PM Modi interacts with scientists from the Indian Institute of Science Education and Research in Pune
Develop low-cost technologies that would cater to India specific requirements and help in fast-tracking India's growth: PM urges IISER scientists

ମହାରାଷ୍ଟ୍ରର ପୁଣେସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ଆଇଜର)ର ବୈଜ୍ଞାନିକମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ବିନିମୟ କରିଛନ୍ତି ।

କୃଷି ଜୈବ ପ୍ରଯୁକ୍ତି, ସ୍ଵଚ୍ଛ ଇନ୍ଧନର ପ୍ରୟୋଗ ଓ ପ୍ରାକୃତିକ ସମ୍ପଦର ସୁବିନିଯୋଗ ଆଦି ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଆଇଜର ବୈଜ୍ଞାନିକମାନେ ଉପସ୍ଥାପନା କରିଥିଲେ । ଆଣବିକ ଜୀବ ବିଜ୍ଞାନ, ରୋଗ ପ୍ରତିଷେଧକ, ଜଳବାୟୁ ଅଧ୍ୟୟନ ଏବଂ ଗାଣିତିକ ଅର୍ଥ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସମ୍ପର୍କରେ ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ବୈଜ୍ଞାନିକମାନଙ୍କ ସୂଚନାଗତ ଉପସ୍ଥାପନା ଲାଗି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସ୍ୱଳ୍ପ ମୂଲ୍ୟର ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଥିଲେ, ଯାହା ଭାରତର ବିଶେଷ ଆବଶ୍ୟକତାକୁ ପୂରଣ କରିବା ସହିତ ଦେଶର ବିକାଶ ଗତିକୁ ବଢାଇବାରେ ସହାୟକ ହେବ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣେର ଆଇଜର ପରିସର ବୁଲି ଦେଖିଥିଲେ ଏବଂ ଛାତ୍ର ଓ ଗବେଷକଙ୍କ ସହ ମତ ବିନିମୟ କରିଥିଲେ । ଆଇଜରରେ ସି-ଡିଏସି ଦ୍ଵାରା ସ୍ଥାପିତ ସୁପର କମ୍ପ୍ୟୁଟର ପରମ ବ୍ରହ୍ମକୁ ମଧ୍ୟ ଦେଖିଥିଲେ, ଯେଉଁଥିରେ 797 ଟେରାଫ୍ଲପ୍ସର ଚରମ କମ୍ପ୍ୟୁଟିଂ କ୍ଷମତା ରହିଛି ।

ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନଗୁଡିକ ଭାରତର ପ୍ରମୁଖ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନର ଏକ ସମୂହ ଅଟେ ।
ପୁଣେଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଗସ୍ତ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India vehicle retail sales seen steady in December as tax cuts spur demand: FADA

Media Coverage

India vehicle retail sales seen steady in December as tax cuts spur demand: FADA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Modi Meets Mr. Lip-Bu Tan, Hails Intel’s Commitment to India’s Semiconductor Journey
December 09, 2025

Prime Minister Shri Narendra Modi today expressed his delight at meeting Mr. Lip-Bu Tan and warmly welcomed Intel’s commitment to India’s semiconductor journey.

The Prime Minister in a post on X stated:

“Glad to have met Mr. Lip-Bu Tan. India welcomes Intel’s commitment to our semiconductor journey. I am sure Intel will have a great experience working with our youth to build an innovation-driven future for technology.”