ବାଚସ୍ପତି ମହୋଦୟ,

ଉପରାଷ୍ଟ୍ରପତି ମହୋଦୟା,

ଆମେରିକା କଂଗ୍ରେସର ସମ୍ମାନନୀୟ ସଦସ୍ୟଗଣ,

ଭାଇ ଓ ଭଉଣୀମାନେ,

ନମସ୍କାର!

ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ସବୁବେଳେ ଏକ ସମ୍ମାନର ବିଷୟ। ଦୁଇ ଥର ଏଭଳି କରିବାର ସୁଯୋଗ ମିଳିବା ମୋ ପାଇଁ ଏକ ସୌଭାଗ୍ୟ। ଏହି ସମ୍ମାନ ପାଇଁ, ଭାରତର ୧୪୦ କୋଟି ନାଗରିକଙ୍କ ତରଫରୁ ମୁଁ ନିଜର କୃତଜ୍ଞତା ପ୍ରକାଶ କରୁଛି । ମୁଁ ଦେଖିପାରୁଛି ଯେ ଆପଣମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ ୨୦୧୬ରେ ଏଠାରେ ଥିଲେ। ପୁରୁଣା ବନ୍ଧୁ ଭାବେ ଆପଣଙ୍କ ସହୃଦୟତାକୁ ମୁଁ ଅନୁଭବ କରିପାରୁଛି । ଅନ୍ୟ ଅଧା ସଦସ୍ୟଙ୍କ ମଧ୍ୟରେ ନୂତନ ବନ୍ଧୁତାକୁ ନେଇ ରହିଥିବା ଉତ୍ସାହକୁ ମଧ୍ୟ ମୁଁ ଦେଖିପାରୁଛି। ୨୦୧୬ରେ ସିନେଟର ହ୍ୟାରୀ ରିଡ୍‌, ସିନେଟର ଜନ୍‌ ମ୍ୟାକେନ୍‌, ସିନେଟର ଓରିନ୍‌ ହ୍ୟାଚ୍‌, ଏଲିଜା କମିଙ୍ଗସ୍‌, ଆଲସୀ ହ୍ୟାଷ୍ଟିଙ୍ଗ୍‌ସ୍‌ ଓ ଅନ୍ୟମାନଙ୍କୁ ମୁଁ ସାକ୍ଷାତ କରିଥିଲି, ଦୁଃଖର ବିଷୟ ସେମାନେ ଆଜି ଆମ ଗହଣରେ ନାହାନ୍ତି। ମୁଁ ସେମାନଙ୍କର ସ୍ମୃତିଚାରଣ କରୁଛି।

ବାଚସ୍ପତି ମହୋଦୟ,

ସାତ ବର୍ଷ ପୂର୍ବରୁ ଏହି ଜୁନ୍‌ ମାସରେ ଏଠାରେ ମୁଁ ଅଭିଭାଷଣ ରଖିବାକୁ ଛିଡ଼ା ହୋଇଥିଲି। ସେତେବେଳେ ହାମିଲଟନ୍‌ ସବୁ ପୁରସ୍କାର ହାତେଇ ନେଇଥିଲା। ଠିକ୍‌ ସେହି ସମୟରେ ମୁଁ କହିଥିଲି, ଇତିହାସର ଦ୍ୱିଧାକୁ ଆମେ ପଛରେ ପକାଇ ଦେଇ ସାରିଛୁ । ଆଜି ଯେତେବେଳେ ଆମର ଯୁଗ ଏକ ଦୋଛକିରେ ଛିଡ଼ା ହୋଇଛି, ମୁଁ ଏଠାରେ ଚଳିତ ଶତାବ୍ଦୀ ପାଇଁ ଆମର ଆହ୍ୱାନ ସମ୍ପର୍କରେ କଥା ହେବାକୁ ଆସିଛି ।

ଆମେ ବର୍ତ୍ତମାନ ସୁଦ୍ଧା ଲମ୍ବା ଏବଂ ଅଙ୍କାବଙ୍କା ରାସ୍ତାରେ ଯାତ୍ରା କରି ଆସିଛୁ, ବନ୍ଧୁତାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ । ସାତ ବର୍ଷ ପୂର୍ବରୁ ଏକ ଗ୍ରୀଷ୍ମ ଋତୁରେ ମୁଁ ଯେତେବେଳେ ଏଠାକୁ ଆସିଥିଲି, ସେବେଠାରୁ ବର୍ତ୍ତମାନ ମଧ୍ୟରେ ଅନେକ କିଛି ବଦଳି ଯାଇଛି। କିନ୍ତୁ ଅନେକ କିଛି ପୂର୍ବ ପରି ସମାନ ରହିଛି - ଯଥା ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଆହୁରି ନିବିଡ଼ କରିବା ପାଇଁ ଆମର ପ୍ରତିବଦ୍ଧତା। ବିଗତ କିଛି ବର୍ଷ ମଧ୍ୟରେ, ଆର୍ଟିଫିସିଆଇ ଇଣ୍ଟେଲିଜେନ୍ସ ବା ଏଆଇ କ୍ଷେତ୍ରରେ ଅନେକ ପ୍ରଗତି ହୋଇଛି। ଅନୁରୂପ ଭାବେ, ଆଉ ଏକ ଏଆଇ-ଆମେରିକା ଓ ଇଣ୍ଡିଆ (ଭାରତ) ବନ୍ଧୁତାରେ ଆହୁରି ଅନେକ ସ୍ମରଣୀୟ ବିକାଶ ହୋଇଛି ।

ବାଚସ୍ପତି ମହୋଦୟ ଏବଂ ସମ୍ମାନନୀୟ ସଦସ୍ୟଗଣ,

ଲୋକମାନଙ୍କ ସହ ଯୋଡ଼ି ହେବା, ସେମାନଙ୍କ କଥା ଶୁଣିବା ଏବଂ ସେମାନଙ୍କର ଭାବନାକୁ ଅନୁଭବ କରିବା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଆଉ, ମୁଁ ଜାଣେ ଯେ ଏଥିପାଇଁ ଅନେକ ସମୟ, ଶକ୍ତି, ପ୍ରୟାସ ଓ ଯାତ୍ରା ଆବଶ୍ୟକ ହୋଇଥାଏ। ଆଜି ହେଉଛି ଗୁରୁବାର ଦିନର ଏକ ଅପରାହ୍ଣ-ଆପଣମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ। ତେଣୁ, ମୋ ପାଇଁ ସମୟ ବାହାର କରିଥିବାରୁ ମୁଁ କୃତଜ୍ଞ। ଏଇ ଗତ ମାସରେ ଆପଣମାନେ କେତେ ବ୍ୟସ୍ତ ରହିଛନ୍ତି ତାହା ମଧ୍ୟ ମୁଁ ଜାଣିଛି ।

ମୁଁ ନିଜେ ଏକ ଜୀବନ୍ତ ଗଣତନ୍ତ୍ରର ଜଣେ ନାଗରିକ ହୋଇଥିବାରୁ, ବାଚସ୍ପତି ମହୋଦୟ ମୁଁ ଗୋଟିଏ କଥା ସ୍ୱୀକାର କରିପାରିବି ଯେ ଆପଣଙ୍କୁ ଖୁବ୍‌ କଷ୍ଟ କାମ ମିଳିଛି ! ମୁଁ ଏହାକୁ ଉତ୍ସାହ, ଅନୁନୟ ଏବଂ ନୀତିର ସଂଘର୍ଷ ସହିତ ଯୋଡ଼ି ପାରିବି। ମୁଁ ବିଭିନ୍ନ ପ୍ରକାର ବିଚାର ଓ ବିଚାରଧାରା ମଧ୍ୟରେ ବିତର୍କକୁ ବୁଝିପାରୁଛି। କିନ୍ତୁ ମୁଁ ଆଜି ଏହା ଦେଖି ଆନନ୍ଦିତ ଯେ ଆପଣ ଆଜି ବିଶ୍ୱର ଦୁଇଟି ମହାନ ଗଣତନ୍ତ୍ର - ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ରହିଥିବା ସମ୍ପର୍କକୁ ପାଳନ କରିବା ଲାଗି ଏକତ୍ରିତ ହୋଇଛନ୍ତି । ଯେତେବେଳେ ଆପଣଙ୍କର ଏକ ମଜବୁତ ଦ୍ୱିଦଳୀୟ ସହମତିର ଆବଶ୍ୟକତା ଦେଖା ଦେବ, ସେଥିରେ ସହଯୋଗ କରି ମୁଁ ଖୁସି ହେବି। ସଦନରେ ବିଭିନ୍ନ ବିଚାରକୁ ନେଇ ଏକ ପ୍ରତିଯୋଗିତା ହେବା ଏବଂ ନିଶ୍ଚିତ ଭାବେ ହେବା ଜରୁରି । କିନ୍ତୁ, ଯେତେବେଳେ ଆମେ ନିଜ ରାଷ୍ଟ୍ର ପାଇଁ ବକ୍ତବ୍ୟ ରଖିଥାଉ, ଆମେ ଏକ ସ୍ୱରରେ ନିଜର କଥା ରଖିବା ଉଚିତ୍‌। ଆଉ, ଆପଣମାନେ ଏହା କରିପାରିବେ ବୋଲି ଦେଖାଇ ଦେଇଛନ୍ତି। ଅଭିନନ୍ଦନ!

ବାଚସ୍ପତି ମହୋଦୟ,

ସମାନ ଲୋକମାନଙ୍କୁ ନେଇ ଗୋଟିଏ ରାଷ୍ଟ୍ର ଗଠନର ଦୃଷ୍ଟିକୋଣ ସହିତ ଆମେରିକାର ପ୍ରତିଷ୍ଠା ହୋଇଥିଲା। ନିଜର ସମଗ୍ର ଇତିହାସରେ, ଆପଣମାନେ ସାରା ବିଶ୍ୱର ଲୋକମାନଙ୍କୁ ଆଲିଙ୍ଗନ କରିଛନ୍ତି। ଆଉ, ଆପଣ ସେମାନଙ୍କୁ ଆମେରିକୀୟ ସ୍ୱପ୍ନର ସମାନ ଅଂଶୀଦାର କରିଛନ୍ତି । ଏଠାରେ ଲକ୍ଷାଧିକ ଲୋକ ରହୁଛନ୍ତି, ଯେଉଁମାନଙ୍କର ମୂଳଦୁଆ ଭାରତ ସହ ଯୋଡ଼ି ହୋଇ ରହିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ସମ୍ମାନର ସହିତ ଏହି କକ୍ଷରେ ବସିଥାନ୍ତି । ମୋ ପଛରେ ଏମିତି ଜଣେ ଅଛି, ଯିଏ ଇତିହାସ ରଚିଛି ! ମୁଁ ଜାଣିବାକୁ ପାଇଛି ଯେ, ସମୋସା (ସିଙ୍ଗଡ଼ା) କକସ୍‌ ଏବେ ସଦନର ସ୍ୱାଦ ପାଲଟିଛି । ଏହା ଆଗକୁ ବଢ଼ିବ ଏବଂ ଏଠାରେ ଭାରତୀୟ ବ୍ୟଞ୍ଜନର ସମ୍ପୂର୍ଣ୍ଣ ବିବିଧତା ଆଣିବ ବୋଲି ମୁଁ ଆଶା କରୁଛି । ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି, ମହାନ ଆମେରିକୀୟ ଏବଂ ଭାରତୀୟଙ୍କ ଜୀବନ ଜରିଆରେ ଆମେ ପରସ୍ପରକୁ ଅନୁପ୍ରାଣିତ କରିଛୁ। ଆମେ ମହାତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଉ। ଆମେ ଆହୁରି ଅନେକ ଲୋକଙ୍କୁ ମଧ୍ୟ ସ୍ମରଣ କରିଥାଉ ଯେଉଁମାନେ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ ପାଇଁ କାର୍ଯ୍ୟ କରିଛନ୍ତି । ଆଜି, ମୁଁ ସେମାନଙ୍କ ମଧ୍ୟରୁ ଜଣେ ତଥା କଂଗ୍ରେସ ସଦସ୍ୟ ଜନ୍‌ ଲିୱିସଙ୍କୁ ମଧ୍ୟ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହୁଁଛି ।

