ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ଅଗଷ୍ଟ, 2018ରେ ଗୁଜରାଟ ଗସ୍ତ କରିବେ ।

ଭାଲସାଡ ଜିଲ୍ଲାର ଜୁଜୱା ଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀମାନଙ୍କ ସାମୂହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ସୂଚନାଯୋଗ୍ୟ ଯେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଗୁଜରାଟ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆବାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି । 26ଟି ଜିଲ୍ଲାରେ ଏହି ଆବାସ ଯୋଜନାର ହିତାଧିକାରୀମାନେ ସାମଗ୍ରୀକ ଭାବେ ଗୃହ-ପ୍ରବେଶ କରିବେ । ଭାଲସାଡଠାରେ ଦକ୍ଷିଣ ଗୁଜରାଟର 5ଟି ଜିଲ୍ଲା- ଭାଲସାଡ, ନାୱସାରୀ, ତାପି, ସୁରଟ ଏବଂ ଡାଙ୍ଗସର ହିତାଧିକାରୀମାନେ ଏକତ୍ରିତ ହେବେ । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବ୍ଲକସ୍ତରରେ ସାମଗ୍ରୀକ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାଲସାଡରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ଏହି ହିତାଧିକାରୀମାନେ ଭଲ ଭାବେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହେବେ ।

ଏହି କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ମଧ୍ୟ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟୋଦୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆଦି ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଏବଂ ନିଯୁକ୍ତିପତ୍ର ପ୍ରଦାନ କରିବେ । ସେ ମହିଳା ବ୍ୟାଙ୍କ ମିତ୍ରମାନଙ୍କୁ ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ ଆବଂଟନ କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ଜୁନାଗଡ଼ଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏଥିମଧ୍ୟରେ ରହିଛି ଜୁନାଗଡ଼ଠାରେ ଏକ ସରକାରୀ ସାଧାରଣ ଚିକିତ୍ସାଳୟ, ଜୁନାଗଡ଼ ମହାନଗର ନିଗମର 13ଟି ପ୍ରକଳ୍ପ ଏବଂ ଖୋଖାର୍ଦ୍ଦାଠାରେ ଏକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଂଟ । ଏଥିସହିତ ସେ ସମବେତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

ଗାନ୍ଧୀନଗରଠାରେ ଗୁଜରାଟ ଫୋରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ନୂଆଦିଲ୍ଲୀ ଫେରିବା ପୂର୍ବରୁ, ସେ ଗାନ୍ଧୀନଗରଠାରେ ସୋମନାଥ ଟ୍ରଷ୍ଟର ବୈଠକରେ ଯୋଗଦେବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2026
June 14, 2026

From Healthcare to Himalayas: PM Modi's Vision Building an Unstoppable India