏକାଠି ପଡୁଥିବାର ଦର୍ଶାଇଥିଲେ । ‘ଲଚିତ ବରୋଫୁକନଙ୍କ ଜୀବନ ଦେଶପ୍ରେମ ଓ ରାଷ୍ଟ୍ରଶକ୍ତିର ଉତ୍ସାହ । ମୁଁ କବି ଆଙ୍ଗଲଙ୍ଗବାଦୀ ଆସାମର ଏହି ମହାନ୍ ବୀରଙ୍କୁ ଅଭିବାଦନ ଜଣାଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦ୍ୱୈତ ଇଞ୍ଜିନଯୁକ୍ତ ସରକାର ସବ୍‌କା ସାଥ, ସବକା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ର୍ରୟାସର ଉତ୍ସାହସହ କାର୍ଯ୍ୟ କରୁଛି । “ଆଜି ଏହି ସଂକଳ୍ପ କର୍ବି ଆଙ୍ଗଲଙ୍ଗ ମାଟିରେ ପୁଣି ଜାଗ୍ରତ ହୋଇଉଠିଛି । ସ୍ଥାୟୀ ଶାନ୍ତି ଓ ଆସାମର ଦୃଢ ବିକାଶ ନିମନ୍ତେ ଯେଉଁ ରାଜିନାମା ସାକ୍ଷରିତ ହୋଇଥିଲା ତାହା ଦୃତଗତିରେ କାର୍ଯ୍ୟକାରୀ ହେଉଛି” ବୋଲି ସେ କହିଥିଲେ ।

୨୬୦୦ରୁ ଅଧିକ ସରୋବର ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣରୂପେ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହେଉଛି ।

ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସରୋବରର ଉତ୍କୃଷ୍ଟ ପରମ୍ପରା ରହିଛି ବୋଲି ସେ ସ୍ୱୀକାର କରିଥିଲେ । ଏହି ସରୋବରଗୁଡିକ କେବଳ ଗ୍ରାମ ପାଇଁ ଜଳଭଣ୍ଡାର କାର୍ଯ୍ୟ କରିବ ନାହିଁ ବରଂ ଆୟର ଉତ୍ସ ହେବ ବୋଲି ସେ ଆଶାପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ କହିôତଲେ ଯେ ୨୦୧୪ ମସିହା ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଅଭାବ ଅସୁବିଧା ହ୍ରାସ ପାଇବା ସହ ବିକାଶ ହେଉଛି । ଆଜି ଯଦି କେହି ଆସାମର ଆଦିବାସୀ ଅଂଚଳକୁ ଆସେ ବା ଉତ୍ତର-ପୂର୍ବାଞ୍ଚଳର ଅନ୍ୟ ରାଜ୍ୟକୁ ଯାଏ ସେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିର ପ୍ରଶଂସା କରିବ ବୋଲି ସେ କହିଥିଲେ । ଗତବର୍ଷ କର୍ବି ଆଙ୍ଗଲଙ୍ଗରେ ଅନେକ ସଂଗଠନ କିପରି ଶାନ୍ତି ଓ ବିକାଶ ପ୍ରକ୍ରିୟାରେ ଭାଗ ନେଇଥିଲେ ତା’ର ସ୍ମୃତିଚାରଣ କରିଥିଲେ । ୨୦୨୦ର ବଡୋ ରାଜିନାମା ମଧ୍ୟ ସ୍ଥାୟୀ ଶାନ୍ତିର ବାଟ ଖୋଲିଲା । ସେହିପରି ଏନଆଇଏଫଟି ମଧ୍ୟ ତ୍ରିପୁରାରେ ଶାନ୍ତିର ପଦକ୍ଷେପ ନେଇଛି । ଦୀର୍ଘ ଅଢେଇ ଦଶନ୍ଧିର ବ୍ରୁରିଆଙ୍ଗ ସମସ୍ୟାର ମଧ୍ୟ ସମାଧାନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦୀର୍ଘଦିନ ଧରି ସଶସ୍ତ୍ର ସେନା ସ୍ୱତନ୍ତ୍ର କ୍ଷମତା ଆଇନ (ଏଏଫଏସପିଏ) ଉତ୍ତର ପୂର୍ବାଞ୍ଚଳର ଅନେକ ରାଜ୍ୟରେ ଲାଗୁ ହୋଇଥିଲା । ମାତ୍ର ଉତ୍ତର ପୂର୍ବାଂଚଳର ଅଧିକାଂଶ ସ୍ଥାନ ଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଯୋଗୁ ଗତ ଆଠବର୍ଷ ମଧ୍ୟରେ ଅନେକ ସ୍ଥାନରୁ ଏଏଫଏସପିଏକୁ ପ୍ରତ୍ୟାହାର କରି ନିଆଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସବ୍‌କା ସାଥ, ସବ୍‌କା ବିକାଶର ଉତ୍ସାହ ସହ ସୀମା ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରୟାସ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।” ଆସାମ ଓ ମେଘାଳୟ ମଧ୍ୟରେ ହୋଇଥିବା ରାଜିନାମା ଅନ୍ୟାନ୍ୟ ସମସ୍ୟା ସମାଧାନ ଦିଗରେ ଥିବା ବାଟ କଡାଇବ । ଏହା ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ ଆକାଂକ୍ଷା ପୂରଣ ଦିଗରେ ଶୀଘ୍ର କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଆଦିବାସୀ ସମାଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆଦିବାସୀ ସମାଜର ସଂସ୍କୃତି, ଏହାର ଭାଷା, ଖାଦ୍ୟ, କଳା, ହସ୍ତତନ୍ତ ସମସ୍ତ ହେଉଛି ଭାରତର ଐତିହ୍ୟ । ଆସାମ ଏ ଦିଗରେ ଆହୁରି ସମୃଦ୍ଧ । ଏହି ସାଂସ୍କୃତିକ ଐତହ୍ୟ ଭାରତକୁ ଯୋଡେ, ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଆହୁରି ମଜବୁତ କରେ ।”

