ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମାର୍ଚ୍ଚ 9, 2019ରେ ଉତ୍ତର ପ୍ରଦେଶର ଗ୍ରେଟରନୋଏଡ଼ା ଗସ୍ତ କରିବେ । ଗ୍ରେଟର ନୋଏଡ଼ାସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନଠାରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତାତ୍ୱିକ ସଂସ୍ଥାନର ଉଦଘାଟନ ଲାଗି ପ୍ରଧାନମନ୍ତ୍ରୀ ଫଳକଉନ୍ମୋଚନ କରିବେ । କ୍ୟାମ୍ପସ ପରିସରରେ ସେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିଅନାବରଣ କରିବେ । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ଥିବା ଏକସଂସ୍ଥାନ ଗ୍ରେଟର ନୋଏଡ଼ାର ନଲେଜ ପାର୍କ–2ରେ ରହିଛି ।

ମେଟ୍ରୋର ନୋଏଡ଼ା ସିଟି ସେଂଟର–ନୋଏଡ଼ା ଇଲେକଟ୍ରୋନିକ ସେକ୍ସନକୁ ପ୍ରଧାନମନ୍ତ୍ରୀ ଉଦଘାଟନକରିବେ । ଏହି ନୂଆ ସେକ୍ସନ ନୋଏଡ଼ା ବାସୀନ୍ଦାଙ୍କୁ ଏକ ସୁବିଧାଜନକ ଏବଂ ଦ୍ରୁତ ପରିବହନ ମାଧ୍ୟମଯୋଗାଇ ଦେବ । ଏହା ମଧ୍ୟ ସଡ଼କରେ ଭିଡ଼ ହ୍ରାସ କରିବା ସହିତ ପରିବେଶ ଅନୁକୂଳ ପରିବନହସୁବିଧା ଯୋଗାଇ ଦେବ । 6.6 କିଲୋମିଟର ଲମ୍ବ ସେକ୍ସନ ହେଉଛି ଦିଲ୍ଲୀ ମେଟ୍ରୋ ବ୍ଲୁ ଲାଇନର ଏକସମ୍ପ୍ରସାରିତ ଅଂଶ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ତାପଜ ବିଦ୍ୟୁତ ପ୍ଲାଂଟ ପାଇଁ ଆଧାରଶିଳା ସ୍ଥାପନ କରିବେ । ଏଥିମଧ୍ୟରୁଗୋଟିଏ ହେଉଛି ଉତ୍ତର ପ୍ରଦେଶ ବୁଲନ୍ଦସହର ଜିଲ୍ଲାର ଖୁର୍ଜାରେ ଥିବା 1320 ମେଗାୱାଟ ବୃହତତାପଜ ବିଦ୍ୟୁତ ପ୍ଲାଂଟ । ଖୁର୍ଜା ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ସୁପରକ୍ରିଟିକାଲ ଟେକନୋଲୋଜିଆଧାରିତ । 660 ମେଗାୱାଟ କ୍ଷମତାସମ୍ପନ୍ନ 2ଟି ୟୁନିଟ ରହିଛି । ଏଥିରେ ପରିବେଶ ସୁରକ୍ଷା ପାଇଁସଦ୍ୟତମ ନିର୍ଗମନ ନିୟନ୍ତ୍ରଣ ପ୍ରଯୁକ୍ତି ରହିଛି । ଏହାର ଉଚ୍ଚ ଦକ୍ଷତା ବିଦ୍ୟୁତ ଉତ୍ପାଦନ ଲାଗି କମଜାଳେଣି ଉପଯୋଗ କରିବ । ଖୁର୍ଜା ପ୍ଲାଂଟ ଦ୍ୱାରା ଉତ୍ତରାଂଚଳୟରେ ବିଦ୍ୟୁତ ନିଅଂଟ ସ୍ଥିତି ଦୂର ହେବ ।ବିଶେଷ କରି ଉତ୍ତର ପ୍ରଦେଶ ଏବଂ ଉତରାଖଣ୍ଡ, ରାଜସ୍ଥାନ, ହିମାଚଳ ପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟଏହାଦ୍ୱାରା ଲାଭାନ୍ୱିତ ହେବେ । ଏହି ପ୍ରକଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତବୁଲନ୍ଦସହର ଜିଲ୍ଲା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଉତ୍ତର ପ୍ରଦେଶର ଅନ୍ୟ ଜିଲ୍ଲାଗୁଡ଼ିକର ସାମଗ୍ରୀବିକାଶରେ ସହାୟକ ହେବ ।

ଦ୍ୱିତୀୟରେ ରହିଛି ବିହାରର 1320 ମେଗାୱାଟ କ୍ଷମତାସମ୍ପନ୍ନ ବକ୍ସର ତାପଜ ବିଦ୍ୟୁତ ପ୍ଲାଂଟ । ଭିଡିଓଲିଙ୍କ ଜରିଆରେ ବକ୍ସାର ତାପଜ ବିଦ୍ୟୁତ କେନ୍ଦ୍ରର ଉଦଘାଟନ କରାଯିବ । ବକ୍ସର ତାପଜ ବିଦ୍ୟୁତ ପ୍ଲାଂଟସୁପରିକ୍ରିଟିକାଲ ପ୍ରଯୁକ୍ତି ଆଧାରିତ ଏଥିରେ 660 ମେଗାୱାଟର 2ଟି ୟୁନିଟ ରହିଛି, ପରିବେଶ ସୁରକ୍ଷାଲାଗି ଏଥିରେ ଅତ୍ୟାଧୁନିକ ନିର୍ଗମନ ନିୟନ୍ତ୍ରଣ ପ୍ରଯୁକ୍ତି ଏବଂ ଉଚ୍ଚ ଦକ୍ଷତା ରହିଛି । ବକ୍ସର ପ୍ଲାଂଟ ବିହାରଏବଂ ପୂର୍ବାଂଚଳରେ ବିଦ୍ୟୁତ ନିଅଂଟସ୍ଥିତିରେ ପରବର୍ତ୍ତନ ଆଣିପାରିବ ।

ପ୍ରଧାନମନ୍ତ୍ରୀ ସମବେତ ଜନସଭାକୁ ସମ୍ବୋଧିତ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch