PM Modi lays foundation of the New Green Field International Airport & Electronic City in Goa
PM Modi appreciates the State of Goa, for its progress
PM lauds Manohar Parrikar for taking Goa to new heights of progress: PM
With the new airport the impetus to tourism will be immense: PM
A digitally trained, modern and youth driven Goa is being shaped today. This has the power to transform India: PM
We took a key step to help the honest citizen of India defeat the menace of black money: PM
I was not born to sit on a chair of high office. Whatever I had, my family, my home...I left it for the nation: PM
Yes I also feel the pain. These steps taken were not a display of arrogance. I have seen poverty & understand people's problems: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ଉତ୍ସବ ଅବସରରେ ମୋପା ବିମାନବନ୍ଦର ଏବଂ ତୁଆମଠାରେ ଇଲେକ୍ଟ୍ରୋନିକ ନଗରୀର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମାଇନ-ରୋଧୀ ଜାହାଜ ନିର୍ମାଣ ଭିତ୍ତି ପ୍ରକଳ୍ପ ଏବଂ ତରରକ୍ଷୀ ବାହିନୀ ପାଇଁ ୫ଟି ପଇଁତରା ଜାହାଜ ନିର୍ମାଣର ଆଧାର ଶିଳା ରଖିଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗୋଆରେ କିଛି ସପ୍ତାହ ତଳେ ବ୍ରିକ୍ସ ଶିଖର ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିବା ଟିମକୁ ଅଭିନନ୍ଦନ ଜଣାଇଥିଲେ । ଗୋଆର ଦ୍ରୁତ ପ୍ରଗତି ପାଇଁ ରାଜ୍ୟ ସରକାରଙ୍କୁ ସେ ପ୍ରଶଂସା କରିଥିଲେ ।

ବିମାନ ବନ୍ଦର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଥିବାରୁ ସେ ବେଶ ଖୁସି । ଏହି ବିମାନ ବନ୍ଦର ପ୍ରକଳ୍ପ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟାଇବା ସହ ଗୋଆ ପାଇଁ ଉପକାରସିଦ୍ଧ ସାବ୍ୟସ୍ତ ହେବ ।

ଇଲେକ୍ଟ୍ରୋନିକ ନଗରୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଏଠାକାର ଯୁବ ପିଢୀ, ଆଧୁନିକତା ଏବଂ ଡିଜିଟାଲ ବ୍ୟବସ୍ଥା ପ୍ରଶିକ୍ଷିତ ଲୋକ ଗୋଆର ଭବିଷ୍ୟତ ଗଢୁଛନ୍ତି, ଯାହାକି ଭାରତର ପରିବର୍ତ୍ତନରେ ମଧ୍ୟ ସହାୟକ ହେବ ।

କେନ୍ଦ୍ର ସରକାରଙ୍କର ସାମ୍ପ୍ରତିକ ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୮ ତାରିଖରେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅସିଦ୍ଧ ହେବା ଘୋଷଣା କରିବା ପରେ ଭାରତର ଜନତା ଶାନ୍ତିରେ ଶୋଇପାରିଛନ୍ତି । ହେଲେ କିଛି ମୁଷ୍ଟିମେୟ ଲୋକଙ୍କ ନିଦ ହଜିଯାଇଛି । ଭାରତର ସଚ୍ଚୋଟ ଓ ସରଳ ନାଗରିକଙ୍କ କଲ୍ୟାଣ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ଯାହାକି କଳାଧନର ଆତଙ୍କକୁ ରୋକିବାରେ ସହାୟକ ହେବ । ଦେଶର ଏହି ବିମୁଦ୍ରୀକରଣ ପ୍ରକ୍ରିୟାକୁ ସଫଳତାର ସହ ଆଗେଇ ନେବାରେ ସାଧାରଣ ନାଗରିକଙ୍କ କଷ୍ଟଲବ୍ଧ ଅବଦାନକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଜନସାଧାରଣ ଯେଉଁ କଷ୍ଟ ସହୁଛନ୍ତି ତାହା ତାଙ୍କୁ ମଧ୍ୟ ବ୍ୟଥା ଦେଉଛି ଏବଂ ମନରେ ବହୁତ କଷ୍ଟ ହେଉଛି । ଏହା ଆମର କଦାପି ବେପରୁଆ ମନୋଭାବ ନୁହଁ । ସେ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛନ୍ତି ଏବଂ ଜନତାର ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି ।

୨୦୧୪ ମସିହାରେ ଦେଶର ଜନତା ଏକ ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟରେ ତାଙ୍କୁ କ୍ଷମତାସୀନ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ତାଙ୍କ ସରକାର ଗତ ଦୁଇ ବର୍ଷ ମଧ୍ୟରେ କଳାଧନ ରୋକିବା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସମ୍ୟକ ସୂଚନା ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Amrit Bharat Station Scheme: Railways upgrades 10 stations at Rs 424 crore

Media Coverage

Amrit Bharat Station Scheme: Railways upgrades 10 stations at Rs 424 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”