ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (07 ଜୁଲାଇ, 2018) ରାଜସ୍ଥାନର ଜୟପୁର ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ କେନ୍ଦ୍ର ଏବଂ ରାଜସ୍ଥାନ ସରକାରଙ୍କ ଯୋଜନାରରୁ ଲାଭ ପାଇଥିବା 12ଜଣ ହିତାଧିକାରୀଙ୍କ ଅନୁଭୂତି ନେଇ ତିଆରି ହୋଇଥିବା ଦୃଶ୍ୟ-ଶ୍ରାବ୍ୟ ଉପସ୍ଥାପନାକୁ ଦେଖିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେଙ୍କ ପକ୍ଷରୁ ଏହି ଉପସ୍ଥାପନା କରାଯିବାର କାର୍ଯ୍ୟକ୍ରମ ରହିଛି । 

ଯୋଜନାଗୁଡିକ ହେଲା –

  • ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା
  • ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା
  • ସ୍କିଲ ଇଣ୍ଡିଆ
  • ରାଷ୍ଟ୍ରୀୟ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
  • ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନା
  • ଭାମାସାହ ସ୍ୱାସ୍ଥ୍ୟ ବୀମା ଯୋଜନା
  • ମୁଖ୍ୟମନ୍ତ୍ରୀ ଜଳ ସ୍ଵାବଲମ୍ବନ ଅଭିଯାନ
  • ଶ୍ରମିକ କଲ୍ୟାଣ କାର୍ଡ
  • ମୁଖ୍ୟମନ୍ତ୍ରୀ ପାଳନହାର ଯୋଜନା
  • ଛାତ୍ର ସ୍କୁଟି ବିତରଣ ଯୋଜନା
  • ଦୀନ ଦୟାଲ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା

ଏହି ଅବସରରେ ପ୍ରଧାନମନ୍ତ୍ରୀ 2100 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 13 ଗୋଟି ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଆଧାରଶିଳା ରଖିବେ । ଏହା ମଧ୍ୟରୁ ପ୍ରମୁଖ ପ୍ରକଳ୍ପଗୁଡିକ ହେଲା –

  • ଉଦୟପୁର ସହର ପାଇଁ ସମନ୍ଵିତ ଭିତ୍ତିଭୂମି ପେକେଜ ନିର୍ମାଣ
  • ଆଜମେର ପାଇଁ ବିସ୍ତୃତ ସଡକ ପ୍ରକଳ୍ପ ନିର୍ମାଣ
  • ଆଜମେର, ଭିଲୱାରା, ବିକାନୀର, ହନୁମାନଗଡ, ସିକ୍କର ଏବଂ ମାଉଣ୍ଟ ଆବୁ ଲାଗି ଜଳ ଯୋଗାଣ ଓ ଆବର୍ଜନା ପ୍ରକଳ୍ପ ନିର୍ମାଣ
  • ଢୋଲପୁର, ନାଗାଉର, ଆଲୱର ଏବଂ ଯୋଧପୁର ପାଇଁ ଏସଟିପିଗୁଡିକର ଉନ୍ନତିକରଣ
  • ବୁନ୍ଦି, ଆଜମେର ଓ ବିକାନୀର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ପ୍ରକଳ୍ପ ନିର୍ମାଣ
  • କୋଟାଠାରେ ଦଶହରା ମଇଦାନର ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ

ଏସବୁ ବ୍ୟତୀତ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Marvell to invest $250 million, double India workforce in 3 years

Media Coverage

Marvell to invest $250 million, double India workforce in 3 years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 30, 2026
July 30, 2026

Aatmanirbhar in Action: How PM Modi Turned Vision into Export Multipliers & Safer Rails