PM to launch special digital exhibition marking 100 years of Champaran Satyagraha

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀଠାରେ “ସ୍ୱଚ୍ଛଗ୍ରହ-ବାପୁଙ୍କୁ କାର୍ଯ୍ୟାଞ୍ଜଳି-ଏକ ଅଭିଯାନ-ଏକ ପ୍ରଦର୍ଶନୀ” ଉଦ୍ଘାଟନ କରିବେ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ସତ୍ୟାଗ୍ରହର ପ୍ରଥମ ପରୀକ୍ଷଣ ଚମ୍ପାରନ ସତ୍ୟାଗ୍ରହର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ଅବସରରେ ଭାରତୀୟ ଜାତୀୟ ଅଭିଲେଖାଗାର ଦ୍ୱାରା ଆୟୋଜିତ ଏକ ଭାବ ବିନିମୟମୂଳକ ଅନଲାଇନ୍ କୁଇଜ୍ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାମନ୍ତ୍ରୀ ଆରମ୍ଭ କରିବେ ।

ଏ ସଂପର୍କରେ କ୍ରମାଗତ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚମ୍ପାରଣ ସତ୍ୟାଗ୍ରହ ଏକ ଐତିହାସିକ ଜନ ଆନ୍ଦୋଳନ ଥିଲା ଯାହା ସାଧାରଣ ଜନତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ଦେଶବାସୀଙ୍କୁ ସ୍ୱଚ୍ଛାଗ୍ରହୀ ହେବାକୁ ଏବଂ ସ୍ୱଚ୍ଛ ଭାରତ ନିର୍ମାଣ କରିବାକୁ ପ୍ରରୋଚିତ କରିଥିଲା ।

‘’ଆସନ୍ତାକାଲି ମୁ ଏକ ବିଶେଷ କାର୍ଯ୍ୟକ୍ରମ- ‘ସ୍ୱଚ୍ଛାଗ୍ରହ-ବାପୁ କୋ କାର୍ଯ୍ୟାଞ୍ଜଳି’ରେ ସାମିଲ ହେବି ଯାହା ଚମ୍ପାରନ ସତ୍ୟାଗ୍ରହର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟେଜିତ ହେଉଛି ।

ଏହି ଅବସରରେ ଚମ୍ପାରଣ ସତ୍ୟାଗ୍ରହ ପ୍ରସଙ୍ଗକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଉଛି ଏବଂ ଏହା ସତ୍ୟାଗ୍ରହର ମୌଳିକ ବୈଶିଷ୍ଟ୍ୟକୁ ସ୍ୱଚ୍ଛାଗ୍ରହ ସହ ସଂଯୁକ୍ତ କରିବ ।

ଏହି ପ୍ରଦର୍ଶନୀ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ କରି ଭାରତକୁ ସ୍ୱଚ୍ଛତା ଦିଗରେ ଆଗେଇ ନେବା ଏବଂ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମମାନଙ୍କୁ ସୂଚାଇବ ।

ଆଜକୁ ଶହେ ବର୍ଷ ପୂର୍ବେ ଭାରତୀୟମାନେ ସତ୍ୟାଗ୍ରହୀ ହୋଇ ଉପନିବେଶବାଦ ବିରୋଧରେ ସଂଗ୍ରାମ କରିଥିଲେ । ଆଜି ଆସନ୍ତୁ, ଆମେ ସଭିଏଁ ସତ୍ୟାଗ୍ରହୀ ହେବା ଏବଂ ଏକ ସ୍ୱଚ୍ଛ ଭାରତ ନିର୍ମାଣ କରିବା ।

ଚମ୍ପାରନ ସତ୍ୟାଗ୍ରହ ଏକ ଐତିହାସିକ ଗଣ ଆନ୍ଦୋଳନ ଥିଲା ଯାହାକୁ ବାପୁ ନେତୃତ୍ୱ ପ୍ରଦାନ କରିଥିଲେ । ଏବଂ ଏହାର ପ୍ରଭାବ ଢ଼େର୍ ପ୍ରଭାବୀ ଥିଲା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi