My Government's "Neighbourhood First" and your Government's "India First" policies have strengthened our bilateral cooperation in all sectors: PM
In the coming years, the projects under Indian assistance will bring even more benefits to the people of the Maldives: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମାଳଦୀପର ରାଷ୍ଟ୍ରପତି ଶ୍ରୀ ଇବ୍ରାହିମ ମହମ୍ମଦ ସୋଲିହ ଆଜି ଭିଡିଓ କନଫରେନ୍ସ ଜରିଆରେ ମାଳଦୀପରେ ଅନେକ ମହତ୍ୱପୂର୍ଣ୍ଣ ବିକାଶ ପରିଯୋଜନା ଗୁଡ଼ିକୁ ମିଳିତ ଭାବେ ଉଦଘାଟନ କରିଛନ୍ତି ।

ଭାରତରେ ନିର୍ମିତ ତଟରକ୍ଷକ ଜାହାଜ ‘କାମିୟାବ’କୁ ଉପହାର ଭାବେ ମାଳଦୀପକୁ ପ୍ରଦାନ କରିବା, ରୂପେ କାର୍ଡର ଶୁଭାରମ୍ଭ କରିବା, ଏଲଇଡି ଲାଇଟର ଉପଯୋଗ କରି ମାଲେକୁ ଆଲୋକିତ କରିବା, ବ୍ୟାପକ ସକାରାତ୍ମକ ପ୍ରଭାବ ଥିବା ସାମୁଦାୟିକ ବିକାଶ ପରିଯୋଜନା ଏବଂ ମତ୍ସ୍ୟ ପ୍ରକ୍ରିୟାକରଣ କାରଖାନାର ଶୁଭାରମ୍ଭ କରିବା ଏଥିରେ ସାମିଲ ରହିଛି ।

ରାଷ୍ଟ୍ରପତି ସୋଲିହଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ପୁରଣ ହେବା ପରେ ତାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଏହା ହେଉଛି ଭାରତ – ମାଳଦୀପ ସମ୍ବନ୍ଧ ପାଇଁ ଏକ ଉଲ୍ଲେଖନୀୟ ବର୍ଷ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ‘ପଡୋଶୀ ପ୍ରଥମେ’ ନୀତି ଓ ମାଳଦୀପର ‘ପ୍ରଥମେ ଭାରତ’ ନୀତି ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ମଜଭୁତ କରିଛି ।

ଫାଷ୍ଟ ଇଣ୍ଟରସେପ୍ଟର କ୍ରାଫ୍ଟ ତଟରକ୍ଷକ ଜାହାଜ ‘କାମିୟାବ’ର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ମାଳଦୀପର ସାମୁଦ୍ରିକ ସୁରକ୍ଷା ବୃଦ୍ଧି କରିବା ଏବଂ ନୀଳ ଅର୍ଥବ୍ୟବସ୍ଥା (ବ୍ଲୁ ଇକୋନାମି) ତଥା ପର୍ଯ୍ୟଟନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ ଦ୍ୱୀପରେ ରହୁଥିବା ସମୁଦାୟଙ୍କ ଜୀବିକାରେ ସହଯୋଗ ପ୍ରଦାନ କରିବା ପାଇଁ ବ୍ୟାପକ ସକାରାତ୍ମକ ପ୍ରଭାବ ବିଶିଷ୍ଟ ସାମୁଦାୟିକ ବିକାଶ ପରିଯୋଜନା’ ଜରିଆରେ ଭାଗିଦାରୀତା ନେଇ ଖୁସି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ବିଷୟକୁ ଗୁରୁତ୍ୱାରୋପ କରିଥିଲେ ଯେ ଦୁଇ ଦେଶର ଜନତାଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ମଧ୍ୟ ଭାରତ ଓ ମାଳଦୀପ ମଧ୍ୟରେ ଘନିଷ୍ଠ ସମ୍ବନ୍ଧର ଏକ ମହତ୍ୱପୂର୍ଣ୍ଣ ଦିଗ । ଏହି ସନ୍ଦର୍ଭରେ ସେ କହିଥିଲେ ଯେ ମାଳଦୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇଛି । କେବଳ ଏହା ନୁହେଁ, ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ଚଳିତ ସପ୍ତାହରେ ତିନୋଟି ସିଧା ଉଡାଣ ଆରମ୍ଭ କରାଯାଇଛି । ସେ କହିଲେ ଯେ ରୂପେ ବ୍ୟବହାର ବ୍ୟବସ୍ଥାର ଆରମ୍ଭ ହେବା ଦ୍ୱାରା ଭାରତୀୟ ମାନଙ୍କ ପାଇଁ ମାଳଦୀପ ଯାତ୍ରା ଆହୁରି ଅଧିକ ସୁଗମ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ହୁଲହୁଲମାଲେ ଠାରେ ଏକ କ୍ୟାନସର ହସପିଟାଲ ଏବଂ କ୍ରିକେଟ ଷ୍ଟାଡିୟମର ନିର୍ମାଣ ନେଇ କାର୍ଯ୍ୟ କରୁଛନ୍ତି । ସେଠାରେ 34ଟି ଦ୍ୱୀପରେ ଜଳ ଏବଂ ସ୍ୱଚ୍ଛତା ପରିଯୋଜନା ଉପରେ ମଧ୍ୟ ଖୁବ ଶୀଘ୍ର କାମ ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀ ଗଣତନ୍ତ୍ରକୁ ମଜଭୁତ କରିବା ଏବଂ ବିକାଶ ଗତିକୁ ଦ୍ରୂତ କରିବା ପାଇଁ ମାଳଦୀପ ସହିତ ଭାଗିଦାରିତାକୁ ଜାରି ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଦୁଇ ଦେଶ ହିନ୍ଦ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷା ପାଇଁ ପାରସ୍ପରିକ ସହଯୋଗକୁ ବୃଦ୍ଧି କରିବେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional