ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିବା ବିଶ୍ୱ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

 

ମାଳଦ୍ୱୀପ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ।’’

 

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ଉତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ଆମ ସ୍ୱାଧୀନତା ଦିବସରେ ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି, ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ସେରିଙ୍ଗ ।’’

 

ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ।’’

 

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ତରଫରୁ ହୋଇଥିବା ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ଆପଣଙ୍କ ସ୍ନେହିଳ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ମୋର ପ୍ୟାରିସ ଯାତ୍ରାକୁ ମୁଁ ପୁନଃ ସ୍ମରଣ କରୁଛି ଏବଂ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ ପାଇଁ ଆପଣଙ୍କ ଉତ୍ସାହକୁ ପ୍ରଶଂସା କରୁଛି ।’’

 

ମରିସସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ଉତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ଆପଣଙ୍କ ହାର୍ଦ୍ଦିକ ଅଭିନନ୍ଦନ ପାଇଁ ଆପଣଙ୍କୁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FinMin confident of coping with West Asia crisis with adequate fiscal room

Media Coverage

FinMin confident of coping with West Asia crisis with adequate fiscal room
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India