“ଏକବିଂଶ ଶତାବ୍ଦୀର ଭାରତ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ନିରାପତ୍ତାର ଏକ ରୋଡ୍ ମ୍ୟାପ ଧରି ଆଗେଇ ଚାଲିଛି
“ଗତ ନଅ ବର୍ଷ ମଧ୍ୟରେ ଆର୍ଦ୍ରଭୂମି ଓ ରାମସାର ଇଲାକା ଭାରତରେ ପୂର୍ବାପେକ୍ଷା ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି”
“ବିଶ୍ୱର ପ୍ରତ୍ୟେକ ଦେଶ ନ୍ୟସ୍ତ ସ୍ୱାର୍ଥ ଉପରକୁ ଉଠି ବିଶ୍ୱ ଜଳବାୟୁ ନିରାପତ୍ତା ନେଇ ଚିନ୍ତା କରିବା ଉଚିତ”
“ହଜାର ହଜାର ବର୍ଷର ଭାରତୀୟ ସଂସ୍କୃତିରେ ପ୍ରଗତି ଓ ପ୍ରକୃତି ରହିଛି”
“ମିଶନ ଲାଇଫର ମୌଳିକ ନୀତି ବିଶ୍ୱରେ ପରିବର୍ତ୍ତନ ସହ ମଣିଷର ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଆଣୁଛି”
“ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କେବଳ ଭାରତ ମଧ୍ୟରେ ସୀମାବଦ୍ଧ ନୁହେଁ, ଏଥିନେଇ ସମଗ୍ର ବିଶ୍ୱ ପଦକ୍ଷେପ ଗ୍ରହଣ କରୁଛି”
“ମିଶନ ଲାଇଫ ପାଇଁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତରେ ପରିବେଶ ନିମନ୍ତେ ମଜଭୁତ ଢାଲ ଭଳି କାର୍ଯ୍ୟ କରିବ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୦୬-୨୦୨୩) ବିଶ୍ୱ ପରିବେଶ ଦିବସକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୦୬-୨୦୨୩) ବିଶ୍ୱ ପରିବେଶ ଦିବସକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ । “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି ।

ଏକବିଂଶ ଶତାବ୍ଦୀର ଭାରତ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ନେଇ ଏକ ସ୍ପଷ୍ଟ ଦିଗଦର୍ଶନ ସହ ଆଗେଇ ଚାଲୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତ ଦୃଶ୍ୟପଟ ମଧ୍ୟରେ ଏକ ସମନ୍ୱୟ ରକ୍ଷା କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଠାରୁ ଦରିଦ୍ରତମ ବ୍ୟକ୍ତିକୁ ସାହାଯ୍ୟ ଯୋଗାଇ ଦିଆଯାଉଥିବା ବେଳେ, ଭବିଷ୍ୟତର ଶକ୍ତି ଚାହିଦାକୁ ମଧ୍ୟ ଧ୍ୟାନ ଦିଆଯାଇଛି । “ଗତ ନଅ ବର୍ଷ ମଧ୍ୟରେ ଭାରତ ସବୁଜ ଓ ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ସୌର ଶକ୍ତି ଓ ଏଲଇଡି ବଲବ କିପରି ଜନସାଧାରଣଙ୍କ ଅର୍ଥ ବଞ୍ଚାଇବା ସହ ପରିବେଶ ସୁରକ୍ଷା କରିଛି, ତାହାର ଉଦାହାରଣ ଦେଇଥିଲେ । ବୈଶ୍ୱିକ ମହାମାରୀ କାଳରେ ଭାରତର ନେତୃତ୍ୱ ଉପରେ ଆଲୋକପାତ କରି ଭାରତ କିପରି ସବୁଜ ଉଦଜାନ ଅଭିଯାନ ସହ ପ୍ରାକୃତିକ କୃଷି ପାଇଁ ପଦକ୍ଷେପ ନେଇ ରାସାୟନିକ ସାର କବଳରୁ ମାଟି ଓ ପାଣିକୁ ରକ୍ଷା କରିଛି ତାହାର ଅବତାରଣା କରିଥିଲେ ।

“ଗତ ନଅ ବର୍ଷ ମଧ୍ୟରେ ଭାରତରେ ଆର୍ଦ୍ରଭୂମି ଓ ରାମସାର ଇଲାକା ସଂଖ୍ୟା ପୂର୍ବ ତୁଳନାରେ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି” । ଦୁଇଟି ଅଧିକ ଯୋଜନା ଭବିଷ୍ୟତ ଓ ଅର୍ଥନୀତି ବିକାଶ ନିମନ୍ତେ ଆଜିଠାରୁ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଅମ୍ରିତ ସରୋବର” ଯୋଜନା ଆଜିଠାରୁ ଆରମ୍ଭ କରାଯାଇଥିବା ବେଳେ ଜନସାଧାରଣଙ୍କ ସହଯୋଗରେ ରାମସାରର ସଂରକ୍ଷଣ ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ରାମସାର କ୍ଷେତ୍ର ଭବିଷ୍ୟତରେ ପରିବେଶ ପର୍ଯ୍ୟଟନ ଓ ହଜାର ହଜାର ଲୋକଙ୍କ ନିମନ୍ତେ ସବୁଜ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ । ଦ୍ୱିତୀୟଟି ହେଲା ‘ମିଷ୍ଟି ଯୋଜନା’ ଯାହା ଦେଶର ହେନ୍ତାଳବନ ପରିବେଶ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ । ଏଥିସହ ଦେଶର ନଅଟି ରାଜ୍ୟରେ ହେନ୍ତାଳ ବଣ ସବୁଜିମାର ପୁନରୁଦ୍ଧାର ହେବା ସହ ଏହା ଉପକୂଳ ଅଞ୍ଚଳର ସାମୁଦ୍ରିକ ଜଳପତ୍ତନ ବୃଦ୍ଧି ଓ ବାତ୍ୟା ଭଳି ବିପର୍ଯ୍ୟୟ ଦାଉରୁ ଜନସାଧାରଣଙ୍କ ଧନ ଜୀବନ ରକ୍ଷାରେ ସହାୟକ ହେବ ବୋଲି ସେ କହିଥିଲେ ।

ପୃଥିବୀର ପ୍ରତ୍ୟେକ ଦେଶ ନ୍ୟସ୍ତ ସ୍ୱାର୍ଥର ଉଦ୍ଧ୍ୱର୍ରେ ରହି ବିଶ୍ୱ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । ଡେଭଲପମେଣ୍ଟ ମଡେଲ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦୀର୍ଘଦିନ ଧରି ରାସ୍ତାର ବିକାଶ ସହ ପରିବେଶ ସମ୍ପର୍କିତ ଉଦବେଗ ଅନେକ ବୃହତ ଓ ଆଧୁନିକ ଦେଶମାନଙ୍କ ମଧ୍ୟରେ ରହି ଆସିଛି । ଏହି ଦେଶଗୁଡ଼ିକ ବିକାଶ ଲକ୍ଷ୍ୟ ହାସଲ କରିଥିଲେ ମଧ୍ୟ ସାରା ବିଶ୍ୱକୁ ପରିବେଶ ଅବହେଳାର ମୂଲ୍ୟ ଦେବାକୁ ହେଉଛି । ଆଜି ମଧ୍ୟ ଅନେକ ଉନ୍ନତ ରାଷ୍ଟ୍ରଙ୍କ ଭୁଲ ନୀତି ଯୋଗୁ ଅନେକ ଅନୁନ୍ନତ ଓ ବିକାଶମୁଖୀ ଦେଶ କଷ୍ଟ ଭୋଗ କରୁଛନ୍ତି । “ଯୁଗ ଯୁଗ ଧରି କେତେକ ବିକଶିତ ଦେଶଙ୍କ ଏହି ନୀତିର କେହି ପ୍ରତିବାଦ ମଧ୍ୟ କରୁ ନ ଥିବା ପ୍ରକାଶ କରି ଏହିସବୁ ରାଷ୍ଟ୍ରଙ୍କ ସାମ୍ନାରେ ଭାରତ ଜଳବାୟୁ ନ୍ୟାୟ ସମସ୍ୟା ନେଇ ପ୍ରଶ୍ନ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ ।”

“ଭାରତର ହଜାର ହଜାର ବର୍ଷର ପ୍ରାଚୀନ ସଂସ୍କୃତିରେ ପ୍ରଗତି ଓ ପ୍ରକୃତି ଏକାଠି ଚାଲିଛନ୍ତି ।” ସେ ଏହାର ଶ୍ରେୟ ଭାରତର ପରିବେଶ ଓ ଅର୍ଥନୀତି ଉପରେ ଧ୍ୟାନକୁ ନେଇଥିଲେ । ସେ କହିଥିଲେ ଯେ ଭାରତ ଏହାର ଭିତ୍ତିଭୂମି ବିକାଶ ଦିଗରେ ଅସ୍ୱାଭାବିକ ପୁଞ୍ଜି ବିନିଯୋଗ କରିବା ସହ ଏହାର ପରିବେଶ ଉପରେ ମଧ୍ୟ ସମାନ ଧ୍ୟାନ ଦେଉଛି । ଆର୍ଥିକ ବ୍ୟବସ୍ଥା ଓ ପରିବେଶ ଉପରେ ତୁଳନା କରି ପ୍ରଧାନମନ୍ତ୍ରୀ ୪-ଜି ଓ ୫-ଜିର ସମ୍ପ୍ରସାରଣ ଯୋଗାଯୋଗ ନେଇ ଗୋଟେ ପଟେ ନିଆଯାଉଥିବା ବେଳେ ଦେଶର ବର୍ଦ୍ଧିତ ଜଙ୍ଗଲ ପରିସୀମା ଅନ୍ୟ ଗୋଟେ ପଟେ ଥିବାର ଉଦାହରଣ ଦେଇଥିଲେ । ସରକାର ଗରୀବଙ୍କ ନିମନ୍ତେ ଚାରି କୋଟି ଘର ତିଆରି କରିଥିବା ବେଳେ, ବନ୍ୟପ୍ରାଣୀ ଅଭୟାରଣ୍ୟ ସଂଖ୍ୟା ଓ ବିଶ୍ୱ ପ୍ରାଣୀ ସମ୍ପଦ ମଧ୍ୟ ସମାନ ଭାବେ ବୃଦ୍ଧି ପାଉଥିବା ସେ କହିଥିଲେ । ଶ୍ରୀ ମୋଦୀ ମଧ୍ୟ ଜଳ ଜୀବନ ମିଶନ ଓ ଜଳ ସୁରକ୍ଷା ପାଇଁ ୫୦ ହଜାର ଅମୃତ ସରୋବର ନିର୍ମାଣ, ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ ଆର୍ଥିକ ଶକ୍ତି ହେବା ସହ ଅକ୍ଷୟ ଶକ୍ତି ଦିଗରେ ବିଶ୍ୱର ପାଞ୍ଚଟି ବୃହତ ଦେଶ ସହ ଯୋଡ଼ି ହେବା, କୃଷି ରପ୍ତାନୀ ବୃଦ୍ଧି ଓ ପେଟ୍ରୋଲରେ ଶତକଡ଼ା ୨୦ ଭାଗ ଇଥାନଲ ମିଶ୍ରଣର ଉଦାହରଣ ମାନ ଦେଇଥିଲେ । ଭାରତ ମଧ୍ୟ ସିଡିଆରଆଇ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ସଂଗଠନର ମୁଖ୍ୟ ହେବା ସହ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲିଆନ୍ସର ପ୍ରମୁଖ ଦେଶ ବିବେଚିତ ହୋଇଥିବା ସେ ପ୍ରକାଶ କରିଥିଲେ ।

ମିଶନ ଲାଇଫ ଯଥା ପରିବେଶ ନିମନ୍ତେ ଜୀବନଶୈଳୀ ଅଭିଯାନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଜନ ଆଂଦୋଳନରେ ପରିଣତ ହୋଇଛି । ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ନିମନ୍ତେ ଏହି ଅଭିଯାନ ଏକ ଜନସଚେତନତା ଜାଗ୍ରତ କରିବାରେ ସହାୟକ ହୋଇଛି । ଗୁଜରାଟର କେଭାଡିଆ- ଏକତା ନଗରୀରେ ଗତବର୍ଷ ଯେତେବେଳେ ଏହି ଅଭିଯାନ ଆରମ୍ଭ ହେଲା, ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ବିସ୍ମୟ ଥିଲା । ମାତ୍ର ମାସକ ଆଗରୁ ଏହି ଅଭିଯାନ ଆରମ୍ଭ ହେବା ପରେ ମାତ୍ର ୩୦ ଦିନ ମଧ୍ୟରେ ଦୁଇ କୋଟି ଜନସାଧାରଣ ଏହାର ଅଂଶ ହୋଇଯାଇଛନ୍ତି । ଏ ସମ୍ପର୍କରେ ଆୟୋଜିତ ଶୋଭାଯାତ୍ରା ଓ କୁଇଜମାନ ମୋ ନଗରୀକୁ ଜୀବନ ଦିଅ ଉପରେ କରାଯାଇଛି । ଲକ୍ଷ ଲକ୍ଷ ଜନସାଧାରଣ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣକୁ ଦୈନନ୍ଦିନ ଜୀବନରେ ଆବଶ୍ୟକତା ଭାବେ ଆପଣେଇଛନ୍ତି । ମିଶନ ଲାଇଫର ମୌଳିକ ନୀତି ହେଉଛି ବିଶ୍ୱରେ ପରିବର୍ତ୍ତନ ନିମନ୍ତେ ନିଜ ହାବଭାବରେ ପରିବର୍ତ୍ତନ ବୋଲି ସେ କହିଥିଲେ । “ମିଶନ ଲାଇଫ ସମଗ୍ର ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ଓ ଆମର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଉଦ୍ଦିଷ୍ଟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଜଳବାୟୁ ପରିବର୍ତ୍ତନ ସଚେତନତା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ସମଗ୍ର ବିଶ୍ୱରେ ଏହି ପଦକ୍ଷେପ ନେଇ ବୈଶ୍ୱିକ ସମର୍ଥନ ମଧ୍ୟ ବୃଦ୍ଧି ପାଉଛି” ବୋଲି ସେ କହିଥିଲେ । ସେ ସମଗ୍ର ବିଶ୍ୱକୁ କିପରି ଗତ ବର୍ଷ ପରିବେଶ ଦିବସରେ ଅନୁରୋଧ କରିଥିଲେ ତା’ର ସ୍ମୃତିଚାରଣ କରି ଜଳବାୟୁ ସମ୍ପର୍କିତ ବ୍ୟାବହାରିକ ପରିବର୍ତ୍ତନ ନେଇ ନିବେଦନ କରିବା ବିଷୟ କହିଥିଲେ । ହଜାର ହଜାର ସହକର୍ମୀ, ଛାତ୍ରଛାତ୍ରୀ, ଗବେଷକ, ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞ, ବୃତ୍ତିଧାରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ପ୍ରାୟ ୭୦ଟି ଦେଶର ନାଗରିକ ତାଙ୍କର ମତକୁ ସମର୍ଥନ କରିଥିଲେ। ଯେଉଁମାନେ ସେମାନଙ୍କ ମତ ପାଇଁ ପୁରସ୍କୃତ ହୋଇଥିଲେ ସେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ଅଭିଭାଷଣର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ ମିଶନ ଲାଇଫ ଦିଗରେ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତରେ ପରିବେଶ ସୁରକ୍ଷା ପାଇଁ ଢାଲ ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ । ମିଶନ ଲାଇଫ ନେଇ ଚିନ୍ତାଧାରା ଓ ନେତୃତ୍ୱ ନେଇ ସହାୟକ ହେବା ସହ ଆଂଦୋଳନକୁ ମଜଭୁତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Assam logs 1.02 Cr saplings plantation in eight hours on World Environment Day

Media Coverage

Assam logs 1.02 Cr saplings plantation in eight hours on World Environment Day
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"