Rural India declared free from open defecation #Gandhi150 #SwachhBharat
We have to achieve the goal of eradicating single use plastic from the country by 2022: PM Modi #Gandhi150 #SwachhBharat
Inspired by Gandhi Ji's vision, we are building a clean, healthy, prosperous and strong New India: PM

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦଠାରେ ସ୍ୱଚ୍ଛ ଭାରତ ଦିବସ 2019ର ଉଦଘାଟନ କରିଛନ୍ତି । ସେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଡାକ ଟିକଟ ଓ ରୌପ୍ୟ ମୁଦ୍ରା ଜାରି କରିଥିଲେ । ସେ ବିଜେତାମାନଙ୍କୁ ସ୍ୱଚ୍ଛ ଭାରତ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ଏହାପୂର୍ବରୁ ସେ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସେ ମଗନ ନିବାସ ଗସ୍ତ କରିଥିଲେ ଓ ସେଠାରେ ପିଲାମାନଙ୍କୁ ଭେଟିଥିଲେ ।

‘ସ୍ୱଚ୍ଛ ଭାରତ ଦିବସ’ କାର୍ଯ୍ୟକ୍ରମରେ ଉପସ୍ଥିତ ସରପଞ୍ଚମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସମଗ୍ର ବିଶ୍ୱ ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରୁଛି । କିଛି ଦିନ ପୂର୍ବରୁ ଜାତିସଂଘ ଦ୍ୱାରା ଗାନ୍ଧିଜୀଙ୍କ ଉପରେ ଡାକ ଟିକଟ ଜାରି କରାଯିବା ଦ୍ୱାରା ଏହି କାର୍ଯ୍ୟକ୍ରମ ଆହୁରି ଅଧିକ ସ୍ମରଣୀୟ ହୋଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ଜୀବନକାଳ ମଧ୍ୟରେ ତାଙ୍କୁ ଅନେକ ଥର ସାବରମତୀ ଆଶ୍ରମ ଆସିବାର ସୁଯୋଗ ମିଳିଛି ଏବଂ ସବୁଥର ପରି ଆଜି ମଧ୍ୟ ଏଠାରୁ ତାଙ୍କୁ ନୂତନ ଶକ୍ତି ମିଳିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଗାଁ ଗୁଡିକ ନିଜକୁ ଖୋଲାରେ ଶୌଚ ମୁକ୍ତ ଘୋଷଣା କରୁଛନ୍ତି । ସେ ପ୍ରତ୍ୟେକ ଦେଶବାସୀଙ୍କୁ ଖାସ କରି ଗ୍ରାମୀଣ ଅଞ୍ଚଳରେ ରହୁଥିବା, ‘ସରପଞ୍ଚ’ ଓ ସ୍ୱଚ୍ଛତା ପାଇଁ କାର୍ଯ୍ୟ କରୁଥିବା ସବୁ ଲୋକଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ବୟସ, ସମାଜ ଓ ଆର୍ଥିକ ସ୍ଥିତି ସତ୍ତ୍ୱେ ସମସ୍ତେ ସ୍ୱଚ୍ଛତା କ୍ଷେତ୍ରରେ ନିଜର ଯୋଗଦାନ କରିଛନ୍ତି । ସେ କହିଲେ ଯେ ବିଶ୍ୱ ଆମର ଏହି ସଫଳତାରେ ଆଚମ୍ବିତ ଏବଂ ଏଥିପାଇଁ ଆମକୁ ପୁରସ୍କୃତ କରୁଛି । ସେ କହିଲେ ଯେ ସମଗ୍ର ବିଶ୍ୱ ଚକିତ ଯେ ଭାରତ 60 ମାସରେ 11 କୋଟିରୁ ଅଧିକ ଶୌଚାଳୟର ନିର୍ମାଣ କରି 60 କୋଟିରୁ ଅଧିକ ଜନସଂଖ୍ୟାକୁ ଶୌଚାଳୟର ସୁବିଧା ଉପଲବ୍ଧ କରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜନ ଭାଗିଦାରିତା ଓ ସ୍ୱେଚ୍ଛାକୃତ ଭାବ ହେଉଛି ସ୍ୱଚ୍ଛ ଭାରତ ଅଭିଯାନର ପରିଚୟ ଓ ସଫଳତାର କାରଣ । ସେ ଏହି ମିଶନକୁ ଖୋଲା ହୃଦୟରେ ସମର୍ଥନ ପ୍ରଦାନ କରିବା ପାଇଁ ସମଗ୍ର ଦେଶକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜନ ଭାଗିଦାରିତାର ମହତ୍ତ୍ଵ ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଳ ଜୀବନ ମିଶନ ଓ 2022 ପର୍ଯ୍ୟନ୍ତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ଶେଷ କରିବା ଭଳି ମହତ୍ୱପୂର୍ଣ୍ଣ ସରକାରୀ ପଦକ୍ଷେପର ସଫଳତା ପାଇଁ ସାମୂହିକ ପ୍ରୟାସ ଜରୁରୀ ।

ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସତରେ ପରିଣତ କରିବା ପାଇଁ ପ୍ରତିବଦ୍ଧ । ଏହି ସନ୍ଦର୍ଭରେ ସେ ଆତ୍ମନିର୍ଭରଶୀଳତା ସୁନିଶ୍ଚିତ କରିବା, ସୁଗମ ଜୀବନ ଉପଲବ୍ଧ କରାଇବା ଓ ବିକାଶକୁ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ନେଇଯିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ବନ୍ଧରେ ପ୍ରକାଶ କରିଥିଲେ । ଦେଶର ଉନ୍ନତି ପାଇଁ ସଂକଳ୍ପ ନେବା ଓ ଏହାକୁ ସଫଳ କରାଇବା ପାଇଁ ପରିଶ୍ରମ କରିବାକୁ ସେ ଜନସାଧାରଣଙ୍କଠାରୁ ଆଗ୍ରହ ପ୍ରକାଶ କରିଥିଲେ । ସେ କହିଲେ ଯେ 130 କୋଟି ଜନସାଧାରଣଙ୍କ ସଂକଳ୍ପ ଦ୍ୱାରା ବ୍ୟାପକ ପରିବର୍ତ୍ତନ ଆସିପାରିବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's engineering goods exports rise 21 pc in June, Oman shipments jump five‑fold

Media Coverage

India's engineering goods exports rise 21 pc in June, Oman shipments jump five‑fold
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Weightlifter, Bindyarani Devi Sorokhaibam on winning Bronze at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Weightlifter, Bindyarani Devi Sorokhaibam on winning the Bronze medal in the women’s 58 kg weightlifting event at the Commonwealth Games 2026.

The Prime Minister said that her success is the result of her hard work and determination.

Shri Modi extended his best wishes to her for her future endeavours.

The Prime Minister wrote on X;

“Yet another medal for India in Weightlifting! Proud of Bindyarani Devi Sorokhaibam for winning a Bronze in the Women's 58kg event at the Glasgow Commonwealth Games. Her success is due to her hard work and determination. Wishing her the very best for the endeavours ahead.

#CWG2026”