India has had strong ties with Africa for centuries: PM Modi
India’s partnership with Africa is based on a model of cooperation which is responsive to the needs of African countries: PM
One of our best partnerships in the area of skills is the training of “solar mamas”: PM Modi
We have successfully completed the Pan Africa e-network project for tele-medicine and tele-network covering 48 African countries: PM
Our aim is that India must be an engine of growth as well as an example in climate friendly development in the years to come: PM

ବେନିନ୍ ଓ ସେନେଗାଲର ମହାମହିମ ରାଷ୍ଟ୍ରପତି

କୋଟେ ଡି’ଇଭୋରିଏର ମହାମହିମ ଉପରାଷ୍ଟ୍ରପତି

ଆଫ୍ରିକା ଉନ୍ନୟନ ବ୍ୟାଙ୍କର ଅଧ୍ୟକ୍ଷ

ଆଫ୍ରିକୀୟ ୟୁନିଅନ୍ ର ମହାସଚିବ

କମିଶନର, ଆଫ୍ରିକୀୟ ୟୁନିଅନ୍ କମିଶନ

ମୋର କ୍ୟାବିନେଟ୍ ସହଯୋଗୀ ଅରୁଣ ଜେଟଲୀ

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ବିଶିଷ୍ଟ ଅତିଥିଗଣ ଓ ଆଫ୍ରିକାର ମୋର ଭାଇ ଓ ଭଉଣୀମାନେ

ଦେବୀ ଓ ସଜ୍ଜନମାନେ

ଗୁଜରାଟରେ ଆମେ ଆଜି ଏକାଠି ହୋଇଛେ । ବ୍ୟବସାୟ ପାଇଁ ଗୁଜରାଟୀଙ୍କ ସ୍ୱଭାବ ସବୁଠି ପରିଚିତ । ଗୁଜରାଟୀମାନେ ମଧ୍ୟ ଆଫ୍ରିକାରେ ନିଜର ଭଲପାଇବା ପାଇଁ ପ୍ରସିଦ୍ଧ । ଜଣେ ଭାରତୀୟ ଓ ଜଣେ ଗୁଜରାଟୀ ଭାବେ ମୁଁ ଅତ୍ୟନ୍ତ ଖୁସି ଯେ ଏହି ବୈଠକ ଭାରତରେ ହେଉଛି ।  ଆଉ ତା’ପୁଣି ଗୁଜରାଟରେ ।

ଭାରତର ଶହ ଶହ ବର୍ଷ ଧରି ଆଫ୍ରିକା ସହ ସୁଦୃଢ଼ ସମ୍ପର୍କ ରହିଛି । ଐତିହାସିକ ଭାବେ, ପଶ୍ଚିମ ଭାରତ ସମୁଦାୟ ବିଶେଷକରି ଗୁଜରାଟ ଓ ପୂର୍ବ ଆଫ୍ରିକୀୟ ଉପକୂଳର ବାସିନ୍ଦା ପରସ୍ପରର ଭୂମିକୁ ଯାଇ ବାସ କରୁଛନ୍ତି । କୁହାଯାଏ କି ଭାରତର ସିଦ୍ଧିମାନେ ପୂର୍ବ ଆଫ୍ରିକାରୁ ଆସିଥିଲେ ।  କେନିୟା ଉପକୂଳରେ ବୋହରା ସମୁଦାୟ ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ଫେରି ଯାଇଥିଲେ । କୁହାଯାଏ ଭାସ୍କୋ-ଡା-ଗାମା ମାଲିନ୍ଦିରୁ ଜଣେ ଗୁଜରାଟୀ ନାବିକଙ୍କ ସହାୟତାରେ କାଲିକଟ୍ ପହଚିଂଥିଲେ । ଗୁଜରାଟର ପାଲଟଣା ଜାହାଜ ବ୍ୟବସାୟୀଙ୍କୁ ଉଭୟ ଦିଗରେ ନେଉଥିଲା । ସମାଜ ଭିତରେ ପ୍ରାଚୀନ ସମ୍ବନ୍ଧ ମଧ୍ୟ ଆମର ସଂସ୍କୃତିକୁ ସମୃଦ୍ଧ କରିଛି । ସମୃଦ୍ଧ ସ୍ୱାହିଲି ଭାଷାରେ କେତେକ ହିନ୍ଦି ଶବ୍ଦ ସାମିଲ ଅଛି ।

ଉପନିବେଶବାଦ ଯୁଗ ସମୟରେ, 32ହଜାର ଭାରତୀୟ କେନିଆ ଯାଇଥିଲେ, ଯେଉଁଠି ସେମାନେ ପ୍ରତିଷ୍ଠିତ ମୋମ୍ବାସା ଉଗାଣ୍ଡା ରେଳବାଇ ନିର୍ମାଣ କରିଥିଲେ । ଅନେକ ଲୋକ ଏହି ନିର୍ମାଣ ସମୟରେ ପ୍ରାଣ ହରାଇଥିଲେ । ଏଥିରୁ ପ୍ରାୟ 6-ହଜାର ଲୋକ ରହିଯାଇଥିଲେ ଓ ନିଜର ପରିବାରକୁ ନେଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଛୋଟ ବ୍ୟବସାୟ ‘ଡୁକାସ’  ଆରମ୍ଭ କରିଥିଲେ ଓ ସେମାନେ ‘ଡୁକ୍କାୱାଲାସ୍’ ଭାବେ ପରିଚିତ ହେଲେ । ଉପନିବେଶବାଦ ବର୍ଷଗୁଡ଼ିକରେ ବ୍ୟବସାୟୀ, କାରିଗର ଓ ପରେ ଅଧିକାରୀ, ଶିକ୍ଷକ, ଡାକ୍ତର ଓ ଅନ୍ୟ ପେଷାଦାରମାନେ ପୂର୍ବ ଓ ପଶ୍ଚିମ ଆଫ୍ରିକାରେ ଏକ ସମୃଦ୍ଧ ସମୁଦାୟ ନିର୍ମାଣ କରିଥିଲେ, ଯାହାକି ଭାରତ ଓ ଆଫ୍ରିକାର ସବୁଠାରୁ ଶ୍ରେଷ୍ଠ ମିଶ୍ରଣ ।

