ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଖେଲୋ ଇଣ୍ଡିଆ ଉପକ୍ରମର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବାରେ ଏହାର ଭୂମିକାକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଖେଲୋ ଇଣ୍ଡିଆ ଉପକ୍ରମର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସହ କ୍ରୀଡାବିତମାନଙ୍କୁ ଆଗେଇ ନେବା ପାଇଁ ମଂଚ ପ୍ରଦାନ କରିବାରେ ଏହାର ଭୂମିକା ବେଶ ପ୍ରଶଂସନୀୟ । ଆମ ସରକାର ଭାରତରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଉଦ୍ୟମ ଜାରି ରଖିବ ।”
As we mark #5YearsOfKheloIndia, we acknowledge the role played by this initiative in encouraging sporting talent and giving a great platform to athletes to shine. Our Government shall continue to create the ideal environment for sports to thrive in India. https://t.co/kGM23DIAbV
— Narendra Modi (@narendramodi) April 22, 2023


