ମଞ୍ଚରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ

ଭାରତ ଓ ବିଦେଶରୁ ଆସିଥିବା ଅତିଥିବୃନ୍ଦ

ମହିଳା ଓ ସୁଧୀମଣ୍ଡଳୀ

ମୁଁ ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀର ଉଦ୍ଘାଟନ କରି ଅତ୍ୟନ୍ତ ଖୁସି । ଆମ ସହ ସାମିଲ ହେବାକୁ ବିଦେଶରୁ ଆସିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରୁଛି । ଦିଲ୍ଲୀରେ ଆପଣମାନଙ୍କୁ ସ୍ୱାଗତ ।

ଶିଖର ସମ୍ମିଳନୀ ବାଦ୍ ଏହି ସହରର କିଛି ଐତିହାସିକ ଓ ଗୌରବକୁ ଦେଖିବା ପାଇଁ ଆପଣମାନେ କିଛି ସମୟ ବାହାର କରିବେ ବୋଲି ମୁଁ ଆଶା ବ୍ୟକ୍ତ କରୁଛି । ଆମ ପାଇଁ ଓ ଆମ ଭବିଷ୍ୟତ ପିଢି ପାଇଁ ଏକ ନିରନ୍ତର ଗ୍ରହ ନିମନ୍ତେ ଏହି ସମ୍ମିଳନୀ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରାଉଛି ।

ଗୋଟିଏ ରାଷ୍ଟ୍ର ଭାବେ ଆମେ ଆମର ଦୀର୍ଘ ଇତିହାସ ଓ ମଣିଷ ଏବଂ ପ୍ରକୃତି ମଧ୍ୟରେ ପାରମ୍ପରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ପାଇଁ ଗର୍ବ ଅନୁଭବ କରୁ । ପ୍ରକୃତିକୁ ସମ୍ମାନ ଦେବା ଆମ ମୂଲ୍ୟବୋଧଭିତ୍ତିକ ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ ।

ସ୍ଥାୟୀ ଜୀବନଶୈଳୀରେ ଆମର ପାରମ୍ପରିକ ପ୍ରଥାର ଯୋଗଦାନ ରହିଛି । ଆମର ଲକ୍ଷ୍ୟ ହେଉଛି ଆମର ପ୍ରାଚୀନ ଗ୍ରନ୍ଥକୁ ଜୀବନ୍ତ କରିବାରେ ସକ୍ଷମ କରାଇବା, ଯାହାକି କହେ –

 “ଶୁଦ୍ଧ ପୃଥିବୀ ହେଉଛି ଆମ ମା’ ଓ ଆମେ ତାର ସନ୍ତାନ ।

ସବୁଠୁ ପ୍ରାଚୀନ ଗ୍ରନ୍ଥ ମଧ୍ୟରୁ ଗୋଟିଏ ହେଉଛି ଅଥର୍ବ ବେଦ, ଯାହାକି କହେ

– माताभूमि: पुत्रोहंपृथिव्या:

– ମାତାଭୂମିଃ, ପୁତ୍ରୋହଂପୃଥିବ୍ୟାଃ

ଏହା ହିଁ ହେଉଛି ଆଦର୍ଶ ଯାହାକୁ ଆମେ ନିଜର କାର୍ଯ୍ୟ ମାଧ୍ୟମରେ ଜୀବନ୍ତ ରଖିବାକୁ ଚାହିଁଥାଉ ।  ସମସ୍ତ ସମ୍ବଳ ଓ ଐଶ୍ୱର୍ଯ୍ୟ ହେଉଛି ପ୍ରକୃତି ଓ ସର୍ବଶକ୍ତିମାନଙ୍କର ବୋଲି ଆମେ ବିଶ୍ୱାସ କରୁ । ଆମେ କେବଳ ଏସବୁ ଐଶ୍ୱର୍ଯ୍ୟର ପରିଚାଳକ ଅବା ଟ୍ରଷ୍ଟି ବିବେଚନା କରୁ । ମହାତ୍ମା ଗାନ୍ଧି ମଧ୍ୟ ଏହି ଟ୍ରଷ୍ଟିବାଦୀ ଦର୍ଶନ ସପକ୍ଷରେ ଯୁକ୍ତି ବାଢ଼ୁଥିଲେ ।