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜାଦୀର ଅମ୍ରିତକାଳରେ ମଧ୍ୟ କର୍ବି ଆଙ୍ଗଲଙ୍ଗ ଏକ ନୂତନ ଶାନ୍ତି ଓ ବିକାଶ ଭବିଷ୍ୟତ ଆଡକୁ ଆଗେଇ ଚାଲିଛି । ଏଠାରୁ ଆମେ ଆଉ ଏକ ପଛକୁ ଫେରିବା ନାହିଁ । ଆଗାମୀ ବର୍ଷଗୁଡିକରେ ଆମେ ମିଳିମିଶି ବିକାଶ ପଥରେ ଅଗ୍ରସର ହେବା ଯାହାକି ପୂର୍ବ ଦଶନ୍ଧିଗୁଡିକରେ ଆମେ ହାସଲ କରିପାରି ନ ଥିଲୁ । ପ୍ରଧାନମନ୍ତ୍ରୀ ଆସାମ ଓ ସେ ଅଞ୍ଚଳର ଅନ୍ୟାନ୍ୟ ରାଜ୍ୟଗୁଡିକୁ କେନ୍ଦ୍ରୀୟ ଯୋଜନାମାନ ସେବା ଓ ଉତ୍ସର୍ଗ ମନୋଭାବ ନେଇ ତ୍ୱରାନ୍ୱିତ କରିଥିବାରୁ ପ୍ରଶଂସା କରିଥିଲେ । ଏତେ ସଂଖ୍ୟାରେ ମହିଳା ଯୋଗଦେଇଥିବାରୁ ସେ ଧନ୍ୟବାଦ ଦେବା ସହ ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ସରକାର ନେବେ ବୋଲି କହିଥିଲେ । 

ପ୍ରଧାନମନ୍ତ୍ରୀ ଆସାମବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସେ ସେମାନଙ୍କ ସ୍ନେହ ଓ ପ୍ରେମକୁ ସୁଧ ସହ ଫେରାଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବେ ।

ସେ ଅଞ୍ଚଳର ଶାନ୍ତି ଓ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଅଟଳ ଅଙ୍ଗୀକାର ବଦ୍ଧତା ନିକଟରେ ଭାରତ ସରକାର ଓ କର୍ବି ଆଙ୍ଗଲଙ୍ଗର ଛଅଟି ଉଗ୍ରବାଦୀ ସଂଗଠନ ସହିତ ସ୍ୱାକ୍ଷର ହୋଇଥିବା ବୁଝାମଣାପତ୍ର ପ୍ରଦର୍ଶିତ ହୋଇଛି। ଏହି ବୁଝାମଣାପତ୍ର ସେହି ଅଞ୍ଚଳରେ ଏକ ନୂତନ ଶାନ୍ତି ଯୁଗର ସୂଚନା ଦେଉଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 51 lakh households benefit under PM Surya Ghar, 28.4 lakh farm pumps solarised: Govt

Media Coverage

Over 51 lakh households benefit under PM Surya Ghar, 28.4 lakh farm pumps solarised: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.