ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 30, 2018ରେ ଗୁଜରାଟ ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ଆନନ୍ଦଠାରେ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ସମେତ ଅମୂଲର ଆଧୁନିକ ଚକଲେଟ ପ୍ଳାଣ୍ଟକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟର ଖାଦ୍ୟ ପ୍ରକ୍ରିୟାକରଣରେ ଅଙ୍କୁରଣ ତଥା ଉତ୍କର୍ଷ କେନ୍ଦ୍ର ଏବଂ ମୁଝାକୁୱା ଗ୍ରାମରେ ଏକ ସୌର ସମବାୟ ସମିତିର ମଧ୍ୟ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଆନନ୍ଦ ଏବଂ ଖତରାଜରେ ଅମୂଲ ଉତ୍ପାଦନ ସୁବିଧା କେନ୍ଦ୍ରର ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିବେ । ସେ ଏଠାରେ ଉପସ୍ଥିତ ଜନସଭାରେ ଉଦବୋଧନ ଦେବେ ।

ଏହାପରେ ପ୍ରଧାନମନ୍ତ୍ରୀ ଅଞ୍ଜାର ଗସ୍ତ କରିବେ । ସେ ସେଠାରେ ମୁନ୍ଦ୍ରା ଏଲଏନଜି ଟର୍ମିନାଲ, ଅଞ୍ଜାର-ମୁନ୍ଦ୍ରା ପାଇପଲାଇନ ପ୍ରକଳ୍ପ ଏବଂ ପାଲନପୁର-ପାଲି-ବାଡ଼ମେର ପାଇପଲାଇନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ । ସେ ଏଠାରେ ଉପସ୍ଥିତ ଜନସଭାରେ ଉଦବୋଧନ ଦେବେ ।

ଏହାପରେ ପ୍ରଧାନମନ୍ତ୍ରୀ ରାଜକୋଟ ଯିବେ । ସେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟର ଉଦଘାଟନ କରିବେ । ଏହି ସଂଗ୍ରହାଳୟର ନିର୍ମାଣ ରାଜକୋଟରେ ଅଲଫ୍ରେଡ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କରାଯାଇଛି । ଯାହାକି ମହାତ୍ମାଗାନ୍ଧୀଙ୍କ ସୃଜନାତ୍ମକ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଥିଲା । ଏହା ଗାନ୍ଧୀବାଦୀ ସଂସ୍କୃତି, ମୂଲ୍ୟବୋଧ ଏବଂ ଦର୍ଶନ ବିଷୟରେ ସଚେତନତା ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ 624 ଆବାସ ବିଶିଷ୍ଟ ଏକ ସର୍ବସାଧାରଣ ବାସଭବନ ପ୍ରକଳ୍ପକୁ ଫଳକ ଉନ୍ମୋଚନ ପୂର୍ବକ ଉଦଘାଟନ କରିବେ । ଏହି ଅବସରରେ ସେ 240 ହିତାଧିକାରୀ ପରିବାରର ଇ-ଗୃହ ପ୍ରବେଶ ସମାରୋହରେ ମଧ୍ୟ ଉପସ୍ଥିତ ରହିବେ ।

ନୂଆଦିଲ୍ଲୀ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ସଂଗ୍ରହାଳୟକୁ ପରିଦର୍ଶନରେ ଯିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
 FTA with New Zealand to boost India's export competitiveness, open growth avenues: India Inc

Media Coverage

FTA with New Zealand to boost India's export competitiveness, open growth avenues: India Inc
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting fundamental causes of progress
April 28, 2026

Prime Minister Shri Narendra Modi shared a Sanskrit Subhashitam today highlighting that effort, self-control, skill, vigilance, patience, memory, and initiating any task with thoughtful consideration are the fundamental causes of progress.

The Prime Minister remarked that hard work performed with patience and dedication can yield remarkable success, further pointing out that it also infuses the nation's prosperity and strength with fresh vigor.

The Prime Minister wrote on X:

"संयम और समर्पण के साथ किया गया परिश्रम अद्भुत सफलता दे सकता है। इससे राष्ट्र की समृद्धि और सामर्थ्य को भी एक नई ऊर्जा मिलती है।

उत्थानं संयमो दाक्ष्यमप्रमादो धृतिः स्मृतिः।

समीक्ष्य च समारम्भो विद्धिमूलं भवस्य तु॥"

Effort, self-control, skill, vigilance, patience, memory and initiating any task with thoughtful consideration, these are all the fundamental causes of progress.