India's energy future has four pillars - Energy access, energy efficiency, energy sustainability and energy security: PM at #IEF16
Our government believes in an integrated approach for energy planning and our energy agenda is inclusive: PM Modi
India's energy consumption will grow 4.5 % every year for the next 25 years, says PM Modi at #IEF16
We are entering to an era of energy abundance, says PM Modi at 16th International Energy Forum

ଶକ୍ତି ମନ୍ତ୍ରୀ, ସାଉଦି ଆରବ

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, ଭାରତ

ମହାସଚିବ, ଆନ୍ତର୍ଜାତିକ ଶକ୍ତି ମଞ୍ଚ

ସମ୍ମାନନୀୟ ପ୍ରତିନିଧିଗଣ

ଭାଇ ଓ ଭଉଣୀମାନେ,

ଭାରତରେ ସ୍ୱାଗତ

ଆନ୍ତର୍ଜାତିକ ଶକ୍ତି ମଞ୍ଚର 16ତମ ମନ୍ତ୍ରୀସ୍ତରୀୟ ବୈଠକକୁ ସ୍ୱାଗତ ।

ଏହି ମଞ୍ଚରେ ଏତେ ଅଧିକ ସଂଖ୍ୟାରେ ତୈଳ ଉତ୍ପାଦକ ଏବଂ ଉପଯୋଗୀ ରାଷ୍ଟ୍ରର ଶକ୍ତିମନ୍ତ୍ରୀ, ଆନ୍ତର୍ଜାତିକ ଅନୁଷ୍ଠାନର ମୁଖ୍ୟ ଏବଂ ସିଇଓମାନଙ୍କ ଅଂଶଗ୍ରହଣ କରିଥିବା ଦେଖି ମୁଁ ଆନନ୍ଦିତ ।

ବିଶ୍ୱ ଶକ୍ତି ଯୋଗାଣ ଏବଂ ଉପଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଥିବା ବେଳେ ବିଶ୍ୱସ୍ତରୀୟ ଶକ୍ତିର ଭବିଷ୍ୟତ ସମ୍ପର୍କରେ ଆଲୋଚନା ଲାଗି ଆପଣମାନେ ଆଜି ଏକତ୍ରିତ ହୋଇଛନ୍ତି ।

ଉପଯୋଗ ଅଭିବୃଦ୍ଧି ଅଣଓଇସିଡି ରାଷ୍ଟ୍ର : ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ବିକଶିତ ଏସିଆକୁ ସ୍ଥାନାନ୍ତରିତ ହୋଇଛି; ସୌର ଫୋଟୋ-ଭୋଲଟିକ ଶକ୍ତି ଅନ୍ୟ ଶକ୍ତି ଉତ୍ସ ତୁଳନାରେ ମିତବ୍ୟୟୀ ହୋଇଛି । ଏହା ଯୋଗାଣ ଢାଂଚାରେ ପରିବର୍ତ୍ତନ ଆଣିଛି । ଏଲଏନଜି ଏବଂ ପ୍ରାକୃତିକ ଗ୍ୟାସର ପରିବର୍ଦ୍ଧିତ ପ୍ରତିଶତ ସହିତ ବିଶ୍ୱସ୍ତରରେ ପ୍ରଚୁର ମାତ୍ରାରେ ପ୍ରାକୃତିକ ଗ୍ୟାସର ଉପଲବ୍ଧତା ପ୍ରମୁଖ ଶକ୍ତି ବାସ୍କେଟରେ ଯୋଗଦାନ ଦେଉଛି;

ଆମେରିକା ଖୁବଶୀଘ୍ର ବୃହତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରେ । ଆସନ୍ତା କିଛି ଦଶନ୍ଧୀ ମଧ୍ୟରେ ଅତିରିକ୍ତ ତୈଳ ଚାହିଦାର ବୃହତ ଭାଗକୁ ଏହା ପୂରଣ କରିବ ବୋଲି ଆଶା କରାଯାଉଛି;

ଓଇସିଡି ବିଶ୍ୱ ଏବଂ ପରେ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରମୁଖ ଶକ୍ତି କ୍ଷେତ୍ରକୁ ବୃହତ ଯୋଗାଣକାରୀ ହୋଇଥିବା କୋଇଲା ଧୀରେ ଧୀରେ ନିଜର ନିର୍ଭରଶୀଳତା ହରାଇପାରେ;

ବୈଦ୍ୟୁତିକ ବାହନ ପ୍ରଚଳନ ଦ୍ୱାରା ଆସନ୍ତା କିଛି ଦଶନ୍ଧୀ ମଧ୍ୟରେ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇପାରେ;

ସିଓପି-21 ଚୁକ୍ତି ଆଧାରରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା ପ୍ରତି ସମର୍ପିତ । ସବୁଜ ଶକ୍ତି ଏବଂ ଶକ୍ତି ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇ ଅର୍ଥବ୍ୟବସ୍ଥାରେ ଶକ୍ତିର ତୀବ୍ରତା ବଦଳିଯାଇପାରେ;

ଗତ ମାସରେ ଏକ ସଂସ୍ଥା ଦ୍ୱାରା କରାଯାଇଥିବା ଶକ୍ତି ଆକଳନ ବିଷୟରେ ମୁଁ ଜାଣିବାକୁ ପାଇଲି । ଏହା ଅନୁଯାୟୀ, ଭାରତ ଆସନ୍ତା 25 ବର୍ଷ ମଧ୍ୟରେ ଶକ୍ତି ଚାହିଦାର ପ୍ରମୁଖ ବାହକ ସାଜିବ । ଆସନ୍ତା 25 ବର୍ଷ ପାଇଁ ଭାରତର ଶକ୍ତି ଉପଯୋଗ ହାର ବାର୍ଷିକ 4.2 ପ୍ରତିଶତ ହାରରେ ବୃଦ୍ଧି ପାଇବ । ବୃହତ ବିଶ୍ୱ ଅର୍ଥବ୍ୟବସ୍ଥା  ମଧ୍ୟରେ ଏହା ଦ୍ରୁତତମ । ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ 2040 ସୁଦ୍ଧା ଗ୍ୟାସ ଚାହିଦା ତିନି ଗୁଣା ହୋଇଯିବ । ବୈଦ୍ୟୁତିକ ବାହନ ସଂଖ୍ୟା ଆଜିର 3 ନିୟୁତରୁ 2030 ବେଳକୁ 320 ନିୟୁତକୁ ବୃଦ୍ଧି ପାଇବ ।

ଆମେ ଶକ୍ତି ପ୍ରାଚୁର୍ଯ୍ୟର ଯୁଗରେ ପ୍ରବେଶ କରୁଛୁ । ତେବେ 1.20 ବିଲିୟନ ଲୋକମାନଙ୍କୁ ବର୍ତ୍ତମାନସୁଦ୍ଧା ବିଦ୍ୟୁତ ମିଳିପାରିପାରିନାହିଁ । ଆହୁରି ଅଧିକ ଲୋକଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ମିଳିପାରିନାହିଁ । ଏହି ସ୍ଥିତି ବଞ୍ଚିତମାନଙ୍କୁ କ୍ଷତି ନକରୁ ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ । ଲୋକମାନଙ୍କ ନିକଟରେ ସ୍ୱଚ୍ଛ, ଶସ୍ତା, ନିରନ୍ତର ଏବଂ ସମାନ ମାତ୍ରାରେ ସାମଗ୍ରୀକ ଶକ୍ତିର ଉପଲବ୍ଧତା ରହିବା ଉଚିତ ।

ହାଇଡ୍ରୋକାର୍ବନ କ୍ଷେତ୍ର ଏବଂ ଶକ୍ତି ସୁରକ୍ଷା ହାସଲ କରିବା ଲାଗି ଆମର ପ୍ରୟାସ ସମ୍ପର୍କରେ ମୋର ବିଚାର ଆପଣମାନଙ୍କ ସମ୍ମୁଖରେ ମୁଁ ବ୍ୟକ୍ତ କରିବାକୁ ଚାହୁଁଛି ।

ତୈଳ ଏବଂ ଗ୍ୟାସ ବାଣିଜ୍ୟର ଏକ ଉତ୍ପାଦ କିନ୍ତୁ ଏହା ଆବଶ୍ୟକତା ମଧ୍ୟ । ସାଧାରଣ ଲୋକର ରୋଷେଇ ଘର ପାଇଁ ହେଉ କିମ୍ବା ବିମାନ ପାଇଁ, ଶକ୍ତି  ଉପଯୋଗୀ ।

ବିଶ୍ୱ ଦୀର୍ଘ ସମୟ ଧରି ମୂଲ୍ୟରେ ଉତ୍ଥାନ-ପତନ ଦେଖିଆସିଛି ।

ଆମକୁ ଉତ୍ତରଦାୟୀ ମୂଲ୍ୟ ଆଗରେ ଅଗ୍ରସର ହେବାକୁ ପଡ଼ିବ, ଯାହା ଉଭୟ ଉତ୍ପାଦନକାରୀ ଏବଂ ଉପଭୋକ୍ତର ସ୍ୱାର୍ଥରେ ତାଳମେଳ ବଜାୟ ରଖିପାରୁଥିବ । ଉଭୟ ତୈଳ ଏବଂ ଗ୍ୟାସ ପାଇଁ ଆମକୁ ଏକ ପାରଦର୍ଶୀ ଏବଂ ନମନୀୟ ବଜାରର ଆବଶ୍ୟକତା ରହିଛି । ତା’ପରେ ଯାଇ ଆମେ ସର୍ବୋତ୍ତମ ଢଙ୍ଗରେ ମାନବର ଶକ୍ତି ଆବଶ୍ୟକତାକୁ ପୂରଣ କରିପାରିବା ।

ଯଦି ବିଶ୍ୱକୁ ସାମଗ୍ରୀକ ଭାବେ ଅଭିବୃଦ୍ଧି ହାସଲ କରିବାର ଅଛି ତା’ହେଲେ ଉତ୍ପାଦନକାରୀ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଆପୋସ ସହଯୋଗଭିତ୍ତିକ ସମ୍ପର୍କ ରହିବାର ଆବଶ୍ୟକତା ରହିଛି । ଅନ୍ୟ ଅର୍ଥବ୍ୟବସ୍ଥାଗୁଡ଼ିକୁ ସ୍ଥିର ଭାବେ ଏବଂ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରିବାରେ ମଧ୍ୟ ଉତ୍ପାଦନକାରୀଙ୍କ ସ୍ୱାର୍ଥ ନିହିତ ରହିଛି । ଏହା ସେମାନଙ୍କ ପାଇଁ ବର୍ଦ୍ଧିତ ଶକ୍ତି ବଜାର ସୁନିଶ୍ଚିତ କରିବ ।

ଇତିହାସ ସାକ୍ଷୀ ରହିଛି, କୃତ୍ରିମ ଭାବେ ମୂଲ୍ୟ ବୃଦ୍ଧି କରାଯିବାର ପ୍ରୟାସ ଦ୍ୱାରା ନିଜର କ୍ଷତି ହୋଇଛି । ବିଶେଷ କରି ପିରାମିଡର ନିମ୍ନଭାଗରେ ଥିବା ବିକାଶଶୀଳ ଏବଂ କମ ବିକଶିତ ରାଷ୍ଟ୍ରଗୁଡ଼ିକ ପାଇଁ ଏହା ଅଯଥା କଷ୍ଟର କାରଣ ହୋଇଛି ।

‘ଉତ୍ତରଦାୟୀ ମୂଲ୍ୟ’ ଉପରେ ଏକ ବିଶ୍ୱସ୍ତରୀୟ ମତ ସୃଷ୍ଟି କରିବା ଲାଗି ଚାଲନ୍ତୁ ଏହି ମଞ୍ଚର ଉପଯୋଗ କରିବା । ଏହା ଉଭୟ ଉତ୍ପାଦନକାରୀ ଏବଂ ଉପଭୋକ୍ତାମାନଙ୍କ ଆପୋସ ସ୍ୱାର୍ଥକୁ ପୂରଣ କରିବ ।

ଜାଗତିକ ଅନିଶ୍ଚିତତାକୁ ଦେଖି, ଭାରତ ମଧ୍ୟ ଶକ୍ତି ସୁରକ୍ଷା ଆବଶ୍ୟକ କରୁଛି । ଭାରତର ଶକ୍ତି ଭବିଷ୍ୟତ ଲାଗି ମୋର 4ଟି ଲକ୍ଷ୍ୟ ରହିଛି- ଶକ୍ତି ଗ୍ରହଣୀୟତା, ଶକ୍ତି ଦକ୍ଷତା, ଶକ୍ତି ନିରନ୍ତରତା ଏବଂ ଶକ୍ତି ସୁରକ୍ଷା ।

ସାମଗ୍ରୀକ ଭାବେ ଶକ୍ତି ଏବଂ ବିଶେଷ ଭାବେ ହାଇଡ୍ରୋକାର୍ବନ ଭାରତର ଭବିଷ୍ୟତ ପାଇଁ ମୋ ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଭାରତ ଶକ୍ତି ଆବଶ୍ୟକ କରୁଛି ଯାହା ଗରିବଙ୍କ ପାଇଁ ଗ୍ରହଣୀୟ ଏବଂ ସୁଲଭ ହୋଇଥିବ । ଶକ୍ତି ଉପଯୋଗରେ ଦକ୍ଷତା ଏହା ଆବଶ୍ୟକ କରୁଛି ।

ବିଶ୍ଵ ସମୁଦାୟରେ ଏକ ଦାୟିତ୍ୱସମ୍ପନ୍ନ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଏବଂ ସ୍ଥିର ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ । ଏହି ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଆନ୍ତର୍ଜାତିକ ସୌର ମେଂଟର ଶୁଭାରମ୍ଭ ଏକ ପଦକ୍ଷେପ ।

ବନ୍ଧୁଗଣ,

ବର୍ତ୍ତମାନ, ସାରା ବିଶ୍ୱରେ ଭାରତ ଏକ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ବୃହତ ଅର୍ଥବ୍ୟବସ୍ଥା । ନିକଟ ଭବିଷ୍ୟତରେ ଭାରତ 7 ରୁ 8 ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ଭଳି ଅଗ୍ରଣୀ ସଂସ୍ଥା ଆକଳନ କରିଛନ୍ତି । ନିମ୍ନ ମୂଦ୍ରାସ୍ଫିତି ହାର, ଭଲ ଭାବେ ନିୟନ୍ତ୍ରିତ ବିତ୍ତୀୟ ନିଅଂଟ ଏବଂ ସ୍ଥିର ବିନିମୟ ମୂଲ୍ୟ ସହିତ ଆମ ସରକାର ଉଚ୍ଚ ଜିଡିପି ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ବ୍ୟାପକ ଆର୍ଥିକ ସ୍ଥିରତା ଅର୍ଥବ୍ୟବସ୍ଥାରେ ଉପଭୋଗ ଏବଂ ନିବେଶକୁ ତ୍ୱରାନ୍ୱିତ କରୁଛି ।

ଭାରତକୁ ଆଶୀର୍ବାଦ ସ୍ୱରୂପ ଜନସାଂକ୍ଷିକ ଲାଭାଂଶ ମିଳିଛି । ମୋଟ ଜନସଂଖ୍ୟା ମଧ୍ୟରୁ ବିଶ୍ୱର ଅନ୍ୟତମ ସର୍ବାଧିକ କାର୍ଯ୍ୟଶୀଳ ଆୟୁର ଜନସଂଖ୍ୟା ଭାରତରେ ରହିଛି । ଆମ ସରକାର ମେକ ଇନ ଇଣ୍ଡିଆ ଜରିଆରେ ସ୍ଥାନୀୟ ଉତ୍ପାଦନ ଏବଂ ବୟନଶିଳ୍ପ, ପେଟ୍ରୋ-ରସାୟନ, ପ୍ରତିରକ୍ଷା, ଇଞ୍ଜିନିୟରିଂ ଆଦି ଉଦ୍ୟୋଗରେ ଯୁବପିଢ଼ିଙ୍କୁ ତାଲିମ ଦେଇ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହା, ଅନ୍ୟ ଏକ ଦୃଷ୍ଟିରେ, ଆମର ଶକ୍ତି ଉପଯୋଗକୁ ଆହୁରି ବୃଦ୍ଧି କରୁଛି ।

ଆମେ ଆମର ଉର୍ଦ୍ଧ୍ଵ-ମୁଖୀ ନୀତି ଏବଂ ନିୟାମକର ପୁନରୁତ୍ଥାନ କରିଛୁ ଏବଂ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସିଂ ନୀତି ଜରିଆରେ  ଏହି କ୍ଷେତ୍ରରେ ପାରଦର୍ଶୀତା ଏବଂ ପ୍ରତିଦ୍ୱନ୍ଦ୍ୱିତା ଆଣିପାରିଛୁ । ନିଲାମୀ ପ୍ରକ୍ରିୟାକୁ ରାଜସ୍ୱ ସହଭାଗୀତାକୁ ପରିବର୍ତ୍ତନ କରାଯାଇଛି ଯାହା ସରକାରଙ୍କ ହସ୍ତକ୍ଷେପକୁ ହ୍ରାସ କରିବ । ବର୍ତ୍ତମାନ, ଏକ ନିଲାମୀ ରାଉଣ୍ଡ ମେ 2 ତାରିଖ ପର୍ଯ୍ୟନ୍ତ ଖୋଲା ରହିଛି ।  ଉତ୍ପାଦନ ବୃଦ୍ଧି ଲାଗି ଆମର ପ୍ରୟାସରେ ଅଂଶଗ୍ରହଣ କରିବା ଲାଗି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ମୁକ୍ତ କ୍ଷେତ୍ରଫଳ ଏବଂ ଜାତୀୟ ତଥ୍ୟ ଭଣ୍ଡାର କମ୍ପାନୀଗୁଡ଼ିକୁ ସେମାନଙ୍କ ଇଚ୍ଛାମୁତାବକ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏବଂ ଭାରତୀୟ କ୍ଷେତ୍ରରେ ଅନ୍ୱେଷଣ ଆଗ୍ରହ ବୃଦ୍ଧିରେ ସହାୟକ ହୋଇଛି ।

ପରିବର୍ଦ୍ଧିତ ଅଏଲ ରିକଭରୀ ନୀତିର ଉଦ୍ଦେଶ୍ୟ ଉର୍ଦ୍ଧ୍ଵ ପ୍ରବାହୀ କ୍ଷେତ୍ରରେ ଉତ୍ପାଦନରେ ବୃଦ୍ଧି ଆଣିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରିବା ।

ଆମର ନିମ୍ନପ୍ରବାହୀ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଉଦାର ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦର ସମ୍ପୂର୍ଣ୍ଣ ବଜାର ନିର୍ଭରଶୀଳ ହୋଇଛି ଯେଉଁଥିରେ ଅଶୋଧିତ ତୈଳ ଦରରେ ହେଉଥିବା ପରିବର୍ତ୍ତନ ପ୍ରତିଫଳିତ ହେଉଛି । ଖୁଚୁରା ତୈଳ କାରବାର ଏବଂ ଅର୍ଥ ପଇଠରେ ଆମେ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇଛୁ ।

ଉର୍ଦ୍ଧ୍ଵ ପ୍ରବାହୀ ଉତ୍ପାଦନ ଠାରୁ ଆରମ୍ଭ କରି ନିମ୍ନପ୍ରବାହୀ ଖୁଚୁରା କାରବାର ପର୍ଯ୍ୟନ୍ତ ତୈଳ ଏବଂ ଗ୍ୟାସର ସମ୍ପୂର୍ଣ୍ଣ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣକାରୀଙ୍କୁ ଆମ ସରକାର ପ୍ରୋତ୍ସାହନ ଦେଉଛନ୍ତି ।

ଶକ୍ତି ଯୋଜନା ପ୍ରତି ଏକ ସମନ୍ୱିତ ଆଭିମୁଖ୍ୟରେ ଆମ ସରକାର ବିଶ୍ୱାସ କରେ । ଭାରତରେ ଆମର ଶକ୍ତି ଏଜେଣ୍ଡା ଅନ୍ତର୍ଭୂକ୍ତ, ବଜାର ଆଧାରିତ ଏବଂ ଜଳବାୟୁ ପ୍ରତି ସମ୍ବେଦନଶୀଳ । ଏହା, ଆମେ ବିଶ୍ୱାସ କରୁ, ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟର ତିନୋଟି ଶକ୍ତି ଉପାଦାନ:

2030 ସୁଦ୍ଧା ଅତ୍ୟାଧୁନିକ ଶକ୍ତି ଗ୍ରହଣୀୟତାର ସାମଗ୍ରୀକ ଗ୍ରହଣୀୟତା;

ପ୍ୟାରିସ ଚୁକ୍ତି ଆଧାରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜରୁରୀ ପଦକ୍ଷେପ;

ବାୟୁ ମାନରେ ଉନ୍ନତି ପାଇଁ ପଦକ୍ଷେପ ହାସଲ କରିବା ଦିଗରେ ଅନେକ ଦୀର୍ଘ ସମୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ ।

ବନ୍ଧୁଗଣ,

ଜୀବନଧାରଣର ମାନରେ ଉନ୍ନତି ଆଣିବା ଲାଗି ସ୍ୱଚ୍ଛ ରୋଷେଇ ଇନ୍ଧନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବିଶ୍ୱାସ କରୁ । ମହିଳାମାନେ ଏଥିରୁ ବିଶେଷ ଲାଭବାନ ହୋଇଥା’ନ୍ତି । ଏହାର ଆଭ୍ୟନ୍ତରୀଣ ପ୍ରଦୂଷଣ ହ୍ରାସ କରିଥାଏ ଏବଂ କାଠ ଓ ଗୋବର ଜାଳେଣି ସଂଗ୍ରହ ସମୟର କଷ୍ଟ ଲାଘବ କରିଥାଏ । ଏହା ଅତିରିକ୍ତ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି କରିଥାଏ ।

ଭାରତରେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଆମେ ଗରିବ ପରିବାରର ମହିଳାମାନଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦେଉଛୁ । 80 ନିୟୁତ ଗରିବ ପରିବାରକୁ ସ୍ୱଚ୍ଛ ଏଲପିଜି ରୋଷେଇ ଗ୍ୟାସ ସଂଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି । 35 ମିଲିୟନ ସଂଯୋଗ ଦୁଇ ବର୍ଷରୁ କମ ସମୟ ମଧ୍ୟରେ ଦିଆଯାଇସାରିଲାଣି ।

ଆମେ ଏପ୍ରିଲ 2020 ସୁଦ୍ଧା ବିଏସ-6 ଇନ୍ଧନକୁ ପରିବର୍ତ୍ତିତ କରିବା ଲାଗି ଲକ୍ଷ୍ୟ ରଖିଛୁ ଯାହା ୟୁରୋ-6 ମାନ ସହିତ ସମାନ । ଆମର ବିଶୋଧନାଗାରଗୁଡ଼ିକର ବ୍ୟାପକ ଆଧୁନିକୀକରଣ କରାଯାଉଛି । ସ୍ୱଚ୍ଛ ଶକ୍ତି ଯୋଗାଣ ଲାଗି ଅଭିଳଷିତ ଲକ୍ଷ୍ୟ ହାସଲ ଲାଗି ସେମାନେ ଅଗ୍ରସର ହେଉଛନ୍ତି । ଏପରିକି, ନୂଆଦିଲ୍ଲୀରେ ଆମେ ଚଳିତ ମାସ ଠାରୁ ବିଏସ-6 ମାନର ଇନ୍ଧନ ଯୋଗାଣ ଆମେ ଆରମ୍ଭ କରିସାରିଛୁ ।

ଆମେ ବାହନ ନିଷ୍କ୍ରିୟ ନୀତି ଆଣିଛୁ ଯାହାଦ୍ୱାରା ପୁରୁଣା ବାହନକୁ ସ୍ୱଚ୍ଛ ଏବଂ ଶକ୍ତି ଦକ୍ଷ ବାହନ ସହ ବଦଳାଯାଇପାରିବ ।

ଶକ୍ତି ବିବିଧିକରଣ ରଣନୀତିକୁ ଆଖି ଆଗରେ ରଖି ଆମର ତୈଳ କମ୍ପାନୀଗୁଡ଼ଇକ ସେମାନଙ୍କ ନିବେଶକଗୁଡ଼ିକୁ ଆକଳନ କରୁଛନ୍ତି ।

ଆଜି ତୈଳ କମ୍ପାନୀଗୁଡ଼ିକ ବାୟୁ ଏବଂ ସୌର କ୍ଷମତା, ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରୁଛନ୍ତି ଏବଂ ବୈଦ୍ୟୁତିକ ବାହନ ଏବଂ ସଂରକ୍ଷଣ କ୍ଷେତ୍ରରେ ପ୍ରତ୍ୟକ୍ଷ ନିବେଶ ବିଷୟରେ ଚିନ୍ତା କରୁଛନ୍ତି ।

ବନ୍ଧୁଗଣ,

ଯାହା ଆମେ ସମସ୍ତେ ଜାଣିଛୁ, ଆମେମାନେ ସମସ୍ତେ ଇଣ୍ଡଷ୍ଟ୍ରୀ 4.0ଦିଗରେ ଅଗ୍ରସର ହେଉଛୁ । ଯାହା ଭବିଷ୍ୟତରେ ନୂଆ ପ୍ରଯୁକ୍ତି ଏବଂ ପ୍ରକ୍ରିୟା ଯେପରିକି ଇଂଟରନେଟ ଅଫ ଥିଙ୍ଗସ, କୃତ୍ରିମ ଧୀଶକ୍ତି, ରୋବୋଟିକ୍ସ, ପ୍ରୋସେସ ଅଟୋମେସନ, ମେସିନ ଲର୍ଣ୍ଣିଂ, ପ୍ରେଡିକ୍ଟିଭ ଏନାଲିଟିକ୍ସ, ଥ୍ରୀଡି ପ୍ରିଣ୍ଟିଙ୍ଗ ଆଦି ଜରିଆରେ ଶିଳ୍ପ ପରିଚାଳନାରେ ପରିବର୍ତ୍ତନ ଆଣିବ ।

