ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶ ବାସୀଙ୍କୁ ରାଜ୍ୟର 50ତମ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସର 50 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଶୁଭକାମନା । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନମୁଗ୍ଧକାରୀ ପର୍ଯ୍ୟଟନ ସ୍ଥଳୀଗୁଡକ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପ୍ରଦେଶ ପ୍ରତ୍ୟେକ ଦିନ ବିକାଶର ନୂଆ ମାନଦଣ୍ଡ ପ୍ରତିଷ୍ଠା କରିବା ଦିଗରେ ଅଗ୍ରସର ହେଉ ଏବଂ ଦେଶର ପ୍ରଗତିରେ ମଧ୍ୟ ନିଜର ଯୋଗଦାନ ଅକ୍ଷୁର୍ଣ୍ଣ ରଖୁ ।
हिमाचल प्रदेश के पूर्ण राज्यत्व दिवस के 50 वर्ष पूरे होने पर राज्य के सभी निवासियों को मेरी हार्दिक शुभकामनाएं। प्राकृतिक सुंदरता और मनमोहक पर्यटन स्थलों के लिए प्रसिद्ध यह प्रदेश विकास के नित नए मानदंड गढ़ता रहे और देश की उन्नति में अपना योगदान देता रहे। #SwarnimHimachal
— Narendra Modi (@narendramodi) January 25, 2021


