“ଅର୍ଥନୀତିର ଗୋଟିଏ କ୍ଷେତ୍ରର ଦାୟିତ୍ୱ ସମ୍ଭାଳିବା କୃଷିମନ୍ତ୍ରୀଙ୍କର ଏକମାତ୍ର କାର୍ଯ୍ୟ ନୁହେଁ, ତାଙ୍କୁ ମଧ୍ୟ ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ କାମ କରିବାକୁ ପଡିବ”
“ ‘ବ୍ୟାକ୍ ଟୁ ବେସିକ୍ସ’ଓ ମାର୍ଚ୍ଚ ଟୁ ଫ୍ୟୁଚର-ଏହି ଦୁଇ ତତ୍ତ୍ୱ୍ୱର ସଂଯୋଜନ ହିଁ ଭାରତର ନୀତି”
“ଆସନ୍ତୁ ଶ୍ରୀଅନ୍ନ (ମିଲେଟ୍ସ)କୁ ଆମର ପସନ୍ଦର ଖାଦ୍ୟ ଭାବେ ଗ୍ରହଣ କରିବା”
“ବିଶ୍ୱର ବିଭିନ୍ନ ପ୍ରାନ୍ତର ପାରମ୍ପରିକ ପଦ୍ଧତି ଆମକୁ ପୁନଃ ଉତ୍ପାଦନଶୀଳ କୃଷି ବିକଳ୍ପ ବାହାର କରିବାକୁ ଅନୁପ୍ରାଣିତ କରିପାରେ”
“ଜି-୨୦ କୃଷି କ୍ଷେତ୍ରରେ ଭାରତର ଅଗ୍ରାଧିକାର ହେଲା “ଏକ ବିଶ୍ୱ’କୁ ସୁସ୍ଥ ରଖିବା ସହିତ ‘ଏକ ପରିବାର’ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଏକ ଉଜ୍ଜ୍ୱଳ ‘ଏକକ ଭବିଷ୍ୟତ’ ପାଇଁ ଆଶା ଦେବା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଜି-୨୦ କୃଷିମନ୍ତ୍ରୀମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି । ସମବେତ ମନ୍ତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ କୃଷି ମାନବ ସଭ୍ୟତାର ହୃଦୟ । ଜଣେ କୃଷିମନ୍ତ୍ରୀଙ୍କର ଦାୟିତ୍ୱ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ରରେ କାମ କରିବାରେ ସୀମିତ ନୁହେଁ । ମାନବ ସମାଜର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ତାଙ୍କୁ କାମ କରିବାକୁ ମଧ୍ୟ ପଡିବ ।

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ କୃଷି ବିଶ୍ୱବ୍ୟାପୀ ୨. ୫ ବିଲିୟନ ଲୋକଙ୍କୁ ଜୀବିକା ଯୋଗାଉଛନ୍ତି । ଏହା ବିଶ୍ୱର ଗରିବ ଓ ସ୍ୱଳ୍ପଉନ୍ନତ ଦେଶମାନଙ୍କର ମୋଟ ଜିଡିପିର ପ୍ରାୟ ୩୦ ଶତାଂଶ । ଏହାଛଡା ଏସବୁ ଦେଶର ୬୦ଭାଗ ଜନତା ଏଥିରେ ନିଯୁକ୍ତ । ବିଶ୍ୱର ଦରିଦ୍ର ଓ ଅଳ୍ପୋନ୍ନତ ରାଷ୍ଟ୍ରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସେ କହିଥିଲେ ଯେ ଭୂ-ରାଜନୀତିକ ଉତ୍ତେଜନା ଓ କରୋନା ମହାମାରୀର ପ୍ରଭାବ ଯୋଗୁଁ ବିିଚ୍ଛିନ୍ନ ହୋଇଥିବା ଯୋଗାଣ ବ୍ୟବସ୍ଥା ଫଳରେ ଏସବୁ ଦେଶ ସଂକଟର ସମ୍ମୁଖୀନ । ଜଳବାୟୁ ପରିବର୍ତ୍ତନ ଫଳରେ ଅତିବୃଷ୍ଟି ଓ ଅନାବୃଷ୍ଟ ଭଳି ସମସ୍ୟା ବାରମ୍ବାର ସୃଷ୍ଟି ଦେଉଥିବାରୁ ଅଳ୍ନୋନ୍ନତ ତଥା ଗରିବ ଦେଶମାନେ ବିଶେଷ ପ୍ରଭାବିତ ହେଉଛନ୍ତି ।

କୃଷି କ୍ଷେତ୍ରକୁ ଭାରତର ଅବଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ନୀତିରେ ବ୍ୟାକ ଟୁ ବେସିକ୍ସ (ମୂଳକୁ ଫେରିଚାଲ) ଓ ମାର୍ଚ୍ଚ ଟୁ ଫ୍ୟୁଚର (ଆଗକୁ ମାଡିଚାଲ)ର ସମ୍ମିଶ୍ରଣ ଘଟିଛି । ଭାରତ ଉଭୟ ପ୍ରାକୃତିକ କୃଷି ଓ ଟେକ୍‌ନୋଲୋଜି ଆଧାରିତ କୃଷିକୁ ପ୍ରୋତ୍ସାହିତ କରୁଛି । ସାରା ଭାରତର କୃଷକମାନେ ଏବେ ଅଧିକରୁ ଅଧିକ ପ୍ରାକୃତିକ ଚାଷ କରୁଛନ୍ତି । ସେ ଆହୁରି କହିଥିଲେ ଯେ ଭାରତର ଚାଷୀମାନେ କୃତ୍ରିମ ସାର (ସିନ୍ଥେଟିକ ଫର୍ଟିଲାଇଜର) ଓ ପୋକମରା ଔଷଧ (କୀଟନାଶକ) ବ୍ୟବହାର କରୁନାହାନ୍ତି । ଏହା ସତ୍ୱେ ସେମାନେ ପୁନଃ ଉତ୍ପାଦନଶୀଳ ଚାଷକୁ ଅଗ୍ରାଧିକାର ଦେଉଛନ୍ତି । ମାଟି ମା’ର ଉତ୍ପାଦକତା ପ୍ରାକୃତିକ ଉପାୟରେ ବଢାଇ ସେମାନେ ଅଧିକ ଫସଲ ଉତ୍ପାଦନ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଫଳରେ ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷିତ ରହିବା ସହିତ ପ୍ରତି ବିନ୍ଦୁ ଜଳରେ ଅଧିକ ଫସଲ ଉତ୍ପାଦିତ ହେଉଛି । ଭାରତର ଚାଷୀମାନେ ପ୍ରାକୃତିକ କୃଷି ମାଧ୍ୟମରେ ଜୈବିକ ଖତସାର ପ୍ରୟୋଗ କରିବା ସହିତ ଫସଲରୁ ରୋଗପୋକ ଦୂର କରିବାକୁ ପାରମ୍ପରିକ ପଦ୍ଧତିର ଉପଯୋଗ କରୁଛନ୍ତି ।

 ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମ ଚାଷୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଚାଷରେ ନୂଆ ଟେକ୍‌ନୋଲୋଜି ବ୍ୟବହାର କରି ଉତ୍ପାଦନ ବଢାଉଛନ୍ତି । ଭାରତର ଚାଷୀ ଏବେ ନିଜ ଖେତରେ କିପରି ସୌରଶକ୍ତି ଚାଳିତ ପାଣିପମ୍ପ ବ୍ୟବହାର କରୁଛନ୍ତି ତାହାର ଉଦାହରଣ ମଧ୍ୟ ସେ ଦେଇଥିଲେ । ସୌର ଶକ୍ତିର ଉତ୍ପାଦନ,କୃଷି କାର୍ଯ୍ୟରେ ତାହାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଉପଯୋଗ, ଲାଭଜନକ ଫସଲ ଚାଷ ଓ ଉନ୍ନତ କୃଷି ପ୍ରଣାଳୀର ଉପଯୋଗ, ଫସଲରେ ନ୍ୟୁଟ୍ରିଏଣ୍ଟ ସିଞ୍ଚନ ଏବଂ ଫସଲର ସ୍ଥିତି ଦେଖିବାକୁ ଡ୍ରୋନର ବ୍ୟବହାର ଭାରତୀୟ ଚାଷୀ କିପରି କରୁଛନ୍ତି ତାହାର ସେ ଉଦାହରଣ ଦେଇଥିଲେ । ଏହି ସମ୍ମିଶ୍ରଣବାଦୀ ଆଭିମୁଖ୍ୟ(ଫ୍ୟୁଜନ ଆପ୍ରୋଚ) କୃଷି କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଥିଲେ । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ୨୦୨୩ ବର୍ଷଟିକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି । ହାଇଦରାବାଦରେ ଜି-୨୦ର ପ୍ରତିନିଧିମାନେ ସେମାନଙ୍କ ଖାଇବା ଟେବୁଲରେ ଏଭଳି ମିଲେଟ ବା ଶ୍ରୀଅନ୍ନ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପାଇବେ ଓ ଏହାର ସ୍ୱାଦ ପରଖିବେ । ଶ୍ରୀଅନ୍ନ ଏକ ସୁପରପୁଡ ବା ପରମ ଖାଦ୍ୟ ଏବଂ ଏହା ମଣିଷକୁ ସୁସ୍ଥ ସବଳ ରଖିବା ସହିତ ଚାଷୀର ଆୟ ବୃଦ୍ଧିରେ ସହାୟକ ହୋଇଥାଏ । ଏହି ଶ୍ରୀଅନ୍ନ ବା ମିଲେଟ ଅନୁର୍ବର ଜମିରେ ଖୁବ୍ କମ୍ ପାଣିରେ ଏବଂ ବିନା ସାର ଓ କୀଟନାଶକ ବ୍ୟବହାରରେ ଉତ୍ପାଦିତ ହୋଇଥାଏ । ଏଥିରେ ପରିଶ୍ରମ କମ୍‌, ଉତ୍ପାଦନ ଓ ଲାଭ ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଶ୍ରୀଅନ୍ନର ଇତିହାସ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କିସମର ଫସଲ ହଜାର ହଜାର ବର୍ଷ ଧରି ଚାଷ ହୋଇଆସୁଛି । ମାତ୍ର ବଜାର ଓ ବିକ୍ରିବଟାର ପ୍ରଭାବ ଯୋଗୁଁ ପାରମ୍ପରିକ ଭାବେ ଉତ୍ପାଦିତ ଏହି ମିଲେଟ୍ସର ମୂଲ୍ୟ ହଜି ଯାଇଛି । ତେଣୁ ଆସନ୍ତୁ ସମସ୍ତେ ପୁନର୍ବାର ଏହି ଶ୍ରୀଅନ୍ନକୁ ଆମର ପସନ୍ଦର ଖାଦ୍ୟ ଭାବେ ଗ୍ରହଣ କରିବା ବୋଲି ସେ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତ ଏକ ମିଲେଟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରୁଛି । ଏହା ଗୋଟିଏ ଉତ୍କର୍ଷ କେନ୍ଦ୍ରଭାବେ କାମ କରିବ । ଏହି କେନ୍ଦ୍ର ମିଲେଟ୍ସର ଉନ୍ନତ ଚାଷ, ଉତ୍ପାଦନ ବୃଦ୍ଧି, ସଂରକ୍ଷଣ, ଟେକ୍‌ନୋଲୋଜି ପ୍ରୟୋଗ ଆଦି ସଂକ୍ରାନ୍ତ ଶ୍ରେଷ୍ଠ ନୀତିକୁ ବିଭିନ୍ନ ଦେଶକୁ ଯୋଗାଇ ଦେବ । 

ବିଶ୍ୱର ଖାଦ୍ୟ ନିରାପତ୍ତା କିପରି ସୁରକ୍ଷିତ ହୋଇପାରିବ ସେ ଦିଗରେ ମିଳିତ ଭାବେ ଚିନ୍ତାକରି କାମ କରିବାକୁ ସେ ଜି-୨୦ କୃଷି ମନ୍ତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏକ ନିରନ୍ତର, ପୋଷଣୀୟ, ସମାବେଶୀ ଖାଦ୍ୟ ବ୍ୟବସ୍ଥା ତିଆରି କରି ସେଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଆହୁରି ମଧ୍ୟ ବିଶ୍ୱର ସାର ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସର୍ବୋପରି ଚାଷରେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବଢାଇବା ଫସଲର ସ୍ୱାସ୍ଥ୍ୟକୁ ବୃଦ୍ଧି କରିବା ସହିତ ଉତ୍ପାଦକତା ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ହେଉଥିବା ପାରମ୍ପରିକ ରୀତିର ଚାଷ ହୁଏତ ଏକ ବିକଳ୍ପ ପୁନଃ ଉତ୍ପାଦନକ୍ଷମ ବିକଳ୍ପ କୃଷି ପଦ୍ଧତି ବିକାଶରେ ସହାୟକ ହୋଇପାରେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଇନୋଭେସନ ଓ ଡିଜିଟାଲ ଟେକ୍‌ନୋଲୋଜି ସାହାଯ୍ୟରେ ଚାଷୀମାନଙ୍କୁ ସଶକ୍ତ କରାଯିବା ଆବଶ୍ୟକ । ବିଶେଷକରି ଅନୁନ୍ନତ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସ୍ୱଳ୍ପ ମୂଲ୍ୟରେ, ଶସ୍ତାରେ ଯେପରି ନୂଆ ନୂଆ କୃଷି ଟେକ୍‌ନୋଲୋଜି ଓ ସଲ୍ୟୁସନ୍ସ ପାଆନ୍ତି ସେଥିପ୍ରତି ଦୃୃଷ୍ଟି ଦିଆଯିବା ଆବଶ୍ୟକ । ଖାଦ୍ୟ ଓ କୃଷିଜାତ ଉତ୍ପାଦର ଅପଚୟକୁ ଅଗ୍ରାଧିକାର ଭିତ୍ତିରେ ବନ୍ଦ କରିବାକୁ ସମ୍ମିଳିତ ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବାକୁ ପୁଞ୍ଜିନିବେଶ କରାଯିବା ଉଚିତ ।

 ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଜି-୨୦ କୃଷି ଅଗ୍ରାଧିକାରରେ ଏକ ସୁସ୍ଥ ପୃଥିବୀ, ବିଶ୍ୱରୂପୀ ଗୋଟିଏ ପରିବାର ମଧ୍ୟରେ ସଦ୍‌ଭାବନା ପ୍ରତିଷ୍ଠା ଓ ଗୋଟିଏ ଭବିଷ୍ୟତ ପାଇଁ ଆଶା ପ୍ରଦାନ କରିବା ଏହି ତିନିଟି ବିଷୟ ରହିଛି । ବୈଠକର ଦୁଇଟି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ସେଥିରୁ ଗୋଟିଏ ହେଲା, “ ଦ ଡେକାନ୍ ହାଇ ଲେଭଲ ପ୍ରିନ୍ନିପୁଲ୍ସ ଅନ୍ ଫୁଡ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରେସନ ( ଦକ୍ଷିଣ ଉଚ୍ଚସ୍ତରୀୟ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିସାଧନ ନୀତି ) ଓ ଅନ୍ୟଟି ହେଲା ମିଲେଟ ଓ ଅନ୍ୟାନ୍ୟା ଶସ୍ୟ ପାଇଁ ମହର୍ଷି (ଗଇଐଇଜଓଝଐଓ) ପ୍ରୟାସ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇ ଉଦ୍ୟମ ପ୍ରତି ସମର୍ଥନ ଘୋଷଣା-ସମାବେଶୀତା, ନିରନ୍ତରତା, ପୋଷଣୀୟତା ଓ ସମର୍ଥ ଜ-କୃଷି ବ୍ୟବସ୍ଥା ପାଇଁ ମିଳିତ ଜ୍ଞାପନ ସହ ସମ୍ମାନ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
STEM Enrolment Crosses 1 Crore Mark, Women's Share Rises To 44%: Government Report

Media Coverage

STEM Enrolment Crosses 1 Crore Mark, Women's Share Rises To 44%: Government Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