ମହାତ୍ମା ଗାନ୍ଧୀ, ଆଉ ଜଣେ ଗୁଜରାଟୀ, ଦକ୍ଷିଣ ଆଫ୍ରିକାରେ ନିଜର ଅହିଂସା ସଂଘର୍ଷକୁ ପ୍ରମାଣିତ କରିଥିଲେ । ସେ 1912 ମସିହାରେ ଗୋପାଳ କୃଷ୍ଣ ଗୋଖଲେଙ୍କ ସହ ତାଞ୍ଜାନିଆ ମଧ୍ୟ ଗସ୍ତ କରିଥିଲେ । ଭାରତୀୟ ବଂଶୋଦ୍ଭବର ଅନେକ ନେତାମାନେ ଦୃଢ଼ ଭାବେ ସମର୍ଥନ କରିଥିଲେ ଓ ଏକାଠି ଲଢ଼ିଥିଲେ । ଆଫ୍ରିକାର ସ୍ୱାଧୀନତା ପାଇଁ ଶ୍ରୀମାନ ନାଇରେରେ, ଶ୍ରୀମାନ କେନ୍ୟାଟା ଓ ନେଲସନ୍ ମଣ୍ଡେଲାଙ୍କ ସମେତ ଅନେକ ନେତା ସଂଘର୍ଷ କରିଥିଲେ । ସ୍ୱାଧୀନତା ସଂଗ୍ରାମ ପରେ ଭାରତୀୟ ବଂଶୋଦ୍ଭବ ଅନେକ ନେତା ମଧ୍ୟ ତାଞ୍ଜାନିଆ ଓ ଦକ୍ଷିଣ ଆଫ୍ରିକା କ୍ୟାବିନେଟରେ ସ୍ଥାନ ପାଇଥିଲେ । ପ୍ରାୟ 6 ଜଣ ଭାରତୀୟ ବଂଶୋଦ୍ଭବ ଭାରତୀୟ ଏବେ ତାଞ୍ଜାନିଆ ସଂସଦରେ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

ପୂର୍ବ ଆଫ୍ରିକାରେ ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନର ଆରମ୍ଭ ମାଖନ୍ ସିଂହ କରିଥିଲେ । ଏହି ଟ୍ରେଡ୍ ୟୁନିଅନ୍ ବୈଠକ ସମୟରେ ହିଁ କେନିଆର ସ୍ୱାଧୀନତାକୁ ପ୍ରଥମେ ସ୍ୱର ଉଠିଥିଲା । ଏମ୍.ଏ.ଦେଶାଇ ଓ ପିଓ ଗାମା ପିଟୋଂ କେନିଆର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଭାଗ ନେଇଥିଲେ । ସେତେବେଳେ ତତ୍କାଳନୀ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରୁ ଭାରତୀୟ ସଂସଦର ସଦସ୍ୟ ଦିୱାନ ଚମନଲାଲଙ୍କୁ ଶ୍ରୀମାନ୍ କେନ୍ୟାଟାଙ୍କ ପ୍ରତିରକ୍ଷା ଟିମ୍ ରେ ସାମିଲ ହେବା ପାଇଁ ପଠାଇଥିଲେ । ସେତେବେଳେ ତାଙ୍କୁ 1953 ମସିହାରେ କମ୍ପେନଗୁରିଆ ମକଦ୍ଦମା ମାମଲାରେ ବନ୍ଦୀ କରାଯାଇଥିଲା । ରକ୍ଷା ଟିମ୍ ରେ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦୁଇଜଣ ବ୍ୟକ୍ତି ସାମିଲ ଥିଲେ । ଭାରତ ଆଫ୍ରିକାର ସ୍ୱାଧୀନତା ପାଇଁ ନିଜର ଦୃଢ଼ ସମର୍ଥନ ଦେଇଥିଲା । ନେଲସନ୍ ମଣ୍ଡେଲା କହିଥିଲେ, ମୁଁ ଏଠି ତାଙ୍କର ବ୍ୟକ୍ତବ୍ୟକୁ ଉଦ୍ଧୃତ କରୁଛି ‘ “ଭାରତ ଆମକୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲା, ଯେତେବେଳେ ବାକି ଦୁନିଆଁ ଛିଡ଼ା ହୋଇଥିଲେ ଅବା ଆମର ଉତ୍ପୀଡ଼କଙ୍କୁ ସହାୟତା ଦେଉଥିଲେ । ଯେତେବେଳେ ଆନ୍ତର୍ଜାତିକ ପରିଷଦର ଦ୍ୱାର ଆମ ପାଇଁ ବନ୍ଦ ହେଉଥିଲା, ଭାରତ ରାସ୍ତା ଖୋଲି ଦେଉଥିଲା । ଆପଣ ଆମର ସଂଘର୍ଷକୁ ଆଗେଇ ନେଇଥିଲେ, ଯେମିତି ତାହା ନିଜର ଥିଲା ।” 

ଦୀର୍ଘ ଦଶନ୍ଧି ଧରି, ଆମର ସମ୍ବନ୍ଧ ସୁଦୃଢ଼ ହୋଇ ରହିଛି । 2014ରେ ଦାୟିତ୍ୱ ସମ୍ଭାଳିବା ପରେ  ମୁଁ ଆଫ୍ରିକାକୁ ଭାରତର ବୈଦେଶିକ ଓ ଆର୍ଥିକ ନୀତିରେ ସର୍ବୋଚ୍ଚ ପ୍ରାଥମିକତା ଦେଇଛି । 2015 ମସିହା ଏକ ମହତ୍ଵପୂର୍ଣ୍ଣ ସମୟ ଥିଲା । ତୃତୀୟ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ଭାରତ ସହ କୂଟନୀତିକ ସମ୍ବନ୍ଧ ରଖୁଥିବା ସମସ୍ତ 14 ଆଫ୍ରିକୀୟ ରାଷ୍ଟ୍ରର ସରକାର ମୁଖ୍ୟମାନେ ଭାଗ ନେଇଥିଲେ ।

2015 ମସିହାଠାରୁ ମୁଁ 6ଟି ଆଫ୍ରିକୀୟ ରାଷ୍ଟ୍ର ଯଥା ଦକ୍ଷିଣ ଆଫ୍ରିକା, ମୋଜାମ୍ବିକ୍, ତାଞ୍ଜାନିଆ, କେନିଆ, ମରିସସ୍ ଓ ସିସିଲି ଗସ୍ତ କରିଛି । ଆମର ରାଷ୍ଟ୍ରପତି ମଧ୍ୟ 3 ଟି ରାଷ୍ଟ୍ର - ନାମ୍ବିଆ, ଘାନା ଓ ଆଇଭରୀ କୋଷ୍ଟ ଗସ୍ତ କରିଥିଲେ । ଆମ ଉପରାଷ୍ଟ୍ରପତି ମଧ୍ୟ 7 ଟି ରାଷ୍ଟ୍ର - ମରକ୍କୋ, ଟ୍ୟୁନିସିଆ, ନାଇଜେରିଆ, ମାଲି, ଆଲଜେରିଆ, ରୱାଣ୍ଡା ଓ ଉଗାଣ୍ଡା ଗସ୍ତ କରିଥିଲେ । ମୁଁ ଗର୍ବର ସହ କହିପାରେ କି ଆଫ୍ରିକାରେ ଏମିତି କୌଣସି ରାଷ୍ଟ୍ର ନାହିଁ ଯେଉଁଠିକି ଗତ 3 ବର୍ଷ ମଧ୍ୟରେ ଭାରତୀୟ ମନ୍ତ୍ରୀମାନେ ଗସ୍ତ କରିନାହାନ୍ତି । ବନ୍ଧୁଗଣ, ଯେବେଠାରୁ ଆମ ପାଖରେ ମୁଖ୍ୟତଃ ମୋମ୍ବାସା ଓ ମୁମ୍ବାଇ ମଧ୍ୟରେ ବ୍ୟବସାୟିକ ଓ ସାମୁଦ୍ରିକ ସମ୍ପର୍କ ଥିଲା, ସେବେଠାରୁ  ଆଜିପର୍ଯ୍ୟନ୍ତ ଆମ ପାଖରେ ରହିଛି ।

-ଏହି ବାର୍ଷିକ ବୈଠକ ଆବିଦଜାନ ଓ ଅହମ୍ମଦାବାଦକୁ ଯୋଡ଼ୁଛି

- ବାମାକୋ ଓ ବାଙ୍ଗାଲୋର ମଧ୍ୟରେ ବ୍ୟବସାୟିକ ସମ୍ପର୍କ

- ଚେନ୍ନାଇ ଓ କେପ୍ ଟାଉନ୍ ମଧ୍ୟରେ କ୍ରିକେଟ ସମ୍ପର୍କ

- ଦିଲ୍ଲୀ ଓ ଡକାର ମଧ୍ୟରେ ବିକାଶ ସମ୍ପର୍କ

ଏହା ମୋତେ ଆମର ବିକାଶ ସହଯୋଗ ଆଡ଼କୁ ନେଉଛି । ଭାରତର ଆଫ୍ରିକା ସହ ସହଯୋଗ ଏକ ମଡେଲ୍ ବା ଢାଞ୍ଚା ଉପରେ ଆଧାରିତ, ଯାହା ଆଫ୍ରିକୀୟ ରାଷ୍ଟ୍ରର ଆବଶ୍ୟକତା ପ୍ରତି ଉତ୍ତରଦାୟୀ । ଏହା ଚାହିଦା ଅନୁରୂପ ଓ ସର୍ତ୍ତମୁକ୍ତ ।

ଏହି ସହଯୋଗର ଏକ ମୁଖ୍ୟ ଭାଗ ଭାବେ ଭାରତ ନିଜର ଏକ୍ସିମ୍ ବ୍ୟାଙ୍କ ମାଧ୍ୟମରେ ଋଣ ସହାୟତା ଦେଉଛି । ପ୍ରାୟ 8 ବିଲିଅନ୍ ଡଲାରର 152 ଟି ଋଣ ମୋଟ 44 ଟି ରାଷ୍ଟ୍ରକୁ ଦିଆଯାଇଛି ।

 

ତୃତୀୟ ଭାରତ-ଆଫ୍ରିକୀୟ ଫୋରମ୍ ର ଶିଖର ସମ୍ମିଳନୀ ସମୟରେ ଭାରତ ଆସନ୍ତା 5 ବର୍ଷ ନିମନ୍ତେ ବିକାଶ ପରିଯୋଜନା ପାଇଁ 10 ବଲିୟନ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲା । ଆମେ 600 ମିଲିୟନ ଡଲାରର ଅନୁଦାନ ସହାୟତା ମଧ୍ୟ ପ୍ରଦାନ କରିଛୁ ।

 

ଆଫ୍ରିକା ସହ ନିଜର ଶିକ୍ଷା ଓ ବୈଷୟିକ ସମ୍ପର୍କକୁ ନେଇ ଭାରତ ଗର୍ବ କରେ । ବର୍ତ୍ତମାନର ଆଫ୍ରିକାର 13 ଜଣ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିମାନେ ଭାରତରେ ଶିକ୍ଷା ଅବା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସାମିଲ ହୋଇଥିଲେ । ଆଫ୍ରିକାରେ ସଶସ୍ତ୍ର ବାହିନୀର 6 ଜଣ ବର୍ତ୍ତମାନ ଅବା ପୂର୍ବତନ ମୁଖ୍ୟ ମଧ୍ୟ ଭାରତର ସାମରିକ ସଂସ୍ଥାନରେ ପ୍ରଶିକ୍ଷଣ ନେଇଛନ୍ତି ।  ଭାରତର ପ୍ରତିଷ୍ଠାନରେ ଆଫ୍ରିକାର ଦୁଇଜଣ ଆଭ୍ୟନ୍ତରୀଣ ମନ୍ତ୍ରୀ ମଧ୍ୟ ଏବେ ଶିକ୍ଷା ଲାଭ କରୁଛନ୍ତି । 2007 ମସିହାରୁ ଭାରତର ଲୋକପ୍ରିୟ ବୈଷୟିକ ଓ ଆର୍ଥିକ ସହଯୋଗ ଯୋଜନାରେ 33 ହଜାରରୁ ଉର୍ଦ୍ଧ୍ଵ ସ୍କଲାରସିପ୍ ଆଫ୍ରିକୀୟ ରାଷ୍ଟ୍ରର ଅଧିକାରୀମାନଙ୍କୁ ଦିଆଯାଇଛି ।

