ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ରାଜ୍ୟ ଗୁଡ଼ିକୁ ବ୍ଲକ ସ୍ତରରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ଅନୁସରଣ କରିବାକୁ କହିଛନ୍ତି
ଏକ ବିକଶିତ ଭାରତ ଗଠନ କରିବା ନିମନ୍ତେ ଦେଶ ଭିତ୍ତିଭୂମି ସଂରଚନା, ପୁଞ୍ଜି ବିନିଯୋଗ, ନବସୃଜନ ଏବଂ ଅନ୍ତର୍ଭୂକ୍ତିକରଣ ଭଳି ଚାରୋଟି ସ୍ତମ୍ଭ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି : ପ୍ରଧାନମନ୍ତ୍ରୀ
ବିଶ୍ୱ ସ୍ତରରେ ଯୋଗାଣ ଶୃଙ୍ଖଳରେ ସ୍ଥିରତା ଆଣିବା ପାଇଁ ସମଗ୍ର ବିଶ୍ୱ ଭାରତ ଉପରେ ଦୃଷ୍ଟି ନିବଦ୍ଧ କରିଛି : ପ୍ରଧାନମନ୍ତ୍ରୀ
ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ବିଶ୍ୱ ଚାମ୍ପିଅନ୍ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳର ଅଂଶବିଶେଷ କରିବା ପାଇଁ ପଦକ୍ଷେପ ନିଆଯାଉ : ପ୍ରଧାନମନ୍ତ୍ରୀ
ଆମେ ଆତ୍ମ-ପ୍ରମାଣୀକରଣ, ବିବେଚିତ ଅନୁମୋଦନ ଏବଂ ଫର୍ମ ଗୁଡିକର ମାନକୀକରଣ ଆଡକୁ ଯିବା ଉଚିତ୍ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସାଇବର ସୁରକ୍ଷା ବୃଦ୍ଧି ଉପରେ ଧ୍ୟାନ ଦେବା ସହିତ ଉଭୟ ବ୍ୟକ୍ତିଗତ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରିଛନ୍ତି
ଅନ୍ତର୍ଜାତୀୟ ମିଲେଟ (ମୋଟା ଶସ୍ୟ) ବର୍ଷର ମହତ୍ୱ ଏବଂ ମିଲେଟ ଉତ୍ପାଦ ଗୁଡିକର ଲୋକପ୍ରିୟତା ବୃଦ୍ଧି ପାଇଁ ପଦକ୍ଷେପ ନେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଠାରେ ମୁଖ୍ୟ ସଚିବ ମାନଙ୍କର ଦ୍ୱିତୀୟ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜୁନ୍ ୨୦୨୨ରେ ଅନୁଷ୍ଠିତ ହୋଇଥିବା ଗତ ସମ୍ମିଳନୀ ପର ଠାରୁ ଦେଶ ହାସଲ କରିଥିବା ବିକାଶର ମାଇଲଖୁଂଟକୁ ମନେ ପକାଇଥିଲେ, ଯେଉଁଥିରେ ଭାରତକୁ ଜି - ୨୦ ର ଅଧ୍ୟକ୍ଷତା ପ୍ରାପ୍ତ ହେବା, ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବା, ନୂତନ ଷ୍ଟାର୍ଟଅପ୍ ଗୁଡିକର ଶୀଘ୍ର ପଞ୍ଜୀକରଣ, ମହାକାଶ କ୍ଷେତ୍ରରେ ଘରୋଇ ଖେଳାଳି ମାନଙ୍କର ପ୍ରବେଶ, ଜାତୀୟ ଲଜିଷ୍ଟିକ୍ ନିୟମର ଶୁଭାରମ୍ଭ, ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ୍ ର ଅନୁମୋଦନ ଇତ୍ୟାଦି ଭଳି ବିଭିନ୍ନ ପରିପ୍ରେକ୍ଷୀ ଗୁଡିକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ବିକାଶର ଗତିକୁ ବୃଦ୍ଧି କରିବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ଭାରତ ଗଠନ ପାଇଁ ଦେଶ ଭିତ୍ତିଭୂମି ସଂରଚନା, ପୁଞ୍ଜି ବିନିଯୋଗ, ନବସୃଜନ ଏବଂ ଅନ୍ତର୍ଭୂକ୍ତିକରଣ ଭଳି ଚାରୋଟି ସ୍ତମ୍ଭ ଉପରେ ଧ୍ୟାନ ଦେଉଛି । ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ଭାରତ ଉପରେ ନିଜର ବିଶ୍ୱାସକୁ ପ୍ରତିପାଦିତ କରୁଛି ଏବଂ ଆମକୁ ଏମିତି ଏକ ଦେଶ ଭାବରେ ବିଚାର କରାଯାଉଛି ଯାହା ବିଶ୍ୱ ସ୍ତରରେ ଯୋଗାଣ ଶୃଙ୍ଖଳରେ ସ୍ଥିରତା ଆଣିପାରିବ । ସେ କହିଛନ୍ତି ଯେ ଯଦି ରାଜ୍ୟମାନେ ନେତୃତ୍ୱ ନେବେ, ଗୁଣବତ୍ତା ଉପରେ ଧ୍ୟାନ ବଜାୟ ରଖିବେ ଏବଂ ଭାରତ- ପ୍ରଥମ ଆଭିମୁଖ୍ୟ ଗ୍ରହଣ କରିବେ, ତେବେ ଦେଶ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ଗୁଡ଼ିକୁ ଉନ୍ନତ ବିକାଶ ଶାସନ, ବ୍ୟବସାୟ କରିବାରେ ସହଜତା, ଜୀବନର ସହଜତା ଏବଂ ଦୃଢ଼ ଭିତ୍ତିଭୂମି ସୁବିଧା ଗୁଡିକ ଉପରେ ଧ୍ୟାନ ଦେବା ଉଚିତ୍ ।

ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନୁସାରେ ଦେଶର ବିଭିନ୍ନ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ମିଳିଥିବା ସଫଳତାକୁ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲା ମଡେଲ୍‌କୁ ଏବେ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ରୂପରେ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ନିଆଯିବା ଉଚିତ୍ । ବୈଠକରେ ଉପସ୍ଥିତ ଅଧିକାରୀ ମାନଙ୍କୁ ନିଜ ରାଜ୍ୟରେ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ ।

ଏମଏସଏମଇ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଗୁଡ଼ିକ ଏମଏସଏମଇର ଆନୁଷ୍ଠାନିକରଣ ଦିଗରେ ସକ୍ରିୟ ଭାବରେ କାର୍ଯ୍ୟ କରିବା ଉଚିତ । ଏହି ଏମଏସଏମଇ ଗୁଡ଼ିକୁ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମକୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା, ବଜାର ଏବଂ ଦକ୍ଷତା ପର୍ଯ୍ୟନ୍ତ ପହଂଚକୁ ଉପଲବ୍ଧ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଜିଏମ୍ ପୋର୍ଟାଲରେ ଅଧିକ ଏମଏସଏମଇ ଆଣିବା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ଏମଏସଏମଇ ଗୁଡ଼ିକୁ ବିଶ୍ୱ ଚାମ୍ପିୟନ ତଥା ବିଶ୍ୱ ମୂଲ୍ୟ ଶୃଙ୍ଖଳର ଅଂଶ ବିଶେଷ କରିବା ପାଇଁ ପଦକ୍ଷେପ ନେବା ଉଚିତ୍ । ଏମଏସଏମଇ ଗୁଡିକର ବିକାଶରେ କ୍ଲଷ୍ଟର ଆଭିମୁଖ୍ୟର ସଫଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶେଷ ସ୍ଥାନୀୟ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏବଂ ସେମାନଙ୍କ ପାଇଁ ଜିଆଇ ଟ୍ୟାଗ ପଞ୍ଜୀକରଣ ପାଇବା ପାଇଁ ଏମଏସଏମଇ କ୍ଲଷ୍ଟର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଂଯୋଗକୁ ଖୋଚି ବାହାର କରାଯାଇପାରିବ, ଏହାକୁ “ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ' ପ୍ରୟାସରେ ଯୋଡା ଯାଇପାରିବ. ଯାହା ଭୋକାଲ୍ ଫର ଲୋକାଲ୍‌’ର ସ୍ପଷ୍ଟ ଆହ୍ୱାନକୁ ଗତି ଦେବ । ସେ କହିଛନ୍ତି ଯେ ରାଜ୍ୟମାନେ ସେମାନଙ୍କର ସର୍ବୋତ୍ତମ ସ୍ଥାନୀୟ ଉତ୍ପାଦ ଗୁଡିକୁ ଚିହ୍ନଟ କରିବା ଉଚିତ ଏବଂ ସେସବୁକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାରେ ସାହାଯ୍ୟ କରିବା ଉଚିତ୍ । ଏଠାରେ ସେ ଷ୍ଟାଚ୍ୟୁ ଅଫ୍ ୟୁନିଟି ସ୍ଥିତ ଏକତା ମଲ୍‌ର ଉଦାହରଣ ମଧ୍ୟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶ ପୂର୍ବରୁ ସମ୍ମୁଖୀନ ହେଉଥିବା ଅତ୍ୟଧିକ ନିୟନ୍ତ୍ରଣ ଏବଂ ପ୍ରତିବନ୍ଧକର ବୋଝକୁ ମନେ ପକାଇ କହିଥିଲେ ଯେ, କେନ୍ଦ୍ରୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ହଜାର ହଜାର ନିୟମକୁ ଶେଷ କରିବା ଯୋଗୁଁ ଦେଶରେ ସଂସ୍କାର ଆସିଛି । ପୁରୁଣା ନିୟମକୁ ସମାପ୍ତ କରିବାର ଆବଶ୍ୟକତା ବିଷୟରେ ସେ ମଧ୍ୟ କହିଥିଲେ, ଯାହା ମଧ୍ୟରୁ କେତେକ ସ୍ୱାଧୀନତା ପର ଠାରୁ ଜାରି ରହିଛି ।

