The role of civil servants should be of minimum government and maximum governance: PM Modi
Take decisions in the national context, which strengthen the unity and integrity of the country: PM to civil servants
Maintain the spirit of the Constitution as you work as the steel frame of the country: PM to civil servants

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆରୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ଏହି କାର୍ଯ୍ୟକ୍ରମଟି 2019ରେ ପ୍ରଥମଥର ଆରମ୍ଭ ହୋଇଥିବା ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ (ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ) ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ।

ତାଲିମ ନେଉଥିବା ଅଧିକାରୀମାନଙ୍କ ଉପସ୍ଥାପନ ଦେଖିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶକୁ ଅନୁକରଣ କରି କାର୍ଯ୍ୟ କରିବା ଉଚିତ । ସର୍ଦ୍ଦାର ପଟେଲ କହିଥିଲେ ଯେ ଦେଶର ନାଗରିକଙ୍କ ସେବା କରିବା ସିଭିଲ ସେବା ଅଧିକାରୀଙ୍କ ସର୍ବୋତ୍ତମ କର୍ତ୍ତବ୍ୟ । ସେହି ମନ୍ତ୍ରରେ ଦୀକ୍ଷିତ ହୋଇ ସବୁ ପ୍ରଶାସନିକ ଅଧିକାରୀମାନେ ଦେଶର ସେବାରେ ବ୍ରତୀ ହେବା ଆବଶ୍ୟକ ।

ଦେଶର ସ୍ୱାର୍ଥ ପରିପ୍ରେକ୍ଷୀରେ ଯୁବ ଅଧିକାରୀମାନେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବା ସହିତ ଦେଶର ଏକତା ଓ ସଂହତିକୁ ଅଧିକ ଦୃଢ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସିଭିଲ ସେବା ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରିବାବେଳେ ସାଧାରଣ ଜନତାଙ୍କ ସ୍ୱାର୍ଥ ଯେପରି ସୁରକ୍ଷିତ ରହେ ସେଥିପ୍ରତି ଯତ୍ନବାନ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ସଂପୃକ୍ତ ଅଧିକାରୀମାନେ ଯେଉଁ ବିଭାଗ ବା ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ସର୍ବତ୍ର ଏହି ନୀତି ଓ ଆଦର୍ଶରେ କରିବା ଉଚିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତୀୟ ସିଭିଲ ସେବା ଯାହା ଦେଶର ଇସ୍ପାତ ଢାଞ୍ଚା ବା ଷ୍ଟିଲ୍‌ ଫ୍ରେମଭାବେ ପରିଚିତ ତାହା କେବଳ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ସୀମିତ ରହିବା ଅନୁଚିତ । ସିଭିଲ ସେବା ସର୍ବଦା ରାଷ୍ଟ୍ରର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ । ବିଶେଷକରି ସଂକଟ ସମୟରେ ଏହି ସେବାର ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ସେ ସ୍ମରଣ କରାଇଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ତାଲିମର ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରିବା ସହ ନୂଆ ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବିକାଶ ଏବଂ ଦେଶର ପ୍ରଗତିରେ ନୂଆ ଆଭିମୁଖ୍ୟ ଓ ନୂତନ ପଥ ବାହାର କରିବାରେ ତାଲିମ କିପରି ସହାୟକ ହୁଏ ତାହା ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଅଧିକାରୀମାନଙ୍କ ତାଲିମ ବ୍ୟବସ୍ଥା ଆଉ ପୁରୁଣାକାଳିଆ ଢାଞ୍ଚାରେ ହେଉନାହିଁ । ମାନବ ସମ୍ବଳ ବିକାଶ ପାଇଁ ଆଧୁନିକ ତାଲିମରେ ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସିଭିଲ ସେବା ଅଧିକାରୀଙ୍କ ତାଲିମ ପ୍ରଦାନ ଢାଞ୍ଚାରେ ପରିବର୍ତ୍ତନ ଗତ 2-3 ବର୍ଷ ହେଲା କାର୍ଯ୍ୟକାରୀ ହୋଇଆସୁଛି । ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ ‘ଆରମ୍ଭ’ କେବଳ ଏକ ଅୟମାରମ୍ଭ ନୁହେଁ, ଏହା ଏକ ନୂଆ ପରମ୍ପରାର ପ୍ରତୀକ ।

ଭାରତୀୟ ସିଭିଲ ସେବାରେ ନୂଆକରି ଆରମ୍ଭ ହୋଇଥିବା ଏକ ସଂସ୍କାରବାଦୀ କାର୍ଯ୍ୟକ୍ରମ ‘ମିଶନ କର୍ମଯୋଗୀ’ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂପୃକ୍ତ ସିଭିଲ ସେବା ଅଧିକାରୀମାନଙ୍କ ଦକ୍ଷତା ନିର୍ମାଣ ଦିଗରେ ଏହା ଏକ ପ୍ରୟାସ । ସେମାନଙ୍କୁ ଅଧିକ ରଚନାତ୍ମକ ଓ ଆତ୍ମବିଶ୍ୱାସୀ କରିବା ପାଇଁ ଏହି ସଂସ୍କାର କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ।

 

 

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଉପରୁ ତଳକୁ ନୀତିରେ ଶାସନ କରିବା ବ୍ୟବସ୍ଥାରେ ବିଶ୍ୱାସ କରନ୍ତି ନାହିଁ । ଯେଉଁମାନଙ୍କ ପାଇଁ ନୀତି ଓ ଯୋଜନାମାନ ପ୍ରସ୍ତୁତ କରାଯାଉଛି ସେମାନଙ୍କୁ ସେଥିରେ ସାମିଲ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ପଛରେ ଜନତା ହିଁ ବାସ୍ତବ ଚାଳକ ଶକ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଦେଶର ବର୍ତ୍ତମାନର ଶାସନ ବ୍ୟବସ୍ଥାରେ  ସବୁ ବ୍ୟୁରୋକ୍ରାଟଙ୍କ ଭୂମିକା ହେଲା ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତିକୁ ସୁନିଶ୍ଚିତ କରି କାର୍ଯ୍ୟ କରିବା । ନାଗରିକଙ୍କ ଜୀବନରେ ଯେପରି ସରକାର ବା ପ୍ରଶାସନ ବିଶେଷ ହସ୍ତକ୍ଷେପ ନ କରେ ତାହାକୁ ସିଭିଲ ସେବା ଅଧିକାରୀମାନେ ସୁନିଶ୍ଚିତ କରିବା ସହ ସାଧାରଣ ନାଗରିକଙ୍କୁ ସଶକ୍ତ କରିବା ଆବଶ୍ୟକ ।

ଭାରତକୁ ଆତ୍ମନିର୍ଭର କରିବା ପାଇଁ ଚାଲିଥିବା ଉଦ୍ୟମରେ ସିଭିଲି ସେବାର ଶିକ୍ଷାନବୀଶ ଅଧିକାରୀମାନେ ‘ଭୋକାଲ ଫର୍‌ ଲୋକାଲ’ ମନ୍ତ୍ରକୁ କାର୍ଯ୍ୟରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat