Government is pushing growth and development of every individual and the country: PM Modi
Both the eastern and western dedicated freight corridors are being seen as a game changer for 21st century India: PM Modi
Dedicated Freight Corridors will help in the development of new growth centres in different parts of the country: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍‌ସି)ର 306 କିମି ଦୈର୍ଘ୍ୟ ବିଶିଷ୍ଟ ରେୱାରି-ମଦାର ସେକ୍ସନକୁ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହିତ ମଧ୍ୟ ଏହି ରେଳପଥରେ ପ୍ରଥମକରି ଡବଲ ଷ୍ଟାକ୍‌ ଲଙ୍ଗ ହାଉଲ (ଦୁଇ ଥାକିଆ) କଣ୍ଟେନର ଟ୍ରେନର ଚଳାଚଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିୟାଣାର ରାଜ୍ୟପାଳ ଦ୍ୱୟ, ଉଭୟ ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଶ୍ରୀ ଅର୍ଜୁନରାମ ମେଘୱାଲ, ଶ୍ରୀ କୈଳାସ ଚୌଧୁରୀ, ଶ୍ରୀ ରାଓ ଇନ୍ଦରଜିତ ସିଂହ, ଶ୍ରୀ ରତନଲାଲ କଟାରିଆ ଓ ଶ୍ରୀ କୃଷ୍ଣପାଲ ଗୁର୍ଜ୍ଜର ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଯେଉଁ ମହାଯଜ୍ଞ ଆରମ୍ଭ ହୋଇଥିଲା ତାହା ଆଜି ନୂଆ ଗତି ପାଇଛି । ଦେଶକୁ ଆଧୁନିକ କରିବା ପାଇଁ ଗତ 12 ଦିନ ମଧ୍ୟରେ କେନ୍ଦ୍ର ସରକାର ଯେଉଁସବୁ କାର୍ଯ୍ୟ ଆରମ୍ଭ କରିଛନ୍ତି ତାହାର ଏକ ହିସାବ ତାଲିକା ଏହି ଅବସରରେ ସେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ଚାଷୀଙ୍କୁ ଡିବିଟି ସୁବିଧା ଯୋଗାଣ, ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଜାତୀୟ ମୋବିଲିଟ କାର୍ଡ ବ୍ୟବସ୍ଥା ଆରମ୍ଭ, ରାଜକୋଟର ଏମ୍‌ସ, ସମ୍ବଲପୁରର ଆଇଆଇଏମ୍‌, 6ଟି ନଗରୀରେ ଲାଇଟ ହାଉସ ପ୍ରକଳ୍ପ, ଜାତୀୟ ଆଟୋମିକ୍‌ ଟାଇମ ସ୍କେଲ ଓ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ, ଜାତୀୟ ପରିବେଶ ମାନ ଲାବରେଟୋରୀ, କୋଚି-ମାଙ୍ଗାଲୁରୁ ଗ୍ୟାସ୍‌ ପାଇପ ଲାଇନ, ଶତତମ କିଷାନ ରେଳ ଓ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ଗୋଟିଏ ସେକ୍ସନର ଉଦ୍‌ଘାଟନ ଆଦି ସେଥିମଧ୍ୟରୁ ଅନ୍ୟତମ । କରୋନା ମହାମାରୀ ସମୟରେ ଦେଶର ଆଧୁନିକୀକରଣ ପାଇଁ ଏହି ସ୍ୱଳ୍ପ ସମୟ ମଧ୍ୟରେ ଏତେଗୁଡିଏ କାର୍ଯ୍ୟ ଆରମ୍ଭ ହୋଇପାରିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ତିଆରି କରୋନା ଟୀକା ଯାହା କେଇଦିନ ତଳେ ବ୍ୟବହାର ପାଇଁ ଅନୁମୋଦନ ଲାଭ କରିଛି ତାହା ଲୋକଙ୍କ ଭିତରେ ନୂଆ ବିଶ୍ୱାସ ସୃଷ୍ଟି କରିଛି । ସେ କହିଛନ୍ତି ଯେ ସମର୍ପିତ ମାଲ ପରିବହନ କରିଡର ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଏକ ଗେମ୍‌ ଚେଞ୍ଜର ହେବାକୁ ଯାଉଛି । ନିଉ ଭାଉପୁର-ନିଉ ଖୁର୍ଜା ସେକ୍ସନ ଉଦ୍‌ଘାଟିତ ହେବା ପରେ ଡେଡିକେଟେଡ ଫ୍ରେଟ କରିଡରର ଏହି ପଥରେ ମାଲଗାଡିଗୁଡିକର ବେଗ ତ୍ରିଗୁଣିତ ହୋଇଛି । ସେହିଭଳି ପ୍ରଥମ ଦୁଇ ଥାକିଆ ଟ୍ରେନର ଶୁଭାରମ୍ଭ ସହିତ ଏହା ହରିୟାଣାର ନିଉ ଅଟେଲିରୁ ରାଜସ୍ଥାନର ନିଉ କିଷନଗଞ୍ଜ ମଧ୍ୟରେ ଚଳାଚଳ କରିବ । ଏଥିସହିତ ଭାରତ ଏଭଳି ଅତ୍ୟାଧୁନିକ ମାଲବାହୀ ଟ୍ରେନ ଚଳାଚଳ କ୍ଷେତ୍ରରେ ବିଶ୍ୱର ହାତଗଣତି ଦେଶଙ୍କ ସହିତ ସାମିଲ ହୋଇଛି । ଏଥିପାଇଁ ସେ ଏହି ଗୌରବମୟ ଉପଲବ୍ଧି ନିମନ୍ତେ ସଂପୃକ୍ତ ଇଂଜିନିୟରଗଣ ଓ ସେମାନଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ସର୍ଗୀକୃତ ଫ୍ରେଟ କରିଡର ସମସ୍ତଙ୍କ ପାଇଁ ବିଶେଷକରି ରାଜସ୍ଥାନର କୃଷକ, ଉଦ୍ୟୋଗୀ ଓ ବ୍ୟବସାୟୀଙ୍କ ପାଇଁ ନୂଆ ସୁଯୋଗ ଏବଂ ନୂଆ ଆଶା ଆଣିବ । ଏହି ସମର୍ପିତ ମାଲ ପରିବହନ କରିଡର କେବଳ ଆଧୁନିକ ମାଲବାହୀ ଟ୍ରେନଗୁଡିକର ପଥ ନୁହେଁ; ବରଂ ଏହା ସମଗ୍ର ଦେଶର ଦ୍ରୁତ ବିକାଶର ପଥ ହେବ । ଏହି କରିଡର ନୂଆ ଅଭିବୃଦ୍ଧି କେନ୍ଦ୍ର ଓ ବିଭିନ୍ନ ସହରର ଅଭିବୃଦ୍ଧି ବିନ୍ଦୁର ବିକାଶର ଭିତ୍ତି ପାଲଟିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଷ୍ଟର୍ଣ୍ଣ ଫ୍ରେଟ କରିଡର ମଧ୍ୟ ପ୍ରମାଣିତ କରିବାକୁ ଆରମ୍ଭ କଲାଣି ଯେ ଏହା ଦେଶର ବିଭିନ୍ନ ଭାଗର ସାମର୍ଥ୍ୟକୁ ବଢାଇବାରେ ସଫଳ ହେଉଛି । ପଶ୍ଚିମ ମାଲ କରିଡର ହରିୟାଣା ଏବଂ ରାଜସ୍ଥାନରେ ଚାଷବାସ ଏବଂ ତତ୍‌ସଂକ୍ରାନ୍ତ ବ୍ୟବସାୟକୁ ସୁଗମ କରିବ । ଏହାଦ୍ୱାରା ମହେନ୍ଦ୍ରଗଡ, ଜୟପୁର, ଆଜମେର ଏବଂ ସିକର ଆଦି ନଗରୀରେ ନୂଆ ଊର୍ଜ୍ଜା ଓ ସାମର୍ଥ୍ୟ ଭରିବ । ଏହାଦ୍ୱାରା ମ୍ୟାନୁଫାକ୍‌ଚରିଂ ୟୁନିଟ ଓ ଉଦ୍ୟୋଗଗୁଡିକ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରକୁ ତ୍ୱରିତ ପହଞ୍ଚ ସୁବିଧା ପାଇପାରିବେ ଏବଂ ସେଥିପାଇଁ ସେମାନଙ୍କୁ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଗୁଜରାଟ ଓ ମହାରାଷ୍ଟ୍ରର ବନ୍ଦରଗୁଡିକୁ ଶସ୍ତା ଓ ତ୍ୱରିତ ସଂଯୋଗ ସୁବିଧା ଫଳରେ ଏହି ଅଞ୍ଚଳରେ ନୂଆ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି ଦ୍ୱାରା ଜୀବନ ଓ ବ୍ୟବସାୟରେ ନୂଆ ସୁଯୋଗ ସୁବିଧା ଉଦ୍ରେକ ହୁଏ । ଏହା କେବଳ ଏଥିସହିତ ସଂପୃକ୍ତ କାମକୁ ତ୍ୱରାନ୍ୱିତ କରେ ନାହିଁ; ଏହା ମଧ୍ୟ ଅର୍ଥନୀତିର ବିଭିନ୍ନ ଇଂଜିନକୁ ଟାଣିବାର ଶକ୍ତି ଯୋଗାଇଥାଏ । ସେ ଆହୁରି କହିଛନ୍ତି ଯେ ଏହି କରିଡର ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସୁବିଧା ସୃଷ୍ଟି କରିବା ସହିତ ସିମେଣ୍ଟ, ଇସ୍ପାତ ଓ ପରିବହନ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହିତ କରିଛି । ଡେଡିକେଟେଡ ଫ୍ରେଟ କରିଡରର ଲାଭ ସଂପର୍କରେ ଅଧିକ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା 9ଟି ରାଜ୍ୟକୁ ବିସ୍ତାରିତ ହୋଇଛି ଏବଂ ଏଥିରେ 133ଟି ଷ୍ଟେସନ ରହିଛି । ଏସବୁ ଷ୍ଟେସନରେ ମଲ୍‌ଟି ମଡେଲ ଲଜିଷ୍ଟିକ୍‌ ପାର୍କ, ଫ୍ରେଟ ଟର୍ମିନାଲ, କଣ୍ଟେନର ଡିପୋ, କଣ୍ଟେନର ଟର୍ମିନାଲ, ପାର୍ସଲ ହବ୍‌ ଆଦି ରହିବ । ଏସବୁ ବ୍ୟବସ୍ଥା ଦ୍ୱାରା ଚାଷୀ, କ୍ଷୁଦ୍ରଶିଳ୍ପ ସଂସ୍ଥା, କୁଟୀର ଶିଳ୍ପ, ବୃହତ୍‌ ଉତ୍ପାଦନକାରୀ ଆଦି ଉପକୃତ ହେବେ ।

ରେଳପଥର ସାଦୃଶ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତରେ ଭିତ୍ତିଭୂମିର କାର୍ଯ୍ୟ ସମାନ୍ତରାଳଭାବରେ ଦୁଇଟି ଟ୍ରାକ୍‌ରେ ଚାଲିଛି । ଏହା ଉଭୟ ବ୍ୟକ୍ତିଗତ ଓ ଦେଶର ଅଭିବୃଦ୍ଧିର ଇଂଜିନ ପାଲଟିଛି । ବ୍ୟକ୍ତିଗତ ସ୍ତର କଥା ଉଲ୍ଲେଖକରି ସେ କହିଛନ୍ତି ଯେ ଆବାସ, ପରିଚ୍ଛନ୍ନତା, ବିଦୁ୍ୟତ୍‌ ଶକ୍ତି, ଏଲ୍‌ପିଜି, ସଡ଼କ ଏବଂ ଇଣ୍ଟରନେଟ ସଂଯୋଗ ଲୋକଙ୍କୁ ଉପକୃତ କରୁଛି । ଏଭଳି ଯୋଜନାରୁ କୋଟି କୋଟି ଭାରତୀୟ ଉପକୃତ ହେଉଛନ୍ତି । ଇଏ ଗଲା ଗୋଟିଏ ଟ୍ରାକର କାହାଣୀ । ଅନ୍ୟ ଟ୍ରାକରେ ଯେଉଁ ଅଭିବୃଦ୍ଧି ଇଂଜିନ ଚାଲିଛି ସେଥିରେ ରହିଛି ଶିଳ୍ପ ଓ ଉଦ୍ୟମିତା, ରାଜପଥ, ରେଳପଥ, ଆକାଶପଥ, ଜଳପଥ, ମଲ୍‌ଟି ମୋଡାଲ ବନ୍ଦର ସଂଯୋଗ ଆଦି ବ୍ୟବସ୍ଥା ଯେଉଁଠି ଏହି ଇଂଜିନ ଦ୍ରୁତଗତିରେ ଆଗେଇ ଚାଲିଛି । ଫ୍ରେଟ କରିଡର ଭଳି ଅର୍ଥନୈତିକ କରିଡର, ପ୍ରତିରକ୍ଷା କରିଡର, ଟେକ୍‌ କ୍ଲଷ୍ଟର ଆଦି ନିର୍ମାଣ କରାଯାଇ ଉଦ୍ୟୋଗ ଜଗତକୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହି ବ୍ୟକ୍ତିଗତ ଏବଂ ଶିଳ୍ପ ଭିତ୍ତିଭୂମି ଭାରତ ପାଇଁ ଏକ ଅସ୍ତିବାଚକ ଭାବମୂର୍ତ୍ତି ସୃଷ୍ଟି କରିଛି । ଏହା ଆମର ବୈଦେଶିକ ବିନିମୟ ମୁଦ୍ରା ମହଜୁଦ ପରିମାଣ ବୃଦ୍ଧିରେ ପ୍ରତିଫଳିତ ହେବା ସହିତ ଏବଂ ଭାରତ ଉପରେ ବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଛି ।

 

ଏହି ପ୍ରକଳ୍ପ ପାଇଁ ଜାପାନ ସରକାର ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଜାପାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ ପୁଞ୍ଜି ନିବେଶ କ୍ଷେତ୍ରରେ ବ୍ୟକ୍ତିବିଶେଷ ଓ ଉଦ୍ୟୋଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପୁରୁଣା ଦିନର ରେଳଯାତ୍ରୀଙ୍କ ଦୁର୍ଦ୍ଦଶା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେସବୁର ଅବସାନ ପାଇଁ ପରିସ୍କାର ପରିଚ୍ଛନ୍ନତା, ଠିକ୍‌ ସମୟରେ ରେଳ ଚଳାଚଳ, ଉତ୍ତମ ସେବା, ଟିକେଟ ବିକ୍ରି ବ୍ୟବସ୍ଥା, ଅନ୍ୟାନ୍ୟ ସୁବିଧା ଯୋଗାଣ ତଥା ନିରାପତ୍ତା ଆଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଛି । ଏବେ ଷ୍ଟେସନ ଓ ରେଳ କମ୍ପାର୍ଟମେଣ୍ଟଗୁଡିକର ସ୍ୱଚ୍ଛତାର ଉଦାହରଣ ଦେଇ ସେ କହିଛନ୍ତି ଯେ ସେ ସବୁ ସ୍ଥାନରେ ବାୟୋ ଟଏଲେଟ, କ୍ୟାଟରିଂ ସୁବିଧା, ଆଧୁନିକ ଟିକେଟ ବ୍ୟବସ୍ଥା ଆଦି କରାଯାଇଛି । ତେଜସ୍‌ ବା ବନ୍ଦେ ଭାରତ ଏକ୍ସପ୍ରେସ, ଭିଷ୍ଟାଡୋମ୍‌ କୋଚ୍‌ ଆଦି ମଡେଲ ଟ୍ରେନ ଚଳାଚଳ କରୁଛି । ନ୍ୟାରୋଗଜକୁ ବ୍ରଡଗଜ କରିବା ଏବଂ ରେଳପଥଗୁଡିକର ବିଦ୍ୟୁତିକରଣ ପାଇଁ ଯେଉଁ ଅଭୂତପୂର୍ବ ପୁଞ୍ଜି ନିବେଶ କରାଯାଉଛି ତାହା ରେଳବାଇର ପରିସର ଏବଂ ଗତିକୁ ବଢାଇଛି ବୋଲି ସେ କହିଛନ୍ତି । ସେ ମଧ୍ୟ ସେମିହାଇସ୍ପିଡ୍‌ ଟ୍ରେନ, ଟ୍ରାକ୍‌ ବିଛାଇବା ପାଇଁ ଆଧୁନିକ ଟେକ୍‌ନୋଲଜିର ପ୍ରୟୋଗ କଥା ଉଲ୍ଲେଖକରି ଆଶା ପ୍ରକାଶ କରିଛନ୍ତି ଯେ ଖୁବ୍‌ ଶୀଘ୍ର ଉତ୍ତର ପୂର୍ବାଞ୍ଚଳର ସବୁ ରାଜ୍ୟ ରାଜଧାନୀକୁ ରେଳ ସଂଯୋଗ ସୁବିଧା ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ରେଳବାଇର ସଂଘର୍ଷପୂର୍ଣ୍ଣ ଓ ସାହସିକ ପଦକ୍ଷେପ ପ୍ରଶଂସାଯୋଗ୍ୟ। ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ରେଳବାଇ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India trained 85,000 engineers in 4 years under Semicon 2.0: Vaishnaw

Media Coverage

India trained 85,000 engineers in 4 years under Semicon 2.0: Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reaffirms commitment to wildlife conservation on World Wildlife Day; shares Sanskrit Subhashitam
March 03, 2026

The Prime Minister, Shri Narendra Modi said that World Wildlife Day is about celebrating the incredible faunal diversity that enriches our planet and sustains our ecosystems. He said it is a day to acknowledge everyone working towards wildlife protection and reaffirm our commitment to conservation, sustainable practices and protecting habitats so that wildlife continues to thrive.

The Prime Minister noted that India cherishes being home to some of the world’s most extraordinary wildlife. He highlighted that India is home to over 70% of the world’s tiger population, has the largest population of the one-horned rhino and the maximum number of Asiatic elephants. He further stated that India is the only place in the world where the majestic Asiatic lion thrives.

The Prime Minister underlined that the Government has undertaken numerous efforts for wildlife protection. These include the setting up of the International Big Cat Alliance as an exceptional forum to share best practices with fellow nations. Other efforts include initiatives aimed at protecting the Great Indian Bustard, Gharial and Sloth Bear, as well as the translocation of cheetahs.

Emphasising India’s cultural ethos, the Prime Minister said that our scriptures pray for the welfare of all living beings and inspire sensitivity towards wildlife along with conservation. He shared a Sanskrit Subhashitam on this occasion which says-

“निर्वनो वध्यते व्याघ्रो निर्व्याघ्रं छिद्यते वनम्। तस्माद् व्याघ्रो वनं रक्षेद् वनं व्याघ्रं च पालयेत्॥”

The Subhashitam conveys that without forests, tigers perish; and without tigers, forests are destroyed. Therefore, the tiger protects the forest and the forest protects the tiger, underscoring the deep interdependence of nature.

In a series of X posts, Shri Modi said;

“World Wildlife Day is about celebrating the incredible faunal diversity that enriches our planet and sustains our ecosystems. It is a day to acknowledge everyone working towards wildlife protection. We reaffirm our commitment to conservation, sustainable practices and protecting habitats so that our wildlife continues to thrive.”

“We in India cherish the fact that we are home to some of the world’s most extraordinary wildlife. We are home to over 70% of the world’s tiger population. We have the largest population of the one-horned rhino, the maximum Asiatic elephants. India is the only place in the world where the majestic Asiatic lion thrives.”

“The NDA Government has undertaken numerous efforts for wildlife protection. This includes the setting up of the International Big Cat Alliance, an exceptional forum to share best practices with fellow nations. Other efforts include those aimed at protecting the Great Indian Bustard, Gharial, Sloth Bear and translocation of cheetahs.”

“आज World Wildlife Day है। हमारे शास्त्रों में सभी जीवों के कल्याण की कामना की गई है। उनसे हमें वन्यजीवों के संरक्षण के साथ-साथ उनके प्रति संवेदनशील होने की प्रेरणा भी मिलती है। उसका एक उदाहरण यह है… निर्वनो वध्यते व्याघ्रो निर्व्याघ्रं छिद्यते वनम्। तस्माद् व्याघ्रो वनं रक्षेद् वनं व्याघ्रं च पालयेत्॥”