ବିଭିନ୍ନ ସରକାରୀ ବିଭାଗ କିପରି ସମାନ ଦସ୍ତାବିଜକୁ ମାଗିଥାନ୍ତି, ସେ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଏହି ସମୟର ଆବଶ୍ୟକତା ହେଉଛି ଆତ୍ମ- ପ୍ରମାଣୀକରଣ, ବିବେଚିତ ଅନୁମୋଦନ ଏବଂ ଫର୍ମର ମାନକୀକରଣ ଆଡକୁ ଯିବା । ଉଭୟ ବ୍ୟକ୍ତିଗତ ଏବଂ ସାମାଜିକ ଭିତ୍ତିଭୂମି ସଂରଚନାର ଉନ୍ନତି ଦିଗରେ ଦେଶ କିପରି କାର୍ଯ୍ୟ କରୁଛି ସେ ବିଷୟରେ ସେ କହିଥିଲେ ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ଉପରେ ଆଲୋଚନା କରିଥିଲେ । ତଥ୍ୟ ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଗୁଡିକର ନିର୍ବିଘ୍ନ ବିତରଣ ପାଇଁ ଏକ ସୁରକ୍ଷିତ ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମି ବିଷୟରେ ସେ ମଧ୍ୟ କହିଥିଲେ । ରାଜ୍ୟ ଗୁଡିକ ଏକ ଶକ୍ତିଶାଳୀ ସାଇବର ସୁରକ୍ଷା ରଣନୀତି ଆପଣାଇବାକୁ ଚେଷ୍ଟା କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ବିନିଯୋଗ ଭବିଷ୍ୟତ ପାଇଁ ଏକ ବୀମା ସଦୃଶ ହେବ । ସାଇବର ସୁରକ୍ଷା ଅଡିଟ୍ ପରିଚାଳନା ଏବଂ ବିପଦ ପରିଚାଳନା ଯୋଜନା ଗୁଡିକର ବିକାଶ ସହିତ ସମ୍ବନ୍ଧିତ ବିଷୟ ଗୁଡିକ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । 

ପ୍ରଧାନମନ୍ତ୍ରୀ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ଦେଶର ବିଶାଳ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ସମ୍ବଳ ସହିତ ସଜ୍ଜିତ ହୋଇ ରହିଛି ଏବଂ ଦେଶ ପାଇଁ ଅତୁଳନୀୟ ସୁଯୋଗ ପ୍ରଦାନ କରୁଛି । ବୃତ୍ତାକାର ଅର୍ଥନୀତି ବିଷୟରେ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମିଶନ୍ ଲାଇଫ୍ (ପରିବେଶ ଜୀବନଶୈଳୀ) ଏବଂ ଏହାକୁ ଆଗକୁ ବୃଦ୍ଧି କରିବାରେ ରାଜ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ଆଲୋକପାତ କରିଥିଲେ ।

ଭାରତର ପଦକ୍ଷେପ ଅନୁଯାୟୀ ମିଳିତ ଜାତିସଂଘ ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମିଲେଟ କେବଳ ସ୍ମାର୍ଟ ଖାଦ୍ୟ ନୁହେଁ ବରଂ ପରିବେଶ ଅନୁକୂଳ ଖାତ୍ୟ ଏବଂ ଏହା ଭବିଷ୍ୟତରେ ଏକ ନିରନ୍ତର ଖାଦ୍ୟ ହୋଇପାରିବ । ସେ କହିଛନ୍ତି ଯେ ମିଲେଟ ଉତ୍ପାଦ ସହ ଜଡିତ ଗବେଷଣା ଉପରେ ରାଜ୍ୟଗୁଡିକ କାର୍ଯ୍ୟ କରିବା ଉଚିତ, ଯେପରି ଏହାର ପ୍ରକ୍ରିୟାକରଣ, ପ୍ୟାକେଜିଂ, ମାର୍କେଟିଂ, ବ୍ରାଣ୍ଡିଂ ଏବଂ ମିଲେଟ ଉତ୍ପାଦର ସାମଗ୍ରିକ ମୂଲ୍ୟ ଯୋଗକୁ ପ୍ରୋତ୍ସାହନ ଇତ୍ୟାଦି । ପ୍ରଧାନମନ୍ତ୍ରୀ ଦେଶର ପ୍ରମୁଖ ସାର୍ବଜନିନ ସ୍ଥାନ ତଥା ରାଜ୍ୟ ସରକାରୀ କାର୍ଯ୍ୟାଳୟରେ 'ମିଲେଟ୍ କାଫେ' ପ୍ରତିଷ୍ଠା ଉପରେ ମଧ୍ୟ ଆଲୋଚନା କରି କହିଛନ୍ତି ଯେ ରାଜ୍ୟ ଗୁଡିକରେ ଆୟୋଜିତ ହେବାକୁ ଥିବା ଜି -୨୦ ବୈଠକ ଗୁଡିକରେ ମିଲେଟକୁ ମଧ୍ୟ ପ୍ରଦର୍ଶନ କରା ଯାଇପାରିବ । 

ରାଜ୍ୟ ଗୁଡିକରେ ଜି -୨୦ ବୈଠକ ସହ ଜଡିତ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ସାଧାରଣ ନାଗରିକ ମାନଙ୍କୁ ଜଡିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏହିପରି 'ନାଗରିକ ସଂଯୋଗ' ହାସଲ ପାଇଁ ସୃଜନଶୀଳ ସମାଧାନର ଯୋଜନା କରାଯିବା ଉଚିତ୍ । ଜି -୨୦ ସହ ଜଡିତ ପ୍ରସ୍ତୁତି ପାଇଁ ଏକ ଉତ୍ସର୍ଗୀକୃତ ଦଳ ଗଠନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଡ୍ରଗ୍ସ, ଆନ୍ତର୍ଜାତୀୟ ଅପରାଧ, ଆତଙ୍କବାଦ ଏବଂ ବିଦେଶୀ ମାଟିରେ ସୃଷ୍ଟି ହେଉଥିବା ଭୁଲ୍ ସୂଚନା ଯୋଗୁଁ ଆସୁଥିବା ଆହ୍ୱାନ ଉପରେ ପ୍ରଧାନମନ୍ତ୍ରୀ ରାଜ୍ୟ ମାନଙ୍କୁ ଚେତାବନୀ ଦେଇଛନ୍ତି ।

ଅମଲାତନ୍ତ୍ରର ଦକ୍ଷତା ବୃଦ୍ଧି କରିବା ଏବଂ ମିଶନ କର୍ମଯୋଗୀର ଶୁଭାରମ୍ଭର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ରାଜ୍ୟ ସରକାର ମାନଙ୍କୁ ସେମାନଙ୍କ ତାଲିମ ଭିତ୍ତିଭୂମି ସମୀକ୍ଷା କରିବା ସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟ ସଚିବଙ୍କ ଏହି ସମ୍ମିଳନୀ ଆୟୋଜନ କରିବା ପାଇଁ ବିଭିନ୍ନ ସ୍ତରର ପ୍ରାୟ ୪୦୦୦ ଅଧିକାରୀ କାର୍ଯ୍ୟ କରିଛନ୍ତି, ଯେଉଁଥି ପାଇଁ ୧ ଲକ୍ଷ ୧୫ ହଜାରରୁ ଅଧିକ ଶ୍ରମ ଘଣ୍ଟା ବିନିଯୋଗ କରାଯାଇଥିଲା । ଏହି ପ୍ରୟାସ ଗୁଡିକ ତୃଣମୂଳ ସ୍ତରରେ ମଧ୍ୟ ପ୍ରତିଫଳିତ ହେବା ଉଚିତ୍ ଏବଂ ସମ୍ମିଳନୀରୁ ବାହାରିଥିବା ପରାମର୍ଶକୁ ଆଧାର କରି କାର୍ଯ୍ୟ ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାକୁ ରାଜ୍ୟ ମାନଙ୍କୁ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନୀତି ଆୟୋଗ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତିଯୋଗିତା ବିକାଶ କରିବା ଉଚିତ୍ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
500 ethanol pumps by year-end: Union minister Hardeep Singh Puri

Media Coverage

500 ethanol pumps by year-end: Union minister Hardeep Singh Puri
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.