ସେୟାର
 
Comments
PM Modi hoists the National Flag at Red Fort to commemorate the 75th anniversary of establishment of Azad Hind Government
Azad Hind government represented the vision laid down by Subhas Chandra Bose, of a strong undivided India: PM Modi
Subhas Chandra Bose was a visionary, who united Indians to fight against the powerful colonial British rule, says PM Modi
Netaji was an inspiration for all those who were fighting for self-determination and freedom in countries all over the world, says the Prime Minister

ନେତାଜୀ ସୁବାସ ଚନ୍ଦ୍ର ବୋଷ ଗଠନ କରିଥିବା ଆଜାଦ ହିନ୍ଦ ସରକାରର 75ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଲାଲ କିଲ୍ଲାଠାରେ ଜାତୀୟ ପତାକା ଉତୋଳନ କରିଛନ୍ତି ।

ଆଜାଦ ହିନ୍ଦ ସରକାର ଗଠନ ହେବାର 75ତମ ବାର୍ଷିକୀର ଗୌରବମୟ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ବକ୍ତବ୍ୟ ରଖି ସେ କହିଲେ ଯେ ଆଜାଦ ହିନ୍ଦ ଫୌଜକୁ ନେଇ ସୁବାସ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦୃଷ୍ଟି  ଏକ ଶକ୍ତିଶାଳୀ ଅଖଣ୍ଡ ଭାରତ ବର୍ଷକୁ ସୂଚାଇଥାଏ । ପୁନଶ୍ଚ ସେ କହିଲେ ଯେ ଆଜାଦ ହିନ୍ଦ ସରକାର ଦେଶ ଗଠନ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଲୋକଙ୍କୁ ସାମିଲ କରିଥିଲେ । ଏପରିକି ସେମାନେ ନିଜର ବ୍ୟାଙ୍କ, ମୁଦ୍ରା ଏବଂ ଷ୍ଟାମ୍ପ ମଧ୍ୟ ପ୍ରଚଳନକରିଥିଲେ ।

ନେତାଜୀଙ୍କ ଯୋଗଦାନ ସମ୍ବନ୍ଧରେ ସ୍ମରଣ କରି ମୋଦୀ କହିଲେ ଯେ ସୁବାସ ଚନ୍ଦ୍ର ବୋଷ ଜଣେ ଗଭୀର ଅନ୍ତର୍ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏକି ଶକ୍ତିଶାଳୀ ଔପନିବେଶିକ ଇଂରେଜ ସରକାରଙ୍କ ବିରୋଧରେ ଭାରତୀୟମାନଙ୍କୁ ଏକାଠି କରି ଲଢ଼େଇ କରିଥିଲେ । ସେ କହିଲେ ଯେ ପିଲାବେଳରୁ ବୋଷଙ୍କ ମଧ୍ୟରେ ଦେଶପ୍ରେମର ଜାଗରଣ ହୋଇଥିଲା ଏବଂ ଏହା ସେ ତାଙ୍କ ମା’ଙ୍କ ପାଖକୁ ଲେଖିଥିବା ପତ୍ରରୁ ଜାଣିବାକୁ ମିଳେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ନେତାଜୀ କେବଳ ଭାରତ ପାଇଁ ନୁହେଁ, ବରଂ ବିଶ୍ୱବ୍ୟାପୀ ଦେଶମାନଙ୍କ ପାଇଁ ପ୍ରେରଣା ଥିଲେ ଯେଉଁମାନେ କି ଆତ୍ମସଂକଳ୍ପ ଏବଂ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିଲେ । ଏ ପ୍ରସଙ୍ଗରେ ସେ ଦକ୍ଷିଣ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲା କିପରି ନେତାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ତାହା ପ୍ରକାଶ କରିଥିଲେ ।

ସୁବାସ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦୃଷ୍ଟି ଅନୁସାରେ ଏକ ନୂତନ ଭାରତର ଗଠନ ପାଇଁ ଅନେକ ପଥ ଅତିକ୍ରମ କରିବାର ଅଛି ବୋଲି ଦେଶବାସୀଙ୍କୁ ସ୍ମରଣ କରାଇ, ନାଗରିକମାନେ ନେତାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରେରିତ କରାଇଥିଲେ । ସେ କହିଲେ ଯେ ଅନେକ ତ୍ୟାଗ ସ୍ୱୀକାର କରିବା ପରେ ଭାରତ ସ୍ୱାଧୀନତା ହାସଲ କରିଛି ଏବଂ ଏହି ସ୍ୱାଧୀନତାକୁ ସଂରକ୍ଷିତ କରି ରଖିବା ପ୍ରତ୍ୟେକ ନାଗରିକମାନଙ୍କ କର୍ତ୍ତବ୍ୟ । 

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ରାଣୀ ଝାନ୍ସୀ ରେଜିମେଂଟ ପ୍ରତିଷ୍ଠା କରିବା ଦ୍ୱାରା ନେତାଜୀ ସୁବାସ ଚନ୍ଦ୍ର ବୋଷ ସୈନ୍ୟ ବାହିନୀରେ ମହିଳାମାନଙ୍କ ପାଇଁ ସମାନ ସୁଯୋଗର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରୁଛନ୍ତି । ସେ ମଧ୍ୟ ସଶସ୍ତ୍ର ବାହିନୀରେ ମହିଳାମାନେ ସ୍ଥାୟୀ କମିଶନ ହେବା ନେଇ ସମାନ ସୁବିଧା ପ୍ରଦାନ କରାଯିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ ।

Click here to read full text speech

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Mann KI Baat Quiz
Explore More
ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ଲୋକପ୍ରିୟ ଅଭିଭାଷଣ

ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
India Inc raised $1.34 billion from foreign markets in October: RBI

Media Coverage

India Inc raised $1.34 billion from foreign markets in October: RBI
...

Nm on the go

Always be the first to hear from the PM. Get the App Now!
...
PM’s message on International Day of Persons with Disabilities
December 03, 2021
ସେୟାର
 
Comments

On the International Day of Persons with Disabilities, Prime Minister Narendra Modi said, 

"On International Day of Persons with Disabilities, I would like to appreciate the stellar achievements and contributions of persons with disabilities to India’s progress. Their life journeys, their courage and determination is very motivating.

The Government of India is actively working to further strengthen infrastructure that empowers persons with disabilities. The emphasis remains on equality, accessibility and opportunity".