Innovation, integrity and inclusion have emerged as key mantras in the field of management: PM
Focus is now on collaborative, innovative and transformative management, says PM
Technology management is as important as human management: PM Modi

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି । କୃଷି କ୍ଷେତ୍ରରେ ଦ୍ରୁତ ସଂସ୍କାର ଜାରି ରହିଛି । ଏପରି ପରିସ୍ଥିତିରେ ଦେଶର ଆଶାଆକାଂକ୍ଷା ସହିତ ନିଜର କ୍ୟାରିୟରକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ନୂଆ ଦଶନ୍ଧିରେ, ବ୍ରାଣ୍ଡ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଆପଣମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନେଇଯିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ବଲପୁର ଅଞ୍ଚଳରେ ରହିଥିବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନର ଉନ୍ନତି ନିମନ୍ତେ ଅଭିନବ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ହସ୍ତଶିଳ୍ପ, ବୟନ ଏବଂ ଜନଜାତି କଳା ଆଦିରେ ରହିଥିବା ଅପାର ସମ୍ଭାବନା ଯୋଗୁ ଏସବୁ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଗଦାନ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ରହିଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ଅନ୍ୟ ସମ୍ବଳର ଉନ୍ନତ ପରିଚାଳନା ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଆଇଆଇଏମ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ମିଶନ, ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତର୍ଜାତୀୟ ସହଭାଗିତା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିପାରିବେ । ତେଣୁ ସେମାନେ ଲୋକାଲକୁ ଗ୍ଲୋବାଲରେ ପରିଣତ କରିବା ଲାଗି ଅଭିନବ ଉପାୟ ସନ୍ଧାନ କରିବାର ଆବଶ୍ୟକତା ରହିଛି । “ଅଭିନବତାର ମିଶ୍ରଣ ଏବଂ ସମାବେଶୀକରଣ”ର ମନ୍ତ୍ର ସହିତ ଆପଣମାନଙ୍କୁ ନିଜର ପରିଚାଳନା ଦକ୍ଷତା ପ୍ରଦର୍ଶିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ଆଡିଟିଭ ପ୍ରିଂଟିଂ, ପରିବର୍ତିତ ଉତ୍ପାଦନ କୌଶଳ, ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ ପରିଚାଳନା ଭଳି ନୂତନ ଜ୍ଞାନକୌଶଳ ଆଦି କ୍ଷେତ୍ରରେ ଦେଖା ଦେଇଥିବା ନୂତନ ପରିଚାଳନାଗତ ଆହ୍ୱାନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହିସବୁ ପ୍ରଯୁକ୍ତି ଡିଜିଟାଲ ସଂଯୋଗ ସହିତ ମିଶିବା ଏବଂ ଯେକୌଣସି ସ୍ଥାନରୁ କାର୍ଯ୍ୟ କରିବାର ଧାରା ଆରମ୍ଭ ହେବା ପରେ ସମଗ୍ର ବିଶ୍ୱ ଏକ ବୈଶ୍ୱିକ ଗ୍ରାମରେ ପରିଣତ ହୋଇଛି । ବିଗତ କିଛିମାସ ଧରି ଭାରତ ଅନେକ ସଂସ୍କାରକୁ ଗ୍ରହଣ କରିଛି । କେବଳ ପରିବର୍ତନକୁ ଗ୍ରହଣ କରିନାହିଁ ବରଂ ସେଗୁଡ଼ିକୁ ଆଶାନୁରୂପ ହେବା ଏବଂ ଅତିକ୍ରମ କରିବାକୁ ଚେଷ୍ଟା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ତିତ କାର୍ଯ୍ୟଶୈଳୀ ପରିଚାଳନା ଦକ୍ଷତାର ଚାହିଦା ଉପରେ ପ୍ରଭାବ ପକାଉଛି । ଟପ-ଡାଉନ କିମ୍ବା ଟପ-ହେଭି ପରିଚାଳନା ଦକ୍ଷତା ପରିବର୍ତେ ଏବେ ସହଭାଗୀ, ଅଭିନବ ଏବଂ ପରିବର୍ତନକାରୀ ପରିଚାଳନାର ଆବଶ୍ୟକତା ଦେଖାଦେଇଛି । ବୋଟ୍ସ ଏବଂ ଆଲଗୋରିଦିମର ପରିଦୃଶ୍ୟ ସହିତ, ପ୍ରଯୁକ୍ତିଗତ ପରିଚାଳନା ଏବେ ମାନବ ପରିଚାଳନା ଭଳି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଭାରତରେ କୋଭିଡ ସଂକଟକୁ ଯେପରି ଭାବେ ବ୍ୟାପକ ସ୍ତରରେ ଅଭିନବ ଢଙ୍ଗରେ ଏବଂ ସହଭାଗିତା ମାଧ୍ୟମରେ ପରିଚାଳନା କରାଯାଇପାରିଲା ସେ ଦିଗରେ ଗବେଷଣା କରିବା ଲାଗି ଶ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏତେ କମ ସମୟ ମଧ୍ୟରେ କ୍ଷମତା ଓ ସାମର୍ଥ୍ୟକୁ କିପରି ଭାବେ ବୃଦ୍ଧି କରାଯାଇପାରିଲା ସେ ସମ୍ପର୍କରେ ଅଧ୍ୟୟନ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ଦେଶ ସ୍ୱଳ୍ପ ଅବଧିର ସମାଧାନକୁ ଛାଡ଼ି ଦୀର୍ଘକାଳୀନ ସମାଧାନର ଆଭିମୁଖ୍ୟ ଆପଣାଇଥିବାରୁ ସେ ଆନନ୍ଦ ବ୍ୟକ୍ତ କରିଥିଲେ। ସେ ଜନ ଧନ ବ୍ୟାଙ୍କ ଖାତା ଏବଂ ଏଲପିଜି ସଂଯୋଗ ସଂଖ୍ୟା ବୃଦ୍ଧିର ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଏଲପିଜି ସଂଯୋଗ ମାତ୍ର ୫୫ ପ୍ରତିଶତ ଥିବା ବେଳେ ଆଜି ଏହା ୯୮ ପ୍ରତିଶତରେ ପହଁଚିଛି । ବ୍ୟାପକ ସ୍ତରରେ ଅଭିନବତାକୁ ଆପଣାଇବା, ଯୋଜନା ପ୍ରସ୍ତୁତ କରିବା ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଦ୍ୱାରା ଏହା ସମ୍ଭବପର ହୋଇପାରିଛି ବୋଲି ସେ କହିଥିଲେ । “ମ୍ୟାନେଜମେଂଟର ଅର୍ଥ କେବଳ ବଡ଼ କମ୍ପାନୀ ଚଳାଇବା ନୁହେଁ ବରଂ ମ୍ୟାନେଜମେଂଟ ହେଉଛି ଜନଜୀବନର ସମସ୍ୟା ଦୂର କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭଲ ମ୍ୟାନେଜର ହେବାକୁ ହେଲେ ଦେଶରେ ରହିଥିବା ସମସ୍ୟାଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି କାରଣରୁ, ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକରେ ବ୍ୟାପକ ସୁଯୋଗ ରହିବା ଜରୁରି ଏବଂ ସେମାନେ କେବଳ ନିଜର ବିଶେଷଜ୍ଞତା ମଧ୍ୟରେ ସୀମିତ ରହିବା ଅନୁଚିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷାନୀତିରେ ଏକ ବିସ୍ତୃତ, ବହୁବିଷୟକ ଏବଂ ସାମଗ୍ରିକ ଦୃଷ୍ଟିକୋଣ ନେଇ ସମୟ ସହ ବଦଳୁଥିବା ପେସାଦାର ଶିକ୍ଷା ବ୍ୟବସ୍ଥାରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shri VD Satheesan Ji on taking oath as the Chief Minister of Keralam
May 18, 2026

The Prime Minister, Shri Narendra Modi, congratulated Shri VD Satheesan Ji on taking oath as the Chief Minister of Keralam.

Shri Modi remarked that the Central Government assures all possible support for the newly formed Keralam Government in fulfilling the aspirations of the people.

Shri Modi posted on X:

“Congratulations to Shri VD Satheesan Ji on taking oath as the Chief Minister of Keralam. My best wishes for his tenure. The Central Government assures all possible support for the newly formed Keralam Government in fulfilling the aspirations of the people.”

“കേരളത്തിന്റെ മുഖ്യമന്ത്രിയായി സത്യപ്രതിജ്ഞ ചെയ്ത വി ഡി സതീശൻ ജി ക്ക് ഹൃദയം നിറഞ്ഞ അഭിനന്ദനങ്ങൾ. അദ്ദേഹത്തിന്റെ ഭരണകാലത്തിന് എൻ്റെ എല്ലാ ആശംസകളും നേരുന്നു. ജനങ്ങളുടെ ആഗ്രഹങ്ങൾ സഫലീകരിക്കുന്നതിനായി, പുതുതായി രൂപീകൃതമായ കേരള ഗവൺമെൻ്റിന് കേന്ദ്ര ഗവൺമെൻറ് എല്ലാ വിധ പിന്തുണയും ഉറപ്പുനൽകുന്നു.”

@vdsatheesan