PM congratulates Harivansh Narayan Singh on being elected as Deputy Chairperson of Rajya Sabha
Working closely with Chandra Shekhar Ji, Harivansh Ji knew in advance that Chandra Shekhar Ji would resign. However, he did not let his own paper have access to this news. This shows his commitment to ethics and public service: PM
Harivansh Ji is well read and has written a lot. He has served society for years: PM Modi

ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଶ୍ରୀ ହରିବଂଶଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ନିର୍ବାଚନର କିଛି ସମୟ ପରେ ଉଚ୍ଚ ସଦନରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଯେ ଆରୋଗ୍ୟ ଲାଭ କରିବା ପରେ ସଦନର ନେତା ଶ୍ରୀ ଅରୁଣ ଜେଟଲୀ ଗୃହକୁ ଫେରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଆଜି ଭାରତ ଛାଡ ଆନ୍ଦୋଳନର ବାର୍ଷିକୋତ୍ସବ ପାଳନ କରୁଛେ । ସେ କହିଲେ ଯେ ଶ୍ରୀ ହରିବଂଶ ବାଲିଆ ଅଧିବାସୀ, ଯେଉଁ ଭୂମିକି 1857 ମସିହା ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ ସହିତ ଜଡିତ । ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ହରିବଂଶ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଦ୍ୱାରା ଅନୁପ୍ରାଣିତ ।

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଶ୍ରୀ ହରିବଂଶ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଜୀଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଚନ୍ଦ୍ରଶେଖରଙ୍କ ସହ ନିବିଡ ଭାବେ କାର୍ଯ୍ୟ କରିଥିବାରୁ ଶ୍ରୀ ହରିବଂଶ ଆଗୁଆ ଜାଣିଥିଲେ ଯେ ଚନ୍ଦ୍ରଶେଖର ଖୁବ ଶୀଘ୍ର ଇସ୍ତଫା ପ୍ରଦାନ କରିବେ । ତେବେ ସେ ତାଙ୍କ ନିଜ ଖବର କାଗଜରେ ଏହି ଖବର ପ୍ରକାଶ କରାଇନଥିଲେ । ଏହା ନୈତିକତା ଏବଂ ଜନସେବା ପ୍ରତି ତାଙ୍କର ସଂକଳ୍ପବଦ୍ଧତାକୁ ଦର୍ଶାଇଥାଏ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ହରିବଂଶ ଅନେକ ପଢାଲେଖା କରିଛନ୍ତି । ସେ କହିଲେ ଯେ ଅନେକ ବର୍ଷ ଧରି ଶ୍ରୀ ହରିବଂଶ ସମାଜର ସେବା କରିଛନ୍ତି ।

ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ଭାଗ ନେଇଥିବାରୁ ଶ୍ରୀ ବି.କେ ପ୍ରସାଦଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ନିର୍ବାଚନର ସଠିକ ପରିଚାଳନା ପାଇଁ ସେ ଅଧ୍ୟକ୍ଷ ତଥା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers