ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ଜୋର୍ଡାନ ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନର ହାସେମାଇଟ୍ ରାଜ୍ୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜୋର୍ଡାନବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜୋର୍ଡାନ ମହାରାଜାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି, ଯାହାଙ୍କ ଅଧୀନରେ ଜୋର୍ଡାନ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତି ଅଭିବୃଦ୍ଧି ହାସଲ କରିଛି ଏବଂ ଅର୍ଥନୈତିକ ଏବଂ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ହାସଲ କରିପାରିଛି । ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କର ପ୍ରମୁଖ ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜୋର୍ଡାନ ଆଜି ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଶକ୍ତିଶାଳୀ ସ୍ୱର ଏବଂ ମଧ୍ୟମତାର ପ୍ରତୀକ ଭାବରେ ଉଭା ହୋଇଛି ।

ଭାରତ ଏବଂ ଜୋର୍ଡାନ ମଧ୍ୟରେ ସମ୍ପର୍କର ଗଭୀରତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ୨୦୧୮ ରେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କର ଐତିହାସିକ ଭାରତ ଗସ୍ତକୁ ମନେ ପକାଇଥିଲେ, ଯେଉଁଥିରେ ମହାରାଜା ୨୦୦୪ ର ଅମନ ବାର୍ତ୍ତାକୁ ସହନଶୀଳତା, ଏକତା ଏବଂ ମାନବ ପ୍ରତି ସମ୍ମାନର ପୁନରାବୃତ୍ତି କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ମଧ୍ୟମତା ଏବଂ ଶାନ୍ତିପୂର୍ଣ୍ଣ ସହଭାଗିତା ଜରୁରୀ ଅଟେ । ସମଗ୍ର ମାନବ ଜାତିର ବୃହତ୍ତର ଭବିଷ୍ୟତ ପାଇଁ ଉଭୟ ଦେଶ ମିଳିତ ଭାବେ ଚାଲିବା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived