There was a period when only 15 paise out of one rupee reached the beneficiaries. But now the poor directly get benefits without intervention of the middlemen: PM
Our Government has always given priority to the interests of our farmers: PM Modi
Due to the efforts of the government, both the production and export of spices from India has increased considerably: PM

ଆଜି କର୍ଣ୍ଣାଟକର ତୁମକୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତିଶୀଳ ଚାଷୀମାନଙ୍କୁ କୃଷିମନ୍ତ୍ରୀଙ୍କ କୃଷି କର୍ମଣ ପୁରସ୍କାର ଏବଂ ବିଭିନ୍ନ ରାଜ୍ୟକୁ ପ୍ରଶଂସାମୂଳକ ପୁରସ୍କାର ପ୍ରଦାନ କରିଛନ୍ତି । ସେ ମଧ୍ୟ ଡିସେମ୍ବର 2019ରୁ ମାର୍ଚ୍ଚ 2020 ଅବଧି ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ)ର ତୃତୀୟ କିସ୍ତି ଆକାରରେ ହିତାଧିକାରୀମାନଙ୍କୁ 2 ହଜାର ଟଙ୍କା ଲେଖାଏଁ ସହାୟତା ଜାରି କରିଛନ୍ତି । ଏହାଦ୍ୱାରା ଦେଶର 6 କୋଟି ହିତାଧିକାରୀ ଲାଭାନ୍ୱିତ ହୋଇପାରିବେ । ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ 8ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପିଏମ କିସାନ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ତାମିଲନାଡ଼ୁର ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମାଛ ଧରା ଡଙ୍ଗାର ଚାବି ଏବଂ ମାଛ ଧରା ପୋତ ଟ୍ରାନ୍ସପୋଣ୍ଡର ବଣ୍ଟନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ନଦାତା-ଆମର କୃଷକ ଭାଇ ଓ ଭଉଣୀମାନଙ୍କୁ ଏହି ନୂଆ ବର୍ଷରେ, ନୂଆ ଦଶନ୍ଧିର ଆରମ୍ଭରେ ଦେଖିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । 130 କୋଟି ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କଠିନ ପରିଶ୍ରମ ଲାଗି ଦେଶର କୃଷକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କର୍ଣ୍ଣାଟକର ଏ ମାଟି ସେହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେଉଛି, ଯେତେବେଳେ ଦେଶର ପାଖାପାଖି 6 କୋଟି କୃଷକଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାର ତୃତୀୟ କିସ୍ତିରେ ମୋଟ 12 ହଜାର କୋଟି ଟଙ୍କା ଜମା କରାଯାଇଛି ।

ସେ ଆଶାବ୍ୟକ୍ତ କରିଥିଲେ ଯେ ‘ପିଏମ କିସାନ ସମ୍ମାନ ନିଧି ଯୋଜନା’ କାର୍ଯ୍ୟକାରୀ କରିନଥିବା ରାଜ୍ୟଗୁଡ଼ିକ ଏହାକୁ କାର୍ଯ୍ୟକାରୀ କରିବେ ଏବଂ ରାଜନୈତିକ ଦଳଗୁଡ଼ିକ ରାଜନୀତି ଠାରୁ ଊଦ୍ଧ୍ୱର୍କୁ ଯାଇ ସେମାନଙ୍କ ରାଜ୍ୟର କୃଷକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ଦେଶରେ ଗରିବଙ୍କ ପାଖକୁ ପଠାଯାଇଥିବା 1 ଟଙ୍କାରୁ ମାତ୍ର 15 ପଇସା ପ୍ରକୃତ ହିତାଧିକାରୀ ନିକଟରେ ପହଁଚୁଥିଲା । ହେଲେ ବର୍ତ୍ତମାନ ଦଲାଲଙ୍କ ବିନା ହସ୍ତକ୍ଷେପରେ ସିଧାସଳଖ ଗରିବଙ୍କ ନିକଟରେ ଟଙ୍କା ପହଁଚିପାରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁବର୍ଷ ଧରି ବିଳମ୍ବିତ ହୋଇ ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକ ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଫସଲ ବୀମା, ମୃର୍ତ୍ତିକା ସ୍ୱାସ୍ଥ୍ୟକାର୍ଡ ଏବଂ 100% ନିମ୍ବଯୁକ୍ତ ୟୁରିୟା ଭଳି ଯୋଜନା ଦ୍ୱାରା ଆମ ଚାଷୀଙ୍କ କଲ୍ୟାଣ ପ୍ରତି କେନ୍ଦ୍ର ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରୟାସ କାରଣରୁ ଭାରତରେ ମସଲା ଉତ୍ପାଦନ ଏବଂ ରପ୍ତାନୀ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ଭାରତରେ ମସଲା ଉତ୍ପାଦନ ବୃଦ୍ଧି ପାଇଁ 2.5 ମିଲିୟନ ଟନରୁ ଅଧିକ ହୋଇଥିବା ବେଳେ ମସଲା ରପ୍ତାନି 15 ହଜାର କୋଟିରୁ ପାଖାପାଖି 19 ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ସେ କହିଥିଲେ ଯେ ଉଦ୍ୟାନ କୃଷି ବ୍ୟତିତ, ଦକ୍ଷିଣ ଭାରତରେ ଅଧିକ ପରିମାଣରେ ଡାଲି, ତୈଳବୀଜ ଓ ମୋଟା ଶସ୍ୟ ଉତ୍ପାଦିତ ହେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ, “ଦେଶରେ ଡାଲି ଉତ୍ପାଦନ ବୃଦ୍ଧି ଲାଗି ବିହନ କେନ୍ଦ୍ର ନିର୍ମାଣ କରାଯାଉଛି । ଏଥିମଧ୍ୟରୁ 30ଟି କେନ୍ଦ୍ର କେବଳ କର୍ଣ୍ଣାଟକ, ଆନ୍ଧ୍ର, କେରଳ, ତାମିଲନାଡ଼ୁ ଓ ତେଲଙ୍ଗାନାରେ ରହିଛି ।

ମତ୍ସ୍ୟପାଳନ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରି ଏହି କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ତିନୋଟି ସ୍ତରରେ କାର୍ଯ୍ୟ କରାଯାଉଛି ।

ପ୍ରଥମତଃ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ଜରିଆରେ ଗ୍ରାମାଂଚଳରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି ।

ଦ୍ୱିତୀୟତଃ ନୀଳ ବିପ୍ଳବ ଯୋଜନା ଅଧୀନରେ ମାଛଧରା ଡଙ୍ଗାର ଆଧୁନିକୀକରଣ କରାଯାଉଛି ।

ତୃତୀୟତଃ ମାଛ ବ୍ୟବସାୟ ଓ ବାଣିଜ୍ୟ ସହ ସଂକ୍ରାନ୍ତ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ସୁବିଧା ସହ ଯୋଡ଼ାଯାଇଛି । ମାଛ ଚାଷୀଙ୍କ ସୁବିଧା ଲାଗି ବଡ଼ ନଦୀ ଏବଂ ସମୁଦ୍ରରେ ନୂଆ ମାଛଧରା ପୋତାଶ୍ରୟ ନିର୍ମାଣ କରାଯାଉଛି । ଆଧୁନିକ ଭିତ୍ତିଭୂମି ନିର୍ମାଣ ଲାଗି 7.50 ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଗଭୀର ସମୁଦ୍ରରେ ମାଛ ଧରା ପାଇଁ ମତ୍ସ୍ୟଜୀବୀଙ୍କ ଡଙ୍ଗାର ଆଧୁନିକୀକରଣ କରାଯାଉଛି ଏବଂ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଲାଗି ଇସ୍ରୋ ସହାୟତାରେ ଏଥିରେ ଦିଗନିର୍ଣ୍ଣୟ ଡିଭାଇସ ସଂଯୋଗ କରାଯାଉଛି ।

ଦେଶର ପୁଷ୍ଟିସାଧନ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଶସ୍ୟ, ଉଦ୍ୟାନ କୃଷି ଓ ଜୈବିକ କୃଷି ପାଇଁ କୃଷି କର୍ମଣ ପୁରସ୍କାରର ଏକ ନୂତନ ବର୍ଗ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ଭଲ କାର୍ଯ୍ୟ କରିବା ଲାଗି ଲୋକମାନଙ୍କୁ ଓ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ମିଳିପାରିବ ।

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA