ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟମାନଙ୍କ ପରିଷଦ ବୈଠକରେ ଯୋଗ ଦେବା ଲାଗି 13-14 ଜୁନ 2019ରେ ମୁଁ ବିଶକେକ (କିର୍ଗିଜ୍ ସାଧାରଣତନ୍ତ୍ର) ଗସ୍ତ କରୁଛି ।

ଏହି କ୍ଷେତ୍ରରେ ବହୁପକ୍ଷୀୟ ରାଜନୈତିକ, ନିରାପତ୍ତା, ଅର୍ଥନୈତିକ ଏବଂ ଜନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଲାଗି ଆମେ ଏସସିଓ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱାରୋପ କରୁଛୁ ।

ଦୁଇ ବର୍ଷ ତଳେ ଏସସିଓର ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପର ଠାରୁ ଏସସିଓର ବିଭିନ୍ନ ଆଲୋଚନା ବ୍ୟବସ୍ଥାରେ ଭାରତ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି । କିର୍ଗିଜ ସାଧାରଣତନ୍ତ୍ରର ଅଧ୍ୟକ୍ଷତା ପ୍ରତି ଗତବର୍ଷ ଆମେ ଆମର ସମ୍ପୂର୍ଣ୍ଣ ସହମତି ବ୍ୟକ୍ତ କରିଥିଲୁ ।

ଏହି ଶିଖର ସମ୍ମିଳନୀରେ ବୈଶ୍ୱିକ ସୁରକ୍ଷା ପରିସ୍ଥିତି, ବହୁପକ୍ଷୀୟ ଅର୍ଥନୈତିକ ସହଯୋଗ, ଜନ ସମ୍ପର୍କ ଏବଂ ଅନ୍ତର୍ଜାତୀୟ ତଥା କ୍ଷେତ୍ରୀୟ ଗୁରୁତ୍ୱ ବହନ କରୁଥିବା ବିଷୟ ଆଧାରିତ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଶିଖର ସମ୍ମିଳନୀ ଉପଲକ୍ଷେ ଦ୍ୱିପାକ୍ଷିକ ଭାବେ ମୁଁ ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଶିଖର ସମ୍ମିଳନୀ ପରେ, କିର୍ଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକ୍ରମେ ମୁଁ ମଧ୍ୟ 14 ଜୁନ, 2019ରେ ଦ୍ୱିପାକ୍ଷିକ ସରକାରୀ ଗସ୍ତରେ କିର୍ଗିଜ ସାଧାରଣତନ୍ତ୍ରରେ ଉପସ୍ଥିତ ରହିବି ।

ଭାରତ ଏବଂ କିର୍ଗିଜ ସାଧାରଣତନ୍ତ୍ର ମଧ୍ୟରେ ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ପାରମ୍ପରିକ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି । ନିକଟ ଅତୀତରେ, ପ୍ରତିରକ୍ଷା, ନିରାପତା, ବାଣିଜ୍ୟ ଏବଂ ନିବେଶ ସମେତ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ଆମର ସମ୍ପର୍କ ଅଧିକ ସମ୍ପ୍ରସାରିତ ହୋଇଛି ।

ଦ୍ୱିପାକ୍ଷିକ ସହଯୋଗର ସାମଗ୍ରୀକ ବିଷୟରେ ଆଲୋଚନା କରିବା ସହିତ ରାଷ୍ଟ୍ରପତି ଜିନବେକୋଭ ଏବଂ ମୁଁ ମିଳିତ ଭାବେ ଭାରତ-କିର୍ଗିଜ ବ୍ୟବସାୟ ମଞ୍ଚର ପ୍ରଥମ ବୈଠକକୁ ସମ୍ବୋଧିତ କରିବୁ ।

ମୋର ବିଶ୍ୱାସ ରହିଛି ଯେ କିର୍ଗିଜ ସାଧାରଣତନ୍ତ୍ରଙ୍କୁ ମୋର ଏହି ଗସ୍ତ ଏସସିଓ ସଦସ୍ୟ ରାଷ୍ଟ୍ର ଏବଂ କିର୍ଗିଜ ସାଧାରଣତନ୍ତ୍ର ସହିତ ଆମର ସହଯୋଗକୁ ଆହୁରି ସୁଦୃଢ଼ ଏବଂ ସଂଗଠିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI to remain free for consumers, says Payments Council of India

Media Coverage

UPI to remain free for consumers, says Payments Council of India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch