Farmers are the ones, who take the country forward: PM Modi
PM Modi reiterates Government’s commitment to double the income of farmers by 2022
PM Modi emphasizes the need to evolve new technologies and ways that will help eliminate the need for farmers to burn crop stubble

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଲକ୍ଷ୍ନୌରେ ଆୟୋଜିତ କୃଷି କୁମ୍ଭକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରିଛନ୍ତି  ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ କୃଷକମାନଙ୍କର ଏହି ସଭା ନୂତନ ଜ୍ଞାନ କୌଶଳକୁ ପ୍ରଭାବିତ କରିବା ସହିତ କୃଷି କ୍ଷେତ୍ରରେ ଉତ୍ତମ ସୁଯୋଗ ସୃଷ୍ଟିର ମାର୍ଗ ପ୍ରଶସ୍ତ କରିଛି  ।

ଖାଦ୍ୟାନ୍ନ କ୍ରୟ ବୃଦ୍ଧି କରିବାର ନିଜ ପ୍ରଚେଷ୍ଟା ପାଇଁ ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ  । ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ କୃଷକ ହେଉଛନ୍ତି ସେହିମାନେ ଯେଉଁମାନେ ଦେଶକୁ ଆଗକୁ ନେଇଥାଆନ୍ତି  । ସେ 2022 ସୁଦ୍ଧା କୃଷକମାନଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶୃତିର ପୁନରାବୃତି କରିଥିଲେ  । ଏହି ସନ୍ଦର୍ଭରେ ସେ ନିବେଶ ଖର୍ଚ୍ଚକୁ କମ କରିବା ଏବଂ ଲାଭ ବୃଦ୍ଧି ପାଇଁ ପଦକ୍ଷେପଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ  । ସେ ଉଲ୍ଲେଖ କରିଥିଲେ ଯେ ଖୁବ ଶୀଘ୍ର ନିକଟରେ ଦେଶସାରା ଜମିରେ ଅଧିକ ସଂଖ୍ୟାରେ ସୌର ପମ୍ପମାନ ପ୍ରତିଷ୍ଠା କରାଯିବ । କାରିଗରୀ କୌଶଳର ଉପଯୋଗ କରି କୃଷି ଓ କୃଷକଙ୍କୁ ଲାଭ ପ୍ରଦାନ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି  । ସେ କହିଥିଲେ ଯେ ବାରାଣସୀରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ଏହାର ଅଂଶ ବିଶେଷ  ।

ପ୍ରଧାନମନ୍ତ୍ରୀ କୃଷିରେ ମୂଲ୍ୟ ସମ୍ବର୍ଦ୍ଧନର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ  । ସେ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ କରାଯାଇଥିବା ପଦକ୍ଷେପଗୁଡିକର ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ସବୁଜ ବିପ୍ଳବ ପରେ ଦୁଗ୍ଧ ଉତ୍ପାଦନ, ମହୁ ଉତ୍ପାଦନ, କୁକୁଡା ଏବଂ ମତ୍ସ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି  ।

ପ୍ରଧାନମନ୍ତ୍ରୀ ଏହି କୃଷି କୁମ୍ଭରେ ଜଳ ସଂସାଧନର ନ୍ୟାୟସଙ୍ଗତ ଉପଯୋଗ, ଭଣ୍ଡାରଣ ପାଇଁ ଉତ୍ତମ ପ୍ରଯୁକ୍ତି ଏବଂ ଚାଷରେ ନୂତନ ଜ୍ଞାନ କୌଶଳର ଉପଯୋଗ ଭଳି ବିଷୟ ଉପରେ ଅଧିକ ଆଲୋଚନା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ  । ସେ ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ କୌଶଳ ବିକାଶର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଯାହାକି ଅମଳ ପରବର୍ତ୍ତି ଫସଲ ଅବଶିଷ୍ଟାଂଶ ପୋଡି ପରିବେଶକୁ ନଷ୍ଟ କରିବା ଭଳି ପରିସ୍ଥିତିକୁ ସମାପ୍ତ କରିବାରେ ସହାୟକ ହେବ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi