ମହାମହିମ, ପ୍ରଧାନମନ୍ତ୍ରୀ ମିତ୍‌ସୋ-ତାକିସ୍,

ଉଭୟ ଦେଶର ପ୍ରତିନିଧିମଣ୍ଡଳୀ,

ମିଡିଆ ବନ୍ଧୁଗଣ,

 

ନମସ୍କାର !

ପ୍ରଧାନମନ୍ତ୍ରୀ ମିତସୋ-ତାକିସ୍ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଗତବର୍ଷ ଗ୍ରୀସ୍ ଗସ୍ତ ପରେ ତାଙ୍କର ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାର ସଙ୍କେତ। ଏବଂ ଷୋହଳ ବର୍ଷ ର ବ୍ୟବଧାନ ପରେ ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ନିଶ୍ଚିତ ଭାବରେ ଏକ ଐତିହାସିକ ଅବସର ।

 

ବନ୍ଧୁଗଣ,
ଆଜି ଆମର ଆଲୋଚନା ଅତ୍ୟନ୍ତ ଫଳପ୍ରଦ ଏବଂ ଉପଯୋଗୀ ଥିଲା । ଏହା ଖୁସିର ବିଷୟ ଯେ ଆମେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛୁ । ଆମେ ଆମ ସହଯୋଗକୁ ନୂତନ ଶକ୍ତି ଏବଂ ଦିଗ ଦେବା ପାଇଁ ଅନେକ ନୂତନ ସୁଯୋଗ ଚିହ୍ନଟ କରିଛୁ। କୃଷି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗର ଅନେକ ସମ୍ଭାବନା ରହିଛି। ଏବଂ ମୁଁ ଖୁସି ଯେ ଉଭୟ ପକ୍ଷ ଗତ ବର୍ଷ ଏହି କ୍ଷେତ୍ରରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଫାର୍ମା, ମେଡିକାଲ ଉପକରଣ, ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ମହାକାଶ ଭଳି ଅନେକ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆମେ ଗୁରୁତ୍ୱାରୋପ କରିଛୁ ।


ଦୁଇ ଦେଶର ଷ୍ଟାର୍ଟଅପ୍ କୁ ସଂଯୋଗ କରିବା ନେଇ ମଧ୍ୟ ଆମେ ଆଲୋଚନା କରିଛୁ। ଜାହାଜ ଚଳାଚଳ ଏବଂ ଯୋଗାଯୋଗ ଉଭୟ ଦେଶ ପାଇଁ ଉଚ୍ଚ ପ୍ରାଥମିକତା ବିଷୟ ଅଟେ । ଏହି ସବୁ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ।

 

ବନ୍ଧୁଗଣ,
ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ଆମର ଗଭୀର ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରେ । ଏହି କ୍ଷେତ୍ରରେ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ହେବା ଦ୍ୱାରା ଆମେ ପ୍ରତିରକ୍ଷା, ସାଇବର ସୁରକ୍ଷା, ଆତଙ୍କବାଦ ମୁକାବିଲା ଏବଂ ସାମୁଦ୍ରିକ ନିରାପତ୍ତା ଭଳି ସାଧାରଣ ଆହ୍ୱାନ ଉପରେ ପାରସ୍ପରିକ ସମନ୍ୱୟ ବୃଦ୍ଧି କରିବାରେ ସକ୍ଷମ ହୋଇପାରିବୁ ।

ଭାରତରେ ପ୍ରତିରକ୍ଷା ଉତ୍ପାଦନରେ ସହ-ଉତ୍ପାଦନ ଏବଂ ସହ-ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରାଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ହୋଇପାରେ । ଆମେ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପକୁ ଯୋଡିବାକୁ ରାଜି ହୋଇଛୁ । ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଓ ଗ୍ରୀସ୍ ସମାନ ଚିନ୍ତା ଓ ପ୍ରାଥମିକତା ରଖିଛନ୍ତି। ଏହି କ୍ଷେତ୍ରରେ ଆମର ସହଯୋଗକୁ କିପରି ଆହୁରି ସୁଦୃଢ଼ କରାଯାଇପାରିବ ସେ ନେଇ ଆମେ ବିସ୍ତୃତ ଭାବେ ଆଲୋଚନା କରିଛୁ ।

 

ବନ୍ଧୁଗଣ,
ଦୁଇଟି ପ୍ରାଚୀନ ଏବଂ ମହାନ ସଭ୍ୟତା ଭାବରେ ଭାରତ ଏବଂ ଗ୍ରୀସର ଗଭୀର ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କର ଏକ ଦୀର୍ଘ ଇତିହାସ ରହିଛି । ପାଖାପାଖି ଅଢ଼େଇ ହଜାର ବର୍ଷ ଧରି ଦୁଇ ଦେଶର ଲୋକ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସହିତ ଚିନ୍ତାଧାରା ଆଦାନପ୍ରଦାନ କରି ଆସୁଛନ୍ତି।


ଏହି ସମ୍ପର୍କକୁ ଆଧୁନିକ ରୂପ ଦେବା ପାଇଁ ଆଜି ଆମେ ଅନେକ ନୂତନ ପଦକ୍ଷେପ ଚିହ୍ନଟ କରିଛୁ । ଆମେ ଦୁଇ ଦେଶ ମଧ୍ୟରେ ମାଇଗ୍ରେସନ୍ ଏବଂ ମୋବିଲିଟି ପାର୍ଟନରସିପ୍ ରାଜିନାମାର ଶୀଘ୍ର ସମାପ୍ତି ବିଷୟରେ ଆଲୋଚନା କରିଛୁ । ଏହା ଆମର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।


ଦୁଇ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଆମେ ଗୁରୁତ୍ୱାରୋପ କରିଛୁ । ଆସନ୍ତା ବର୍ଷ ଭାରତ ଓ ଗ୍ରୀସ୍ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ ପାଇଁ ଆମେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏହା ଦ୍ୱାରା ଆମେ ମିଳିତ ଐତିହ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ, କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଭୟ ଦେଶର ଉପଲବ୍ଧିକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିପାରିବା ।


ବନ୍ଧୁଗଣ,
ଆଜିର ବୈଠକରେ ଆମେ ଅନେକ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ । ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦ ଏବଂ ଉତ୍ତେଜନାର ସମାଧାନ ହେବା ଉଚିତ ବୋଲି ଆମେ ସହମତ । ଭାରତ-ପ୍ରଶାନ୍ତ ମହାସାଗରରେ ଗ୍ରୀସର ସକ୍ରିୟ ଅଂଶଗ୍ରହଣ ଏବଂ ସକାରାତ୍ମକ ଭୂମିକାକୁ ଆମେ ସ୍ୱାଗତ କରୁଛୁ । ଏହା ଖୁସିର ବିଷୟ ଯେ ଗ୍ରୀସ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ମଧ୍ୟ ସହଯୋଗ ପାଇଁ ସହମତି ପ୍ରକାଶ ପାଇଛି। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆରମ୍ଭ ହୋଇଥିବା ଆଇ-ମ୍ୟାକ୍ କରିଡର ଦୀର୍ଘକାଳୀନ ଭାବେ ମାନବ ଜାତିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଗ୍ରୀସ ମଧ୍ୟ ଏହି ପଦକ୍ଷେପରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରେ । ଜାତିସଂଘ ଏବଂ ଅନ୍ୟାନ୍ୟ ବୈଶ୍ୱିକ ଅନୁଷ୍ଠାନଗୁଡ଼ିକୁ ସମସାମୟିକ କରିବା ପାଇଁ ଆମେ ସଂସ୍କାର ଆଣିବାକୁ ସହମତ । ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଓ ଗ୍ରୀସ୍ ନିଜର ଉଦ୍ୟମ ଜାରି ରଖିବେ।

ମହାମହିମ,
ଆଜି ସନ୍ଧ୍ୟାରେ ରାଇସିନା ଡାଏଲଗରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆମେ ସମସ୍ତେ ସେଠାରେ ଆପଣଙ୍କ ସମ୍ବୋଧନ ଶୁଣିବାକୁ ଅପେକ୍ଷା କରିଛୁ । ଆପଣଙ୍କ ଭାରତ ଗସ୍ତ ଏବଂ ଆମର ଫଳପ୍ରଦ ଆଲୋଚନା ପାଇଁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi