ନମସ୍କାର ବନ୍ଧୁଗଣ,

ଭାରତର ବିକାଶରେ ଦେଶର ଶକ୍ତି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହା ଏଭଳି ଏକ କ୍ଷେତ୍ର ଯାହା ‘ଇଜ ଅଫ ଲିଭିଙ୍ଗ’ ଓ ‘ଇଜ ଅଫ ଡୁଇଙ୍ଗ ବିଜନେସ’, ଉଭୟ ସହିତ ଯୋଡ଼ି ହୋଇ ରହିଛି । ଆଜି ଯେତେବେଳେ ଦେଶ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ନେଇ ବଢ଼ିବାରେ ଲାଗିଛି, ସେଥିରେ ଶକ୍ତି କ୍ଷେତ୍ରର ଆମର ବିଦ୍ୟୁତ କ୍ଷେତ୍ର, ଅକ୍ଷୟ ଶକ୍ତିର ବହୁତ ବଡ଼ ଭୂମିକା ରହିଛି । ଏହି କ୍ଷେତ୍ରଗୁଡ଼ିକରେ ସମୃଦ୍ଧି ଆଣିବା ପାଇଁ ଆପଣମାନଙ୍କ ମଧ୍ୟରୁ ଅନେକ ମହାନୁଭବଙ୍କ ଦ୍ୱାରା ପୂର୍ବରୁ ବଜେଟ ପାଇଁ ଆଲୋଚନା ଓ ବିଚାରବିମର୍ଶ ହୋଇଛି । ଆପଣମାନଙ୍କୁ ମଧ୍ୟ ସମସ୍ତ ପ୍ରସଙ୍ଗ ସହ ଯୋଡ଼ିବା ଲାଗି ଉଦ୍ୟମ କରାଯାଉଛି ।

 

ଏବେ ବଜେଟ ଆସିବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି । ଯେଉଁ ଦିଗଗୁଡ଼ିକ ବଜେଟ ସହ ଯୋଡ଼ିରହିଛି, ଆପଣଙ୍କ କ୍ଷେତ୍ର ସହ ଯୋଡ଼ି ହୋଇଛି, ସେଗୁଡ଼ିକ ଉପରେ ଆପଣମାନେ ଅନେକ ଥର ବିଶ୍ଳେଷଣ କରିସାରିଛନ୍ତି । କେଉଁ ଦିଗରୁ କ୍ଷତି ଓ କେଉଁ ଦିଗରୁ ଲାଭ ହେବାକୁ ଯାଉଛି, ଅତିରିକ୍ତ ଫାଇଦା ଉଠାଇବା ପାଇଁ ରାସ୍ତା କ’ଣ ରହିଛି, ସେସବୁ ଆପଣମାନେ ଖୋଜିସାରିଛନ୍ତି । ଆଣପମାନଙ୍କ ଉପଦେଷ୍ଟାମାନେ ମଧ୍ୟ ଅନେକ ପରିଶ୍ରମ କରି ସେହି କାମ ସାରିଦେଇଛନ୍ତି । ଏବେ ଆଗକୁ ଆସିବାକୁ ଥିବା ରାସ୍ତା ସରକାର ଓ ଆପଣମାନେ ମିଶି ଧାର୍ଯ୍ୟ କରିବେ, ବଜେଟ ଘୋଷଣାଗୁଡ଼ିକୁ କିଭଳି ତ୍ୱରିତ ଭାବେ କାର୍ଯ୍ୟକାରୀ କରାଯିବ, ସରକାର ଓ ଘରୋଇ କ୍ଷେତ୍ର ପରସ୍ପର ସହ ବିଶ୍ୱାସ ବଢ଼ାଇ କାମ କରିବେ, ଏହିସବୁ କଥା ପାଇଁ ଏହି ଆଲୋଚନା ଜରୁରି ଥିଲା ।

 

ବନ୍ଧୁଗଣ,

ଶକ୍ତି କ୍ଷେତ୍ରକୁ ନେଇ ଆମ ସରକାରଙ୍କ ପଦକ୍ଷେପ ସବୁବେଳେ ସାମଗ୍ରିକ ରହିଆସିଛି । ୨୦୧୪ରେ ଯେବେ ଆମ ସରକାର ଗଠନ ହେଲା, ସେତେବେଳେ ବିଦୁ୍ୟତ କ୍ଷେତ୍ରରେ କ’ଣ ଘଟୁଥିଲା, ତାହା ଆପଣମାନେ ଭଲ ଭାବେ ଜାଣିଥିବେ । ଏଥିସହ ଜଡ଼ିତ ବିତରଣ କମ୍ପାନିଗୁଡ଼ିକର ସ୍ଥିତି କ’ଣ ଥିଲା, ତାହା ବାବଦରେ ମୋତେ ଆଉ ବର୍ଣ୍ଣନା କରିବା ଦରକାର ନାହିଁ । ଆମେ ଏହି କ୍ଷେତ୍ରରେ ଉପଭୋକ୍ତା ଓ ଉଦ୍ୟୋଗୀ, ଉଭୟଙ୍କ ହିତକୁ ଧ୍ୟାନରେ ରଖି ନୀତି ପ୍ରସ୍ତୁତ କରିଥିଲୁ ଏବଂ ନୀତିରେ ଆହୁରି ସୁଧାର ଆଣିବା ଲାଗି ଲଗାତାର ଚେଷ୍ଟା କରିଥିଲୁ । ବିତୁ୍ୟତ କ୍ଷେତ୍ରରେ ଆମେ ଯେଉଁ ୪ ମନ୍ତ୍ରକୁ ନେଇ ଚାଲିଥିଲୁ, ତାହା ହେଉଛି ରିଚ, ରିଇନଫୋର୍ସ, ରିଫର୍ମ ଓ ରିନୁ୍ୟଏବଲ ଏନର୍ଜି ।

 

ବନ୍ଧୁଗଣ,

ଯଦି ରିଚ ବା ପହଞ୍ଚ କଥା କୁହାଯାଏ, ଆମେ ପ୍ରଥମେ ଦେଶର ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ ଏବଂ ପୁଣି ପ୍ରତି ଘରେ ବିଜୁଳି ପହଞ୍ଚାଇବା ପାଇଁ ଜୋର ଦେଇଥିଲୁ ଏବଂ ଏଥିରେ ଆମେ ସବୁ ବଳ ଲଗାଇ ଦେଇଥିଲୁ । ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଏ ଦିଗରେ ମୋଡ଼ିଥିଲୁ । ବିଜୁଳି ପହଞ୍ଚିବା ଦ୍ୱାରା ଏଭଳି ଲୋକଙ୍କ ପାଇଁ ଏକ ନୂଆ ଦୁନିଆ ହିଁ ମିଳିଗଲା ଭଳି ଲାଗିଥିଲା, ଯେଉଁମାନେ ଏକବିଂଶ ଶତାବ୍ଦୀରେ ମଧ୍ୟ ବିଜୁଳି ବିନା ବଞ୍ଚୁଥିଲେ ।

ଯଦି ନିଜର କ୍ଷମତାକୁ ରିଇନଫୋର୍ସ (ନୂଆ ବଳ ଦେବା) କରିବା କଥା କୁହାଯାଏ, ତେବେ ଆଜି ଭାରତ ବିଦ୍ୟୁତ ନିଅଣ୍ଟ ଦେଶରୁ ବିଦ୍ୟୁତ ବଳକା ଦେଶ ହୋଇସାରିଥାନ୍ତା । ବିଗତ କିଛି ବର୍ଷରେ ଆମେ ୧୩୯ ଗିଗାୱାଟ କ୍ଷମତା ସାମିଲ କରିଛୁ । ଭାରତ, ‘ୱାନ ନେସନ, ୱାନ ଗ୍ରୀଡ- ୱାନ ଫ୍ରିକ୍ୱେନ୍ସି’ ଲକ୍ଷ୍ୟ ମଧ୍ୟ ପ୍ରାପ୍ତ କରିସାରିଛି । ଏହିସବୁ ରିଫର୍ମ ବା ସଂସ୍କାର ବିନା ସମ୍ଭବ ନ ଥିଲା । ଉଦୟ ଯୋଜନା ଅଧୀନରେ ଆମେ ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ବଣ୍ଡ ଇସ୍ୟୁ କରିଥିଲୁ । ଏହାଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ଆର୍ଥିକ ଓ ପରିଚାଳନା ସାମର୍ଥ୍ୟକୁ ପ୍ରୋତ୍ସାହନ ମିଳିଥିଲା । ପାୱାର ଗ୍ରୀଡର ସମ୍ପତ୍ତିକୁ ନଗଦୀକରଣ କରିବା ପାଇଁ ଭିତ୍ତିଭୂମି ନିବେଶ ଟ୍ରଷ୍ଟ - ଇନଭିଟ ସ୍ଥାପନ କରାଯାଇଛି ଏବଂ ତାହା ଶୀଘ୍ର ନିବେଶକମାନଙ୍କ ପାଇଁ ଖୋଲିଦିଆଯିବ ।

ବନ୍ଧୁଗଣ,

ବିଜୁଳି ଆବଶ୍ୟକତା ପୂରଣ ପାଇଁ ଅକ୍ଷୟ ଶକ୍ତି ଉପରେ ବେଶ ଅଧିକ ଗୁରୁତ୍ୱ ଦିଆଯାଉଛି । ଗତ ୬ ବର୍ଷ ମଧ୍ୟରେ ଆମେ ଅକ୍ଷୟ ଶକ୍ତି କ୍ଷମତା ଅଢ଼େଇ ଗୁଣାରୁ ଅଧିକ ବୃଦ୍ଧି କରିଛୁ । ଏହି ଅବଧିରେ ଭାରତର ସୌର ଶକ୍ତି କ୍ଷମତାରେ ପାଖାପାଖି ୧୫ ଗୁଣା ବୃଦ୍ଧି ହୋଇସାରିଛି । ଆଜି ଭାରତ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ମାଧ୍ୟମରେ ଦୁନିଆକୁ ନେତୃତ୍ୱ ପ୍ରଦାନ କରୁଛି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବଜେଟରେ ମଧ୍ୟ ଭାରତ ନିଜର ଭିତ୍ତିଭୂମି ଉପରେ ଅଭୂତପୂର୍ବ ନିବେଶ ଲାଗି ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରିଛି । ମିଶନ ହାଇଡ୍ରୋଜନ ଆରମ୍ଭ ହେଉ, ସୋଲାର ସେଲର ଘରୋଇ ଉତ୍ପାଦନ ହେଉ, କିମ୍ବା ଅକ୍ଷୟ ଶକ୍ତି କ୍ଷେତ୍ରରେ ବଡ଼ଧରଣର ପାଣ୍ଠ ଯୋଗାଣ; ଭାରତ ପ୍ରତ୍ୟେକ କ୍ଷେତ୍ରକୁ ଶକ୍ତି ଯୋଗାଉଛି । ଆମ ଦେଶରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସୋଲାର ସେଲର ଯେଉଁ ଚାହିଦା ରହିଛି, ତାହା ଆମର ଆଜିର ଉତ୍ପାଦନ କ୍ଷମତାଠାରୁ ୧୨ ଗୁଣା ଅଧିକ । ଅନେକ ବଡ଼ ବଜାର ଆମର ପ୍ରତୀକ୍ଷା କରୁଛି । ଆପଣମାନେ ବୁଝିପାରୁଥିବେ ଯେ ଦେଶର ଆବଶ୍ୟକ କେତେ ବଡ଼ ଏବଂ ଆପଣମାନଙ୍କ ପାଇଁ ସୁଯୋଗ କେତେ ବିଶାଳ ।

ଆମେ ଏହି କ୍ଷେତ୍ରରେ ନିଜ କମ୍ପାନିଗୁଡ଼ିକୁ କେବଳ ଦେଶର ଆବଶ୍ୟକତା ପୂରଣ ପାଇଁ ଜୋର ଦେବାକୁ କହୁନାହିଁ, ବରଂ ସେମାନେ ଅନ୍ତର୍ଜାତୀୟ ମାନୁଫାକଚରିଂ ଚାମ୍ପିଅନରେ ପରିବର୍ତ୍ତନ ହେବାକୁ ଆମେ ଚାହୁଁଛୁ । ସରକାର ‘ହାଇ ଏଫିସିଏନ୍ସି ସୋଲାର ପିଭି ମଡୁ୍ୟଲ୍ସ’କୁ ପିଏଲଆଇ ସ୍କିମ ସହ ଯୋଡ଼ିଛୁ ଏବଂ ଏହା ଉପରେ ୪,୫୦୦ କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଅଛୁ । ଏହି ନିବେଶ ଭାରତରେ ଗିଗାୱାଟ ସ୍ତରର ସୋଲାର ପିଭି ମାନୁଫାକଚରିଂ ଫାସିଲିଟିକୁ ବିକଶିତ କରିବାରେ ସହାୟକ ହେବ । ପିଏଲଆଇ ସ୍କିମର ସଫଳତା ଦ୍ୱାରା ଦେଶରେ ଏକ ସକାରାତ୍ମକ ଟ୍ରାକ ରେକର୍ଡ ପ୍ରସ୍ତୁତ ହୋଇଛି । ଏବେ ଯେମିତି ମୋବାଇଲ ମାନୁଫାକଚରିଂକୁ ଆମେ ଏହି ସ୍କିମ ସହ ଯୋଡ଼ିଛୁ; ଯଦ୍ଦ୍ୱାରା ବେଶ ଅଧିକ ପ୍ରତିକି୍ରୟା ମିଳିବାରେ ଲାଗିଛି । ଏବେ ‘ହାଇ ଏଫିସିଏନ୍ସି ସୋଲାର ପିଭି ମଡୁ୍ୟଲ୍ସ’ ନିମନ୍ତେ ମଧ୍ୟ ଏଭଳି ପ୍ରତିକି୍ରୟା ଆସିବ ବୋଲି ଆମେ ଆଶା କରୁଛୁ ।

ପିଏଲଆଇ ସ୍କିମ ଅଧୀନରେ ୧୦,୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ସମନ୍ୱିତ ସୋଲାର ପିଭି ମାନୁଫାକଚରିଂ ପ୍ଲାଣ୍ଟ ନିର୍ମାତା କରାଯିବ ଏବଂ ଏହା ଉପରେ ପାଖାପାଖି ୧୪ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ସରକାରଙ୍କ ଅନୁମାନ ଯେ ଏହାଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ୧୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ଚାହିଦା ସୃଷ୍ଟି ହେବ । ଏହି ଚାହିଦା, ସୋଲାର ପିଭି ମାନୁଫାକଚରିଂର ପୂରା ଇକୋସିଷ୍ଟମର ବିକାଶରେ, ତାହାକୁ ତ୍ୱରାନ୍ୱିତ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ।

ବନ୍ଧୁଗଣ,

ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ବୃଦ୍ଧି ନିମନ୍ତେ ସରକାର ଭାରତୀୟ ସୌରଶକ୍ତି ନିଗମରେ ୧,୦୦୦ କୋଟି ଟଙ୍କାର ଅତିରିକ୍ତ ପୁଂଜି ପ୍ରଦାନ ଲାଗି ପ୍ରତିବଦ୍ଧତା ଦେଖାଇଛି । ଏହିଭଳି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସିରେ ମଧ୍ୟ ୧,୫୦୦ କୋଟି ଟଙ୍କାର ଅତିରିକ୍ତ ନିବେଶ କରାଯିବ । ଏହା ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ ।

