Bangladesh Bhavan is a symbol of the cultural ties between India and Bangladesh: PM Modi
Gurudev Tagore connects India and Bangladesh: PM Modi
Gurudev Tagore's credo of Universal Humanism is reflected in the Union Government's guiding principle of "Sabka Saath, Sabka Vikas”: PM Modi

ମିତ୍ର ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା, ସମ୍ମାନନୀୟ ଅତିଥିଗଣ, ମୁଖ୍ୟମନ୍ତ୍ରୀ ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ମହାଶୟ, ସାଥୀଗଣ ।

‘ବାଂଲାଦେଶ ଭବନ’ ହେଉଛି ଭାରତ ଏବଂ ବାଂଲାଦେଶର ସାଂସ୍କୃତିକ ମୈତ୍ରୀର ପ୍ରତୀକ । ଏହି ଭବନ ଦୁଇ ଦେଶର କୋଟି କୋଟି ଲୋକଙ୍କ ମଧ୍ୟରେ କଳା, ଭାଷା, ସଂସ୍କୃତି, ଶିକ୍ଷା, ପାରିବାରିକ ସଂପର୍କ ଏବଂ ଅତ୍ୟାଚାର ବିରୁଦ୍ଧରେ ସମ୍ମିଳିତ ସଂଘର୍ଷରୁ ମଜବୁତ ହୋଇଥିବା ସଂପର୍କର ମଧ୍ୟ ପ୍ରତୀକ । ଏହି ଭବନର ନିର୍ମାଣ ପାଇଁ ମୁଁ ଶେଖ ହାସିନା ମହାଶୟାଙ୍କୁ ଏବଂ ବାଂଲାଦେଶର ଜନତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ।

ଗୁରୁଦେବ ଟାଗୋର, ଯିଏ ଭାରତ ଆଉ ବାଂଲାଦେଶ ଦୁଇଟିଯାକ ଦେଶର ରାଷ୍ଟ୍ରୀୟ ସଙ୍ଗୀତର ରଚୟିତା,ତାଙ୍କର କର୍ମଭୂମିରେ, ରମଜାନର ପବିତ୍ର ମାସରେ, ଏହି ଭବନର ଉଦ୍ଘାଟନ ହେଉଛି ବହୁତ ଖୁସିର ସମୟ ।

ସାଥୀଗଣ, ଏହି ବିଶ୍ୱବିଦ୍ୟାଳୟ ଏବଂ ଏହି ପବିତ୍ର ଭୂମିର ଇତିହାସ ବାଂଲାଦେଶର ସ୍ୱାଧୀନତା, ଭାରତର ସ୍ୱାଧୀନତା, ଏବଂ ଉପନିବେଶବାଦ ସମୟରେ ବାଂଲାଦେଶର ବିଭାଜନଠାରୁ ମଧ୍ୟ ହେଉଛି ପୁରୁଣା । ଏହା ହେଉଛି ଆମର ସେହି ଦ୍ୱିପାକ୍ଷିକ ପରମ୍ପରାର ପ୍ରତୀକ ଯାହାକୁ ନା ତ, ଇଂରେଜମାନେ ବାଣ୍ଟି ପାରିଲେ ଆଉ ନା ହିଁ ବିଭାଜନ ରାଜନୀତି । ଏହି ଦ୍ୱିପାକ୍ଷିକ ପରମ୍ପରାର ଗଙ୍ଗାସାଗରର ଅଗଣିତ ଲହରିମାଳା ଦୁଇ ଦେଶର କୂଳକୁ ସମାନ ଭାବେ ସ୍ପର୍ଶ କରିଥାଏ । ଆମର ସମାନତା ହେଉଛି ଆମର ସମ୍ବନ୍ଧଗୁଡିକର ସୁଦୃଢ଼ତାର ସୂତ୍ର ।