ବାଚସ୍ପତି ମହୋଦୟ,

ଗଣତନ୍ତ୍ର ଆମର ପବିତ୍ର ତଥା ସହଭାଗୀ ଆଦର୍ଶ ମଧ୍ୟରୁ ଅନ୍ୟତମ। ଦୀର୍ଘ ସମୟ ଧରି ଏହା ବିକଶିତ ହୋଇଛି ଏବଂ ଏହା ବିଭିନ୍ନ ରୂପ ଓ ବ୍ୟବସ୍ଥାରେ ବଦଳିଛି । ତେବେ, ସମଗ୍ର, ଇତିହାସରେ ଗୋଟିଏ କଥା ସ୍ପଷ୍ଟ ରହିଛି ।

ଗଣତନ୍ତ୍ର ହେଉଛି ସେହି ଭାବନା ଯାହା ସମାନତା ଏବଂ ସମ୍ମାନକୁ ସମର୍ଥନ କରିଥାଏ।

ଗଣତନ୍ତ୍ର ଏକ ବିଚାର ଯାହା ବିତର୍କ ଓ ଆଲୋଚନାକୁ ସ୍ୱାଗତ କରିଥାଏ।

ଗଣତନ୍ତ୍ର ଏକ ସଂସ୍କୃତି ଯାହା ବିଚାର ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ଦେଇଥାଏ।

ଭାରତ ପ୍ରାଚୀନ କାଳରୁ ଏଭଳି ମୂଲ୍ୟବୋଧ ତଥା ଆଦର୍ଶର ଅଧିକାରୀ ହେବା ଲାଗି ସୌଭାଗ୍ୟ ପାଇଛି।

ଗଣତାନ୍ତ୍ରିକ ଭାବନାର ବିକାଶରେ ଭାରତର ଗଣତନ୍ତ୍ରର ଜନନୀ ଅଟେ।

ହଜାର ହଜାର ବର୍ଷ ପୂର୍ବରୁ ଆମର ସବୁଠୁ ପ୍ରାଚୀନ ଧର୍ମଗ୍ରନ୍ଥରେ କୁହାଯାଇଥିଲା,

‘ଏକମ୍‌ ସତ୍‌ ବିପ୍ରା ବହୁଧା ବଦନ୍ତି’।

ଏହାର ଅର୍ଥ ହେଉଛି - ସତ୍ୟ ଏକ, କିନ୍ତୁ ବୁଦ୍ଧିମାନ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ବ୍ୟକ୍ତ କରିଥାନ୍ତି।

ଏବେ ଆମେରିକା ସବୁଠୁ ପୁରୁଣା ଏବଂ ଭାରତ ସବୁଠୁ ବଡ଼ ଗଣତନ୍ତ୍ର ।

ଆମର ସହଭାଗିତା ଗଣତନ୍ତ୍ରର ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଅଟେ ।

ଆମେ ସମସ୍ତେ ମିଶି ବିଶ୍ୱକୁ ଏକ ଉନ୍ନତ ଭବିଷ୍ୟତ ଦେବା ଏବଂ ଭବିଷ୍ୟତକୁ ଏକ ଉନ୍ନତ ବିଶ୍ୱ ଦେଇପାରିବା।

ବାଚସ୍ପତି ମହୋଦୟ,

ବିଗତ ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ସବୁ ମାଇଲଖୁଣ୍ଟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ସ୍ୱତନ୍ତ୍ର ଥିଲା। ଭିନ୍ନ ଭିନ୍ନ ସ୍ୱରୂପରେ ହଜାର ହଜାର ବର୍ଷର ବିଦେଶୀ ଶାସନ ପରେ, ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବାର ଉଲ୍ଲେଖନୀୟ ଯାତ୍ରାକୁ ପାଳନ କରିଥିଲୁ । ଏହା କେବଳ ଗଣତନ୍ତ୍ରର ଉତ୍ସବ ନୁହେଁ, ବରଂ ବିବିଧତାର ଉତ୍ସବ। କେବଳ ସମ୍ବିଧାନ ନୁହେଁ, ସାମାଜିକ ସଶକ୍ତିକରଣର ମଧ୍ୟ ଉତ୍ସବ। କେବଳ ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ନୁହେଁ, ଗୁରୁତ୍ୱପୂର୍ଣ୍ଣ ଏକତା ଓ ଅଖଣ୍ଡତାର ଉତ୍ସବ ।

ଆମ ଦେଶରେ ୨ ହଜାର ୫ଶହରୁ ଅଧିକ ରାଜନୈତିକ ଦଳ ରହିଛନ୍ତି । ହଁ ଆପଣ ଠିକ୍‌ ଶୁଣିଲେ - ଦୁଇ ହଜାର ପାଞ୍ଚ ଶହ । ୨୦ଟି ଭିନ୍ନ ଭିନ୍ନ ଦଳ ଭାରତର ବିଭିନ୍ନ ରାଜ୍ୟରେ ପ୍ରଶାସନ ଚଳାଉଛନ୍ତି । ଆମ ଦେଶରେ ୨୨ଟି ସରକାରୀ ଭାଷା ଏବଂ ଏକ ହଜାରରୁ ଅଧିକ କଥିତ ଭାଷା ରହିଛି, ତଥାପି ଆମେ ଏକ ସ୍ୱରରେ କଥା ହୋଇଥାଉ । ପ୍ରତି ୧୦୦ ମାଇଲ୍‌ ଦୂର ଯିବା ପରେ ଆମର ବ୍ୟଞ୍ଜନ ବଦଳି ଯାଏ। ଡୋସାରୁ ଆଳୁ ପରଟା ଯାଏ ଏବଂ ଶ୍ରୀଖଣ୍ଡରୁ ସନ୍ଦେଶ ଯାଏ, ଆମେ ସବୁ ଖାଦ୍ୟକୁ ଉପଭୋଗ କରିଥାଉ । ଆମ ଦେଶରେ ବିଶ୍ୱର ସବୁ ଧର୍ମାବଲମ୍ବୀ ଲୋକମାନେ ବସବାସ କରନ୍ତି ଏବଂ ଆମେ ସବୁ ଧର୍ମକୁ ସମ୍ମାନ ଜଣାଇଥାଉ । ଭାରତରେ, ବିବିଧତା ଜୀବନର ଏକ ସ୍ୱାଭାବିକ ମାର୍ଗ ।

ଆଜି ବିଶ୍ୱ ଭାରତ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଚାହୁଁଛି । ମୁଁ ଏହି ସଦନରେ ମଧ୍ୟ ସେପରି ଅନୁସନ୍ଧିତ୍ସା ଦେଖି ପାରୁଛି । ବିଗତ ଦଶ ବର୍ଷ ମଧ୍ୟରେ ଆମେରିକା କଂଗ୍ରେସର ଶତାଧିକ ସଦସ୍ୟଙ୍କୁ ସ୍ୱାଗତ କରିବା ଆମ ପାଇଁ ସମ୍ମାନର ବିଷୟ । ସମସ୍ତେ ଭାରତର ବିକାଶ, ଗଣତନ୍ତ୍ର ଏବଂ ବିବିଧତାକୁ ବୁଝିବା ପାଇଁ ଚାହୁଁଛନ୍ତି । ଭାରତ ବର୍ତ୍ତମାନ କ’ଣ କରୁଛି ଏବଂ କିପରି କରୁଛି ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହୀ । ଆମ ଭିତରେ ନିବିଡ଼ ବନ୍ଧୁତା ରହିଥିବାରୁ ତାହା ପ୍ରକାଶ କରିବା ମୋ ପାଇଁ ଆନନ୍ଦର ବିଷୟ ।

ବାଚସ୍ପତି ମହାଶୟ,

ପ୍ରଧାନମନ୍ତ୍ରୀ ଭାବେ ମୁଁ ଯେତେବେଳେ ପ୍ରଥମ ଥର ଆମେରିକା ଗସ୍ତରେ ଆସିଥିଲି, ଭାରତ ସେତେବେଳେ ବିଶ୍ୱର ଦଶମ ସର୍ବବୃହତ ଅର୍ଥବ୍ୟବସ୍ଥା ଥିଲା । ଆଜି ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । ଆଉ ଖୁବ୍‌ଶୀଘ୍ର, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବ । ଆମେ କେବଳ ବ୍ୟାପକ ପ୍ରଗତି ନୁହେଁ ବରଂ ଦ୍ରୁତ ପ୍ରଗତି ହାସଲ କରୁଛୁ । ଭାରତର ବିକାଶ ହେଲେ ସାରା ବିଶ୍ୱ ବିକଶିତ ହୋଇଥାଏ । ସର୍ବୋପରି ଆମେ ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ! ବିଗତ ଶତାବ୍ଦୀରେ, ଭାରତ ଯେତେବେଳ ସ୍ୱାଧୀନତା ହାସଲ କଲା, ଏହା ଅନେକ ଦେଶକୁ ଉପନିବେଶବାଦ ଶାସନ ଠାରୁ ନିଜକୁ ମୁକ୍ତ କରିବା ପାଇଁ ଅନୁପ୍ରାଣିତ କରିଥିଲା। ଚଳିତ ଶତାବ୍ଦୀରେ, ଭାରତ ଯେତେବେଳେ ବିକାଶର ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରୁଛି, ଏହା ଅନ୍ୟ ଦେଶମାନଙ୍କୁ ମଧ୍ୟ ବିକଶିତ ହେବା ପାଇଁ ଅନୁପ୍ରାଣିତ କରିବ। ଆମର ଲକ୍ଷ୍ୟ ହେଉଛି ସବକା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ। ଏହାର ଅର୍ଥ ହେଉଛି : ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କ ବିକାଶ, ସମସ୍ତଙ୍କ ବିଶ୍ୱାସ ଏବଂ ସମସ୍ତଙ୍କ ପ୍ରୟାସ।

ଏହି ଲକ୍ଷ୍ୟ କିଭଳି ଦ୍ରୁତ ଗତିରେ ଏବଂ ବ୍ୟାପକତାର ସହିତ ସାକାର ରୂପ ନେଉଛି, ତାହା ମୁଁ କହିବାକୁ ଚାହୁଁଛି । ଆମେ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଉଛୁ । ୧୫ କୋଟି ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଆମେ ପ୍ରାୟ ୪ କୋଟି ଆବାସ ଯୋଗାଇ ଦେଇଛୁ । ଏହା ଅଷ୍ଟ୍ରେଲିୟାର ଜନସଂଖ୍ୟା ଠାରୁ ପ୍ରାୟ ଛଅଗୁଣ ଅଧିକ ! ଆମେ ଏକ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରୁଛୁ ଯାହା ପ୍ରାୟ ୫୦ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁନିଶ୍ଚିତ କରୁଛି । ଏହା ଦକ୍ଷିଣ ଆମେରିକାର ଲୋକସଂଖ୍ୟା ଠାରୁ ଅଧିକ ! ଆମେ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଯୋଜନା ଜରିଆରେ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଛୁ। ପ୍ରାୟ ୫୦ କୋଟି ଲୋକ ଏହାର ଲାଭ ପାଇଛନ୍ତି । ଏହା ଉତ୍ତର ଆମେରିକାର ଲୋକସଂଖ୍ୟା ସହ ସମାନ । ଆମେ ଡିଜିଟାଲ ଇଣ୍ଡିଆ ନିର୍ମାଣ ଦିଗରେ କାର୍ଯ୍ୟ କରିଛୁ । ଆଜି, ଆମ ଦେଶରେ ପ୍ରାୟ ୮୫ କୋଟି ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ ଉପଭୋକ୍ତା ରହିଛନ୍ତି । ଏହା ୟୁରୋପର ଜନସଂଖ୍ୟା ଠାରୁ ଅଧିକ ! ଆମେ ଭାରତରେ ନିର୍ମିତ ୨୨୦ କୋଟି ଡୋଜ୍‌ କୋଭିଡ ଟିକା ଦେଇ ଆମ ଦେଶବାସୀଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷା ଦେଇଛୁ, ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ! ହୁଏତ’ ମୁଁ ଖୁବ୍‌ଶୀଘ୍ର ମହାଦେଶରୁ ବାହାରକୁ ଯାଇପାରେ, ତେଣୁ ମୁଁ ଏହି ଠାରେ ବିରାମ ନେଉଛି!

ସମ୍ମାନନୀୟ ସଦସ୍ୟଗଣ,

ବେଦ ବିଶ୍ୱର ସବୁଠୁ ପ୍ରାଚୀନ ଗ୍ରନ୍ଥ । ହଜାର ହଜାର ବର୍ଷ ପୂର୍ବରୁ ସଙ୍କଳିତ ଏହି ଶାସ୍ତ୍ର ମାନବ ଜଗତ ପାଇଁ ଏକ ଶ୍ରେଷ୍ଠ ସମ୍ପଦ । ତତ୍କାଳୀନ ସମୟରେ ମହିଳା ସାଧୁମାନେ ବେଦର ବହୁ ଶ୍ଳୋକ ରଚନା କରିଥିଲେ । ଆଉ ଆଜି, ଆଧୁନିକ ଭାରତରେ, ମହିଳାମାନେ ଆମକୁ ଏକ ଉନ୍ନତ ଭବିଷ୍ୟତ ଦିଗରେ ଆଗେଇ ନେଉଛନ୍ତି । ଭାରତ କେବଳ ମହିଳାଙ୍କୁ ଲାଭ ପହଞ୍ଚାଉଥିବା ବିକାଶ ପାଇଁ ଲକ୍ଷ୍ୟ ରଖିନାହିଁ, ବରଂ ଏହା ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ଅଗ୍ରସର ହେଉଛି, ଯେଉଁଠି ମହିଳାମାନେ ବିକାଶ ଯାତ୍ରାରେ ନେତୃତ୍ୱ ନେଉଛନ୍ତି । ସାଧାରଣ ଆଦିବାସୀ ପୃଷ୍ଠଭୂମିରେ ବଢ଼ିଥିବା ଜଣେ ମହିଳା ଆଜି ଆମର ରାଷ୍ଟ୍ର ମୁଖ୍ୟ ହୋଇପାରିଛନ୍ତି ।

ବିଭିନ୍ନ ସ୍ତରରେ ପ୍ରାୟ ଦେଢ଼ ନିୟୁତ ମହିଳା ପ୍ରତିନିଧି ଏବଂ ତାହା ପୁଣି ସ୍ଥାନୀୟ ସରକାରୀ ସ୍ତରରେ ଆମର ନେତୃତ୍ୱ ନେଉଛନ୍ତି । ଆଜି ମହିଳାମାନେ ଆମେ ଦେଶର ସ୍ଥଳ ସେନା, ନୌସେନା ଓ ବାୟୁ ସେନାରେ କର୍ତ୍ତବ୍ୟରତ ଅଛନ୍ତି । ବିଶ୍ୱରେ ସବୁଠୁ ଅଧିକ ସଂଖ୍ୟକ ମହିଳା ପାଇଲଟ୍‌ ଭାରତରେ ଅଛନ୍ତି । ଆହୁରି ମହିଳାମାନେ ଆମ ମଙ୍ଗଳ ମିଶନରେ ନେତୃତ୍ୱ ନେଇ ଆମକୁ ମଙ୍ଗଳ ଗ୍ରହରେ ପହଞ୍ଚାଇ ପାରିଛନ୍ତି । ଜଣେ ଶିଶୁ କନ୍ୟା ପାଇଁ ନିବେଶ ସାରା ପରିବାରରେ ଉନ୍ନତି ଆଣିଥାଏ। ମହିଳାଙ୍କୁ ସଶକ୍ତ କରିବା ଦ୍ୱାରା ରାଷ୍ଟ୍ରର ପରିବର୍ତ୍ତନ ହୋଇଥାଏ।

ବାଚସ୍ପତି ମହୋଦୟ,

ଭାରତ ହେଉଛି ଅଧିକ ଯୁବ ଜନସଂଖ୍ୟା ଥିବା ଏକ ପ୍ରାଚୀନ ରାଷ୍ଟ୍ର । ଭାରତ ନିଜର ପରମ୍ପରା ପାଇଁ ପରିଚିତ । କିନ୍ତୁ ଯୁବ ପିଢ଼ିମାନେ ଏହାକୁ ପ୍ରଯୁକ୍ତିର ଏକ କେନ୍ଦ୍ରରେ ପରିଣତ କରିଛନ୍ତି । ଇନଷ୍ଟାଗ୍ରାମରେ ସୃଜନଶୀଳ ରିଲ୍‌ ତିଆରି କରିବା ହେଉ କିମ୍ବା ରିୟଲ ଟାଇମ୍‌ ପେମେଣ୍ଟ, କୋଡିଂ କିମ୍ବା କ୍ୱାଣ୍ଟମ କମ୍ପ୍ୟୁଟିଂ, ମେସିନ୍‌ ଲର୍ଣ୍ଣିଂ କିମ୍ବା ମୋବାଇଲ୍‌ ଆପ୍‌, ଫିନଟେକ୍‌ କିମ୍ବା ଡେଟା ସାଇନ୍ସ, ସମାଜ କିଭଳି ଆଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରିଥାଏ, ଭାରତର ଯୁବକମାନେ ତାହାର ଏକ ଶ୍ରେଷ୍ଠ ଉଦାହରଣ । ଭାରତରେ ପ୍ରଯୁକ୍ତିର ଅର୍ଥ କେବଳ ସୃଜନଶୀଳତା ନୁହେଁ, ବରଂ ସମାବେଶିତା। ଆଜି ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଗୋପନୀୟତାକୁ ସୁରକ୍ଷା ଦେବା ସହିତ ଲୋକମାନଙ୍କର ଅଧିକାର ଓ ସମ୍ମାନକୁ ସଶକ୍ତ କରୁଛନ୍ତି ।

ବିଗତ ନଅ ବର୍ଷ ମଧ୍ୟରେ, ୧୦୦ କୋଟିରୁ ଅଧିକ ଲୋକ ଏକ ଅଭିନବ ଡିଜିଟାଲ ବାୟୋମେଟ୍ରିକ ପରିଚୟ ପାଇଛନ୍ତି ଯାହାକୁ ସେମାନେ ନିଜର ବ୍ୟାଙ୍କ ଏକାଉଣ୍ଟ ଓ ମୋବାଇଲ୍‌ ଫୋନ୍‌ ସହ ଯୋଡ଼ି ପାରିଛନ୍ତି । ଏହି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ମାତ୍ର କିଛି ସେକେଣ୍ଡ ମଧ୍ୟରେ ନାଗରିକଙ୍କ ନିକଟରେ ଆର୍ଥିକ ସହାୟତା ପହଞ୍ଚାଇବାରେ ଆମକୁ ସହାୟକ ହୋଇଛି । ୮୫ କୋଟି ଲୋକ ସେମାନଙ୍କ ଏକାଉଣ୍ଟରେ ପ୍ରତ୍ୟକ୍ଷ ଆର୍ଥିକ ଲାଭ ପାଇପାରୁଛନ୍ତି । ଗୋଟିଏ ବର୍ଷରେ ତିନି ଥର, ମାତ୍ର ଗୋଟିଏ କ୍ଲିକ୍‌ ଜରିଆରେ, ୧୦ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏପରି ଆର୍ଥିକ ହସ୍ତାନ୍ତର ପରିମାଣ ୩୨୦ ବିଲିୟନ ଡଲାର ଅତିକ୍ରମ କରିସାରିଛି ଏବଂ ଏହି ପ୍ରକ୍ରିୟାରେ ଆମେ ୨୫ ବିଲିୟନ ଡଲାର ଅର୍ଥ ସଞ୍ଚୟ କରିପାରିଛୁ । ଯଦି ଆପଣ ଭାରତ ଗସ୍ତ କରୁଛନ୍ତି, ଆପଣ ଦେଖିବେ ଯେ ଅର୍ଥ ପଇଠ କରିବା ଲାଗି ସମସ୍ତେ ଫୋନ ବ୍ୟବହାର କରୁଛନ୍ତି, ଏପରିକି ଉଠାଦୋକାନୀମାନେ ମଧ୍ୟ।

