ମଙ୍ଗଳବାରଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।

ସାଉଦି ସହ ଭଲ ଦ୍ୱିପାକ୍ଷିକ ସମ୍ପର୍କ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ବର୍ଷରେ ସାଉଦି ସହ ଭାରତର ଭଲ ସମ୍ପର୍କ ରହିଆସିଛି । ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ନିବେଶ, ଊର୍ଜା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାଉଦି ସହ ଦ୍ୱିପାକ୍ଷିକ ସମ୍ପର୍କ କଥା ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ । ଆଂଚଳିକ ଶାନ୍ତି, ସୌହାର୍ଦ୍ଦ୍ୟ, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବାକୁ ଭାରତ ପ୍ରତିବଦ୍ଧ ବୋଲି ମୋଦୀ କହିଥିଲେ ।

ଗତ ଦଶନ୍ଧି ଭିତରେ ଏହା ତାଙ୍କର ତୃତୀୟ ସାଉଦି ଗସ୍ତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ପ୍ରଥମଥର ପାଇଁ ସାଉଦିର ଜେଦ୍ଦାହ ଅଂଚଳକୁ ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ବି ସୂଚନା ଦେଇଛନ୍ତି । ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ଦ୍ୱିତୀୟ ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସକାରାତ୍ମକ ଆଶା ପୋଷଣ କରୁଥିବା କହିଛନ୍ତି । ତେବେ ୨୦୨୩ ମସିହାରେ ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ଭାରତ ଗସ୍ତ କଥା ବି ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ ।

ସାଉଦିରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଅକୁଣ୍ଠ ନିଷ୍ଠା ତଥା ଭାରତ ପ୍ରତି ରହିଥିବା ସେମାନଙ୍କର ଅତୁଲ୍ୟ ଅବଦାନ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ । ଉଭୟ ଦେଶ ଭିତରେ ସାଂସ୍କୃତିକ ଓ ସାମାଜିକ ଭାବ ବିନିମୟ ପାଇଁ ପ୍ରବାସରେ ରହୁଥିବା ଭାରତୀୟ ସମୁଦାୟ ଏକ ସେତୁ ଭଳି କାମ କରୁଥିବା  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”