ବଙ୍ଗବନ୍ଧୁ ଶେଖ ମୁଜୀବୁର ରେହମାନଙ୍କୁ ଯେତିକି ସମ୍ମାନ ବାଂଲାଦେଶରେ ମିଳିଥାଏ ସେତିକି ମଧ୍ୟ ହିନ୍ଦୁସ୍ଥାନର ମାଟିରେ ମିଳିଥାଏ । ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ମହାତ୍ମାଗାନ୍ଧିଙ୍କ ପାଇଁ ଯେଉଁ ଭାବନା ଭାରତରେ ରହିଛି, ଠିକ୍ ସେହିଭଳି ଭାବେ ବାଂଲାଦେଶରେ ମଧ୍ୟ ଦେଖିବାକୁ ମିଳେ ।

ବିଶ୍ୱ କବି ଟାଗୋରଙ୍କ କବିତା ଆଉ ସଙ୍ଗୀତ ବାଂଲାଦେଶର ଗାଁ ଗାଁରେ ଗୁଞ୍ଜରିତ ହୋଇଥାଏ, ତ କାଜି ନଜରୁଲ୍ ଇସଲାମଙ୍କ ରଚନାଗୁଡ଼ିକ ଏଠାକାର ପଶ୍ଚିମବଙ୍ଗର ଗଳି କନ୍ଦିରେ ମଧ୍ୟ ଶୁଣିବାକୁ ମିଳେ ।

ବାଂଲାଦେଶର କେତେକ ଗଣ୍ୟମାନ୍ୟ ପ୍ରତିଭାଙ୍କର ନାମ ଏହି ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ହୋଇଛି । ଏମାନଙ୍କ ମଧ୍ୟରେ ରିଜୱାନା ଚୌଧୁରୀ, ଅଦିତି ମୋହସିନ, ଲିଲି ଇସଲାମ, ଲିନା ତପୋଶୀ, ଶର୍ମିଳା ବାନାର୍ଜି ଏବଂ ନିଶାର ହୁସେନଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି ।

ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଦୂର ଦୃଷ୍ଟିର ପରିଣାମ ଏହି ସନ୍ଧ୍ୟା ଆମର ରାଜନୈତକ ସୀମା ଏବଂ ବନ୍ଧନରୁ ବହୁ ଦୂରରେ । ଗରୁଦେବ ସ୍ୱୟଂ ଜଣେ ସ୍ୱତନ୍ତ୍ର ବିଚାରଧାରାର ବ୍ୟକ୍ତି ଥିଲେ, ଯାହାଙ୍କୁ କୌଣସି ସୀମାର ବନ୍ଧନ ବାନ୍ଧି ପାରିନାହିଁ । ସେ ହେଉଛନ୍ତି ଯେତିକି ଭାରତର, ସେତିକି ମଧ୍ୟ ବାଂଲାଦେଶର । ଗଗନ ହରକାରା ଏବଂ ଲାଲନ ଫକିରଙ୍କର ବେଙ୍ଗଲୀ ଲୋକ ସଙ୍ଗୀତରୁ ସେମାନଙ୍କର ପରିଚୟ ବାଂଲାଦେଶର ମାଟିରେ ହୋଇଥିଲା । ଆମାର ସୋନାର ବାଙ୍ଗଲା ସ୍ୱର (ଧୂନ୍) ପାଇଁ ତାଙ୍କୁ ଗଗନ ହରକାରାଙ୍କଠାରୁ ପ୍ରେରଣା ମିଳିଥିଲା । ବାଉଲ ସଙ୍ଗୀତର ପ୍ରଭାବ ରବୀନ୍ଦ୍ର ସଙ୍ଗୀତରେ ସ୍ପଷ୍ଟ ଶୁଣିବାକୁ ମିଳିଥାଏ ।

ସ୍ୱୟଂ ବଙ୍ଗବନ୍ଧୁ ମଧ୍ୟ ଗୁରୁଦେବଙ୍କ ବିଚାର ଆଉ ତାଙ୍କ କଳାର ବହୁତ ବଡ଼ ପ୍ରଶଂସକ ଥିଲେ । ଏହା ଟାଗୋରଙ୍କ ସାର୍ବଭୌମ ମାନବବାଦର ବିଚାର ଥିଲା । ଯେଉଁଥିରୁ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନଙ୍କୁ ପ୍ରଭାବିତ କରିଥିଲା । ଗୁରୁଦେବଙ୍କର ‘ସୋନାର ବାଙ୍ଗଲା’ ବଙ୍ଗବନ୍ଧୁଙ୍କ ମନ୍ତ୍ରମୁଗ୍ଧ କରିଦେବା ଭଳି ଭାଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ଟାଗୋରଙ୍କ ସାର୍ବଭୌମ ମାନବବାଦର ଚିନ୍ତାଧାରା ମଧ୍ୟ ଆମ ପାଇଁ ହେଉଛି ପ୍ରେରଣାର ଉତ୍ସ । ଆମେ ନିଜ ଶବ୍ଦରେ ତାହାକୁ ‘ସବକା ସାଥ, ସବକା ବିକାଶ’ (ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ)ର ମୂଳମନ୍ତ୍ରରେ ପରିଲକ୍ଷିତ କରିଛୁ ।

ସାଥୀଗଣ, ଆଗାମୀ ପିଢି, ସେ ବାଂଲାଦେଶର ହୁଅନ୍ତୁ, ଅବା ଭାରତର । ସେ ଏହି ସମୃଦ୍ଧ ପରମ୍ପରାଗୁଡ଼ିକ, ଏହି ମହାନ ଆତ୍ମାଗୁଡ଼ିକ ବିଷୟରେ ଜାଣନ୍ତୁ ଆଉ ବୁଝନ୍ତୁ । ଏଥିପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ । ଆମ ସରକାରଙ୍କ ସମସ୍ତ ସମ୍ବନ୍ଧିତ ଅଙ୍ଗ ଯେପରି ଭାରତର ଉଚ୍ଚ ଆୟୋଗ ତଥା ଅନ୍ୟ ସଙ୍ଗଠନ ଏବଂ ବ୍ୟକ୍ତି,ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏହି କାର୍ଯ୍ୟରେ ଲାଗିଛନ୍ତି ।

ଆଜି ଯେଭଳି ଏଠାରେ ‘ବାଂଲାଦେଶ ଭବନ’ ର ଲୋକାର୍ପଣ କରାଯାଇଛି, ସେହିଭଳି ବାଂଲାଦେଶର କୁସ୍ତିଆ ଜିଲ୍ଲାରେ ଗୁରୁଦେବ ଟାଗୋରଙ୍କ ବାସସ୍ଥାନ ‘କୁଠିବାଡ଼ି’ର ପୁନଃନିର୍ମାଣର ଦାୟିତ୍ୱ ଆମେ ହାତକୁ ନେଇଛୁ ।

ସାଥୀଗଣ, ଏହି ମିଳିତ ପରମ୍ପରା ଆଉ ରବୀନ୍ଦ୍ର ସଙ୍ଗୀତର ମଧୁରତା ଆମ ସମ୍ବନ୍ଧକୁ ଅମୃତ ଦ୍ୱାରା ସିଂଚନ କରୁଛି ଆଉ ଆମେ ଆମକୁ ସୁଖ ଦୁଃଖର ଏକ ସୂତ୍ରରେ ବାନ୍ଧି ରଖିଛି । ଏହା କାରଣ ହେଉଛି କି ବାଂଲାଦେଶର ମୁକ୍ତି ପାଇଁ ହୁଏତ ସଙ୍ଘର୍ଷ ସୀମାର ଆର ପଟରେ ହୋଇଥିଲା । କିନ୍ତୁ ପ୍ରେରଣାର ମଞ୍ଜି ଏହି ମାଟିରୁ ପଡ଼ିଥିଲା । ଅତ୍ୟାଚାରୀ କ୍ଷମତାରେ ନିଜ ସ୍ୱାର୍ଥ ପାଇଁ, ଆଘାତ ଯଦିଓ ବାଂଲାଦେଶର ଲୋକଙ୍କୁ ଦେଇଛନ୍ତି, କିନ୍ତୁ କଷ୍ଟ ଏପଟରେ ମଧ୍ୟ ଅନୁଭୂତ କରାଯାଇଛି । ଏହା ହେଉଛି କାରଣ କି ଯେତେବେଳେ ବଙ୍ଗବନ୍ଧୁ ମୁକ୍ତିର ବିଗୁଲ ବଜାଇଥିଲେ, ତ କୋଟି-କୋଟି ଭାରତୀୟଙ୍କ ଭାବନା ମଧ୍ୟ ସେହି ଆନ୍ଦୋଳନ ସହିତ ସ୍ୱତଃପ୍ରବୃତ ଭାବେ ଯୋଡ଼ି ହୋଇ ଯାଇଥିଲା । ଅତ୍ୟାଚାର ଏବଂ ଆତଙ୍କ ବିରୁଦ୍ଧରେ ଆମର ମିଳିତ ସଙ୍କଳ୍ପ ଆଉ ତାହାର ଇତିହାସ ଏହି ଭବନ ମାଧ୍ୟମରେ ଭବିଷ୍ୟତ ପିଢିକୁ ପ୍ରେରଣା ଦେଉଥିବ ।

ସାଥୀଗଣ, ମୋର ମନେ ଅଛି ଗତବର୍ଷ ସେହି ସମୟରେ କେତେ ଭାବ ବିହ୍ୱଳ ବାତାବରର ସୃଷ୍ଟି ହୋଇଥିଲା,ଯେତେବେଳେ ଦିଲ୍ଲୀରେ ଭାରତୀୟ ସୈନିକଙ୍କୁ ବାଂଲାଦେଶ ସମ୍ମାନିତ କରିଥିଲା । ତାହା ସେହି 1661 ଭାରତୀୟ ସୈନିକମାନଙ୍କର କେବଳ ସମ୍ମାନ ନ ଥିଲା ଯେଉଁମାନେ ବାଂଲାଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ, ବରଂ ତାହା ସେହି କୋଟି କୋଟି ଭାବନାର ମଧ୍ୟ ସମ୍ମାନ ଥିଲା, ଯାହା ଏହି ସମ୍ପୂର୍ଣ୍ଣ ସଂଘର୍ଷରେ ବାଂଲାଦେଶର ଜଣେ ଜଣେ ମୁକ୍ତି ଯୋଦ୍ଧାଙ୍କ ସହିତ ଯୋଡି ହୋଇଥିଲା । ଏହା ବହୁତ କମ୍ ହୋଇଥାଏ ଯେତେବେଳେ ପଡୋଶୀ ଦେଶ ଜଣେ ଅନ୍ୟ ଦେଶର ସୈନିକମାନଙ୍କୁ ଏହି ପ୍ରକାରର ସମ୍ମାନ ଦେଇଥାନ୍ତି ।

ସାଥୀଗଣ, ବିଗତ କିଛି ବର୍ଷ ହେବ ଭାରତ ଏବଂ ବାଂଲାଦେଶ ସମ୍ବନ୍ଧରେ ସ୍ଵର୍ଣ୍ଣିମ ଅଧ୍ୟାୟ ଲେଖା ଯାଉଛି । ସ୍ଥଳ ସୀମା ହେଉ ଅବା ସମୁଦ୍ର ସୀମା ଭଳି ଯେତେ ଜଟିଳ ଦ୍ୱୀପକ୍ଷୀୟ ବିଷୟ, ଯାହାକୁ ସମାଧାନ କରିବା କୌଣସି ଏକ ସମୟରେ ପ୍ରାୟ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା, ତାହା ଏବେ ସମାଧାନ ହୋଇ ଯାଇଛି । ସଡ଼କ ହେଉ, ରେଳ ହେଉ, ଅଥବା ଅନ୍ତଃର୍ଦେଶୀୟ ଜଳମାର୍ଗ ହେଉ, ଅବା ଉପକୂଳ ଜାହାଜ ଚଳାଚଳ, ଆମେ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛୁ । 1965ରୁ ବନ୍ଦ ପଡିଥିବା ଯୋଗାଯୋଗ ପଥ ପୁଣି ଖୋଲି ଦିଆଯାଇଛି, ଆଉ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ପରିସର ମଧ୍ୟ ବିକଶିତ ହେଉଛି ।

ବିଗତ ବର୍ଷ ହିଁ କୋଲକାତାରୁ ଖୁଲନା ମଧ୍ୟରେ ଶୀତତାପ ନିୟନ୍ତ୍ରିତ ରେଳ ସେବା ଆରମ୍ଭ କରାଯାଇଛି । ଏହାକୁ ଆମେ ‘ବନ୍ଧନ’ ନାମ ଦେଇଛୁ, ଅର୍ଥାତ ମୈତ୍ରୀ । ଆଉ ବନ୍ଧନର ରାସ୍ତାରେ ଆମେ ଆମ ନିଜ ସଂପର୍କକୁ ଆଗକୁ ବଢାଉଛୁ ।

ଭାରତରୁ ବାଂଲାଦେଶକୁ ନିରନ୍ତର ବିଜୁଳି ଯୋଗାଇ ଦିଆଯାଉଛି । ଏବେ ଏହା 600 ମେଗାୱାଟ ଅଛି । ଚଳିତ ବର୍ଷ ଏହାକୁ ବଢାଇ 1100 ମେଗାୱାଟ କରିବାର ଲକ୍ଷ୍ୟ ରହିଛି ।

ଭାରତର ପୂର୍ବୋତ୍ତର ରାଜ୍ୟକୁ ଏକ ଇଣ୍ଟରନେଟ ସେବା ବାଂଲାଦେଶରୁ ମଧ୍ୟ ଆସୁଛି । ବାଂଲାଦେଶର ବିକାଶ ପାଇଁ ଯେଉଁ ପ୍ରାଥମିକତା ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା ବାଛିଛନ୍ତି, ସେଥିରେ ସହଯୋଗ ପାଇଁ ଭାରତ 8 ବିଲିୟନ ଡଲାର ଋଣ ସହାୟତା(Line of credit)ର ବ୍ୟବସ୍ଥା କରିଛି । ଏହାର କାର୍ଯ୍ୟାନ୍ୱୟନରେ ଭଲ ପ୍ରଗତି ହୋଇଛି, ପ୍ରକଳ୍ପ ଚିହ୍ନଟ ହୋଇସାରିଛି ଆଉ କେତେକଙ୍କ ପାଇଁ ତ ଋଣ ମଧ୍ୟ ଦିଆଯାଇଛି ।

ବାଂଲାଦେଶ ମହାକାଶ ଟେକ୍ନୋଲଜି କ୍ଷେତ୍ରରେ ମଧ୍ୟ ଆଗକୁ ଅଗ୍ରସର ହେଉଛି । ନିକଟରେ ବାଂଲାଦେଶ ନିଜର ପ୍ରଥମ ଉପଗ୍ରହ ‘ବଂଗବନ୍ଧୁ’ ପ୍ରେରଣ କରିଛି । ଏଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମହାଶୟା ଏବଂ ବାଂଲାଦେଶର ଜନତାଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆଜି ଭାରତରେ ଆମେ ମହାକାଶ ଟେକ୍ନୋଲଜିର ବ୍ୟବହାର ଗରିବଙ୍କ ଜୀବନ ସ୍ତରରେ ଉତଥାନ ଏବଂ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ କରୁଛୁ । ମୋର ବିଶ୍ୱାସ କି ଭବିଷ୍ୟତରେ ମହାକାଶ ଟେକ୍ନୋଲଜି କ୍ଷେତ୍ରରେ ମଧ୍ୟ ଆମ ଦୁଇ ଦେଶ ମଧ୍ୟରେ ସହଯୋଗର ନୂତନ ଦ୍ୱାର ଖୋଲିବ ।

ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା ଏବଂ ଆମ ମଧ୍ୟରେ ଲଗାତାର ସମ୍ପର୍କ ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଅଧିକ ଉର୍ଜ୍ଜା ମିଳୁଛି । ସେ ଗତ ବର୍ଷ ମଧ୍ୟ ଭାରତ ଆସିଥିଲେ ଆଉ ଏହି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ସ୍ୱୟଂ ଉପସ୍ଥିତି, ଏହି କାର୍ଯ୍ୟକ୍ରମର ଗାରିମାକୁ ଆହୁରି ଅଧିକ ବୃଦ୍ଧି କରିଛି ।

ସାଥୀଗଣ, ଆମମାନଙ୍କର ଆଶା ଏବଂ ଆକାଂକ୍ଷା ସବୁ ଯେତିକି ସମାନ ସେତିକି ମଧ୍ୟ ଆମର ଆହ୍ୱାନଗୁଡ଼ିକ । ଆମମାନଙ୍କ ସମ୍ମୁଖରେ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ରହିଛି । କିନ୍ତୁ ଜଳୁଥିବା ସୂର୍ଯ୍ୟ ଯଦି ଆମମାନଙ୍କ ପାଇଁ ଆହ୍ୱାନ ଆଣିବାକୁ ଯାଉଛି, ସେହିଠାରେ ଅବସର ମଧ୍ୟ ତାହାର କିରଣରୁ ସୃଷ୍ଟି ହୋଇଥାଏ । ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା 2021 ମଧ୍ୟରେ ବାଂଲାଦେଶରେ ସମସ୍ତଙ୍କ ପାଇଁ ଶକ୍ତି (Power To All)ର ଦୃଷ୍ଟିଭଙ୍ଗୀ ରଖିଛନ୍ତି । ଆଉ ଏଠାରେ ଭାରତରେ ଆମେ ଆଗାମୀ ବର୍ଷ ଭିତରେ ଦେଶର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପହଂଚାଇବାର ଲକ୍ଷ୍ୟ ରଖିଛୁ । ଆମେ ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପହଂଚାଇବାର ଲକ୍ଷ୍ୟକୁ ଆଗରୁ ହିଁ ପୂରଣ କରି ଦେଇଛୁ । ଆମର ସଂକଳ୍ପ ହେଉଛି ସମାନ, ଆଉ ସେଗୁଡ଼ିକୁ ସିଦ୍ଧ କରିବାର ରାସ୍ତା ମଧ୍ୟ ଗୋଟିଏ ପ୍ରକାରର ।

ସାଥୀଗଣ, ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପଦକ୍ଷେପ ଆରମ୍ଭ କରିଛି । ଦୁନିଆର ଅନେକ ଦେଶ ଏହିମେଣ୍ଟର ଅଂଶ ହୋଇ ସାରିଛନ୍ତି । ଏହି ମେଣ୍ଟ ସାରା ଦୁନିଆର ସୌରଶକ୍ତିର ଦକ୍ଷତାକୁ ବିକଶିତ କରିବ ଆଉ ଭିନ୍ନ-ଭିନ୍ନ ଦେଶଙ୍କୁ ପାଣ୍ଠି ଯୋଗାଣର ଏକ ପଦ୍ଧତି ମଧ୍ୟ ପ୍ରସ୍ତୁତ କରିବ । ମୁଁ ଆନନ୍ଦିତ ଯେ ବାଂଲାଦେଶ ମଧ୍ୟ ଏହି ସୌର ମେଣ୍ଟର ଗୋଟିଏ ଅଙ୍ଗ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀରେ ଅନ୍ତର୍ଜାତୀୟ ସୌର ମେଣ୍ଟର ଶିଖରସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆମେ ବହୁତ ଆନନ୍ଦିତ ଯେ ବାଂଲାଦେଶର ରାଷ୍ଟ୍ରପତି ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି କି ସୀମାର ଦୁଇ ପଟେ ଆହ୍ୱାନର ଅବସରକୁ ପରିବର୍ତ୍ତିତ କରିବା ପାଇଁ ସହଯୋଗର କେତେ ପ୍ରବଳ ଇଚ୍ଛା ଅଛି ।

ଗତ ମାସରେ ମୁଁ ବାଂଲାଦେଶର 100 ସଦସ୍ୟ ବିଶିଷ୍ଟ ଯୁବ ପ୍ରତିନିଧିମଣ୍ଡଳୀକୁ ଭେଟିଥିଲି । ମୁଁ ଅନୁଭବ କଲି ସେମାନଙ୍କ ଆକାଂକ୍ଷା, ସେମାନଙ୍କର ସ୍ୱପ୍ନ ଭାରତର ଯୁବକମାନଙ୍କର ଆକାଂକ୍ଷା ଏବଂ ସେମାନଙ୍କର ସ୍ୱପ୍ନ ଭଳି ସମାନ । ଆଉ ଦୁଇ ଦେଶର ବିକାଶ ପାଇଁ, ଆମ ଯୁବକମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଏକାଠି ମିଳିମିଶି କାମ କରିବା ପାଇଁ ପ୍ରତିବଦ୍ଧ ।

ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନେତୃତ୍ୱରେ ବାଂଲାଦେଶ ବିକାଶର ନୂତନ ରାସ୍ତାରେ ଚାଲିବାରେ ଲାଗିଛି । ଆଜି ଯେତେବେଳେ ବାଂଲାଦେଶ ବିକାଶୋନ୍ମୁଖୀ ଅର୍ଥବ୍ୟବସ୍ଥାର ସ୍ତରକୁ ପ୍ରାପ୍ତ କରିବାର ସମସ୍ତ ମାନଦଣ୍ଡ ପୂରଣ କରି ସାରିଛନ୍ତି ତ ଯେତିକି ଗର୍ବ ବାଂଲାଦେଶକୁ ଅଛି, ସେତିକି ମଧ୍ୟ ଗର୍ବ ସମଗ୍ର ଭାରତକୁ ମଧ୍ୟ ହେଉଛି ।

ବାଂଲାଦେଶ ନିଜର ସୌର ଶକ୍ତି କ୍ଷେତ୍ରରେ ଯେଭଳି ଭାବେ ପ୍ରଗତି କରିଛି, ଗରିବଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ ଯେତେ କାର୍ଯ୍ୟ କରିଛି, ମୁଁ ମାନୁଛି ତାହା ଆମ ଭାରତୀର ଲୋକଙ୍କ ପାଇଁ ମଧ୍ୟ ପ୍ରେରଣା ଦେଇ ପାରିବ, ଏଭଳି ଅଦ୍ଭୁତ କାର୍ଯ୍ୟ କରିଛନ୍ତି ।

ସାଥୀଗଣ, ଆଜି ଭାରତ ଏବଂ ବାଂଲାଦେଶର ବିକାଶ ଯାତ୍ରାର ସୂତ୍ର, ଏକ ସୁନ୍ଦର ହାର ଭଳି ଗୋଟିଏ ଅନ୍ୟଟି ସହିତ ଗୁନ୍ଥି ହୋଇ ରହିଛନ୍ତି । ଦୁନିଆର କିଛି ଭାଗରେ ଯେଭଳି ଭାବେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି, ବିଶ୍ୱରେ ପରିସ୍ଥିତିଗୁଡ଼ିକ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଏକ ଧ୍ରୁବ ସତ୍ୟ ଆମ ସାମ୍ନାକୁ ଆସିଛି, ଆଉ ତାହା ହେଉଛି ପ୍ରଗତି ଏବଂ ସମୃଦ୍ଧି ପାଇଁ, ଶାନ୍ତି ଆଉ ସ୍ଥିରତା ପାଇଁ,ସୁଖ ଏବଂ ସଦ୍ଭାବ ପାଇଁ, ଭାରତ ଏବଂ ବାଂଲାଦେଶର ମୈତ୍ରୀ ଆଉ ଆମର ପାରସ୍ପରିକ ସହଯୋଗ । ଏହି ସହଯୋଗର ବିକାଶ କେବଳ ଦ୍ୱିପକ୍ଷୀୟ ସ୍ତରରେ ନାହିଁ । ବିମଷ୍ଟେକ୍ (Bimstec) ଭଳି ମଞ୍ଚ ଜରିଆରେ ଆମର ସହଯୋଗ ଆଂଚଳିକ ପ୍ରଗତି ଆଉ ଯୋଗାଯୋଗକୁ ମଧ୍ୟ ପ୍ରୋତ୍ସାହନ ଦେଉଛି ।

ବନ୍ଧୁଗଣ, ଏହି କ୍ଷେତ୍ରର ପ୍ରଗତି  ସହିତ ପ୍ରତ୍ୟେକ ଦେଶର ପ୍ରଗତି ନିହିତ ଅଛି । ସମୟର ଏହି କାଳଖଣ୍ଡରେ ଏହା ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ଭଳି ଆସିଛି । ଆଜି ଭାରତ ଏବଂ ବାଂଲାଦେଶ, ଯେଉଁ ମିତ୍ରତାର ସହିତ ଆଗକୁ ବଢ଼ୁଛନ୍ତି, ଜଣେ ଅନ୍ୟର ବିକାଶରେ ସହଯୋଗ କରୁଛନ୍ତି, ତାହା ଅନ୍ୟ ଦେଶ ପାଇଁ ମଧ୍ୟ ହେଉଛି ଏକ ଦୃଷ୍ଟାନ୍ତ, ହେଉଛି ଏକ ଉଦାହରଣ, ହେଉଛି ଏକ ଅଧ୍ୟୟନର ବିଷୟ ।

ସାଥୀଗଣ, ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା, ବାଂଲାଦେଶକୁ 2041 ସୁଦ୍ଧା ବିକଶିତ ଦେଶ ଭାବେ ପ୍ରତିଷ୍ଠିତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ତାଙ୍କର ଦୂରଦୃଷ୍ଟି ଏବଂ ବଙ୍ଗବନ୍ଧୁ, ହେଉଛି ସେହି ପରମ୍ପରାର ପ୍ରତୀକ, ଯାହାକି ପ୍ରତ୍ୟେକ ବାଂଲାଦେଶୀଙ୍କ ହିତ ପାଇଁ କ୍ରମାଗତ ଚିନ୍ତା କରିଥାନ୍ତି । ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଭାରତର ସଂପୂର୍ଣ୍ଣ ସହଯୋଗ ଅତୁଟ ରହିବ ।

ଶେଖ ହାସିନା ମହାଶୟାଙ୍କର ଏଠାକୁ ଆଗମନ ପାଇଁ, ମୁଁ ପୁଣି ଥରେ କୃତଜ୍ଞତା ଜଣାଉଛି । ଆପଣ ସମସ୍ତଙ୍କୁ ବାଂଲାଦେଶ ଭବନର ଉଦ୍ଘାଟନ ପାଇଁ ପୁନଃ ବହୁତ-ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.