ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଦ୍ରୁକ ନ୍ୟାମରୂପ ଶୋଗପା ରାଷ୍ଟ୍ରପତି ଡ.ଲୋଟେ ସେରିଙ୍ଗଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥିଲେ  । ଭୁଟାନର ତୃତୀୟ ସାଧାରଣ ନିର୍ବାଚନରେ ଡ. ଲୋଟେ ସେରିଙ୍ଗଙ୍କ ଦଳ ବିଜୟ ଲାଭ କରି ଜାତୀୟ ଆସେମ୍ବିଲିକୁ ନିର୍ବାଚିତ ହୋଇଥିବାରୁ ପ୍ରଧାମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ  । ସଫଳତାର ସହ ସାଧାରଣ ନିର୍ବାଚନ ପରିଚାଳନା ଭୁଟାନରେ ଲୋକତନ୍ତ୍ରର ସମୃଦ୍ଧିକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ  । ଏହି ନିର୍ବାଚନ ପରିଚାଳନା ସଫଳତାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱାଗତ କରିଥିଲେ  ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଭୂଟାନ ସହିତ ଭାରତର ବନ୍ଧୁତ୍ୱ ଏବଂ ସହଯୋଗୀର ଅଦ୍ୱିତୀୟ ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି ଯାହା ଦୁଇ ଦେଶର କଲ୍ୟାଣ, ମୂଲ୍ୟବୋଧ, ଅଖଣ୍ଡ ବିଶ୍ୱାସ, ସଦ୍ଭାବନା ଏବଂ ପାରସ୍ପରିକ ବୁଝାମଣା ଉପରେ ଆଧାରିତ  ।

ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ସଂପର୍କର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲୋକମାନଙ୍କର ପ୍ରାଥମିକତା ଏବଂ କଲ୍ୟାଣ ଆଧାରରେ ସାମାଜିକ-ଆର୍ଥିକ ପରିବର୍ତ୍ତନର ପ୍ରଚେଷ୍ଟାରେ ଭୂଟାନରେ ନୂତନ ସରକାରଙ୍କ ସହିତ କାର୍ଯ୍ୟ କରିବାକୁ ଭାରତର ଦୃଢ ପ୍ରତିବଦ୍ଧତାକୁ ଦୋହରାଇଥିଲେ  । ଡ.ଲୋଟେ ସେରିଙ୍ଗଙ୍କୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆମନ୍ତ୍ରିତ କରିଥିଲେ  ।

ଡ.ଲୋଟେ ସେରିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଅତିଶୀଘ୍ର ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ ସ୍ୱୀକାର କରିଥିଲେ  । ଦୁଇ ନେତା ଭୂଟାନ ଏବଂ ଭାରତର ଲୋକମାନଙ୍କ କଲ୍ୟାଣ ପାଇଁ ନୂତନ ଶିଖରରେ ପହଞ୍ଚିଥିବା ଅଦ୍ୱିତୀୟ ଏବଂ ବହୁପକ୍ଷୀୟ ଦ୍ୱିପାକ୍ଷୀକ ସହଯୋଗକୁ ଆହୁରି ଆଗକୁ ବଢାଇବା ପାଇଁ ସହମତି ଜଣାଇଥିଲେ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 7, 2025
December 07, 2025

National Resolve in Action: PM Modi's Policies Driving Economic Dynamism and Inclusivity