ସଂସଦ 125 କୋଟି ଭାରତୀୟଙ୍କ ସ୍ୱପ୍ନ ଏବଂ ସ୍ୱରକୁ ପ୍ରତିନିଧିତ୍ୱ କରେ :ପ୍ରଧାନମନ୍ତ୍ରୀ ମୋଦୀ
ସଂସଦ ଓ ସଂସଦ ସମୟର ମୂଲ୍ୟ ଅନେକ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏହା ନୀତି ନିର୍ଦ୍ଧାରକ ଏବଂ ସରକାରଙ୍କୁ ସୁଯୋଗ ପ୍ରଦାନ କରିଥାଏ :ପ୍ରଧାନମନ୍ତ୍ରୀ ମୋଦୀ
ସଂସଦ କାର୍ଯ୍ୟରେ ବାଧା ଦେବା ଫଳରେ ବିଶେଷତଃ ସରକାରଙ୍କ ଅପେକ୍ଷା ଦେଶର ଅଧିକ କ୍ଷତି କରିଥାଏ :ପ୍ରଧାନମନ୍ତ୍ରୀ ମୋଦୀ
"ସଂସଦ କିପରି ଠିକ ଭାବେ ଚାଲିପାରିବ ତାହା ନିଶ୍ଚିତ କରିବା ସାଂସଦମାନଙ୍କର ଦାୟିତ୍ୱ :ପ୍ରଧାନମନ୍ତ୍ରୀ "

ଆଜି ନୂଆଦିଲ୍ଲୀଠାରେ ଭାରତୀୟ ସଂସଦୀୟ ଗୋଷ୍ଠୀ ଦ୍ୱାରା ଆୟୋଜିତ ଅପ୍ରତିମ ସାଂସଦ ପୁରସ୍କାର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦାନ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସଂସଦର କେନ୍ଦ୍ରୀୟ ହଲରେ ଅପ୍ରତିମ ସାଂସଦ ପୁରସ୍କାର ପ୍ରଦାନ କରିଥିଲେ । ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାୟଡୁ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ସଂସଦ ଓ ଦେଶ ପ୍ରତି ସେମାନଙ୍କ ଯୋଗଦାନ ସବୁବେଳେ ମନେରହିବ । ସେ ପୁନଶ୍ଚ କହିଲେ ଯେ ଏହି ଅପ୍ରତିମ ସାଂସଦମାନଙ୍କ ସହ କାମ କରିବା ଏବଂ ଏମାନଙ୍କଠାରୁ ଶିକ୍ଷାଲାଭ କରିବା ଆମ ପାଇଁ ଏକ ସମ୍ମାନ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସଂସଦ 125 କୋଟି ଭାରତୀୟଙ୍କ ସ୍ୱପ୍ନ ଏବଂ ସ୍ୱରକୁ ପ୍ରତିନିଧିତ୍ୱ କରେ । ସଂସଦ ଓ ସଂସଦ ସମୟର ମୂଲ୍ୟ ଅନେକ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏହା ନୀତି ନିର୍ଦ୍ଧାରକ ଏବଂ ସରକାରଙ୍କୁ ସୁଯୋଗ ପ୍ରଦାନ କରିଥାଏ ବୋଲି ପୁନଶ୍ଚ କହିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ସଂସଦ କାର୍ଯ୍ୟରେ ବାଧା ଦେବା ଫଳରେ ଏହା ସାଧାରଣତଃ ସାଧାରଣ ଲୋକ ଏବଂ ସାଂସଦମାନଙ୍କୁ ପ୍ରଭାବିତ କରିଥାଏ ଯେଉଁମାନେ କି ସେମାନଙ୍କର ପ୍ରତିନିଧତ୍ୱ କରିଥା’ନ୍ତି । ବିଶେଷତଃ ଏହି ବାଧା ସରକାରଙ୍କ ଅପେକ୍ଷା ଦେଶର ଅଧିକ କ୍ଷତି କରିଥାଏ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସଂସଦ କିପରି ଠିକ ଭାବେ ଚାଲିପାରିବ ତାହା ନିଶ୍ଚିତ କରିବା ସାଂସଦମାନଙ୍କର ଦାୟିତ୍ୱ ଯାହାଫଳରେ କି ପ୍ରତ୍ୟେକ ସାଂସଦ ସେମାନଙ୍କ ବକ୍ତବ୍ୟ ରଖିବା ପାଇଁ ସୁଯୋଗ ପାଇବେ ଏବଂ ଇତିହାସର ଅଂଶବିଶେଷ ହୋଇପାରିବେ ।

 

  Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride