Tagline of #AdvantageAssam is not just a statement, but a holistic vision says PM Modi
#AyushmanBharat is the world’s largest healthcare program designed for the poor: PM Modi
The formalisation of businesses of MSMEs due to introduction of GST, will help MSMEs to access credit from financial sector, says the PM
Government will contribute 12% to EPF for new employees in all sectors for three years: PM
Our Govt has taken up many path breaking economic reforms in last three years, which have simplified procedures for doing business: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି  ।

ଏହି ସମ୍ମିଳନୀକୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବାଂଚଳ ଏବେ କେନ୍ଦ୍ର ସରକାରଙ୍କ ଏକ୍ଟ ଇଷ୍ଟ ନୀତିର କେନ୍ଦ୍ରସ୍ଥଳୀରେ ରହିଛି । ଏକ୍ଟ ଇଷ୍ଟ ନୀତିର ଉଦ୍ଦେଶ୍ୟ ହେଉଛି ଆସିଆନ ରାଷ୍ଟ୍ରଗୁଡ଼ିକ ସହ ଜନ-ଜନ ଯୋଗାଯୋଗ, ବାଣିଜ୍ୟିକ ସମ୍ବନ୍ଧ ଏବଂ ଅନ୍ୟାନ୍ୟ ସମ୍ପର୍କ ବୃଦ୍ଧି କରିବା ବୋଲି ସେ ଉଲ୍ଲେଖ କରିଥିଲେ  ।

ନିକଟରେ ଅନୁଷ୍ଠିତ ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀ ଭାରତ ଓ ଆସିଆନ ମଧ୍ୟରେ ଭାଗିଦାରୀର 25ବର୍ଷ ପୂର୍ତ୍ତିକୁ ପାଳନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତ ଏବଂ ଆସିଆନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା । ସେ କହିଥିଲେ ଯେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ 10ଟି ଆସିଆନ ରାଷ୍ଟ୍ରମୁଖ୍ୟଙ୍କୁ ଆତିଥ୍ୟ ପ୍ରଦାନ କରିବା ଭାରତ ପାଇଁ ଗୌରବର ବିଷୟ ଥିଲା ।

ଉତ୍ତର-ପୂର୍ବାଂଚଳର ସମତୁଲ ଏବଂ ଦ୍ରୁତ ଅଭିବୃଦ୍ଧି ଦ୍ୱାରା ଭାରତର ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସେ କହିଥିଲେ ଯେ ସହଜ ଜୀବନଧାରଣ ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ଆୟୁଷ୍ମାନ ଭାରତ” ଯୋଜନା ସାରା ବିଶ୍ୱରେ ଏହି ଶ୍ରେଣୀର ସର୍ବବୃହତ ଯୋଜନା । ସେ କହିଥିଲେ ଯେ ଏହି ସ୍ୱାସ୍ଥ୍ୟସେବା ଯୋଜନା ଦ୍ୱାରା 45ରୁ 50 କୋଟି ଜନସାଧାରଣ ଉପକୃତ ହୋଇପାରିବେ । ଗରିବଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ ପଦକ୍ଷେପଗୁଡ଼ିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କୃଷି ପାଇଁ ବ୍ୟୟଭାର ହ୍ରାସ କରିବା ଏବଂ ଅମଳ ହୋଇଥିବା ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ କରି କୃଷକଙ୍କ ଆୟ ଦୁଇଗୁଣା କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଲୋକମାନଙ୍କୁ ସୁଲଭ ବାସଗୃହ ଯୋଗାଇ ଦେବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ଏଲଇଡି ବଲ୍ବ ବିତରଣ କରାଯିବା କାରଣରୁ ବହୁସଂଖ୍ୟକ ପରିବାରରେ ବିଦ୍ୟୁତ ବିଲ ସଂଚୟ ହୋଇପାରିଛି । ଜାତୀୟ ବାଉଁଶ ମିଶନର ପୁନର୍ଗଠନ କରାଯିବା ଉତ୍ତର-ପୂର୍ବାଂଚଳ ପାଇଁ ଲାଭଜନକ ହେବ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରରେ ପ୍ରଶାସନିକ ଢାଂଚାରେ ସୁଧାର ଅଣାଯିବା ଫଳରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇପାରିଛି ।

ମୁଦ୍ରା ଯୋଜନା ଅଧୀନରେ ଉଦ୍ୟୋଗୀମାନଙ୍କ ପାଇଁ ବାଧାମୁକ୍ତ ଋଣ ପ୍ରଦାନ କରାଯିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ଟିକସ ରିହାତି ଦିଆଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କଳାଧନ ଏବଂ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଅର୍ଥନୈତିକ ସଂସ୍କାର ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଯାହାର ଫଳସ୍ୱରୂପ ଭାରତ ଆଜି ବିଶ୍ୱ ବ୍ୟାଙ୍କ ବ୍ୟବସାୟିକ ସୁଗମତା (ଇଜ ଅଫ ଡୁଇଂ ବିଜନେସ) ମାନ୍ୟତାରେ 42ଟି ସ୍ଥାନ ଉପରକୁ ଉଠି 190ଟି ଦେଶ ମଧ୍ୟରୁ 100ତମ ସ୍ଥାନକୁ ଉନ୍ନିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । 

ମହାନ ଆସାମୀ ସଂଗୀତଜ୍ଞ ଭୂପେନ ହଜାରିକାଙ୍କ କଥନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ଏବଂ ସଂକଳ୍ପ ପୂରଣ କରିବା ଆମ ସମସ୍ତଙ୍କ ମିଳିତ ଉତ୍ତରଦାୟିତ୍ୱ । 2022 ସୁଦ୍ଧା ନୂତନ ଭାରତ ନିର୍ମାଣରେ ଯୋଗଦାନ ଦେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ଉତ୍ତର-ପୂର୍ବାଂଚଳରେ ନୂଆ ପରିବହନ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ଆସାମରେ ଏବେ ଏକ ବ୍ୟବସାୟ ଏବଂ ବିକାଶ ଅନୁକୂଳ ପରିବେଶ ସୃଷ୍ଟି କରାଯାଇପାରିଥିବାରୁ ସେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଅଭିନନ୍ଦନ ଜଣାଇଥିଲେ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi