ସେୟାର
 
Comments

ପ୍ରତିରକ୍ଷା କ୍ଷେତ୍ରରେ ଦେଶୀୟ ଗବେଷଣା ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଜାନୁଆରୀ 2 ଗୁରୁବାର ଦିନ ଯୁବ ବିଜ୍ଞାନୀଙ୍କ ପାଇଁ ଉଦ୍ଦିଷ୍ଟ 5ଟି ପରୀକ୍ଷାଗାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ବେଙ୍ଗାଲୁରୁ ସ୍ଥିତ ଡିଆରଡିଓର ମହାକାଶ ବିକାଶ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହେଉଥିବା ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ସହିତ ବୈଜ୍ଞାନିକମାନଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀରେ ଡିଆରଡିଓ ନିଜସ୍ୱ ନିର୍ମିତ କେତେକ ସାମଗ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇବେ । ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଏବଂ ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହିବେ ।

ଏଠାରେ ସୂଚନା ଯୋଗ୍ୟ ଯେ 2014 ମସିହାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର କେତେକ ପ୍ରସିଦ୍ଧ ପ୍ରତିରକ୍ଷା ବିଜ୍ଞାନୀ, ବରିଷ୍ଠ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 35 ବର୍ଷ ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ପାଇଁ ଅନ୍ୟୁନ 5ଟି ପରୀକ୍ଷାଗାର ଖୋଲିବା ନେଇ ପ୍ରସ୍ତାବ ଦେଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ସମ୍ପର୍କିତ କାର୍ଯ୍ୟରେ ଯୁବଗୋଷ୍ଠୀଙ୍କୁ ଅଧିକ ସଂଶ୍ଳିଷ୍ଟ ହୋଇ ବିଶ୍ୱର ବୈଷୟିକ ଅଗ୍ରଗତି ସହିତ ତାଳ ଦେଇ ଚାଲିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
IT majors on hiring spree, add 50,000 in Q2; freshers in demand

Media Coverage

IT majors on hiring spree, add 50,000 in Q2; freshers in demand
...

Nm on the go

Always be the first to hear from the PM. Get the App Now!
...
ଦୈନିକ ଜାଗରଣ ଗ୍ରୁପ ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
October 15, 2021
ସେୟାର
 
Comments

ଦୈନିକ ଜାଗରଣ ଗ୍ରୁପ ଅଧ୍ୟକ୍ଷ ଯୋଗେନ୍ଦ୍ର ମୋହନ ଗୁପ୍ତା ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୈନିକ ଜାଗରଣ ସମୂହର ଚେୟାରମ୍ୟାନ ଯୋଗେନ୍ଦ୍ର ମୋହନ ଗୁପ୍ତା ଜୀଙ୍କ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ । ତାଙ୍କ ବିୟୋଗ କଳା, ସାହିତ୍ୟ ଓ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିଜନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି!”