ବନ୍ଧୁଗଣ,

ବିଦୁ୍ୟତ କ୍ଷେତ୍ରରେ ‘ଇଜ ଅଫ ଡୁଇଙ୍ଗ ବିଜନେସ’କୁ ଉନ୍ନତ ବନାଇବା ଲାଗି ସରକାର ନିୟାମକ ଓ ପ୍ରକ୍ରିୟା ଢାଞ୍ଚାରେ ସୁଧାର ଅଭିଯାନ ଜାରି ରଖିଛି । ବିଦୁ୍ୟତ କ୍ଷେତ୍ରକୁ ପୂର୍ବରୁ ଯେଉଁ ଦୃଷ୍ଟିରେ ଦେଖାଯାଉଥିଲା, ଆମେ ସେହି ତାହାକୁ ଏକ ପୃଥକ ଦୃଷ୍ଟିରେ ଦେଖୁଛୁ । ଆଜି ଯେତେ ବି ସଂସ୍କାର କରାଯାଉଛି, ବିଦୁ୍ୟତକୁ ଶିଳ୍ପ କ୍ଷେତ୍ରର ଏକ ଅଂଶ ବିବେଚନା କରିବା ପରିବର୍ତ୍ତେ ନିଜେ ନିଜକୁ ଏକ କ୍ଷେତ୍ର ରୂପରେ ଦେଖୁଛି ।

ବିଦୁ୍ୟତ କ୍ଷେତ୍ରକୁ ସାଧାରଣତଃ ଶିଳ୍ପ କ୍ଷେତ୍ରର ଏକ ସପୋର୍ଟ ସିଷ୍ଟମ ଭାବେ ଦେଖାଯାଏ । ଯେବେ କି ବିଜୁଳି ନିଜେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଏହା କେବଳ ଉଦ୍ୟୋଗଗୁଡ଼ିକ ଯୋଗୁ ନୁହେଁ, ବରଂ ଆଜି ସାଧାରଣ ଜନତାଙ୍କ ପାଇଁ ବିଜୁଳିର ଉପଲବ୍ଧତା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

ସରକାରଙ୍କ ନୀତିଗୁଡ଼ିକର ମଧ୍ୟ ପ୍ରଭାବ ରହିଛି, ଯାହା ଆଜି ଭାରତର ବିଦୁ୍ୟତ ଚାହିଦା ରେକର୍ଡ ସ୍ତରରେ ପହଞ୍ଚିଛି! ଆମେ ଦେଶବ୍ୟାପୀ ବିଜୁଳି ଯୋଗାଣ ଓ ବିତରଣ ସେଗମେଣ୍ଟର ସମସ୍ୟାଗୁଡ଼ିକୁ ଦୂର କରିବାରେ ଲାଗିଛୁ । ଏଥିପାଇଁ ବିଦୁ୍ୟତ ବିତରଣକାରୀ କମ୍ପାନିଗୁଡ଼ିକ ସହ ଜଡ଼ିତ ଜରୁରି ନୀତି ଓ ନିୟାମକ ଢାଞ୍ଚା ନିର୍ମାଣ କରିବାକୁ ଯାଉଛୁ । ଆମେ ଭାବୁଛୁ ଯେ ଉପଭୋକ୍ତାଙ୍କୁ ବିଜୁଳି ଠିକ ସେମିତି ମିଳିବା ଦରକାର ଯେମିତି ଅନ୍ୟ ଖୁଚୁରା କ୍ଷେତ୍ରରେ ସାମଗ୍ରୀ କିଣାବିକା ହେଉଛି ।

ଆମେ ବିଦୁ୍ୟତ ବିତରଣ କ୍ଷେତ୍ରରେ ପ୍ରବେଶ ପ୍ରତିବନ୍ଧକକୁ କମ କରିବା ଏବଂ ବିଜୁଳିର ବିତରଣ ଓ ଯୋଗାଣକୁ ଲାଇସେନ୍ସମୁକ୍ତ କରିବା ପାଇଁ କାମ କରୁଛୁ । ସରକାରଙ୍କ ଦ୍ୱାରା ପ୍ରିପେଡ ସ୍ମାର୍ଟ ମିଟର ଏବଂ ଫିଡର ସେପାରେସନ ସିଷ୍ଟମର ଅପଗ୍ରେଡେସନ ସହ ଜଡ଼ିତ ଭିତ୍ତିଭୂମି ଠାରୁ ଆରମ୍ଭ କରି ବିତରଣ କମ୍ପାନିଙ୍କ ସହାୟତା ନିମନ୍ତେ ଯୋଜନା ଉପରେ ମଧ୍ୟ କାମ କରୁଛୁ ।

ବନ୍ଧୁଗଣ,

ଭାରତରେ ସୌର ଶକ୍ତିର ଦାମ ବହୁତ କମ ରହିଛି । ଏହାଦ୍ୱାରା ସୌରଶକ୍ତିକୁ ଲୋକମାନେ ଅଧିକ ସହଜରେ ସ୍ୱୀକାର ମଧ୍ୟ କରୁଛନ୍ତି । ପିଏମ କୁସୁମ ଯୋଜନା, ଅନ୍ନଦାତାଙ୍କୁ ଊର୍ଜାଦାତା କରୁଛୁ । ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କ ଚାଷଜମିରେ କ୍ଷୁଦ୍ର ପାୱାର ପ୍ଲାଣ୍ଟ ଲଗାଇ ୩୦ ଗିଗାୱାଟ ସୌରଶକ୍ତି କ୍ଷମତା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଛି । ଏ ପର୍ଯ୍ୟନ୍ତ ପାଖାପାଖି ୪ ଗିଗାୱାଟ ରୁଫଟପ ସୋଲାର ଏନର୍ଜିର କ୍ଷମତା ଆମେ ସଂସ୍ଥାପନ କରିସାରିଛୁ ଏବଂ ପାଖାପାଖି ଅଢ଼େଇ ଗିଗାୱାଟ କ୍ଷମତା ଏଥିରେ ଶୀଘ୍ର ଯୋଡ଼ିହେବ । ଆଗାମୀ ୧ରୁ ଦେଢ଼ବର୍ଷ ମଧ୍ୟରେ ୪୦ ଗିଗାୱାଟ ସୌରଶକ୍ତି କେବଳ ରୁଫଟପ ସୌର ପ୍ରକଳ୍ପ ଦ୍ୱାରା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଛି ।

ବନ୍ଧୁଗଣ,

ଆଗାମୀ ଦିନରେ ବିଦୁ୍ୟତ କ୍ଷେତ୍ରକୁ ସୁାଧରିବା, ତାହାକୁ ସଶକ୍ତ କରିବା ଅଭିଯାନ ଆହୁରି ତ୍ୱରାନ୍ୱିତ ହେବ । ଆମର ଏହି ଉଦ୍ୟମଗୁଡ଼ିକୁ ଆପଣମାନଙ୍କର ସମାଧାନ ପରାମର୍ଶ ଦ୍ୱାରା ଶକ୍ତି ମିଳୁଛି । ଆଜି ଦେଶର ବିଦୁ୍ୟତ କ୍ଷେତ୍ର, ନୂଆ ଶକ୍ତି ସହ ନୂଆ ଯାତ୍ରାରେ ବାହାରି ପଡ଼ିଛି । ଆପଣମାନେ ମଧ୍ୟ ଏହି ଯାତ୍ରାରେ ଭାଗୀଦାର ବନାଇ ରଖିବା ଆବଶ୍ୟକ । ଆପଣମାନେ ଏହାର ନେତୃତ୍ୱ ନିଅନ୍ତୁ ।