କୌଶଳ କ୍ଷେତ୍ରରେ ଆମର ସବୁଠାରୁ ଭଲ ଭାଗିଦାରୀ ମଧ୍ୟରେ ଗୋଟିଏ ହେଉଛି ସୌର ମାମା । ପ୍ରତିବର୍ଷ 80 ଜଣ ଆଫ୍ରିକୀୟ ମହିଳାଙ୍କୁ ସୌର ପ୍ୟାନେଲ ଓ ସର୍କିଟରେ କାମ କରିବା ପାଇଁ ଭାରତରେ ପ୍ରଶିକ୍ଷଣ ଦିଆଯାଉଛି । ନିଜର ପ୍ରଶିକ୍ଷଣ ପରେ ସେମାନେ ଫେରି ଯାଉଛନ୍ତି ଓ  ନିଜର ସମୁଦାୟକୁ ବିଦ୍ୟୁତକରଣ ସମ୍ପର୍କରେ ବୁଝାଉଛନ୍ତି । ପ୍ରତ୍ୟେକ ମହିଳା ଏଠୁ ଫେରିବା ପରେ ନିଜ ସମୁଦାୟର 50ଟି ଘରକୁ ବିଦ୍ୟୁତକରଣର ଦାୟିତ୍ୱ ନେଉଛନ୍ତି । ମହିଳାଙ୍କୁ ଚୟନ କରିବା ପାଇଁ ଏକ ଆବଶ୍ୟକ ସର୍ତ୍ତ ମଧ୍ୟ ରହିଚି କି ସେମାନେ ନିରକ୍ଷର ଓ ଅର୍ଦ୍ଧଶିକ୍ଷିତ ହୋଇଥିବେ । ସେମାନେ ନିଜର ରହିବା ସମୟରେ ବାସ୍କେଟ୍ ତିଆରି କରିବା, ମହୁମାଛି ପାଳିବା, ରୋଷେଇ ଘର ପାଇଁ ବଗିଚା ପ୍ରସ୍ତୁତ ଆଦି କୌଶଳ ମଧ୍ୟ ଶିକ୍ଷା କରିଥାନ୍ତି ।

ଆମେ ଦକ୍ଷିଣ ଆଫ୍ରିକାର 48ଟି ରାଷ୍ଟ୍ର ସହ ଯୋଡ଼ି ହେବା ପାଇଁ ଟେଲି ମେଡିସିନ୍ ଓ ଦୂରସଂଚାର ନେଟୱାର୍କର ଆଫ୍ରିକା ବ୍ୟାପୀ ଇ-ନେଟ୍ୱାର୍କ ପରିଯୋଜନାକୁ ସଫଳତାପୂର୍ବକ ପୂରଣ କରିଛୁ ।

ଭାରତରେ 5 ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର କାର୍ଯ୍ୟକ୍ରମ ଆଧାରରେ ପ୍ରମାଣପତ୍ର ପ୍ରଦାନ କରାଯାଉଛି । 12ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପରାମର୍ଶ ଓ ନିରନ୍ତର ମେଡିକାଲ ଶିକ୍ଷା ପ୍ରଦାନ କରୁଛନ୍ତି । ପ୍ରାୟ 7ହଜାର ଛାତ୍ରଛାତ୍ରୀ ନିଜର ପାଠପଢ଼ା ପୂରଣ କରିଛନ୍ତି । ଖୁବଶୀଘ୍ର ଆମେ ଆଗାମୀ ପର୍ଯ୍ୟାୟର ଶୁଭାରମ୍ଭ କରିବୁ ।

2012 ମସିହାରେ ଆଫ୍ରିକୀୟ ରାଷ୍ଟ୍ର ପାଇଁ ଆରମ୍ଭ କରାଯାଇଥିବା କଟନ୍ ଟେକନିକ୍ ସହାୟତା କାର୍ଯ୍ୟକ୍ରମକୁ ଆମେ ଖୁବଶୀଘ୍ର ସଫଳତାପୂର୍ବକ ପୂରଣ କରିବୁ । ଏହି ପରିଯୋଜନା ବେନିନ୍, ବୁର୍କିନା ଫାସୋ, ଚାଦ, ମଲାୱି, ନାଇଜେରିଆ ଓ ଉଗାଣ୍ଡାରେ କାର୍ଯ୍ୟକାରୀ ହୋଇଥିଲା ।

ବନ୍ଧୁଗଣ

ଆଫ୍ରିକା-ଭାରତର ବ୍ୟବସାୟ ଗତ 15 ବର୍ଷ ମଧ୍ୟରେ ବହୁଗୁଣା ବଢ଼ିଛି । ଏହା ଗତ 5 ବର୍ଷ ମଧ୍ୟରେ ଦ୍ୱିଗୁଣ ହୋଇ 2014-15ରେ ପ୍ରାୟ 72 ମିଲିୟନ ଆମେରିକୀୟ ଡଲାରରେ ପହଂଚିଛି । 2015-16ରେ ଆଫ୍ରିକା ସହ ଭାରତୀୟ ସମୁଦାୟର ବ୍ୟବସାୟ ଆମେରିକା ସହ ଆମର ବ୍ୟବସାୟ ତୁଳନାରେ ଅଧିକ ରହିଥିଲା ।

ଆଫ୍ରିକାରେ ବିକାଶକୁ ସମର୍ଥନ କରିବା ପାଇଁ ଭାରତ ମଧ୍ୟ ଆମେରିକା ଓ ଜାପାନ ସହ କାମ କରୁଛି । ଟୋକିଓ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଆଲୋଚନାକୁ ଖୁସିର ସହ ମନେ ପକାଉଛି । ଆମେ ସମସ୍ତଙ୍କ ପାଇଁ ବିକାଶର ସମ୍ଭାବନାକୁ ଆଗେଇ ନେବାର ପ୍ରତିବଦ୍ଧତା ଉପରେ ଆଲୋଚନା କରିଛୁ । ଆମର ମିଳିତ ଘୋଷଣାରେ ଆମେ ଏସିଆ ଆଫ୍ରିକା କରିଡରର ଉଲ୍ଲେଖ କରିଥିଲୁ ଓ ଆଫ୍ରିକାରେ ଆମର ଭାଇ ଓ ଭଉଣୀଙ୍କ ସହ ଆଲୋଚନାକୁ ଆଗେଇ ନେବାକୁ ପ୍ରସ୍ତାବ ରଖିଛୁ ।

ଭାରତୀୟ ଓ ଜାପାନୀ ଗବେଷଣା ସଂସ୍ଥାନ ଏକ ଭିଜନ୍ ଦସ୍ତାବିଜ ସହ ଆଗେଇ ଆସିଛନ୍ତି । ମୁଁ ଆରଆଇଏସ୍, ଇଆରଆଇଏ, ଆଇଡିଇ-ଜେଇଟିଆରଓକୁ ଏକଜୁଟ ହେବା ନିମନ୍ତେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି । ଏହା ଆଫ୍ରିକାର ଚିନ୍ତନ ମଣ୍ଡଳୀଙ୍କ ପରାମର୍ଶରେ କରାଯାଇଛି । ମୁଁ ଭାବୁଛି କି ଭିଜନ ଦସ୍ତାବିଜ ବୋର୍ଡର ବୈଠକ ପରେ ଉପସ୍ଥାପିତ କରାଯିବ ।  ଚିନ୍ତା କରାଯାଉଛି କି ଭାରତ ଓ ଜାପାନ, ଅନ୍ୟ ଇଚ୍ଛୁକ ଭାଗିଦାରୀଙ୍କ ସହ ଦକ୍ଷତା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ନିର୍ମାଣ ଓ ଯୋଗାଯୋଗ କ୍ଷେତ୍ରରେ ମିଳିତ ପ୍ରୟାସର ସମ୍ଭାବନାକୁ ଖୋଜାଯାଇପାରିବ ।

ଆମର ଭାଗିଦାରୀ ଏକାକୀ ସରକାର ମଧ୍ୟରେ ସୀମିତ ନାହିଁ । ଭାରତର ଘରୋଇ କ୍ଷେତ୍ର ମଧ୍ୟ ଏହାକୁ ଗତିଶୀଳ କରିବାରେ ସବୁଠୁ ଆଗରେ ରହିଛି । 1996ରୁ 2016 ମସିହା ମଧ୍ୟରେ ଆଫ୍ରିକାରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ପ୍ରାୟ ଏକ ପଞ୍ଚମାଂଶ ଭାରତର ରହିଛି । ଆଫ୍ରିକା ମହାଦ୍ୱୀପରେ ନିବେଶ କରିବାରେ ଭାରତ ପଂଚମ ସର୍ବବୃହତ୍ ରାଷ୍ଟ୍ର । ଯିଏକି ଗତ 20ବର୍ଷ ମଧ୍ୟରେ 54 ବିଲିୟନ ଡଲାର ନିବେଶ କରିଛି ଓ ଆଫ୍ରିକାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

2015 ନଭେମ୍ବର ମାସରେ ପ୍ୟାରିସ୍ ଠାରେ ଅନୁଷ୍ଠିତ ହୋଇଥିବା ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଆରମ୍ଭ କରାଯାଇଥିବା ଅନ୍ତର୍ଜାତୀୟ ସୌର ମେଂଟ ଅଭିଯାନ ପ୍ରତି ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ଆଗ୍ରହ ଦେଖି ଆମେ ଉତ୍ସାହିତ  । ଏହି ମେଂଟ ସ୍ୱତନ୍ତ୍ର ଶକ୍ତି ଆବଶ୍ୟକତା ପୂରଣ କରିବା ଲାଗି ସୌର ସମ୍ବଳରେ ସମୃଦ୍ଧ ରାଷ୍ଟ୍ରଗୁଡ଼ିକୁ ନେଇ ଗଢ଼ାଯାଇଛି  । ମୁଁ ଖୁସି ଯେ ଅଧିକାଂଶ ଆଫ୍ରିକୀୟ ରାଷ୍ଟ୍ର ଏହି ଅନ୍ତର୍ଜାତୀୟ ସୌର ମେଂଟ ଅଭିଯାନ ପ୍ରତି ସେମାନଙ୍କ ସମର୍ଥନ ଜଣାଇଛନ୍ତି  ।

ନୂଆ ବିକାଶ ବ୍ୟାଙ୍କ “ବ୍ରିକ୍ସ ବ୍ୟାଙ୍କ”ର ଅନ୍ୟତମ ପ୍ରତିଷ୍ଠାତା ଭାବେ ଭାରତ ଏହି ବ୍ୟାଙ୍କର ଆଂଚଳିକ କେନ୍ଦ୍ର ଦକ୍ଷିଣ ଆଫ୍ରିକାରେ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ସମର୍ଥନ କରିଛି  । ଏହାଦ୍ୱାରା ଏନଡିବି ଏବଂ ଆଫ୍ରିକା ଉନ୍ନୟନ ବ୍ୟାଙ୍କ ଭଳି ଅନ୍ୟ ବିକାଶ ଭାଗିଦାରମାନଙ୍କ ସହ ସହଭାଗୀ ହେବା ଲାଗି ମୂଳଦୁଆ ଯୋଗାଇବ  ।

ଭାରତ 1982ରେ ଆଫ୍ରିକା ଉନ୍ନୟନ ପାଣ୍ଠିରେ ଯୋଗ ଦେଇଥିଲା ଏବଂ 1983ରେ ଆଫ୍ରିକା ଉନ୍ନୟନ ବ୍ୟାଙ୍କ ସହ ଯୋଡ଼ି ହୋଇଥିଲା । ବ୍ୟାଙ୍କର ସମସ୍ତ ସାଧାରଣ ପୁଞ୍ଜି ବୃଦ୍ଧିରେ ଭାରତ ଯୋଗଦାନ ଦେଇଛି  ।  ନିକଟରେ ଆଫ୍ରିକା ଉନ୍ନୟନ ପାଣ୍ଠିର ପୁନଃଭରଣ ସମୟରେ ଭାରତ 29 ନିୟୁତ ଡଲାର ଯୋଗଦାନ ଦେଇଥିଲା  । ଆମେ ଉଚ୍ଚଋଣଗ୍ରସ୍ତ ଗରିବ ରାଷ୍ଟ୍ର ଏବଂ ବହୁପକ୍ଷୀୟ ଋଣ ହ୍ରାସ କାର୍ଯ୍ୟକ୍ରମ ପାଇଁ ଯୋଗଦାନ ଦେଇଛୁ  ।

ଏହି ବୈଠକ ଶେଷ ହେବା ପରେ ଭାରତ ସରକାର ଭାରତୀୟ ଶିଳ୍ପ ମହାସଂଘ ସହିତ ଏକ ସମ୍ମିଳନୀ ଏବଂ ଆଲୋଚନାଚକ୍ରର ଆୟୋଜନ କରିଛନ୍ତି  । ସେହିପରି ଫେଡରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର - ଫିକି ମିଳିତ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ  । ଏଥିରେ କୃଷି ଠାରୁ ଆରମ୍ଭ କରି ଅଭିନବୀକରଣ  ପର୍ଯ୍ୟନ୍ତ ଏବଂ ଷ୍ଟାର୍ଟଅପ୍ ସହିତ ଅନ୍ୟ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯାଇଛି  ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି “ଆଫ୍ରିକାରେ ସଂପତ୍ତି ସୃଷ୍ଟି ଲାଗି କୃଷିକ୍ଷେତ୍ରରେ ରୂପାନ୍ତରଣ” । ଏହି କ୍ଷେତ୍ରରେ ଭାରତ ଏବଂ ବ୍ୟାଙ୍କ ପରସ୍ପର ସହ ହାତ ମିଳାଇ ସଫଳ ହୋଇପାରିବେ  । ମୁଁ ପୂର୍ବରୁ କଟନ୍ ଟେକ୍ନିକାଲ୍ ଆସିଷ୍ଟାନ୍ସ କାର୍ଯ୍ୟକ୍ରମ ନେଇ କହିସାରିଛି  ।

ଭାରତରେ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା କରିବା ଲାଗି ମୁଁ ଏକ ଯୋଜନା ଆରମ୍ଭ କରିଛି  । ଏହାକୁ ସଫଳ କରିବାକୁ ହେଲେ ଉନ୍ନତ ବିହନ ଠାରୁ ଆରମ୍ଭ କରି  ଅନୁକୂଳ ନିବେଶ, ଫସଲ ହାନି ପରିମାଣ ହ୍ରାସ, ଉତ୍ତମ ବଜାର ସୁବିଧା ଆଦି ପାଇଁ ଏକାନ୍ତ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି  । ଆମେ ଏହି ଯୋଜନା ଦିଗରେ ଆଗେଇ ଥିବାରୁ ଭାରତ ଆପଣମାନଙ୍କ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବାକୁ ଚାହୁଁଛି  ।

ମୋ ଆଫ୍ରିକୀୟ ଭାଇ ଓ ଭଉଣୀମାନେ

ଆମେ ଭୋଗୁଥିବା ଅଧିକାଂଶ ସମସ୍ୟା ପ୍ରାୟତଃ ସମାନ : କୃଷକ ଏବଂ ଗରିବ ଲୋକଙ୍କ କଲ୍ୟାଣ; ମହିଳା ସଶକ୍ତିକରଣ; ଗ୍ରାମୀଣ ଲୋକମାନଙ୍କ ନିକଟରେ ଅର୍ଥ ପ୍ରବାହ ପହଂଚାଇବା, ଭିତ୍ତିଭୂମି ନିର୍ମାଣ ଆଦି ଆମ ପାଇଁ ଆହ୍ୱାନ  । ସୀମିତ ଆର୍ଥିକ ସମ୍ବଳ ମଧ୍ୟରେ ଆମକୁ ଏସବୁ କରିବାକୁ ହେବ  । ଆମକୁ  ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା ବଜାୟ ରଖିବାକୁ ହେବ ଯାହାଦ୍ୱାରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରାଯାଇପାରିବ ଏବଂ ବାର୍ଷିକ ଆଦାନପ୍ରଦାନକୁ ସ୍ଥିର ରଖିହେବ  । ଏ ସମସ୍ତ କ୍ଷେତ୍ରରେ ପରସ୍ପରର ଅଭିଜ୍ଞତାକୁ ବାଣ୍ଟିବା ଦ୍ୱାରା ଆମେ ବହୁତ କିଛି ଲାଭ ପାଇପାରିବା  । ଉଦାହରଣସ୍ୱରୂପ ନଗଦମୁକ୍ତ ଅର୍ଥନୀତି ଦିଗରେ ଆମର ପଦକ୍ଷେପ କ୍ଷେତ୍ରରେ ଆମେ କେନିୟା ଭଳି ଆଫ୍ରିକୀୟ ଦେଶ ଠାରୁ ମୋବାଇଲ୍ ବ୍ୟାଙ୍କିଙ୍ଗର ସଫଳତା ବିଷୟରେ ଜାଣିପାରିଛୁ  ।

ମୁଁ ଖୁସିର ସହିତ କହିବାକୁ ଚାହେଁ ଯେ ବିଗତ ତିନି ବର୍ଷ ମଧ୍ୟରେ ଭାରତ ସମସ୍ତ ସମଷ୍ଟିଗତ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିଛି  । ବିତ୍ତିୟ ନିଅଂଟ, ବାର୍ଷିକ ଆଦାନପ୍ରଦାନରେ ସନ୍ତୁଳନ ଏବଂ ମୁଦ୍ରାସ୍ଫିତୀରେ ହ୍ରାସ ଘଟିଛି  । ଜିଡିପି ଅଭିବୃଦ୍ଧି ହାର, ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ସାଧାରଣ ମୂଳ ପୁଞ୍ଜିରେ ବୃଦ୍ଧି ଘଟିଛି  । ସମାନ ଭାବେ ଆମେ ବିକାଶ କ୍ଷେତ୍ରରେ ଅଗ୍ରଗତି କରିବାରେ ସଫଳ ହୋଇଛୁ  ।

ଆଫ୍ରିକା ଉନ୍ନୟନ ବ୍ୟାଙ୍କର ଅଧ୍ୟକ୍ଷ, ଏମିତି ଖବର ଆସିଛି ଯେ ନିକଟରେ ଆମ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ପାଠ୍ୟପୁସ୍ତକ ବିଷୟ ଭଳି ଶିକ୍ଷଣୀୟ ବୋଲି ଆପଣ ବର୍ଣ୍ଣନା କରିବା ସହ ଆମକୁ ବିକାଶର ଆଲୋକସ୍ତମ୍ଭ ଭାବେ ଅଭିହିତ କରିଛନ୍ତି  । ଏଭଳି ପ୍ରଶଂସାସୂଚକ ଶବ୍ଦ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି  । ମୁଁ ଏହା ଜାଣି ଖୁସି ଯେ ଆପଣ ପୂର୍ବରୁ କିଛିଦିନ ହାଇଦ୍ରାବାଦରେ ରହି ତାଲିମ ଗ୍ରହଣ କରିଛନ୍ତି  । ତେବେ ମୁଁ ନିଶ୍ଚିତ ଭାବେ କହିବି ଯେ ଆଗକୁ ଆହୁରି ଅନେକ ଆହ୍ୱାନର ମୁକାବିଲା ପାଇଁ ଆମେ ଦୃଢ଼ସଂକଳ୍ପ  । ଏହି ପରିପ୍ରେକ୍ଷୀରେ ଗତ 3 ବର୍ଷ ମଧ୍ୟରେ ଆମେ ବ୍ୟବହାର କରିଥିବା କେତେକ ରଣନୀତି ବିଷୟରେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହେଁ  ।

ଗରିବ ଲୋକମାନଙ୍କୁ ପରୋକ୍ଷ ଭାବେ ଆର୍ଥିକ ରିହାତି ଦେବା ବଦଳରେ ସିଧାସଳଖ ସେମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରି ଆମେ ବହୁପରିମାଣର ବିତ୍ତିୟ ସଂଚୟ ହାସଲ କରିପାରିଛୁ  । ଗତ ତିନି ବର୍ଷ ମଧ୍ୟରେ କେବଳ ରନ୍ଧନ ଗ୍ୟାସ କ୍ଷେତ୍ରରେ ଆମେ 4 ବିଲିୟନ୍ ଡଲାର ସଂଚୟ କରିପାରିଛୁ  । ଏହା ଅତିରିକ୍ତ ସ୍ୱତଃପ୍ରବୃତ ଭାବେ ସ୍ୱଚ୍ଛଳ ନାଗରିକମାନଙ୍କୁ ଗ୍ୟାସ ସବସିଡି ତ୍ୟାଗ କରିବାକୁ ଅନୁରୋଧ କରିଥିଲି  । ଗିଭ୍ ଇଟ୍ ଅପ୍ ଅଭିଯାନ ଜରିଆରେ ଏଥିରୁ ସଂଚୟ ହେଉଥିବା ଅର୍ଥରେ ଗରିବ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବ  । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ 10 ନିୟୁତରୁ ଅଧିକ ଭାରତୀୟ ସ୍ୱତଃପ୍ରବୃତ ଭାବେ ଏପରି କରିଛନ୍ତି  । ଏହି ସଂଚୟ କାରଣରୁ ଆମେ 50 ନିୟୁତ ଦରିଦ୍ର ଲୋକଙ୍କୁ ଗ୍ୟାସ ସଂଯୋଗ ଦେବା ଲାଗି ଯୋଜନା ଆରମ୍ଭ କରିଛୁ  । ବର୍ତ୍ତମାନ ସୁଦ୍ଧା 15 ନିୟୁତରୁ ଅଧିକ ଗ୍ୟାସ ସଂଯୋଗ ଦିଆଯାଇସାରିଲାଣି  । ଏହାର ଗ୍ରାମୀଣ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି  । କାଠ ଚୁଲିରେ ରୋଷେଇ କରିବା ଯୋଗୁ ହେଉଥିବା ସ୍ୱାସ୍ଥ୍ୟହାନୀରୁ ସେମାନେ ମୁକ୍ତ ହୋଇପାରିଛନ୍ତି  । ଏହା ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ହ୍ରାସରେ ମଧ୍ୟ ସହାୟକ ହୋଇଛି  । ସଂସ୍କାର ବଳରେ ପରିବର୍ତ୍ତର ଏହା ଏକ ଉଦାହରଣ : ଏହା ଜୀବନ ପରିବର୍ତ୍ତନ ଲାଗି ସମ୍ମିଳିତ କାର୍ଯ୍ୟର ଏକ ସମାହାର  ।

କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆ ସାର ବେଆଇନ ଭାବେ  ରାସାୟନିକ ଉତ୍ପାଦନ ଭଳି ଅଣକୃଷି କାର୍ଯ୍ୟପାଇଁ ବ୍ୟବହୃତ ହେଉଥିଲା । ଆମେ ସାମଗ୍ରୀକ ନିମ୍ବ ପ୍ରଲେପିତ ୟୁରିଆ ବ୍ୟବହାର ଆରମ୍ଭ କଲୁ ।

ଏହା ସାର ବାଟମାରଣାକୁ ବନ୍ଦ କରିଦେଲା  । ଏହାଦ୍ୱାରା କେବଳ ଆର୍ଥିକ ସଂଚୟ ହେଲା ନାହିଁ, ବରଂ ନିମ୍ବ ପ୍ରଲେପିତ-ୟୁରିଆ ଦ୍ୱାରା ସାରା ଗୁଣବତ୍ତା ବୃଦ୍ଧି ପାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଲା  ।

ଆମେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେଉଛୁ ଏହା ସେମାନଙ୍କୁ ସେମାନଙ୍କ ଜମିର ପ୍ରକୃତ ଗୁଣ ଜାଣିବାରେ ସହାୟକ ହେଉଛି ଏବଂ ସେମାନେ ଏ ଦିଗରେ ଆବଶ୍ୟକ ପରାମର୍ଶ ମଧ୍ୟ ପାଇପାରୁଛନ୍ତି  । ଏହା ମିତବ୍ୟୟୀ ନିବେଶକୁ ପ୍ରୋତ୍ସାହନ ଦେଉଛି ଏବଂ ଫସଲ ପରିମାଣରେ ବୃଦ୍ଧି ଘଟାଉଛି  ।

ରେଳବାଇ, ରାଜପଥ, ଶକ୍ତି ଏବଂ ଗ୍ୟାସ ପାଇପ୍ ଲାଇନ୍ ଭଳି ବୃହତ ଭିତିଭୂମି କ୍ଷେତ୍ରରେ ଆମେ ପୁଞ୍ଜି ନିବେଶ ପରିମାଣ ବଢ଼ାଇ ଦେଇଛୁ  । ଆସନ୍ତାବର୍ଷ ସୁଦ୍ଧା ଭାରତରେ ଗୋଟିଏ ହେଲେ ବି ଗ୍ରାମ ବିଦ୍ୟୁତ୍ ସେବାରୁ ବଂଚିତ ହୋଇ ରହିନଥିବ  । ଆମର ସ୍ୱଚ୍ଛ ଗଙ୍ଗା, ନବୀକରଣ ଶକ୍ତି, ଡିଜିଟାଲ୍ ଇଣ୍ଡିଆ, ସ୍ପାର୍ଟ ସିଟି, ସମସ୍ତଙ୍କ ପାଇଁ ଆବାସ ଏବଂ ସ୍କିଲ୍ ଇଣ୍ଡିଆ ଅଭିଯାନ ଆମକୁ ଏକ ସ୍ୱଚ୍ଛ, ଅଧିକ ସମୃଦ୍ଧି, ଦୃତ ଅଭିବୃଦ୍ଧିଶୀଳ ଏବଂ ଆଧୁନିକ ନୂତନ ଭାରତ ଦିଗରେ ଆଗେଇ ନେଉଛି  । ଆଗାମୀ ବର୍ଷଗୁଡ଼ିକରେ ଭାରତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବା ସହ ପରିବେଶ ଅନୁକୂଳ ବିକାଶ ହାସଲ କରିବା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ  ।

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆମକୁ ସହାୟକ ହୋଇଛି  । ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପ୍ରଥମେ ପରିବର୍ତ୍ତନ ଅଣାଗଲା  । ଗତ 3 ବର୍ଷ ମଧ୍ୟରେ ଆମ ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ଲକ୍ଷ୍ୟ ହାସଲ କରିପାରିଛୁ  । ଆମେ ଲୋକମାନଙ୍କ ଧନ ଅଭିଯାନ ବା ଜନଧନଯୋଜନା ଆରମ୍ଭ କରିଥିଲୁ ଏହା ଅଧୀନରେ ସହରା ଏବଂ ଗ୍ରାମାଂଚଳର ଗରିବ ଲୋକମାନେ 208 ନିୟୁତ ବ୍ୟାଙ୍କ ଏକାଉଂଟ ଖୋଲିପାରିଛନ୍ତି  । ଏହି ଯୋଜନା ଯୋଗୁ ପ୍ରାୟତଃ ସବୁ ଭାରତୀୟ ପରିବାର ନିକଟରେ ଗୋଟିଏ ବ୍ୟାଙ୍କ ଏକାଉଂଟ ରହିଛି  । ସାଧାରଣତଃ ବ୍ୟାଙ୍କଗୁଡ଼ିକ ବ୍ୟବସାୟୀ ଏବଂ ଧନୀ ଲୋକମାନଙ୍କୁ ସହାୟକ ହୋଇଥାନ୍ତି  । ଆମେ ସେମାନଙ୍କୁ ଗରିବ ଲୋକ ଏବଂ ସେମାନଙ୍କ ସହାୟତା କରିବା ଲାଗି ନିର୍ଦ୍ଦେଶ ଦେଇଥିଲୁ  । ଆମେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରିଥିଲୁ ଏବଂ ସ୍ୱଚ୍ଛ ଚୟନ ପ୍ରକ୍ରିୟା ଜରିଆରେ ପେସାଦାର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କୁ ଚୟନ କରିବା ଲାଗି ସେମାନଙ୍କୁ ପରାମର୍ଶ ଦେଇଥିଲୁ  ।

ଆମର ସାମଗ୍ରୀକ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା ଆଧାର ଦ୍ୱିତୀୟ ଉପାଦାନ ଥିଲା  । ଏହା ଅଯୋଗ୍ୟଙ୍କୁ ସହାୟତା ପାଇବାରୁ ରୋକିଥିଲା । ଅଯୋଗ୍ୟ ଦାବିଦାରଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଂଚାଇବା ଲାଗି ଏହା ଆମକୁ କ୍ଷମତା ପ୍ରଦାନ କରିଥିଲା  ।

ବନ୍ଧୁଗଣ, ଏକ ସଫଳ ଏବଂ ଫଳପ୍ରଦ ବାର୍ଷିକ ବୈଠକ ପାଇଁ ଆଶା କରିବା ସହ ମୁଁ ମୋର ଅଭିଭାଷଣ ଶେଷ କରିବାକୁ ଚାହୁଁଛି  । କ୍ରୀଡ଼ା କ୍ଷେତ୍ରରେ, ଅଧିକ ଦୂରତାବିଶିଷ୍ଟ ଦୌଡ଼ରେ ଆଫ୍ରିକା ସହ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ  । କିନ୍ତୁ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଭାରତ ସବୁବେଳେ ଆପଣମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହେବ, ଉତ୍ତମ ଭବିଷ୍ୟତ ପାଇଁ ଲମ୍ବ ଏବଂ କଷ୍ଟଦାୟକ ଦୌଡ଼ରେ ଆପଣମାନଙ୍କୁ ସହାୟତା ଯୋଗାଇଦେବ  ।

ମହାମହିମ! ଭାଇ ଓ ଭଉଣୀମାନେ ! ମୁଁ ଏବେ ଆନନ୍ଦର ସହକାରେ ଆଫ୍ରିକା ଉନ୍ନୟନ ବ୍ୟାଙ୍କ ଗ୍ରୁପ୍ର ବୋର୍ଡ ଅଫ୍ ଗଭର୍ଣ୍ଣରଙ୍କ ବୈଠକ ଉଦ୍ଘାଟନ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରୁଛି  ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Tiruvallur district of Tamil Nadu
June 21, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Tiruvallur district of Tamil Nadu.

The Prime Minister conveyed his condolences to those who have lost their loved ones.

Shri Modi also prayed for the speedy recovery of the injured.

The Prime Minister’s Office posted on X;

“Deeply pained to hear about the loss of lives due to a mishap in Tiruvallur district of Tamil Nadu. My condolences to those who have lost their loved ones. Praying for the speedy recovery of the injured: PM @narendramodi”