PM Modi pays homage to Shri Guru Ravidas and laid the foundation stone of Guru Ravidas birthplace development project
The teachings of the Guru Ravidas inspire us every day: PM Modi
We brought quota for poor, so that those marginalised can lead a dignified life. This government is punishing the corrupt and rewarding the honest: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଗୁରୁ ରବିଦାସଙ୍କ ଜନ୍ମସ୍ଥାନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ବାରାଣସୀଠାରେ ଡିଜେଲରୁ ବିଦ୍ୟୁତରେ ପରିବର୍ତ୍ତିତ ହେଉଥିବା ଦେଶର ପ୍ରଥମ ଇଞ୍ଜିନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଭାରତୀୟ ରେଳବାଇର ଶତ ପ୍ରତିଶତ ବିଦ୍ୟୁତୀକରଣ ମିଶନକୁ ଦୃଷ୍ଟିରେ ରଖି ଡିଜେଲ ଲୋକୋମୋଟିଭ ୱାର୍କ୍ସ, ବାରାଣସୀଠାରେ ଡିଜେଲ ଇଞ୍ଜିନକୁ ବିଦ୍ୟୁତ ଇଞ୍ଜିନରେ ପରିବର୍ତ୍ତିତ କରାଯାଇଛି ।

 ପ୍ରାରମ୍ଭିକ ପରୀକ୍ଷା ନୀରିକ୍ଷା ପରେ ପ୍ରଧାନମନ୍ତ୍ରୀ ଇଞ୍ଜିନ ନୀରିକ୍ଷଣ କରିଥିଲେ ଏବଂ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ଯେ ସମସ୍ତ ଡିଜେଲ ଇଞ୍ଜିନ ଗୁଡିକୁ ବିଦ୍ୟୁତ ଇଞ୍ଜିନରେ ପରିବର୍ତ୍ତନ କରାଯିବ ।

ଏହି ପ୍ରକଳ୍ପ ଦ୍ୱାରା ଶକ୍ତି ସଞ୍ଚୟ ହୋଇପାରିବ ଏବଂ କାର୍ବନ ନିର୍ଗମନ ହ୍ରାସ ପାଇବ । ଡିଜେଲ ଲୋକୋମୋଟିଭ ୱାର୍କ୍ସ କେବଳ 69 ଦିନରେ ଦୁଇଟି WDG3A ଡିଜେଲ ଇଞ୍ଜିନକୁ 10 ହଜାର ଏଚପି କ୍ଷମତାର ବିଦ୍ୟୁତ ଇଞ୍ଜିନ WDG3Aକୁ ପରିବର୍ତ୍ତନ କରିଛି । ଏହା ‘ମେକ ଇନ ଇଣ୍ଡିଆ’ର ଏକ ପଦକ୍ଷେପ । ଇଞ୍ଜିନରେ ଏହି ପରିବର୍ତ୍ତନ ସଂପୂର୍ଣ୍ଣ ଭାବେ ଭାରତୀୟ ଅନୁସନ୍ଧାନ ଏବଂ ବିକାଶ ଉପରେ ଆଧାରିତ । ସଂପୂର୍ଣ୍ଣ ବିଶ୍ୱରେ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ରବି ଦାସଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ରବିଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଶ୍ରୀ ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ମନ୍ଦିର, ଗୋବର୍ଦ୍ଧନପୁରଠାରେ ପ୍ରଧାନମନ୍ତ୍ରୀ ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ଗରିବ ଏବଂ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆରମ୍ଭ କରାଯାଇଥିବା ସରକାରୀ ପ୍ରକଳ୍ପଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଆମେ ଗରିବଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରିଛୁ ଯାହା 

ଫଳରେ ଉପେକ୍ଷିତ ଲୋକମାନେ ସମ୍ମାନର ସହିତ ଜୀବନ ଅତିବାହିତ କରିପାରିବେ’ । ସେ କହିଥିଲେ ଯେ ସରକାର ଭ୍ରଷ୍ଟାଚାରୀମାନଙ୍କୁ ଦଣ୍ଡିତ କରୁଥିବା ବେଳେ ସ୍ୱଚ୍ଛ ଲୋକମାନଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା କରିଛନ୍ତି ।

 ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ରହସ୍ୟବାଦୀ କବିଙ୍କ ଉପଦେଶ ଆମକୁ ପ୍ରତ୍ୟେକ ଦିନ ପ୍ରେରଣା ଦେଇଥାଏ । ସେ କହିଥିଲେ ଯେ ପର୍ଯ୍ୟନ୍ତ ଜାତି ଆଧାରିତ ଭେଦଭାବ ଥିବା ଲୋକମାନେ ପରସ୍ପର ସହିତ ସୁସଂପର୍କ ସ୍ଥାପନ କରିପାରିବେ ନାହିଁ, ସମାଜରେ ସମାନତା ସ୍ଥାପନ ହୋଇପାରିବ ନାହିଁ । 

ସନ୍ଥ ରବିଦାସଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗର ଅନୁସରଣ କରିବା ପାଇଁ ସେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ପ୍ରକଳ୍ପ ଅନ୍ତର୍ଗତ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ସହିତ ଏକ ବିଶାଳ ପାର୍କର ନିର୍ମାଣ କରାଯିବ । ପାର୍କରେ ତୀର୍ଥ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ କରାଯିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Badaun, Uttar Pradesh
June 17, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Badaun, Uttar Pradesh. Shri Modi also wished speedy recovery for those injured in the mishap.

The Prime Minister’s Office posted on X;

“The loss of lives due to a mishap in Badaun, Uttar Pradesh, is deeply painful. I extend my condolences to the bereaved families. Praying for the speedy recovery of the injured: PM @narendramodi”