ଆମର କମ୍ପାନୀମାନେ ମଧ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରୁଛନ୍ତି । ଏହା କେବଳ ନିମ୍ନପ୍ରବାହୀ ଖୁଚୁରା କ୍ଷେତ୍ରରେ ନୁହେଁ, ବରଂ ଉର୍ଦ୍ଧ୍ଵ ପ୍ରବାହୀ ତୈଳ ଉତ୍ପାଦନ, ସମ୍ପତ୍ତି ପରିଚାଳନା ଏବଂ ରିମୋଟ ଅନୁଧ୍ୟାନ ଦକ୍ଷତାରେ ଉନ୍ନତି ଆଣିବ ଏବଂ ସୁରକ୍ଷା ବଢ଼ାଇବ ଏବଂ ମୂଲ୍ୟ ହ୍ରାସ କରିବ ।

ଏହି ପୃଷ୍ଠଭୂମିରେ ଶକ୍ତି କ୍ଷେତ୍ରର ଭବିଷ୍ୟତ ଉପରେ ବିଚାର କରିବା ଲାଗି ଭାରତ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଶ୍ରେଷ୍ଠ ସ୍ଥାନ । ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ପରିବର୍ତ୍ତନ, ନୀତିରେ ରୂପାନ୍ତରଣ ଏବଂ ନୂଆ ପ୍ରଯୁକ୍ତି କିଭଳି ଭାବେ ବଜାର ସ୍ଥିରତା ଏବଂ ଭବିଷ୍ୟତର ନିବେଶକୁ ପ୍ରଭାବିତ କରିବ ତାହା ଉପରେ ଆଲୋକପାତ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ,

ଆଇଇଏଫ-16 ର ବିଷୟବସ୍ତୁ ହେଉଛି ବିଶ୍ୱ ଶକ୍ତି ସୁରକ୍ଷାର ଭବିଷ୍ୟତ । ମୁଁ ଜାଣିବାକୁ ପାଇଛି ଯେ ଏହି ବିଷୟବସ୍ତୁରେ ବିଶ୍ୱ ଉତ୍ପାଦନକାରୀ-ଉପଭୋକ୍ତାଙ୍କ ମଧ୍ୟରେ ସମ୍ପର୍କରେ ହେଉଥିବା ପରିବର୍ତ୍ତନ, ସାମଗ୍ରୀକ ଶକ୍ତି ଗ୍ରହଣୀୟତା ଏବଂ ସୁଲଭତା ଏବଂ ଭବିଷ୍ୟତର ଚାହିଦା ପୂରଣ କରିବା ଲାଗି ତୈଳ ଓ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଶକ୍ତି ସୁରକ୍ଷା ବଜାୟ ରଖଇବା ଏବଂ ନୂଆ ଏବଂ ପ୍ରଚଳିତ ପ୍ରଯୁକ୍ତିକୁ ମିଳିତ ଭାବେ ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଆମର ମିଳିତ ଶକ୍ତି ସୁରକ୍ଷା ଭବିଷ୍ୟତ ଲାଗି ଏହାର ସମସ୍ତ ଅଂଶଗ୍ରହଣକାରୀଙ୍କ ବିଷୟବସ୍ତୁ ।

ମୋର ବିଶ୍ୱାସ ଯେ ଏହି ମଞ୍ଚରେ ହୋଇଥିବା ଆଲୋଚନା ବିଶ୍ୱ ନାଗରିକଙ୍କ ପାଇଁ ସ୍ୱଚ୍ଛ, ସୁଲଭ ଏବଂ ନିରନ୍ତର ଶକ୍ତି ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଦୀର୍ଘସ୍ଥାୟୀ ଭାବେ ଫଳପ୍ରଦ ହେବ ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଫଳ ଏବଂ ଫଳପ୍ରଦ ମନ୍ତ୍ରୀସ୍ତରୀୟ ସମ୍ମେଳନ ପାଇଁ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s passenger vehicle sales jump 35% to 4.5 lakh in August as Maruti, M&M drive growth

Media Coverage

India’s passenger vehicle sales jump 35% to 4.5 lakh in August as Maruti, M&M drive growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.