ବିଗତ ବର୍ଷ, ବିଶ୍ୱରେ ପ୍ରତ୍ୟେକ ୧୦୦ ରିୟଲ ଟାଇମ୍‌ ଡିଜିଟାଲ ପେମେଣ୍ଟ ମଧ୍ୟରୁ ୪୬ଟି ଭାରତରେ ହୋଇଥିଲା । ପାଖାପାଖି ଚାରି ଲକ୍ଷ ମାଇଲ୍‌ ଅପ୍ଟିକାଲ ଫାଇବର କେବୁଲ ସଂଯୋଗ ଏବଂ ଶସ୍ତା ଡେଟା ଦେଶରେ ସୁଯୋଗର ଏକ ବିପ୍ଳବ ଆଣିଛି । କେବଳ ନିଜ ଫୋନରେ ଟ୍ୟାପ୍‌ କରି ଚାଷୀମାନେ ପାଣିପାଗ ସୂଚନା ପାଇପାରୁଛନ୍ତି, ବୟସ୍କମାନେ ସାମାଜିକ ସୁରକ୍ଷା ଅର୍ଥ, ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି, ଡାକ୍ତରମାନେ ଟେଲି ମେଡ଼ିସିନ୍‌ ଯୋଗାଇ ଦେଉଛନ୍ତି, ମତ୍ସ୍ୟଜୀବୀମାନେ ମାଛଧରା ସ୍ଥାନ ସମ୍ପର୍କରେ ସୂଚନା ପାଉଛନ୍ତି ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ମିଳିପାରୁଛି ।

ବାଚସ୍ପତି ମହୋଦୟ,

ଗଣତନ୍ତ୍ର, ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ ଭାବନା ଆମକୁ ପରିଭାଷିତ କରିଥାଏ। ଏହା ମଧ୍ୟ ଦୁନିଆ ପାଇଁ ଆମର ଦୃଷ୍ଟିକୋଣକୁ ରୂପ ଦେଇଥାଏ। ଆମେ ପୃଥିବୀ ପାଇଁ ଉତ୍ତରଦାୟୀ ହେବା ସହିତ ଭାରତର ବିକାଶକୁ ଆଗେଇ ନେଉଛୁ ।

ଆମର ବିଶ୍ୱାସ ହେଉଛି : ମାତା ଭୂମିଃ ପୁତ୍ର ଅହଂ ପୃଥିବ୍ୟାଃ।

ଏହାର ଅର୍ଥ ହେଉଛି - ‘‘ପୃଥିବୀ ଆମର ମା’ ଏବଂ ଆମେ ତା’ର ସନ୍ତାନ।’’

ଭାରତୀୟ ସଂସ୍କୃତି ଗଭୀର ଭାବେ ଆମର ପରିବେଶ ଓ ଆମ ପୃଥିବୀକୁ ସମ୍ମାନ କରିଥାଏ। ଦ୍ରୁତତମ ବିକାଶଶୀଳ ଅର୍ଥବ୍ୟବସ୍ଥା ହେବା ସମୟରେ, ଆମେ ଆମର ସୌର କ୍ଷମତାକୁ ୨ହଜାର ୩ଶହ ପ୍ରତିଶତ ବୃଦ୍ଧି କରିଛୁ ! ହଁ, ଆପଣମାନେ ଶୁଣିଛନ୍ତି - ୨ ହଜାର ୩ଶହ ପ୍ରତିଶତ !

ପ୍ୟାରିସ ପ୍ରତିବଦ୍ଧତାକୁ ପୂରଣ କରିବାରେ ଆମେ ପ୍ରଥମ ଜି୨୦ ଦେଶ ହୋଇପାରିଛୁ । ୨୦୩୦ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ନଅ ବର୍ଷ ପୂର୍ବରୁ ଆମେ ଆମର ଶକ୍ତି ଆବଶ୍ୟକତାରେ ଅକ୍ଷୟ ଶକ୍ତିର ଭାଗକୁ ଚାଳିଶ ପ୍ରତିଶତରେ ପହଞ୍ଚାଇ ପାରିଛୁ । କିନ୍ତୁ ଆମେ ଏତିକିରେ ଅଟକି ନାହୁଁ । ଗ୍ଲାସଗୋ ଶିଖର ସମ୍ମିଳନୀ ଠାରେ, ମୁଁ ମିଶନ୍‌ ଲାଇଫ୍‌ - ଲାଇଫ ଷ୍ଟାଇଲ୍‌ ଫର୍‌ ଏନଭାଇରନ୍‌ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲି । ଏହା ଦୀର୍ଘସ୍ଥାୟିତ୍ୱ ପାଇଁ ଏକ ବାସ୍ତବ ଜନ ଆନ୍ଦୋଳନ ଆରମ୍ଭ କରିବାର ମାର୍ଗ। ଏହାକୁ କେବଳ ସରକାରଙ୍କ କାମ ଭାବେ ଛାଡ଼ି ଦିଆଯାଇନାହିଁ ।

ବିବେକପୂର୍ଣ୍ଣ ନିଷ୍ପତ୍ତି ନେବା ସହିତ, ପ୍ରତ୍ୟେକ ବ୍ୟକ୍ତି ସକାରାତ୍ମକ ପ୍ରଭାବ ପକାଇ ପାରିବେ । ଦୀର୍ଘସ୍ଥାୟିତ୍ୱକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଦ୍ୱାରା ବିଶ୍ୱକୁ ଦ୍ରୁତ ଗତିରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲରେ ସହାୟତା ମିଳିପାରିବ। ଆମର ସଂକଳ୍ପ ହେଉଛି ପୃଥିବୀ ଅନୁକୂଳ ବିକାଶ । ଆମର ସଂକଳ୍ପ ହେଉଛି ପୃଥିବୀ ଅନୁକୂଳ ସମୃଦ୍ଧି । ଆମର ସଂକଳ୍ପ ହେଉଛି ପୃଥିବୀ ଅନୁକୂଳ ମାନବ ସମାଜ ଗଠନ।

ବାଚସ୍ପତି ମହୋଦୟ,

ଆମେ ବସୁଧୈବ କୁଟୁମ୍ବକମ୍‌ ବା ସାରା ବିଶ୍ୱ ଏକ ପରିବାର ବିଚାରକୁ ନେଇ ବଞ୍ଚିଥାଉ। ବିଶ୍ୱ ସହିତ ଆମର ସମ୍ପର୍କ ସମସ୍ତଙ୍କ ଲାଭ ପାଇଁ ଉଦ୍ଦିଷ୍ଟ । ‘‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ’’, ବିଶ୍ୱକୁ ସ୍ୱଚ୍ଛ ଇନ୍ଧନ ସହ ଯୋଡ଼ିବା କାର୍ଯ୍ୟରେ ଆମ ସମସ୍ତଙ୍କୁ ସାମିଲ କରିବାକୁ ଚାହୁଁଛି । ‘‘ଏକ ଅର୍ଥ, ଏକ ବିଶ୍ୱ’’ ପଶୁମାନଙ୍କୁ ଏବଂ ଉଦ୍ଭିଦ ସହିତ ସମସ୍ତଙ୍କ ପାଇଁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ଯତ୍ନ ଆଣିବା ଲାଗି ବିଶ୍ୱ କାର୍ଯ୍ୟାନୁଷ୍ଠାନର ଏକ ଦୃଷ୍ଟିକୋଣ ଅଟେ ।

ଆମେ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ସମୟରେ ଏହି ଭାବନା ମଧ୍ୟ ପ୍ରତିଫଳିତ ହୋଇଥାଏ - ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ।’’ ଆମେ ଯୋଗ ମାଧ୍ୟମରେ ମଧ୍ୟ ଏକତାର ଭାବନାକୁ ପ୍ରୋତ୍ସାହିତ କରିଥାଉ। ଗତକାଲି ସାରା ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ଲାଗି ଏକ ସଙ୍ଗେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲା। ଗତ ସପ୍ତାହରେ, ସବୁ ଦେଶ ଶାନ୍ତି ସୈନିକମାନଙ୍କ ସମ୍ମାନରେ ଏକ ସ୍ମାରକ ପ୍ରାଚୀର ତିଆରି କରିବା ଲାଗି ମିଳିତ ଜାତିସଂଘରେ ଆମର ପ୍ରସ୍ତାବକୁ ଏକାଠି ସମର୍ଥନ କରିଥିଲେ।

ଆଉ ଚଳିତ ବର୍ଷ, ସାରା ବିଶ୍ୱ ଦୀର୍ଘସ୍ଥାୟୀ କୃଷି ଓ ପୋଷଣକୁ ସମାନ ଭାବେ ପ୍ରୋତ୍ସାହନ ଦେବା ଲାଗି ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରୁଛି । କୋଭିଡ ସମୟରେ, ଆମେ ଦେଢ଼ଶହରୁ ଅଧିକ ଦେଶରେ ଟିକା ଓ ଔଷଧ ପହଞ୍ଚାଇ ଥିଲୁ। ଆମେ ନିଜ ପାଇଁ ଯେମିତି କରିଥାଉ, ଠିକ୍‌ ସେମିତି ବିପଦ ସମୟରେ ପ୍ରଥମ ସହାୟତାକାରୀ ଭାବେ ଅନ୍ୟମାନଙ୍କ ନିକଟରେ ମଧ୍ୟ ଆମେ ପହଞ୍ଚିଛୁ । ଆମେ ଆମର ସାଧାରଣ ସମ୍ବଳକୁ ସେହି ଲୋକମାନଙ୍କୁ ଦେଇଛୁ ଯେଉଁମାନଙ୍କର ଏହା ସବୁଠୁ ଅଧିକ ଦରକାର । ଆମେ ନିର୍ଭରଶୀଳତା ନୁହେଁ କ୍ଷମତା ନିର୍ମାଣ କରିଥାଉ।

ବାଚସ୍ପତି ମହୋଦୟ,

ଯେତେବେଳେ ମୁଁ ବିଶ୍ୱ ପ୍ରତି ଭାରତର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରୁଛି, ସେଥିରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ବିଶେଷ ସ୍ଥାନ ରଖିଥାଏ। ମୁଁ ଜାଣିଛି ଯେ ଆମ ସମ୍ପର୍କ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସର ପ୍ରତ୍ୟେକ ସଦସ୍ୟ ଏଥିରେ ଗଭୀର ରୁଚି ରଖିଥାନ୍ତି । ଭାରତରେ ପ୍ରତିରକ୍ଷା ଏବଂ ଏରୋସ୍ପେସ୍‌ କ୍ଷେତ୍ର ବଢ଼ିଲେ, ୱାଶିଂଟନ୍‌, ଏରିଜେନା, ଜର୍ଜିୟା, ଆଲବାମା, ଦକ୍ଷିଣ କ୍ୟାରୋଲିନା ଏବଂ ପେନସିଲଭାନିଆ ରାଜ୍ୟରେ ଉଦ୍ୟୋଗ ବଢ଼ିଥାଏ। ଆମେରିକୀୟ କମ୍ପାନୀମାନେ ବଢ଼ିଲେ, ଭାରତରେ ସେମାନଙ୍କର ଗବେଷଣା ଓ ବିକାଶ କେନ୍ଦ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିଥାଏ। ଭାରତୀୟମାନେ ଅଧିକ ବିମାନ ଯାତ୍ରା କଲେ, ବିମାନଗୁଡ଼ିକର ଗୋଟିଏ ଅର୍ଡରରେ ଆମେରିକାର ୪୪ଟି ରାଜ୍ୟରେ ଦଶ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ।

ଯେତେବେଳେ ଆମେରିକୀୟ ଫୋନ୍‌ ନିର୍ମାତା ଭାରତରେ ନିବେଶ କରିଥାନ୍ତି, ଏହା ଦୁଇ ଦେଶରେ ନିଯୁକ୍ତି ଓ ସୁଯୋଗର ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍‌ ବିକଶିତ କରିଥାଏ। ଭାରତ ଏବଂ ଆମେରିକା ସେମିକଣ୍ଡକ୍ଟର ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ଉପରେ ମିଳିମିଶି କାମ କଲେ, ଏହା ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଅଧିକ ବିବିଧ, ନମନୀୟ ଏବଂ ବିଶ୍ୱସନୀୟ କରିବାରେ ସହାୟତା କରିଥାଏ। ବାସ୍ତବରେ, ବାଚସ୍ପତି ମହୋଦୟ, ଶତାବ୍ଦୀର ପ୍ରାରମ୍ଭରେ ଆମର ପ୍ରତିରକ୍ଷା ସହଯୋଗ ନଗଣ୍ୟ ଥିଲା। ଏବେ ଯୁକ୍ତରାଷ୍ଟ୍ର ଆମେରିକା ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାର ମଧ୍ୟରୁ ଅନ୍ୟତମ। ଆଜି ଭାରତ ଏବଂ ଆମେରିକା ମହାକାଶ ଓ ସାଗରରେ, ବିଜ୍ଞାନ ଓ ସେମିକଣ୍ଡକ୍ଟରରେ, ଷ୍ଟାର୍ଟଅପ୍‌ ଓ ସ୍ଥିରତାରେ, ପ୍ରଯୁକ୍ତି ଓ ବ୍ୟବସାୟରେ, କୃଷି ଓ ଅର୍ଥରେ, କଳା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ, ଇନ୍ଧନ ଓ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମାନବୀୟ ପ୍ରୟାସରେ ଏକ ସଙ୍ଗେ କାମ କରୁଛନ୍ତି ।

ଆମେ ଲଗାତାର ଆଗକୁ ବଢ଼ିବା ଜାରି ରଖିପାରିବୁ । କିନ୍ତୁ ଏହାକୁ ସଂକ୍ଷେପରେ କହିବା ଲାଗି, ମୁଁ କହିବି, ଆମର ସହଯୋଗର ପରିଧି ଅସୀମ, ଆମ ତାଳମେଳର କ୍ଷମତା ଅସୀମିତ, ଆମ ସମ୍ପର୍କର ନିବିଡ଼ତା ମଧ୍ୟ ଅତି ସହଜ।

ଏସବୁଥିରେ ଭାରତୀୟ-ଆମେରିକୀୟମାନେ ବଡ଼ ଭୂମିକା ନିର୍ବାହ କରିଛନ୍ତି। ସେମାନେ କେବଳ ‘ସ୍ପେଲିଂ ବୀ’ରେ ନୁହେଁ ସବୁ କ୍ଷେତ୍ରରେ ପ୍ରତିଭାଶାଳୀ। ନିଜ ହୃଦୟ ଓ ମସ୍ତିଷ୍କ, ପ୍ରତିଭା ଓ କୌଶଳ ତଥା ଆମେରିକା ଓ ଭାରତ ପ୍ରତି ନିଜର ଭଲ ପାଇବା ଜରିଆରେ ସେମାନେ ଆମକୁ ଯୋଡ଼ିଛନ୍ତି, ସେମାନେ ଦ୍ୱାର ଖୋଲି ଦେଇଛନ୍ତି, ସେମାନେ ଆମ ଭାଗିଦାରୀର କ୍ଷମତା ପ୍ରଦର୍ଶନ କରିଛନ୍ତି ।

ବାଚସ୍ପତି ମହୋଦୟ, ସମ୍ମାନନୀୟ ସଦସ୍ୟଗଣ,

ଅତୀତରେ ପ୍ରତ୍ୟେକ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତି ଆମ ସମ୍ପର୍କକୁ ଆଗକୁ ନେଇଛନ୍ତି । କିନ୍ତୁ ଏହାକୁ ନୂଆ ଉଚ୍ଚତାକୁ ନେଇଯିବାର ଗୌରବ ଆମ ପିଢ଼ିକୁ ପ୍ରାପ୍ତ ହୋଇଛି । ଏହା ଚଳିତ ଶତାବ୍ଦୀର ଏକ ନିର୍ଣ୍ଣାୟକ ଭାଗିଦାରୀ ବୋଲି ରାଷ୍ଟ୍ରପତି ବାଇଡେନଙ୍କ କଥାରେ ମୁଁ ସହମତ । କାରଣ ଏହା ଏକ ବଡ଼ ଉଦ୍ଦେଶ୍ୟକୁ ପୂରଣ କରିଥାଏ । ଗଣତନ୍ତ୍ର, ଜନସଂଖ୍ୟା ଏବଂ ଭାଗ୍ୟ ଆମକୁ ସେହି ଉଦ୍ଦେଶ୍ୟ ପ୍ରଦାନ କରିଥାଏ । ଜଗତୀକରଣର ଏକ ପରିଣାମ ସ୍ୱରୂପ ଯୋଗାଣ ଶୃଙ୍ଖଳାର ଅତ୍ୟଧିକ-ଏକତ୍ରୀକରଣ ହୋଇଛି ।

ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା, ବିକେନ୍ଦ୍ରିକୃତ କରିବା ଏବଂ ଗଣତାନ୍ତ୍ରିକରଣ କରିବା ଲାଗି ଆମେ ମିଳିମିଶି କାମ କରିବୁ । ପ୍ରଯୁକ୍ତି ଏକବିଂଶ ଶତାବ୍ଦୀରେ ସୁରକ୍ଷା, ସମୃଦ୍ଧି ଓ ନେତୃତ୍ୱକୁ ନିର୍ଦ୍ଧାରଣ କରିବ। ସେଥିପାଇଁ ଆମେ ଦୁଇ ଦେଶ ଏକ ନୂଆ ‘‘ଗୁରୁତ୍ୱପୂର୍ଣ୍ଣ ଓ ଆଧୁନିକ ପ୍ରଯୁକ୍ତି ପାଇଁ ପ୍ରୟାସ’’ ପ୍ରତିଷ୍ଠା କରିଛୁ । ଆମର ଜ୍ଞାନ ଭାଗିଦାରୀ ମାନବ ଜଗତର ସେବା କରିବ ଏବଂ ଜଳବାୟୁ ପରିବର୍ତ୍ତନ, କ୍ଷୁଧା ଓ ସ୍ୱାସ୍ଥ୍ୟର ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ଲାଗି ସମାଧାନ ଖୋଜିବ ।

ବାଚସ୍ପତି ମହୋଦୟ, ସମ୍ମାନନୀୟ ସଦସ୍ୟଗଣ,

ବିଗତ କିଛି ବର୍ଷ ଗମ୍ଭୀର ବିଘଟନକାରୀ ବିକାଶର ସାକ୍ଷୀ ରହିଆସିଛି । ୟୁକ୍ରେନ୍‌ ଯୁଦ୍ଧ ସହିତ, ୟୁରୋପକୁ ଯୁଦ୍ଧ ଫେରିଛି । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ଗମ୍ଭୀର ପୀଡ଼ା ଦେଖିବାକୁ ମିଳିଛି । ଏଥିରେ ମହାଶକ୍ତିମାନେ ସାମିଲ ହୋଇଥିବାରୁ, ପରିଣାମ ଭୟାବହ ହେବ । ଗ୍ଲୋବାଲ୍‌ ସାଉଥ୍‌ ଦେଶ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ମିଳିତ ଜାତିସଂଘ ଚାର୍ଟର ସିଦ୍ଧାନ୍ତକୁ ସମ୍ମାନ, ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଉପରେ ବିଶ୍ୱ ବ୍ୟବସ୍ଥା ଆଧାରିତ ।

ପୂର୍ବରୁ ଯାହା ମୁଁ ପ୍ରତ୍ୟକ୍ଷ ଭାବେ ଏବଂ ସାର୍ବଜନୀନ ଭାବେ କହିସାରିଛି, ଏହା ଯୁଦ୍ଧର ସମୟ ନହେଁ ବରଂ ଆଲୋଚନା ଓ କୂଟନୀତି ମଧ୍ୟରୁ ଗୋଟିଏର ଯୁଗ । ଆଉ, ଆମ ସମସ୍ତଙ୍କୁ ରକ୍ତପାତ ଏବଂ ମାନବୀୟ ପୀଡ଼ା ରୋକିବା ପାଇଁ ସେସବୁ କରିବାକୁ ହେବ, ଯାହା ଆମେ କରିପାରିବା । ବାଚସ୍ପତି ମହୋଦୟ, ଚାପ ଓ ସଂଘର୍ଷର କଳା ବାଦଲ ଭାରତ ପ୍ରଶାନ୍ତ ମହାସାଗରୀର କ୍ଷେତ୍ରରେ ନିଜର କାୟା ବିସ୍ତାର କରୁଛି । କ୍ଷେତ୍ରୀୟ ସ୍ଥିରତା ଆମ ଭାଗିଦାରୀର ପ୍ରମୁଖ ଚିନ୍ତା ମଧ୍ୟରୁ ଅନ୍ୟତମ।

ଆମର ଏକ ସ୍ୱାଧୀନ, ମୁକ୍ତ ଏବଂ ସମାବେଶୀ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସହଭାଗୀ ଦୃଷ୍ଟିକୋଣ ରହିଛି, ଯାହା ସୁରକ୍ଷିତ ସମୁଦ୍ର ସହ ଯୋଡ଼ି ହୋଇ ରହିଥିବ, ଅନ୍ତର୍ଜାତୀୟ ଆଇନ ଦ୍ୱାରା ପରିଭାଷିତ ହୋଇଥିବ, ଆଧିପତ୍ୟରୁ ମୁକ୍ତ ଥିବ ଏବଂ ଆସିୟାନ୍‌ର କେନ୍ଦ୍ରୀୟତାରେ ରହିଥିବ । ଏପରି ଏକ କ୍ଷେତ୍ର ଯେଉଁଠି ସବୁ ଦେଶ, ଛୋଟ ହୁଅନ୍ତୁ ଅବା ବଡ଼, ନିଜ ପସନ୍ଦରେ ସ୍ୱାଧୀନ ଓ ଭୟମୁକ୍ତ ରହିବେ, ଯେଉଁଠି ପ୍ରଗତି ଋଣର ଅସମ୍ଭବ ବୋଝରେ ଚାପି ହେଉନଥିବ, ଯେଉଁଠି ରଣନୀତିକ ଉଦ୍ଦେଶ୍ୟ ପାଇଁ ଯୋଗାଯୋଗର ଲାଭ ନିଆଯାଉଥିବ, ଯେଉଁଠି ସବୁ ଦେଶ ସହଭାଗୀ ସମୃଦ୍ଧିର ଉଚ୍ଚଭାବନା ନେଇ ଉନ୍ନତି କରୁଥିବେ ।

ଆମର ଦୃଷ୍ଟିକୋଣ, ଅଟକାଇବା କିମ୍ବା ବହିଷ୍କାର କରିବା ଲାଗି ନୁହେଁ, ବରଂ ଶାନ୍ତି ଓ ସମୃଦ୍ଧିର ଏକ ସହଯୋଗୀ କ୍ଷେତ୍ର ନିର୍ମାଣ କରିବା ଉପରେ ଆଧାରିତ । ଆମେ କ୍ଷେତ୍ରୀୟ ପ୍ରତିଷ୍ଠାନ ସହିତ ଏବଂ କ୍ଷେତ୍ର ଭିତରେ ବାହାରେ ନିଜ ଭାଗିଦାରଙ୍କ ସହିତ କାମ କରିଥାଉ। ଏଥିମଧ୍ୟରେ କ୍ଷେତ୍ରୀୟ କଲ୍ୟାଣ ପାଇଁ କ୍ୱାଡ ଏକ ବଡ଼ ଶକ୍ତି ଭାବେ ମୁଣ୍ଡ ଟେକିଛି ।

ବାଚସ୍ପତି ମହୋଦୟ,

୯/୧୧ର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଏବଂ ମୁମ୍ବାଇରେ ୨୬/୧୧ର ଗୋଟିଏ ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ ଆତଙ୍କବାଦ ଓ ଉଗ୍ରବାଦ ସାରା ବିଶ୍ୱ ପାଇଁ ଏକ ଗମ୍ଭୀର ବିପଦ ଭାବେ ଜାରି ରହିଛି। ଏହି ବିଚାରଧାରା ନୂଆ ନୂଆ ରୂପ ଏବଂ ପରିଚୟ ଗ୍ରହଣ କରିଛି, କିନ୍ତୁ ଏହାର ଉଦ୍ଦେଶ୍ୟ ସମାନ ରହିଛି। ଆତଙ୍କବାଦ ମାନବତା ଶତ୍ରୁ ଏବଂ ଏହାର ମୁକାବିଲା କ୍ଷେତ୍ରରେ କୌଣସି କିନ୍ତୁ-ଯଦି ରହିପାରିବ ନାହିଁ । ଆମକୁ ଆତଙ୍କବାଦକୁ ପ୍ରାୟୋଜିତ କରୁଥିବା ଓ ପ୍ରସାରିତ କରୁଥିବା ଶକ୍ତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ହେବ।

ବାଚସ୍ପତି ମହୋଦୟ, 

କୋଭିଡ-୧୯ର ସବୁଠୁ ବଡ଼ ପ୍ରଭାବ ହେଉଛି ଏହି କାରଣରୁ ହୋଇଥିବା ମାନବୀୟ କ୍ଷତି ଏବଂ ଯନ୍ତ୍ରଣା। ମୁଁ କଂଗ୍ରେସ ସଦସ୍ୟ ରନ୍‌ ରାଇଟ୍‌ ଏବଂ ସେହି ସଦସ୍ୟମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି ଯେଉଁମାନେ କୋଭିଡ୍‌ରେ ନିଜର ପ୍ରାଣ ହରାଇଥିଲେ। ଆମେ ମହାମାରୀରୁ ବାହାରକୁ ଆସିବା ସମୟରେ, ଆମକୁ ଏକ ନୂଆ ବ୍ୟବସ୍ଥାକୁ ଆକାର ଦେବାକୁ ହେବ । ବିଚାର-ବିମର୍ଶ, ଆପୋସ ସଦ୍‌ଭାବ ଓ ଚିନ୍ତା ବର୍ତ୍ତମାନ ସମୟର ଆବଶ୍ୟକତା। ଗ୍ଲୋବାଲ୍‌ ସାଉଥ୍‌ (ଅବିକଶିତ ତୃତୀୟ ବିଶ୍ୱ ଦେଶ ସମୂହ) ସହ ଯୋଡ଼ି ହେବା ହିଁ ଆଗକୁ ବଢ଼ିବାର ମାର୍ଗ । ସେଥିପାଇଁ ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆଫ୍ରିକୀୟ ସଂଘକୁ ଜି-୨୦ର ପୂର୍ଣ୍ଣ ସଦସ୍ୟତା ଦିଆଯିବା ଉଚିତ୍‌।

ଆମେ ବହୁପକ୍ଷବାଦକୁ ପୁନର୍ଜୀବିତ କରିବା ଆବଶ୍ୟକ ଏବଂ ଉନ୍ନତ ସମ୍ବଳ ଓ ପ୍ରତିନିଧିତ୍ୱ ସହିତ ବହୁପକ୍ଷୀୟ ପ୍ରତିଷ୍ଠାନରେ ସଂସ୍କାର ଆଣିବା ଉଚିତ୍‌ । ଏହା ଆମର ସବୁ ବୈଷୟିକ ପ୍ରଶାସନିକ ସଂସ୍ଥା, ବିଶେଷ କରି ମିଳିତ ଜାତିସଂଘ ଉପରେ ଲାଗୁ ହୋଇଥାଏ। ଯେତେବେଳେ ଦୁନିଆ ବଦଳିଛି, ଆମ ସଂସ୍ଥାଗୁଡ଼ିକ ମଧ୍ୟ ବଦଳିବା ଉଚିତ୍‌ । ନଚେତ୍‌ ନିୟମ ବିନା ପ୍ରତିଦ୍ୱନ୍ଦ୍ୱିତା ହେଲେ ବିଶ୍ୱ ପ୍ରତି ବିପଦ ଦେଖା ଦେବ। ଅନ୍ତର୍ଜାତୀୟ ଆଇନ ଉପରେ ଆଧାରିତ ଏକ ନୂଆ ବିଶ୍ୱ ବ୍ୟବସ୍ଥା ପାଇଁ କାମ କରିବାରେ, ଆମ ଦୁଇ ଦେଶ ଭାଗିଦାର ରୂପରେ ସବୁଠୁ ଆଗରେ ରହିବେ ।

ବାଚସ୍ପତି ମହୋଦୟ ଏବଂ ଏବଂ ବିଶିଷ୍ଟ ଅତିଥିଗଣ,

ଆଜି ଆମ ସମ୍ପର୍କରେ ଏକ ନୂଆ ସକାଳ ଆସିଛି ଯାହାକି ଆମ ଦୁଇ ଦେଶର ଭାଗ୍ୟକୁ ସାକାର ରୂପ ଦେବ ନାହିଁ, ବରଂ ଦୁନିଆର ଭାଗ୍ୟ ମଧ୍ୟ ବଦଳାଇ ଦେବ । ଯୁବ ଆମେରିକୀୟ କବି ଅମାଣ୍ଡା ଗୋର୍ମାନ୍‌ ଯଥାର୍ଥ ଭାବେ ଲେଖିଛନ୍ତି :

‘‘ଯେବେ ଦିନ ଆସେ ଆମେ ଅନ୍ଧକାରରୁ ବାହାରିଥାଉ,

ପ୍ରଜ୍ଜ୍ୱଳିତ ଏବଂ ସାହସୀ ହୋଇ,

ଆମେ ଏଥିରୁ ମୁକ୍ତ ହେବା ମାତ୍ରେ ଏକ ନୂଆ ସକାଳ ଆସେ

ଯେହେତୁ ସେଠାରେ ସବୁବେଳେ ଆଲୋକ ରହିଛି,

ଏହାକୁ ଅନୁଭବ କରିବା ଲାଗି ଆମର ଯଥେଷ୍ଟ ସାହସ ଥାଆନ୍ତା କି।’’

 

ଆମର ବିଶ୍ୱସନୀୟ ଭାଗିଦାରୀ ଏହି ନୂଆ ସକାଳରେ ସୂର୍ଯ୍ୟ ଭଳି ଅଟେ ଯାହା ଚତୁର୍ଦ୍ଦିଗରେ ଆଲୋକ ଖେଳାଇ ଦେବ ।

ମୁଁ ଲେଖିଥିବା ଏକ କବିତା ଏବେ ମୋର ମନେ ପଡ଼ୁଛି :

 

ଆକାଶରେ ମୁଣ୍ଡ ଉଠାଇ

ଘନ ବାଦଲକୁ ଚିରି

ଆଲୋକର ସଂକଳ୍ପ ନେବା

ଏବେ ତ’ ସୂର୍ଯ୍ୟ ଉଇଁଛି ।

ଦୃଢ଼ ସଂକଳ୍ପ ସହିତ 

ସବୁ ସଂକଟକୁ ପାର୍‌ କରି

ଘନ ଅନ୍ଧକାରକୁ ଦୂରେବା

ଏବେ ତ’ ସୂର୍ଯ୍ୟ ଉଇଁଛି ।।

 

ବାଚସ୍ପତି ମହୋଦୟ ଏବଂ ସମ୍ମାନନୀୟ ଅତିଥିଗଣ,

ଆମେ ସମସ୍ତେ ଭିନ୍ନ ଭିନ୍ନ ପରିସ୍ଥିତି ଏବଂ ଇତିହାସରୁ ଆସିଛୁ, କିନ୍ତୁ ଆମେ ଗୋଟିଏ ସଂକଳ୍ପ ଏବଂ ସମାନ ଭାଗ୍ୟ ନେଇ ଏକାଠି ଆଗକୁ ବଢ଼ୁଛୁ । ଆମର ଭାଗିଦାରୀ ଆଗକୁ ବଢ଼ିଲେ, ଆର୍ଥିକ ସହନଶୀଳତା ବଢ଼ିଥାଏ, ନବସୃଜନ ବଢ଼ିଥାଏ, ବିଜ୍ଞାନର ପ୍ରସାର ହୋଇଥାଏ, ଜ୍ଞାନ ଆଗକୁ ବଢ଼ିଥାଏ, ମାନବ ଜାତିକୁ ଲାଭ ମିଳିଥାଏ, ଆମ ସମୁଦ୍ର ଏବଂ ଆକାଶ ସୁରକ୍ଷିତ ରହିଥାଏ, ଏହାଦ୍ୱାରା ଗଣତନ୍ତ୍ର ଉଜ୍ଜ୍ୱଳ ହେବ ଏବଂ ବିଶ୍ୱ ରହିବା ପାଇଁ ଏକ ଉନ୍ନତ ସ୍ଥାନ ହୋଇପାରିବ ।

ଏହା ହିଁ ଆମ ଭାଗିଦାରୀର ଲକ୍ଷ୍ୟ। ଚଳିତ ଶତାବ୍ଦୀ ପାଇଁ ଏହା ହିଁ ଆମ ଆହ୍ୱାନ । ବାଚସ୍ପତି ମହୋଦୟ ଏବଂ ସମ୍ମାନନୀୟ ସଦସ୍ୟଗଣ, ଆମ ଭାଗିଦାରୀର ଉଚ୍ଚ ମାନକ ଦୃଷ୍ଟିରୁ ମଧ୍ୟ, ଏହି ଗସ୍ତ ଏକ ମହାନ ସକାରାତ୍ମକ ପରିବର୍ତ୍ତନ ମଧ୍ୟରୁ ଅନ୍ୟତମ । ସାଥୀ ହୋଇ ଆମେ ଏହା ପ୍ରଦର୍ଶିତ କରିବା ଯେ ଗଣତନ୍ତ୍ରର ମୂଲ୍ୟ ରହିଛି ଏବଂ ଗଣତନ୍ତ୍ର ହିଁ ପରିଣାମ ଦେଇଥାଏ। ମୁଁ ଭାରତ-ଆମେରିକା ଭାଗିଦାରୀ ପାଇଁ ଆପଣଙ୍କ ନିରନ୍ତର ସମର୍ଥନ ଉପରେ ଭରସା କରୁଛି ।

ଯେତେବେଳେ ମୁଁ ୨୦୧୬ରେ ଏଠାକୁ ଆସିଥିଲି, ମୁଁ କହିଥିଲି ଯେ, ‘‘ଆମ ସମ୍ପର୍କ ଏକ ମହତ୍ୱପୂର୍ଣ୍ଣ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି ।’’ ଆଜି ହିଁ ସେହି ଭବିଷ୍ୟତ ଆସିଛି । ଏହି ସମ୍ମାନ ପାଇଁ ମୁଁ ପୁଣିଥରେ ବାଚସ୍ପତି ମହୋଦୟ, ଉପରାଷ୍ଟ୍ରପତି ମହୋଦୟା ଏବଂ ସମ୍ମାନନୀୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ଈଶ୍ୱର ଆମେରିକାର ମଙ୍ଗଳ କରନ୍ତୁ ।

ଜୟ ହିନ୍ଦ।

ଭାରତ-ଆମେରିକା ବନ୍ଧୁତା ଜିନ୍ଦାବାଦ୍‌।

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
Just as the Netherlands is known for tulips, India is known for the lotus: PM Modi in The Hague
May 16, 2026

भारत माता की जय !!!!

इतना प्यार। इतना उत्साह। सच कहूँ, कुछ देर के लिए मैं भूल ही गया था कि मैं नेदरलैंड्स में हूँ। ऐसे लग रहा है जैसे भारत में ही कहीं कोई festival चल रहा है!

वैसे तो The Hague को दुनिया "City of Peace and Justice” के रूप में जानती है। लेकिन आज यहाँ जो माहौल है उसे देखकर लग रहा है कि The Hague, Living Symbol of Indian Friendship बन गया है!

ये दिखाता है कि पासपोर्ट का रंग बदल सकता है, Address भी बदल सकता है, Time Zone भी बदल सकता है लेकिन मां भारती की संतानें कहीं भी रहें ये गर्मजोशी, ये वाइब्रेंसी लाइफ को सेलिब्रेट करने का जज्बा ये हमेशा हमारे साथ रहता है। मैं आप सभी का, इस वॉर्म वेलकम के लिए बहुत-बहुत आभार व्यक्त करता हूं। और जब मैं यहाँ प्रवेश कर रहा था तो पूरा महाराष्ट्र, और छत्रपति शिवाजी महाराज, और मेरो प्यारों राजस्थान, और ए फॉर असम ...

साथियों,

आप सभी से मुलाकात के बाद आज मुझे His Majesty The King और Her Majesty The Queen से मिलने का अवसर मिलेगा। इसके साथ ही प्रधानमंत्री रॉब येत्तेन से भी विस्तार से कहीं विषयों पर चर्चा होगी।

बीते वर्षों में जब भी मेरी नेदरलैंड्स के leaders से बात हुई है वे हमेशा भारतीय डायस्पोरा की बहुत प्रशंसा करते आए हैं। मतलब की आप सब की प्रशंसा करते हैं। आप नेदरलैंड्स के समाज और यहां की इकॉनॉमी में जो कंट्रीब्यूट कर रहे हैं उस पर हर भारतवासी को गर्व है।

मैं आज इस अवसर पर नेदरलैंड्स की जनता का यहां की सरकार का आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।

साथियों,

मैं पहले भी नेदरलैंड्स आता रहा हूँ। मेरे पुराने साथी यहाँ बैठें हैं। और यहां रहने वाले भारतीय समुदाय से भी काफी परिचय रहा है। यहाँ बैठे अनेक परिवारों की कहानी, केवल Migration की कहानी नहीं है। यह एक संस्कृति की आस्था की तमाम संघर्षों के बीच प्रगति की कहानी है।

उस दौर में तब किसी ने सोचा भी नहीं था कि दो महासागर पार करने के बाद भी भारतीयों की पहचान इतनी जीवंत रहेगी। आपके पूर्वज बहुत कुछ पीछे छोड़कर आए थे लेकिन कुछ चीजें हमेशा उनके साथ रहीं अपनी मिट्टी की खुशबू, अपने त्योहारों की स्मृतियाँ, भजन की धुनें, और अपने पूर्वजों के संस्कार।

साथियों,

मानवता का इतिहास साक्षी है कि समय के साथ अनेक संस्कृतियां मिट गईं। लेकिन भारत का डायवर्स कल्चर, आज भी अपने लोगों के दिलों में धड़कता है। पीढ़ियाँ बदल गईं देश बदल गए परिवेश बदल गए लेकिन परिवार के संस्कार नहीं बदले। अपनापन नहीं बदला। आपने डच भाषा को अपनाया लेकिन अपने पुरखों की भाषा को भी छोड़ा नहीं।

हमारे कम्यूनिटी रेडियो स्टेशन्स यहां बहुत पॉपुलर है। और इन स्टेशन्स के माध्यम से भारत का संगीत और संस्कृति भी डच फैमिलीज तक पहुंच रहे हैं। द गांधी सेंटर हो या फिर अलग-अलग शहरों के स्कूल आप अपनी संस्कृति को भावी पीढ़ियों तक पहुंचा रहे हैं। ये बहुत सराहनीय है। आप सब अभिनन्दन के अधिकारी हैं।

साथियों,

आज 16 मई है और ये दिन एक और वजह से बहुत विशेष है। आज से 12 वर्ष पहले 16 मई 2014 में कुछ खास हुआ था। 2014 में आज के ही दिन लोकसभा चुनाव के नतीजे आए थे। दशकों बाद भारत में स्थिर और पूर्ण बहुमत वाली सरकार का बनना पक्का हुआ था। एक वो दिन था और एक आज का दिन है कोटि-कोटि भारतवासियों का विश्वास मुझे न रुकने देता है और न थकने देता है। ये नॉन स्टॉप चले ही जा रहा है।

साथियों,

बहुत छोटी आयु से ही मैं देशभक्ति के रंग में रंग गया। आप ही मेरा परिवार बन गया। स्वर्ग सच समष्टि की और चल पड़ा। अहम् से वयं का रास्ता चुन लिया।

और फिर तो आप का सुख ही मेरा सुख बन गया। आपका कल्याण ही मेरा कर्तव्य बन गया। और समर्पित भाव से आप सब की आशीर्वाद से कुछ न कुछ करता रहा। लेकिन जनता जनार्दन का इतना प्यार मिलेगा...ये तो कल्पना में भी नहीं था।

जब पीछे मुड़के देखता हूँ तो 13 वर्ष मुख्यमंत्री के रूप में, 12 वर्ष प्रधानमंत्री का सेवाकाल, डेमोक्रेटिक वर्ल्ड में 25 वर्षों तक करोड़ों-करोड़ वोटर्स का लगातार समर्थन ये मेरे लिए बहुत ही बड़े सौभाग्य की बात है।

मेरे लिए ये सिर्फ एक आंकड़ा नहीं है ये आपका आशीर्वाद ये मेरी बहुत बड़ी पूंजी है। देश का ये प्यार, ये आशीर्वाद मुझे अपने जीवन का पल-पल देशवासियों के सपनों को पूरा करने के लिए प्रेरित करता है।

साथियों,

दुनिया का कोई भी देश हो अगर उसे आगे बढ़ना है तो उसे बड़े सपने देखने ही होंगे। आज हमारा भारत भी बहुत बड़े सपने देख रहा है। आज देश कह रहा है - हमें सिर्फ ट्रांसफॉर्मेशन नहीं चाहिए हमें best चाहिए। और हमें बेस्ट ही नहीं हमें fastest चाहिए। और इसलिए जब भारत में Aspirations Unlimited हैं, तो Efforts भी Limitless हो रहे हैं।

जैसे भारत के युवाओं का उदाहरण है। आज भारत का युवा आसमान छूना चाहता है। वो startup शुरू करना चाहता है, वो quality products बनाना चाहता है, वो drone मैन्यूफैक्चर करना चाहता है, वो AI और semiconductor की दुनिया में भारत को आगे ले जाना चाहता है।

इसीलिए ही भारत का Startup ecosystem लगातार मजबूत हो रहा है अब हम दुनिया के तीसरे सबसे बड़े स्टार्ट अप इकोसिस्टम वाले देश हैं।

और साथियों,

आज भारत की aspiration सिर्फ अपनी सीमाओं तक नहीं है। भारत चाहता है वो Olympics host करे, global manufacturing hub बने,green energy leader बने, और दुनिया का growth engine बने।

बात वही है, Aspirations Unlimited हैं, और हमारे efforts की स्केल भी उतनी ही बड़ी है। record highways कंस्ट्रक्शन, record rail electrification, वंदे भारत जैसी सेमी-हाइस्पीड ट्रेनें, और दुनिया का इतना बड़ा renewable expansion, बड़े से बड़ा लक्ष्य हो, आज का भारत कहता है हम ये लक्ष्य पाकर ही रहेंगे। और हम ये करके दिखा रहे हैं।

साथियों,

आज का भारत, एक अभूतपूर्व परिवर्तन के दौर से गुज़र रहा है। आपने हाल में देखा होगा कि दुनिया की सबसे बड़ी और सफल AI समिट भारत ने आयोजित की। उससे पहले G-20 की सफल समिट भी भारत ने आयोजित की थी। ये कोई वन टाइम इवेंट नहीं था ये आज के भारत का मिज़ाज बन गया है।

दुनिया का सबसे बड़ा यूनीक आइडेंटिफिकेशन प्रोग्राम भारत ने चलाया। दुनिया के सबसे बड़े फाइनेंशियल इंक्लूजन प्रोग्राम में से एक भारत ने चलाया। जिस स्केल पर भारत डिजिटलाइजेशन कर रहा है, वो अभूतपूर्व है। दुनिया की सबसे बड़ी govt funded हेल्थ इंश्योरेंस स्कीम् भारत चला रहा है।

और हां, चांद पर भी भारत वहां पहुंचा, जहां पहले कोई नहीं पहुंच पाया था। और नूक्लीयर एनर्जी में दुनिया के सबसे एडवांस्ड फास्ट ब्रीडर रिएक्टर पर भी आज सफलता के साथ भारत काम कर रहा है।

साथियों,

भारत की जो ये स्केल है, ये हम इंफ्रास्ट्रक्चर निर्माण में भी देख रहे हैं। आज भारत में जो सोलर पार्क बन रहे हैं वो विश्व के सबसे बड़े पार्क्स में से एक हैं।

सबसे ऊंची और लंबी टनल्स हों, सबसे ऊंचे और लंबे bridges हों, सबसे लंबे एक्सप्रेसवे हों, सबसे बड़े मेट्रो नेटवर्क हो, सबसे बड़े सिविल एविएशन नेटवर्क हों, सबसे बड़े इलेक्ट्रिफाइड रेल नेटवर्क हों, इनमें से अनेक आज भारत में बन रहे हैं।

बीते सालों में भारत ने धरती से चंद्रमा की दूरी जितनी है, उससे भी 11 गुणा अधिक ऑप्टिकल फाइबर बिछाया है। एक दशक पहले हम मोबाइल फोन इंपोर्ट करते थे आज भारत, दूसरा सबसे बड़ा मोबाइल फोन मैन्युफेक्चरर है।

साथियों,

ये जो स्पीड और स्केल है इसके अलावा आज के भारत की एक और पहचान है। आज का भारत Innovation powered है। हमारे डिजिटल पब्लिक इंफ्रास्ट्रक्चर की चर्चा आज पूरी दुनिया में होती है। ये भारतीयों के इनोवेशन का बहुत बड़ा प्रमाण है।

आज पैसा रखना हो- तो डिजिटल वॉलेट है, डॉक्यूमेंट्स रखने हों- तो डिजी लॉकर है। ट्रैवल करना हो- तो डिजी यात्रा है। हेल्थकेयर का लाभ लेना हो- तो डिजिटल हेल्थ आईडी है।

साथियों,

आज भारत में हर महीने twenty Billion से ज्यादा UPI ट्रांजेक्शन होते हैं। यानि, पूरी दुनिया में हो रहे डिजिटल ट्रांजेक्शन में, आधे से ज्यादा, केवल भारत में हो रहें हैं।

और स्टार्ट अप तो, आज भारत के युवाओं का मिज़ाज बन चुका है। बारह साल पहले देश में 500 से भी कम स्टार्ट-अप्स थे, आज ये संख्या बढ़कर 2 लाख से ज्यादा हो गई है। और स्टार्टअप के दुनिया में भी, 2014 में भारत में सिर्फ चार यूनिकॉर्न थे। आज भारत में करीब सवा सौ एक्टिव यूनिकॉर्न हैं। 2025 में ही, करीब 44 हजार और नए startups रजिस्टर हुए हैं। आज AI, डिफेंस और स्पेस सेक्टर में हमारे स्टार्ट अप्स बहुत ही शानदार काम कर रहे हैं।

समय के साथ, रिसर्च और इनोवेशन का ये कल्चर और विराट होता जा रहा है। पिछले वर्ष ही भारत में सवा लाख से अधिक पेटेंट्स फाइल किए गए हैं।

साथियों,

भारत चिप मेकिंग में, सेमीकंडक्टर सेक्टर में भी बड़े कदम उठा रहा है। अभी भारत में 12 सेमीकंडक्टर प्लांट्स पर काम चल रहा है। इनमें से दो प्लांट्स में प्रोडक्शन भी शुरु हो चुका है। यानि अब चिप भी, डिजाडन्ड इन इंडिया, मेड इन इंडिया होगी।

साथियों,

भारत की ये aspiration driven जर्नी, हमारी डेमोक्रेसी को भी सशक्त कर रही है। जब लोगों के सपने सच होते हैं तो लोकतंत्र पर उनका भरोसा भी मजबूत होता है।

साथियों,

मैं आपको हाल के विधानसभा चुनावों का उदाहरण देता हूं। असम, बंगाल, केरलम्, तमिलनाडु और पुडुचेरी में इस बार Eighty से Ninety Percent तक वोटिंग हुई। इसमें भी वीमेन पार्टिसिपेशन बहुत ज्यादा बढ़ी है। ये हर राज्य का ट्रेंड है।

आज भारत में वोटर उत्साहित हैं, आप भी उत्साहित हैं। साथियों, हमें गर्व होता है की हर साल वोटिंग के रिकॉर्ड टूट रहे हैं।

साथियों,

भारत में 90 करोड़ से अधिक वोटर रजिस्टर्ड हैं। 2024 के लोकसभा चुनाव में sixty four करोड़ लोगों ने वोट डाला। यानि यूरोपियन यूनियन की टोटल पॉपुलेशन से भी ज्यादा भारतीयों ने वोटिंग की। भारत अपने हर सिटिजन की डेमोक्रेटिक पार्टिसिपेशन को वैल्यू करता है। और मदर ऑफ डेमोक्रेसी के रूप में, ये हम सभी के लिए बहुत गर्व की बात है।

साथियों,

भारत जब सफल होता है तो पूरी मानवता को उसका फायदा होता है। लेकिन आज मानवता के सामने अनेक बड़ी चुनौतियां भी हैं। आज की दुनिया, किस तरह नई-नई चुनौतियों से जूझ रही है।

पहले कोरोना आया फिर युद्ध होने शुरू हुए और अब आज की एनर्जी क्राइसिस है। ये दशक, दुनिया के लिए आपदाओं का दशक बन रहा है।

हम सभी देख रहे हैं। अगर, ये स्थितियां तेजी से नहीं बदली गईं तो बीते अनेक दशकों की उपलब्धियों पर पानी फिर जाएगा। दुनिया की बहुत बड़ी आबादी फिर से गरीबी के दलदल में चली जाएगी।

साथियों,

ऐसी वैश्विक परिस्थितियों में आज दुनिया resilient supply chain की बात कर रही है। और तब भारत और नेदरलैंड्स मिलकर, एक trusted, transparent और future-ready supply chain बनाने में जुटे हैं।

एनर्जी सिक्योरिटी से लेकर वॉटर सिक्योरिटी तक नेदरलैंड्स और भारत, मिलकर काम कर रहे हैं। ग्रीन हाईड्रोजन को लेकर हमारा को-ऑपरेशन बहुत महत्वपूर्ण है। और भारत और यूरोपीय यूनियन के बीच जो ऐतिहासिक ट्रेड एग्रीमेंट हुआ है इससे भारत और नेदरलैंड्स की साझेदारी और मजबूत होगी।

और इसका लाभ आप सभी को होगा। भारतीय businesses के लिए Europe में प्रवेश का natural gateway Netherlands बनेगा। और इस journey में हमारा diaspora trusted bridge बन सकता है। और में इसलिए कहता हूँ की diaspora India की ambition को भी समझता है और Europe के standards को भी जानता हैं। इससे यहां बसे भारतीयों को भी भारत के high-quality products के अधिक अवसर मिलेंगे।

साथियों,

नेदरलैंड्स ट्यूलिप की धरती है, और यहां के खूबसूरत ट्यूलिप्स को देखने के लिए दुनिया भर के लोग यहां आते हैं। भारत में भी, दुनिया के सबसे बड़े ट्यूलिप गार्डन्स में से एक हमारे जम्मू-कश्मीर में है, श्रीनगर में है।

और जिस तरह नेदरलैंड्स को ट्यूलिप्स के लिए जाना जाता है, वैसे ही भारत, लोटस यानि कमल के लिए जाना जाता है।

साथियों,

ट्यूलिप और कमल दोनों फूल हमें बताते हैं कि जड़ें चाहे पानी में हों या धरती पर अगर सही पोषण मिले तो सुंदरता भी मिलती है और स्ट्रेंथ भी आ जाती है। यही भारत और नेदरलैंड्स के बीच Partnership का भी आधार है।

साथियों,

हमारे बीच दोस्ती की एक और कड़ी है जिसकी उतनी चर्चा नहीं होती और वो है स्पोर्ट्स। हम दोनों देश, स्पोर्ट्स के क्षेत्र में बहुत कुछ मिलकर कर रहे हैं।

अब जैसे क्रिकेट है । नेदरलैंड्स की क्रिकेट में भारतीय समुदाय का बहुत बड़ा योगदान है। अभी भारत में टी-20 वर्ल्ड कप हुआ उसमें नेदरलैंड्स की टीम ने अच्छा प्रदर्शन किया। भारत वर्ल्ड कप चैंपियन है लेकिन भारत की टीम को भी, नेदरलैंड्स की टीम ने बहुत कड़ी टक्कर दी थी।

जब हम तेजा निदामनुरु और विक्रमजीत सिंह को नेदरलैंड्स की जर्सी में देखते हैं, या फिर, जब आर्यन दत्त जैसे युवा खिलाड़ी, डच क्रिकेट के फ्यूचर में कंट्रीब्यूट करते हैं तो हम सभी को बहुत अच्छा लगता है।

साथियों,

जैसे क्रिकेट में भारतीयों का योगदान है वैसे ही भारत की हॉकी में नेदरलैंड्स का भी बड़ा कंट्रीब्यूशन है। भारत की हॉकी को और अधिक निखारने में डच coaches की भी मेहनत रही है। हमारी वीमेन हॉकी टीम, बीते कुछ समय से शानदार परफॉर्मेंस कर रही है। इसमें, कोच मरीन का अहम रोल है।

और इस वर्ष तो हॉकी वर्ल्ड कप का होस्ट, नेदरलैंड्स भी है। और आप सभी को भारत के मैच देखने तो जाना ही जाना है। ये बात पक्की है, कि वर्ल्ड कप जो भी जीते, इतना पक्का है कि भारत और नेदरलैंड्स की दोस्ती ज़रूर जीतेगी।

साथियों,

भारत और नेदरलैंड्स के बीच के रिश्ते की असली ताकत आप सभी हैं। आप, इस पार्टनरशिप के जीवंत सेतु हैं, जीवंत भी हैं। इसलिए, भारत सरकार ने सूरीनामी हिंदुस्तानी समाज के लिए, OCI Card की Eligibility चौथी पीढ़ी से बढ़ाकर छठी पीढ़ी तक कर दी है।

साथियों,

21वीं सदी का भारत अवसरों की भूमि है। भारत technology-driven भी है और humanity-driven भी। भारत जितना ancient है उतना ही modern बन रहा है।

इसलिए ये समय भारत में आपके पुरखों के गांव से जुड़ने का भी है, और विकसित भारत की जर्नी में भागीदारी का भी है। मैं नेदरलैंड्स में भारतीय समुदाय के सभी साथियों से कहूंगा आप भारत में ज्यादा से ज्यादा सहयोग बढ़ाएं इससे भारत का सामर्थ्य भी बढ़ेगा और आपके इन्वेस्टमेंट्स पर रिटर्न भी ज्यादा मिलेगा और ये, मोदी की गारंटी है।

इतनी बड़े तादाद में आप सब आये। आप सब के दर्शन करने का सौभाग्य मिला। मुझे बहुत ख़ुशी हुवी। इसी भाव के साथ, मैं अपनी बात समाप्त करता हूं।

इतने गर्मजोशी भरे वेलकम के लिए, फिर से आप सबका बहुत बहुत धन्यवाद !

भारत माता की जय !