ଆବର୍ଜନା ମୁକ୍ତ ସହର ସୃଷ୍ଟି କରିବାର ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ସହିତ
ବାୟୋ-ସିଏନଜି ପ୍ଲାଣ୍ଟରେ “ବର୍ଜ୍ୟରୁ ସମ୍ପଦ” ଏବଂ “ଗତିଶୀଳ ଅର୍ଥନୀତି” ର ନୀତିଗୁଡିକର ଅନୁକରଣ କରାଯାଇଛି
କାରଖାନାରେ ଦୈନିକ ୫୫୦ ଟନ୍‍ ଓଦା ଜୈବିକ ବର୍ଜ୍ୟବସ୍ତୁକୁ ପୃଥକ କରିବାର କ୍ଷମତା ରହିଛି
ଏହା ଦୈନିକ ୧୭,୦୦୦ କିଲୋଗ୍ରାମ ସିଏନ୍‍ଜି ଏବଂ ଦୈନିକ ୧୦୦ ଟନ୍ ଜୈବିକ ଖତ ଉତ୍ପାଦନ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୯ ତାରିଖ ଅପରାହ୍ନ ଗୋଟାଏ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଇନ୍ଦୋରରେ “ଗୋବର-ଧନ (ବାୟୋ-ସିଏନଜି) ପ୍ଲାଣ୍ଟର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନିକଟରେ ଆବର୍ଜନା ମୁକ୍ତ ସହର ସୃଷ୍ଟି କରିବାର ସାମଗ୍ରିକ ଦୃଷ୍ଟିକୋଣ ସହିତ ସ୍ୱଚ୍ଛ ଭାରତ ମିଶନ ସହରୀ ୨.୦ ଆରମ୍ଭ କରିଛନ୍ତି । ବର୍ଜ୍ୟରୁ ସମ୍ପଦ ଏବଂ ଗତିଶୀଳ ଅର୍ଥନୀତି ସହିତ ଅଧିକରୁ ଅଧିକ ସମ୍ପଦର ପୁନରୁଦ୍ଧାରକୁ ବୃଦ୍ଧି କରିବା ପାଇଁ ଏହି ମିଶନ୍ କାର୍ଯ୍ୟକାରୀ ହେଉଛି - ଉଭୟକୁ ଇନ୍ଦୋର ବାୟୋ-ସିଏନଜି ପ୍ଲାଣ୍ଟରେ ଉଦାହରଣ ଭାବେ ନିଆଯାଇଛି ।

ଏହି ପ୍ଲାଣ୍ଟରେ ଦୈନିକ ୫୫୦ ଟନ୍‍ ଓଦା ଜୈବିକ ବର୍ଜ୍ୟବସ୍ତୁକୁ ପୃଥକ କରିବାର କ୍ଷମତା ଅଛି । ଏହା ଦୈନିକ ପ୍ରାୟ ୧୭,୦୦୦ କିଲୋଗ୍ରାମ ସିଏନ୍‍ଜି ଏବଂ ୧୦୦ ଟନ୍‍ ଜୈବିକ ଖତ ଉତ୍ପାଦନ କରିବ ବୋଲି ଆଶା କରାଯାଉଛି । ଏହି ପ୍ଲାଣ୍ଟ ଶୂନ୍ୟ ଲ୍ୟାଣ୍ଡଫିଲ୍ ମଡେଲ ଉପରେ ଆଧାରିତ, ଯେଉଁଥିରେ କୌଣସି ବର୍ଜ୍ୟ ନଷ୍ଟ ହେବନାହିଁ । ଏହା ସହିତ, ଏହି ପ୍ରକଳ୍ପଟି ପରିବେଶର ଏକାଧିକ ଉପକାର କରିବ ବୋଲି ଆଶା କରାଯାଏ । ଗ୍ରୀନ୍ ହାଉସ୍ ଗ୍ୟାସ୍ ର୍ନିଗମନ ହ୍ରାସ, ସବୁଜ ଶକ୍ତି ପ୍ରଦାନ ସହିତ ଜୈବିକ ଖତ ମଧ୍ୟ ଯୋଗାଇବ ।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଇନ୍ଦୋର କ୍ଲିନ୍ ଏନର୍ଜି ପ୍ରାଇଭେଟ ଲିମିଟେଡ୍ ଏକ ସ୍ପେଶିଆଲ ପର୍ପସ ଭେଇକିଲ୍‍ ପ୍ରତିଷ୍ଠା ହୋଇଛି ଯେଉଁଥିରେ ଇନ୍ଦୋର ମହାନଗର ନିଗମ (ଆଇଏମସି) ଏବଂ ଇଣ୍ଡୋ ଏନଭିରୋ ଇଣ୍ଟିଗ୍ରେଟେଡ୍ ସଲ୍ୟୁସନ୍ ଲିମିଟେଡ୍ (ଆଇଇଆଇଏସଏଲ୍‍) ଦ୍ୱାରା ସରକାରୀ ଘରୋଇ ସହଭାଗିତା ମଡେଲ ଭାବେ ୧୫୦ କୋଟି ଟଙ୍କାର ୧୦୦% ପୁଞ୍ଜି ବିନିଯୋଗ ହୋଇଛି । ଇନ୍ଦୋର ମହାନଗର ନିଗମ ଏହି ପ୍ଲାଣ୍ଟରୁ ଉତ୍ପାଦିତ ସିଏନ୍‍ଜି ମଧ୍ୟରୁ ସର୍ବନିମ୍ନ ୫୦% ଖରିଦ କରିବ ଏବଂ ଏହାର ପ୍ରଥମ ପ୍ରୟାସ ଭାବେ ସିଏନ୍‍ଜି ରେ ୪୦୦ ସିଟି ବସ୍ ଚଳାଚଳ କରିବ । ଖୋଲା ବଜାରରେ ଅବଶିଷ୍ଟ ପରିମାଣ ସିଏନ୍‍ଜି ବିକ୍ରି ହେବ । ଜୈବିକ ଖତ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ରାସାୟନିକ ସାର ବ୍ୟବହାର ପରିବର୍ତ୍ତନରେ ସାହାଯ୍ୟ କରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Oman, India’s Gulf 'n' West Asia Gateway

Media Coverage

Oman, India’s Gulf 'n' West Asia Gateway
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of renowned writer Vinod Kumar Shukla ji
December 23, 2025

The Prime Minister, Shri Narendra Modi has condoled passing of renowned writer and Jnanpith Awardee Vinod Kumar Shukla ji. Shri Modi stated that he will always be remembered for his invaluable contribution to the world of Hindi literature.

The Prime Minister posted on X:

"ज्ञानपीठ पुरस्कार से सम्मानित प्रख्यात लेखक विनोद कुमार शुक्ल जी के निधन से अत्यंत दुख हुआ है। हिन्दी साहित्य जगत में अपने अमूल्य योगदान के लिए वे हमेशा स्मरणीय रहेंगे। शोक की इस घड़ी में मेरी संवेदनाएं उनके परिजनों और प्रशंसकों के साथ हैं। ओम शांति।"