ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ନିମନ୍ତେ ଜଳବାୟୁ ନ୍ୟାୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
2005 ସ୍ତରକୁ ଜିଡ଼ିପିର 33ରୁ 35 ପ୍ରତିଶତ ନିର୍ଗମନ ବ୍ୟାପକତା ହ୍ରାସ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ପୋଷଣୀୟ ବିକାଶ ସମ୍ମିଳନୀ 2021ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ ରଖାଯାଇଛି: ‘ ଆମର ସମସ୍ତଙ୍କ ସମାନ ଭବିଷ୍ୟତର ପୁନଃ ସଂଜ୍ଞାନିରୂପଣ: ସମସ୍ତଙ୍କ ପାଇଁ ନିରାପଦ ଓ ସୁନିଶ୍ଚିତ ପରିବେଶ’ ।

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟାଟା ଏନର୍ଜି ରିସର୍ଚ୍ଚ ପ୍ରତିଷ୍ଠାନ (ଟେରୀ)କୁ ଏହି କାର୍ଯ୍ୟକ୍ରମକୁ ନିରବଚ୍ଛିନ୍ନ ଭାବେ ଜାରି ରଖିଥିବାରୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏଭଳି ବୈଶ୍ୱିକ ମଞ୍ଚ ଆମର ବର୍ତ୍ତମାନ ଏବଂ ଭବିଷ୍ୟତ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ଯେ ମାନବ ସମାଜର ଭବିଷ୍ୟତର ପ୍ରଗତି ଯାତ୍ରା ଦୁଇଟି ପ୍ରସଙ୍ଗ ହିଁ ନିର୍ଦ୍ଧାରଣ କରିବ । ପ୍ରଥମତଃ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ଦ୍ୱିତୀୟଟି ହେଉଛି ଆମେ ବସବାସ କରୁଥିବା ଗ୍ରହ ଅର୍ଥାତ୍‍, ପୃଥିବୀର ସ୍ୱାସ୍ଥ୍ୟ । ଏହି ଦୁଇଟି ଯାକ ପ୍ରସଙ୍ଗ ପରସ୍ପର ସହ ସଂଶ୍ଳିଷ୍ଟ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମ ପୃଥିବୀର ସ୍ୱାସ୍ଥ୍ୟ ସଂପର୍କରେ ଆଲୋଚନା କରିବା ସକାଶେ ଆମେମାନେ ଆଜି ଏଠାରେ ସମସ୍ତେ ଏକତ୍ରିତ ହୋଇଛୁ । ଆମେ ଏବେ ଯେଉଁ ମାତ୍ରାରେ ଚାଲେଞ୍ଚର ସମ୍ମୁଖୀନ ହେଉଛୁ ତାହା ସମସ୍ତଙ୍କୁ ଭଲ ଭାବେ ଜଣା । କିନ୍ତୁ ପାରମ୍ପରିକ ଉପଚାର ଜନିଜ ପଦକ୍ଷେପ ଗ୍ରହଣ ଦ୍ୱାରା ଏହାର ସମାଧାନ କରାଯାଇପାରିବ ନାହିଁ । ବର୍ତ୍ତମାନ ସମୟର ଆହ୍ୱାନ ହେଲା ଆମର ଯୁବପିଢିଙ୍କୁ ସେହି ଚୌହଦି ମଧ୍ୟରୁ ବାହାରିବାକୁ ପଡ଼ିବ ଏବଂ ଏକ ପୋଷଣୀୟ ବିକାଶ ଦିଗରେ କାର୍ଯ୍ୟ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ କରି ଆମମାନଙ୍କୁ ଜଳବାୟୁ ନ୍ୟାୟ ହାସଲ କରିବାକୁ ପଡ଼ିବ । ଜଳବାୟୁ ନ୍ୟାୟ ଏକ ଟ୍ରଷ୍ଟିସିପ୍‍ ପରିକଳ୍ପନା ଦ୍ୱାରା ଅନୁପ୍ରାଣୀତ- ଯେଉଁଠାରେ ଗରିବ ଲୋକମାନଙ୍କ ପାଇଁ ଅନୁକମ୍ପା ଅଧିକତର ମାତ୍ରାରେ ଆସିଥାଏ । ଜଳବାୟୁ ନ୍ୟାୟ କହିଲେ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ପ୍ରଗତି କରିବା ନିମନ୍ତେ ଅଧିକ ସୁଯୋଗ ଓ ଅବସର ପ୍ରଦାନ କରିବା । ଆମେମାନେ ଯେତେବେଳେ ଆମମାନଙ୍କ ବ୍ୟକ୍ତିଗତ ଏବଂ/ ସାମୂହିକ କର୍ତ୍ତବ୍ୟକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ସେତେବେଳେ ହିଁ ଜଳବାୟୁ ନ୍ୟାୟ ଲକ୍ଷ୍ୟ ହାସଲ କରାଯାଇପାରିବ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏଥିପାଇଁ ସଂପୂର୍ଣ୍ଣ କାର୍ଯ୍ୟଯୋଜନା ସହ ସମର୍ଥନ ଯୋଗାଇ ଦେବାକୁ ଚାହେଁ । ଉତ୍ସାହୀ ଜନସାଧାରଣଙ୍କ ପ୍ରୟାସ ଦ୍ୱାରା ସମୃଦ୍ଧ ହୋଇ, ଆମେ ପ୍ୟାରିସ୍‍ ଜଳବାୟୁ ରାଜିନାମାର ଲକ୍ଷ୍ୟ ଓ ସର୍ତ୍ତାବଳୀ ଠାରୁ ଅଧିକ କିଛି ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏବଂ ସେଥିପାଇଁ ଆମେ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରିଛୁ । ଆମେ 2005 ସ୍ତରର କାର୍ବନ ନିର୍ଗମନ ଜିଡ଼ିପି ମାତ୍ରା ଠାରୁ 33ରୁ35 ପ୍ରତିଶତ ସାନ୍ଦ୍ରତା ହ୍ରାସ କରିବା ସକାଶେ ସଂକଳ୍ପବଦ୍ଧ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭୂମି ପତିତକରଣ ନିଉଟ୍ରାଲିଟି ପ୍ରତି ପ୍ରତିବଦ୍ଧତା ଦିଗରେ ହାସଲ କରାଯାଇଥିବା ଦ୍ରୁତ ପ୍ରଗତିର ଅବତାରଣା କରିଥିଲେ । ଏବେ ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ଏବେ ଭାରତରେ ବୃଦ୍ଧି ପାଇ ଚାଲିଛି । ଆମେ 2030ମସିହା ସୁଦ୍ଧା ଦେଶରେ ଏକ 450 ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବା ନିମନ୍ତେ ବ୍ୟବସ୍ଥା ଗ୍ର୍ରହଣ କରିଛୁ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇ ନପାରିଲେ ପୋଷଣୀୟ ବିକାଶ ଅସଂପୂର୍ଣ୍ଣ ରହିଲା ବୋଲି ଧରିନେବାକୁ ହେବ । ଏହି ଦିଗରେ ମଧ୍ୟ ଭାରତ ବେଶ୍‍ ପ୍ରଗତି ହାସଲ କରିଛି । 2019ମସିହା ମାର୍ଚ୍ଚ ମାସରେ, ଭାରତ ଦେଶରେ ପ୍ରାୟ 100 ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଥିଲା । ପୋଷଣୀୟ ପ୍ରଯୁକ୍ତି ତଥା ଅଭିନବ ମଡେଲ ମାଧ୍ୟମରେ ହିଁ ତାହା ହାସଲ କରାଯାଇପାରିଥିଲା । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଳେ ଯେ ଉଜ୍ଜ୍ୱଳା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ 367 ନିୟୁତ ଏଲଇଡ଼ି ବଲବ୍‍ ଲୋକମାନଙ୍କ ଜୀବନର ଅଂଶ ବିଶେଷ ହୋଇପାରିଛି । ଏଥିଯୋଗୁ ବର୍ଷକୁ ପ୍ରାୟ 38 ନିୟୁତ ଟନ୍‍ କାର୍ବନ ଡାଇଅକ୍ସାଇଡ଼ ନିର୍ଗମନ ହ୍ରାସ ପାଇଛି । ଜଳ ଜୀବନ ମିଶନ ମାଧ୍ୟମରେ ୩୪ ନିୟୁତରୁ ଅଧିକ ପରିବାରଙ୍କୁ ଟ୍ୟାପ୍‍ ଯୋଗେ ଜଳ ଯୋଗାଇ ଦିଆଯାଇଛି ଯାହାକି ମାତ୍ର 18 ମାସ ଅବଧି ମଧ୍ୟରେ ସାକାର କରାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ 80 ନିୟୁତରୁ ଅଧିକ ପରିବାର ଯେଉଁମାନେ କି ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନଙ୍କୁ ସ୍ୱଚ୍ଛ ଜାଳେଣି ବାଷ୍ପ ଯୋଗାଇ ଦିଆଯାଇଛି । ଆମେ ଭାରତର ଶକ୍ତି ବାସ୍କେଟରେ ପ୍ରାକୃତିକ ବାଷ୍ପର ମାତ୍ରାକୁ 6 ପ୍ରତିଶତରୁ 15 ପ୍ରତିଶତକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପୋଷଣୀୟ ବିକାଶ ସଂପର୍କରେ ସଦାବେଳେ ଏଭଳି ଆଲୋଚନା ସମୟରେ ସବୁଜ ଶକ୍ତି ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଇଥାଏ କିନ୍ତୁ ସବୁଜ ଶକ୍ତି ହେଉଛି କେବଳ ଏକ ସାଧନ ମାତ୍ର । କିନ୍ତୁ ଆମକୁ ଏକ ସବୁଜ ବିଶ୍ୱ ଗଠନର ଲକ୍ଷ୍ୟ ହାସଲ କରିବାକୁ ହେବ । ଆମର ସଂସ୍କୃତିରେ ଅରଣ୍ୟ ପ୍ରତି ଗଭୀର ସମ୍ମାନବୋଧ ରହିଛି ଏବଂ ସବୁଜିମାଭରା ପ୍ରକୃତି ଗଠନ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛୁ । ସେ କହିଲେ ଯେ ଆମର ଆଭିମୁଖ୍ୟ ହେଉଛି ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ କରିବା ଯେଉଁଥିରେ ସମସ୍ତ ପ୍ରାଣୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେ କହିଲେ ଯେ ଗତ ପାଞ୍ଚରୁ ସାତ ବର୍ଷ ମଧ୍ୟରେ, ଦେଶରେ ସିଂହ, ବ୍ୟାଘ୍ର, ଚିତାବାଘ ଏବଂ ଗାଙ୍ଗେୟ ଡଲଫିନଙ୍କ ସଂଖ୍ୟାରେ ଆଶାନୁରୂପକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଲେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଦୁଇଟି ପ୍ରସଙ୍ଗ ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ତାହା ହେଲା- ସାମୂହିକତା ଏବଂ ଅଭିନବତ୍ୱ । ପ୍ରଧାନମନ୍ତ୍ରୀ କହିଲେ ଯେ ପୋଷଣୀୟ ବିକାଶ ସେତିକିବେଳେ ହାସଲ କରାଯାଇପାରିବ ଯେତେବେଳେ ଆମେ ସଭିଏଁ ମିଳିତ ଭାବେ ଆମର ପ୍ରୟାସ ଆରମ୍ଭ କରିବା । ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାତୀୟ ସ୍ୱାର୍ଥ ପାଇଁ ଚିନ୍ତା କରିବେ, ଯେତେବେଳେ ପ୍ରତ୍ୟେକ ରାଷ୍ଟ ବୈଶ୍ୱିକ କଲ୍ୟାଣ ନିମନ୍ତେ ବ୍ରତୀ ହେବେ, ସେତେବେଳେ ହିଁ ପୋଷଣୀୟ ବିକାଶ ଲକ୍ଷ୍ୟ ବାସ୍ତବତାର ପରିଣତ ହୋଇପାରିବ । ଭାରତ ଏହି ଦିଗରେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଜରିଆରେ ତାହାର ପ୍ରୟାସ ଆରମ୍ଭ କରିସାରିଛି । ତେଣୁ ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଜଣାଇ କହିଥଥିଲେ ଯେ ସେମାନେ ସଦାବେଳେ ନିଜର ମନ ଓ ରାଷ୍ଟ୍ରକୁ ମୁକ୍ତ ରଖିବା ଉଚିତ ଯଦ୍ୱାରା ବିଶ୍ୱର ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଯାହାକି ପୃଥିବୀରେ ସର୍ବତ୍ର କାର୍ଯ୍ୟକାରୀ ହେଉଛି ତାହାକୁ କିଭଳି ଭାବେ ଆପଣାଯାଇ ପାରିବ ।

ଅଭିନବତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେଯେ ଅକ୍ଷୟ ଶକ୍ତି ଦିଗରେ ଅନେକ ଷ୍ଟାର୍ଟ ଅପ୍‍ କାର୍ଯ୍ୟ କରୁଛନ୍ତି । ସେମାନେ ପରିବେଶ ଅନୁକୂଳ ପ୍ରଯୁକ୍ତି ଏବଂ ଆହୁରି ଅନେକ କାର୍ଯ୍ୟ କରୁଛନ୍ତି । ନୀତି ନିର୍ଦ୍ଧାରକ ଭାବେ, ଆମେ ସେମାନଙ୍କୁ ଯଥା ସମ୍ଭବ ସର୍ବାଧିକ ମାତ୍ରାରେ ସହଯୋଗ କରିବା ଉଚିତ । ଆମର ଯୁବଶକ୍ତିଙ୍କ ମାଧ୍ୟମରେ ଆମେ ନିଶ୍ଚିତ ଭାବେ ଏହି ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବା ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଲେ ଯେ ଏହା ମାନବ ସମ୍ବଳର ବିକାଶ ଏବଂ ପ୍ରଯୁକ୍ତି ଆବଶ୍ୟକ କରେ । ବିପର୍ଯ୍ୟୟ ସହନଶୀଳ ସଂସାଧନ ସଂଗଠନର ଅଂଶବିଶେଷ ସ୍ୱରୂପ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ ବୋଲି ସେ ସୂଚନା ଦେଇଥ୍‍ôଲେ । ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ ସୂଚାଇଥିଲେ ଯେ ଭାରତ ପୋଷଣୀୟ ବିକାଶକୁ ଆଗକୁ ଆଗେଇ ନେବା ଦିଗରେ ଯଥା ସମ୍ଭବ ସହଯୋଗ କରିବାକୁ ସଦାବେଳେ ପ୍ରସ୍ତୁତ ରହିଛି । ସେ କହିଲେ ଯେ ମାନବ କୈନ୍ଦ୍ରିକ କାର୍ଯ୍ୟାନୁଷ୍ଠାନ ହିଁ ବୈଶ୍ୱିକ ହିତ ସାଧନ ବୃଦ୍ଧିର ପ୍ରାଣଶକ୍ତି ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ଗୟାନା ସହଯୋଗ ପ୍ରଜାତତନ୍ତ୍ରର ରାଷ୍ଟ୍ରପତି ମହାମହୀମ ଡକ୍ଟର ମହମ୍ମଦ ଇର୍ଫାନ ଅଲି, ପାପୁଆ ନିଉ ଗିନିର ପ୍ରଧାନମନ୍ତ୍ରୀ ମାନ୍ୟବର ଜେମ୍ସ ମାରାପେ, ମାଳଦ୍ୱୀପ ପ୍ରଜାତନ୍ତ୍ରର ଜନ ମଜଲିସର ବାଚସ୍ପତି ମହମ୍ମଦ ନାସିର୍‍, ମିଳିତ ଜାତିସଂଘର ଉପ ମହା ସଚିବ ସୁଶ୍ରୀ ଅମୀନା ଜେ ମହମ୍ମଦ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାବଡ଼େକର ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