ମୋର ବିଶ୍ୱାସ ଯେ ଆଜି ଏହି ୱେବିନାରରେ ସମସ୍ତଙ୍କ ବିଶେଷଜ୍ଞଙ୍କ ଦ୍ୱାରା ମହତ୍ତ୍ୱପୂର୍ଣ୍ଣ ସମାଧାନ ବାହାରିବ । ମୋର ଏହା ମଧ୍ୟ ବିଶ୍ୱାସ ଯେ ଆପଣମାନଙ୍କର ମୂଲ୍ୟବାନ ପରାମର୍ଶ ଦ୍ୱାରା ସରକାରଙ୍କୁ ବଜେଟ ସହ ଜଡ଼ିତ ଘୋଷଣାଗୁଡ଼ିକୁ ଲାଗୁ କରିବା ପାଇଁ ଅନେକ ସହାୟକ ହେବ ଏବଂ ଏହି ସମୟରେ ସରକାରଙ୍କ ବଜେଟ ଟିମ ବଜେଟ ପୂର୍ବରୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ, ଅନେକ ଦିଗକୁ ଦେଖିବାକୁ ହୋଇଥାଏ, ଅନେକ ପରାମର୍ଶ କରିବାକୁ ପଡ଼ିଥାଏ; ତାହା ପରେ ଯାଇ ବଜେଟ ପ୍ରସ୍ତୁତ ହୋଇ ଆଗତ ହୋଇଥାଏ । କିନ୍ତୁ ବଜେଟ ପରେ ଏତେଶୀଘ୍ର ଏତେ ବଡ଼ ବିଚାରବିମର୍ଶ, ଏହା ମୁଁ ବୁଝିପାରୁଛି ଯେ ତାହାଠାରୁ ବି ଅଧିକ ପରିଣାମକାରୀ ହେବ, ତାହାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେବ । ଏବଂ ଏଥିପାଇଁ ଏଭଳି ହୋଇଥିଲେ ଭଲ ହୋଇଥାନ୍ତା, ଏଭଳି ହୋଇଥିଲେ ଭଲ ହୋଇଥାନ୍ତା... ଏମିତି କରିଥିଲେ ଠିକ ହୋଇଥାନ୍ତା; ସେ ସମୟ ଶେଷ ହୋଇଯାଇଛି । ଯାହା ଅଛି, ତାହାକୁ ତ୍ୱରାନ୍ୱିତ ଗତିରେ ଲାଗୁ କରିବାର ଅଛି । ଏବେ ଆମେ ବଜେଟ ଏକ ମାସ ପୂର୍ବରୁ ଆଣୁଛୁ । ଏକମାସ ପୂର୍ବରୁ ଆଣିବାର ଅର୍ଥ ହେଉଛି ଦେଶର ଅର୍ଥ ବ୍ୟବସ୍ଥାକୁ ମୋତେ ଏକ ମାସ ପୂର୍ବରୁ ଦୌଡ଼ାଇବାର ଅଛି ।

ଆମେ ଦେଖୁ, ବିଶେଷକରି ଭିତ୍ତିଭୂମି ନିମନ୍ତେ ସମୟ ବହୁତ ମୂଲ୍ୟବାନ । କାରଣ ଆମର ଏଠି ଏପ୍ରିଲରେ ବଜେଟ ଲାଗୁ ହୋଇଥାଏ ଏବଂ ତାହା ପରେ ଯଦି ଆମେ ଚର୍ଚ୍ଚା ଆରମ୍ଭ କରିବା ତେବେ ସେଥିରେ ଏକ ମାସ ବିତିଯିବ । ମେ ମାସ ଶେଷରେ ଆମ ଦେଶରେ ବର୍ଷା ଆରମ୍ଭ ହୋଇଯାଏ ଏବଂ ଭିତ୍ତିଭୂମିର ସବୁ କାମ ୩ ମାସ ଅଟକି ଯାଇଥାଏ । ଏଭଳି ସ୍ଥିତିରେ ଏପ୍ରିଲ ୧ ରୁ ହିଁ କାମ ଆରମ୍ଭ କରାଗଲେ ଆମେ ଏପ୍ରିଲ-ମେ-ଜୁନ, ଭିତ୍ତିଭୂମି କାମ ପାଇଁ ବହୁତ ସମୟ ମିଳିଯାଏ; ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ବର୍ଷା ଦିନ ହୋଇଥାଏ; ପୁଣି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବା । ସମୟର ଉତ୍ତମ ଉପଯୋଗ କରିବା ପାଇଁ ଏହି ବଜେଟକୁ ଆମେ ଗୋଟିଏ ମାସ ପୂର୍ବରୁ ଆଣି ଆଗକୁ ବଢୁଛୁ ।

ଆପଣମାନେ ସମସ୍ତେ ଯେଉଁମାନେ ଅଂଶୀଦାର, ଏହାର ଫାଇଦା ଉଠାଇ ପାରିବେ । ଆପଣମାନେ ଯେତିକି ଉଠିବେ, ସରକାର ସମ୍ପୂର୍ଣ୍ଣ ଭାବେ ଆପଣମାନଙ୍କ ସହ ଚାଲିବାକୁ ଚାହାନ୍ତି, ବରଂ ଗୋଟିଏ ପାଦ ଆଗରେ ଯିବାକୁ ଚାହାନ୍ତି । ଆପଣମାନେ ଆଗକୁ ଆସନ୍ତୁ, ଆପଣଙ୍କର ଦୃଢ଼ କାର୍ଯ୍ୟକାରିତାର ସୁଦୃଢ଼ ପରାମର୍ଶ ଆଣି ଆଗକୁ ଆସନ୍ତୁ, ମୋର ପୂରା ଟିମ ଆପଣମାନଙ୍କ ସହ ଆଲୋଚନା କରିବ, ବିସ୍ତୃତ ଭାବେ ଆଲୋଚନା କରିବ ଏବଂ ଆମେ ମିଳିମିଶି ଦେଶର ଯାହା ସ୍ୱପ୍ନ ରହିଛି, ତାହାକୁ ପୂରଣ କରିବା ପାଇଁ ଆଗକୁ ବଢ଼ିବା । ଏହି ଶୁଭକାମନା ସହିତ ୱେବିନାରଟି ସଫଳ ହେଉ, ବହୁତ ଲକ୍ଷ୍ୟ ହାସଲକାରୀ ହେଉ ବୋଲି ମୁଁ ଚାହିଁବି । କାର୍ଯ୍ୟକାରିତା, ହେଉଛି ମୋର ଫୋକସ । ଏହା ଉପରେ ଆପଣମାନେ ଜୋର ଲଗାନ୍ତୁ ।

 

ବହୁତ ବହୁତ ଧନ୍ୟବାଦ ।

  • शिवकुमार गुप्ता February 20, 2022

    जय माँ भारती
  • शिवकुमार गुप्ता February 20, 2022

    जय भारत
  • शिवकुमार गुप्ता February 20, 2022

    जय हिंद
  • शिवकुमार गुप्ता February 20, 2022

    जय श्री सीताराम
  • शिवकुमार गुप्ता February 20, 2022

    जय श्री राम
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s development story and the PM’s contribution

Media Coverage

India’s development story and the PM’s contribution
NM on the go

Nm on the go

Always be the first to hear from the PM. Get the App Now!
...
PM congratulates the Indian contingent for their performance at 2025 Asian Athletics Championships
June 02, 2025

Prime Minister, Shri Narendra Modi, has praised the Indian contingent for their stupendous performance at the recently held 2025 Asian Athletics Championships in South Korea."The hard work and determination of every athlete were clearly visible throughout the tournament", Shri Modi stated.

The Prime Minister posted on X :

"India is proud of our contingent for their stupendous performance at the recently held 2025 Asian Athletics Championships in South Korea. The hardwork and determination of every athlete were clearly visible throughout the tournament. Best wishes to the athletes for their future endeavours."