On one side there is Vikas and Vishwas while on the other side there is Vanshwad: PM Modi in Gujarat
Congress has never liked Gujarat, has always preferred to see it lag behind: PM Modi in Kutch
Gujarat is my Atma, Bharat is my Parmatma. This land of Gujarat has cared for me, Gujarat has given me strength: PM Modi
Congress lacks Neeti, Niyat, a Neta and a Naata with the people: PM Modi in Gujarat

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଚ୍ଛ ,ଜସଦନ ଏବଂ ଆମରେଲିରେ ଚାରୋଟି ସାର୍ବଜନିକ ସଭାକୁ ସମ୍ବୋଧିତ କଲେ ,ସେଠାରେ ସେ ଗୁଜରାଟ ଏବଂ ରାଜ୍ୟର ଲୋକଙ୍କ କଲ୍ୟାଣରକୁ ଉପେକ୍ଷିତ ପାଇଁ କଂଗ୍ରେସ ଦଳ ଉପରେ ଗର୍ଜିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ ଯେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶଉପରେ ପ୍ରତିକୂଳ ପ୍ରଭାବ ପକାଇଛି  ।

ଗୋଟିଏ ପକ୍ଷରେ ବିକାଶ ଓ ବିଶ୍ୱାସ ରହିଛି ଏବଂ ଅନ୍ୟପକ୍ଷରେ ବଂଶବାଦ ରହିଛି । ଗୁଜରାଟ କେବେବି କଂଗ୍ରେସ ଦଳକୁ କ୍ଷମା କରିପାରିବ ନାହିଁ ଏବଂ ଏହା ବର୍ଷ ବର୍ଷରୁ ହେଉଅଛି । କଂଗ୍ରେସ ଗୁଜରାଟକୁ କେବେ ପସନ୍ଦ କରିନାହିଁ ,ସର୍ବଦା ପଛୁଆ ହୋଇ ରହିବା ଦେଖିବାକୁ ଚାହିଁଛି ବୋଲି ଶ୍ରୀ ମୋଦୀ କହିଲେ ।

ସେ ଆଗକୁ କହିଲେ ,''କଂଗ୍ରେସ ଦଳ କିଛି ହିଁ କରିନାହିଁ ,ନା କିଛି କରିବାକୁ ଚାହୁଁଛି ଏବଂ କଂଗ୍ରେସ ଜମାରୁ ଚାହୁଁନି ଯେ ଲୋକମାନଙ୍କ କଲ୍ୟାଣ ପାଇଁ ଆଉ କିଏ କିଛି କରୁ ''  ।

ପ୍ରଧାନମନ୍ତ୍ରୀ କଂଗ୍ରେସକୁ ନିନ୍ଦା କରି କହିଲେ ଯେତେବେଳେ ଆମେ ନର୍ମଦାର ପାଣି ସୌରାଷ୍ଟ୍ରରେ ଆଣିବା ଆରମ୍ଭ କରିଦେଲୁ ତୋ କିଛି ଲୋକ ଯେଉଁମାନେ ଆମର ପରିହାସ କରୁଥିଲେ । ଏତେ ବର୍ଷ ପରେ ମଧ୍ୟ ସେମାନଙ୍କର ନକାରାତ୍ମକ ରାଜନୀତିରେ କୌଣସି ପରିବର୍ତନ ଆସିଲା ନାହିଁ । ଆମେ ବିଶ୍ୱାସ ଏବଂ ସୁଶାସନର ରାଜନୀତିରେ ବିଶ୍ୱାସ କରୁ ।

ଜସଦନ ସାର୍ବଜନିକ ବୈଠକରେ ସେ କହିଲେ ଯେ ,ଯେତେବେଳେ ଆମେ ନର୍ମଦାର ପାଣି ସୌରାଷ୍ଟ୍ରରେ ଆଣିବା ଆରମ୍ଭ କରିଦେଲୁ ତୋ କିଛି ଲୋକ ଯେଉଁମାନେ ଆମର ପରିହାସ କରୁଥିଲେ । ଏତେ ବର୍ଷ ପରେ ମଧ୍ୟ ସେମାନଙ୍କର ନକାରାତ୍ମକ ରାଜନୀତିରେ କୌଣସି ପରିବର୍ତନ ଆସିଲା ନାହିଁ । ଆମେ ବିଶ୍ୱାସ ଏବଂ ସୁଶାସନର ରାଜନୀତିରେ ବିଶ୍ୱାସ କରୁ ।

କମ୍ରେଜରେ କଂଗ୍ରେସ ଦଳକୁ ବଡ ଭଲ ଉପାୟରେ ପ୍ରହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଗୁଜରାଟ ନିର୍ବାଚନରେ ହାରିବାର ଭୟ ରହିଛି କଂଗ୍ରେସର ଏବଂ  ବିଜେପିର ବିକାଶ ଏବଂ ସୁଶାସନର କେଦ୍ରିତ ଧ୍ୟାନ ଉପରେ ମୁକାବିଲାରେ ଅସମର୍ଥ ରହିଛି  ।

ପ୍ରଧାନମନ୍ତ୍ରୀ ମିଥ୍ୟା ପ୍ରଚାରପ୍ରସାର ଏବଂ ନିରାଶବାଦର ପରିବେଶ ସୃଷ୍ଟି ପାଇଁ କଂଗ୍ରେସ ଉପରେ ପ୍ରହାର କଲେ । ସେ କହିଲେ ' ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା । ଏହି ମାଟି ମତେ ଲାଳନପାଳନ କରିଛି ;ଗୁଜରାଟ ମତେ ଶକ୍ତି ଦେଇଛି...ସେମାନେ ଗୁଜରାଟ ଆସୁଛନ୍ତି ଏବଂ ଗୁଜରାଟର ବରପୁତ୍ର  ବିଷୟରେ ମିଥ୍ୟା କହୁଛନ୍ତି । ଏହା ପୂର୍ବରୁ ସେମାନେ ସର୍ଦାର ପଟେଲଙ୍କ ସହିତ ମଧ୍ୟ ଏପରି କରିଥିଲେ । ଗୁଜରାଟ କେବେ ଏହାକୁ ଗ୍ରହଣ କରିପାରିବ ନାହିଁ । ସେମାନେ ଯେଉଁସବୁ ମିଥ୍ୟା ପ୍ରଚାରପ୍ରସାର କରୁଛନ୍ତି ତାହା କୌଣସି ମଧ୍ୟ ଗୁଜରାଟୀ ସ୍ୱୀକାର କରିପାରିବ ନାହିଁ । "

ଆଗକୁ ପ୍ରଧାନମନ୍ତ୍ରୀ କହିଲେ ,କଂଗ୍ରେସ କେବଳ ଗୋଟିଏ ପରିବାର ବିଷୟରେ ଚିନ୍ତା କରୁଥିଲା ଏବଂ ସେ ଲୋକ ଏବଂ ଦେଶର କଲ୍ୟାଣ ବିଷୟରେ କେବେବି ଚିନ୍ତିତ ନଥିଲା । କ'ଣ କୌଣସି କଂଗ୍ରେସ ନେତା କାମରାଜ ,ଆଚାର୍ଯ୍ୟ କୃପାଲାନି ,ସୁବାଷ ବାବୁ ,ୟୁଏନ ଧେବର(ଯେଉଁମାନେ ଗୁଜରାଟର ଥିଲେ)ଙ୍କ ବିଷୟରେ କେବେ କହୁଛନ୍ତି ...ନାହିଁ ,କାହିଁକି ନା ସେମାନେ କେବଳ ଗୋଟିଏ ପରିବାର ବିଷୟରେ କୁହନ୍ତି ....ଏକ ପାକିସ୍ତାନୀ ଅଦାଲତ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ମୁକ୍ତି କଲା  ଏବଂ କଂଗ୍ରେସ ଉତ୍ସବ ପାଳନ କରୁଥିଲା । ମତେ ଆଶ୍ଚର୍ଯ୍ୟ ଲାଗିଲା  କାହିଁକି ,ଏହି କଂଗ୍ରେସ ଆମର ନିଜର ସେନାଙ୍କୁ ସର୍ଜିକାଲ ଷ୍ଟ୍ରାଇକ ଉପରେ ବିଶ୍ୱାସ କରିବାକୁ ପ୍ରତ୍ୟାହାର କରିଦେଲା ଏବଂ ଚୀନ ରାଷ୍ଟ୍ରଦୂତ ଉପରେ ବିଶ୍ୱାସ କରିବାକୁ ପସନ୍ଦ କଲା । "

ଶ୍ରୀ ମୋଦୀ କହିଲେ ଯେ ଜନତାଙ୍କ ସହ କଂଗ୍ରେସରେ ନୀତି ,ନେତା ଏବଂ ନାତାର ଅଭାବ ଥିଲା ।

ପ୍ରଧାନମନ୍ତ୍ରୀ କହିଲେ ଯେ କଂଗ୍ରେସ ସର୍ବଦା ଗୁଜରାଟକୁ ବଦନାମ କରିଛି । ସେ କହିଲେ ଯେ ରାଜ୍ୟର ଲୋକେ ଭଲ ଭାବେ ଜାଣନ୍ତି ଯେ କଂଗ୍ରେସ କିପରି ସର୍ଦାର ପଟେଲ ଏବଂ ମୋରାରଜୀ ଦେଶାଇଙ୍କ ସହ ବ୍ୟବହାର କରିଥିଲା ।

''ରାତାରାତି ,ଇନ୍ଦିରାଗାନ୍ଧୀ ମୋରାରଜୀ ଭାଇଙ୍କୁ  ମନ୍ତ୍ରୀମଣ୍ଡଳରୁ ହଟେଇ ଦେଲେ । ସେ ଗରିବଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଖୋଲିଥିଲେ । ଯେତେବେଳେ ଆମକୁ ସେବା କରିବାର ସୁଯୋଗ ମିଳିଲା  ,ତୋ ଆମେ ଜନଧନ ଆରମ୍ଭ କଲୁ ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କଲୁ । ମୋରାରଜୀ ଭାଇ ଦେଶାଇ ଏକ ସଫଳ ଅର୍ଥମନ୍ତ୍ରୀ ଥିଲେ ଏବଂ ଗାନ୍ଧୀଙ୍କର ବିଶ୍ୱାସୀ ଥିଲେ ।କଂଗ୍ରେସ ତାଙ୍କପ୍ରତି ଦୁଷ୍କର୍ମ କରିଛି ଏବଂ ଏପରିକି ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଯାଇଥିଲେ ସେତେବେଳେ ମଧ୍ୟ ସମସ୍ୟା କରୁଥିଲେ'', ବୋଲି କମ୍ରେଜରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ।

ଏହା ବ୍ୟତୀତ ,ସେ କହିଲେ ,''କଂଗ୍ରେସ ମତେ ପସନ୍ଦ କରୁନାହିଁ ,କାହିଁକି ନା ମୁଁ ଗରିବୀରେ ଲାଳନପାଳନ ହୋଇଛି । କାହିଁକି ଏକ ଦଳ କମ ହୋଇପାରିବ ? ହଁ ,ଏକ ଗରିବ ପରିବାରରୁ ଆସିଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ହଁ ମୁଁ ଚା' ବିକ୍ରି କରିଛି କିନ୍ତୁ ଦେଶକୁ ବିକ୍ରି କରିବାର କାମ କରିନାହିଁ । "

ପ୍ରଧାନମନ୍ତ୍ରୀ କହିଲେ ଯେ ବିକାଶ ସମସ୍ତ ସମସ୍ୟାର ସମାଧାନ ଥିଲା । ସେ କହିଲେ ଯେ ବିଜେପି ବିନା କୌଣସି ଭେଦଭାବରେ ଗୁଜରାଟର ସେବା କରିଛି । '' 2001 ର ଭୂକମ୍ପ ପରେ କଚ୍ଛରେ ବିକାଶର କାମ ସମସ୍ତଙ୍କୁ ଦେଖିବାକୁ ମିଳିଛି ,କୃଷି କ୍ଷେତ୍ର ସମୃଦ୍ଧ ହୋଇଛି ,ରାନ ଉତ୍ସବ ପାଇଁ ଦେଶର ଲୋକେ ଏଠାକୁ ଆସୁଛନ୍ତି । କଚ୍ଛ ବନ୍ଦରମାନଙ୍କରେ ଭାରି ଯାତାୟାତର ସଂଚାଳନ କରାଯାଉଛି । ସେମାନେ ଭାରତ ପାଇଁ ଗେଟଆୱେ ହୋଇଯାଇଛନ୍ତି । କଚ୍ଛ ବାଣିଜ୍ୟରେ ବନ୍ଦରମାନଙ୍କୁ ପ୍ରୋତ୍ସାହନ ଦେବା ଫଳରେ ହୋଇଛି ।

26/11 ର ମୁମ୍ବାଇରେ ହୋଇଥିବା ଆତଙ୍କବାଦ ଆକ୍ରମଣର ମୁକାବିଲାରେ ଅସମର୍ଥ ହେବା କାରଣ ଶ୍ରୀ ମୋଦୀ କଂଗ୍ରେସ ଦଳ ଉପରେ ମଧ୍ୟ ସନ୍ଦେହ ପ୍ରକାଶ କଲେ । ସେ କହିଲେ ''ଭାରତରେ 26/11 ଏବଂ ଉରୀରେ ଆକ୍ରମଣ ହୋଇଥିଲା । ଆପଣ ଦେଖିପାରିବେ ଭାରତ ଦୁଇଟି ଆକ୍ରମଣର ଜବାବ କିପରି ଦେଇଥିଲା । ଏହା କଂଗ୍ରେସ ସରକାର ଏବଂ ଆମ ସରକାର ଭିତରେ ଥିବା ଅନ୍ତରକୁ ଦେଖାଉଛି । "

ଶ୍ରୀ ମୋଦୀ ନିନ୍ଦା କଲେ ଯେ ପ୍ରତ୍ୟକ ସମୟରେ କଂଗ୍ରେସ ଭ୍ରଷ୍ଟାଚାରରେ ସାମିଲ ହୋଇଛି । ବିମୁଦ୍ରୀକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେ ,ଏହା ସୁନିଶ୍ଚିତ କରିବା ପାଇଁ ଗୋଟିଏ ପଦକ୍ଷେପ ଥିଲା ଯେ ଗରିବ ମାନଙ୍କୁ ସେମାନଙ୍କର ଅଧିକାର ମିଳୁ ।'' ଆମେ ଏହି ଦେଶକୁ ଲୁଟିବାକୁ ଦେବୁନାହିଁ । ଆମେ ଏଠାରେ ଶାସନ ଗାଦି ପାଇଁ ନୁହେଁ ,125 କୋଟି ଭାରତୀୟଙ୍କ ସେବା ପାଇଁ ଅଛୁ । ଭାରତକୁ ବିକାଶ ଏବଂ ମହିମାର ଶିଖରକୁ ନେଇଯିବାକୁ ଚାହୁଁଛୁ ,'' ବୋଲି ସେ କହିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways PSU to deliver first 20-coach train rake to Bangladesh in 2 months

Media Coverage

Indian Railways PSU to deliver first 20-coach train rake to Bangladesh in 2 months
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”