ନିକଟରେ, ନେସନାଲ ଜିଓଗ୍ରାପିକ୍ ଗ୍ରୀନଡେକ୍ସ ରିପୋର୍ଟ-2014 ଯାହାକି ଖାଉଟିଙ୍କ ପସନ୍ଦରେ ପରିବେଶଗତ ସ୍ଥିରତାର ମୂଲ୍ୟାଙ୍କନ କରିଥିଲା, ସେଥିରେ ଭାରତ ନିଜର ସବୁଜିମା ଉପଯୋଗ ପାଇଁ ସବୁଠୁ ଶୀର୍ଷରେ ରହିଥିଲା । ବିଗତ ବର୍ଷମାନଙ୍କରେ ବିଶ୍ୱ ନିରନ୍ତର ଶିଖର ସମ୍ମିଳନୀ ପୃଥିବୀ ମା’ର ଶୁଦ୍ଧତାକୁ ସଂରକ୍ଷିତ ରଖିବାରେ ଆମର କାର୍ଯ୍ୟକାରିତା ସମ୍ପର୍କରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରାଇଛି ।

2015ମସିହାରେ ପ୍ୟାରିସରେ ସିଓପି-21ରେ ଏହି ସାଧାରଣ ଆକାଂକ୍ଷା ପ୍ରଦର୍ଶିତ ହୋଇଛି । ଆମ ଗ୍ରହର ସ୍ଥାୟିତ୍ୱ ପାଇଁ ଏକାଠି ମିଶି ମିଳିତ କାରଣ ପାଇଁ କାମ କରିବା ନିମନ୍ତେ ସମଗ୍ର ଦେଶ ଏକଜୁଟ ହୋଇଛି । ଯେହେତୁ ସମଗ୍ର ବିଶ୍ୱ ପରିବର୍ତ୍ତନ ପାଇଁ ପ୍ରତିବଦ୍ଧତା ଦେଖାଇଛି, ସେଥିପାଇଁ ଆମେ ମଧ୍ୟ ଏଭଳି କରିଛୁ । ଯେତେବେଳେ ବିଶ୍ୱ ‘ଅଣବ୍ୟବହାରିକ ସତ୍ୟ’କୁ ନେଇ ଚର୍ଚ୍ଚା କରୁଛି ଆମେ ତାକୁ ‘ବ୍ୟବହାରିକ କ୍ରିୟା’ରେ ପରିବର୍ତ୍ତନ କରିଛୁ । ଭାରତ ଅଭିବୃଦ୍ଧିରେ ବିଶ୍ୱାସ କରେ କିନ୍ତୁ ପରିବେଶର ସୁରକ୍ଷା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।

ବନ୍ଧୁଗଣ, ଏହା ହିଁ ସେହି ଚିନ୍ତାଧାରା ଯାହା  ଫ୍ରାନ୍ସ ସହ ମିଶି ଭାରତ ଦ୍ୱାରା ଆନ୍ତର୍ଜାତିକ ସୌର ମେଣ୍ଟର ପଦକ୍ଷେପ ନିଆଯାଇଥିଲା । ଏଥିରେ ଏପର୍ଯ୍ୟନ୍ତ 121 ସଦସ୍ୟ ରହିସାରିଲେଣି । ବୋଧହୁଏ ପ୍ୟାରିସ ପରେ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏକକ ଆନ୍ତର୍ଜାତିକ ଉପଲବ୍ଧୀ । ଜାତୀୟସ୍ତରରେ ନିର୍ଦ୍ଧାରିତ ଯୋଗଦାନର ଅଂଶବିଶେଷ ରୂପେ ଭାରତ 2005ରୁ 2030ମଧ୍ୟରେ ଉତ୍ସର୍ଜନ ତୀବ୍ରତାକୁ ନିଜର ଜିଡିପିର 35ରୁ 33 ପ୍ରତିଶତକୁ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଆମର ଲକ୍ଷ୍ୟ ହେଉଛି 2030ସୁଦ୍ଧା ଅଙ୍ଗାରକାମ୍ଳର 2.5 ବିଲିୟନରୁ 3 ବିଲିୟନ କାର୍ବନ ସିଙ୍କ୍ ପ୍ରସ୍ତୁତ କରିବା ଯାହାକି ଏକଦା ଅନେକଙ୍କୁ ସମସ୍ୟା ହେବ ବୋଲି ଲାଗୁଥିଲା । ତଥାପି ଆମର ମାର୍ଗରେ ସ୍ଥିର ପ୍ରଗତି ଜାରି ରହିବ । ୟୁଏନ୍ଇପି ଗ୍ୟାପ୍ ରିପୋର୍ଟ ଅନୁସାରେ ଉର୍ତ୍ସଜନ ତୀବ୍ରତାକୁ ହ୍ରାସ କ୍ଷେତ୍ରରେ କୋପେନହେଗନ ନିବେଦନକୁ ଦୃଷ୍ଟିରେ ରଖି ଭାରତ 2020 ମସିହା ସୁଦ୍ଧା 2005ର ସ୍ତରକୁ ଆଣିବା ଦିଗରେ ନିଜର ଜିଡିପିର 20ରୁ 25 ପ୍ରତିଶତକୁ ପୂରଣ କରିବା ଲାଗି କାର୍ଯ୍ୟ କରୁଛି ।

ଆମେ ମଧ୍ୟ 2030 ମସିହା ସୁଦ୍ଧା ଜାତୀୟସ୍ତରରେ ନିର୍ଦ୍ଧାରିତ ଯୋଗଦାନକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛି । ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଆମକୁ ସମାନତା, ନିରପେକ୍ଷତା ଓ ଜଳବାୟୁ ନ୍ୟାୟର ମାର୍ଗ ଦେଖାଇଛି । ଯେତେବେଳେ ଆମେ ସବୁକିଛି କରୁଛୁ ଯାହାକି ଆମ ପାଇଁ ଆବଶ୍ୟକ, ଆମେ ମଧ୍ୟ ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ପୂରଣ ଦିଗରେ ବିଭେଦାତ୍ମକ ଉତ୍ତରଦାୟିତ୍ୱ ଓ ନିରପେକ୍ଷତା ଆଧାରରେ ସାମିଲ ହୁଅନ୍ତୁ ।

ସମସ୍ତ ଦୁର୍ବଳ ବର୍ଗର ଜନସଂଖ୍ୟା ପାଇଁ ଜଳବାୟୁ ନ୍ୟାୟ ଦେବା ଉପରେ ଆମକୁ ନିଶ୍ଚିତ ଭାବେ ଗୁରୁତ୍ୱ ଦେବାକୁ ପଡ଼ିବ । ଆମେ ଭାରତରେ ଗୁଡ୍ ଗଭର୍ଣ୍ଣାନ୍ସ, ସ୍ଥାୟୀ ଜୀବିକାନିର୍ବାହ ଓ ସ୍ୱଚ୍ଛ ପରିବେଶ ମାଧ୍ୟମରେ ସହଜ ଜୀବନନିର୍ବାହ – ଇଜି ଅଫ୍ ଲିଭିଂ ଉପରେ ଧ୍ୟାନକେନ୍ଦ୍ରିତ କରୁଛୁ । ସ୍ୱଚ୍ଛ ଭାରତ ଅଭିଯାନ ଦିଲ୍ଲୀର ରାଜରାସ୍ତାରୁ ଆରମ୍ଭ ହୋଇ ଦେଶର ପ୍ରତିଟି କୋଣଅନୁକୋଣରେ ପହଂଚିଛି । ପରିଚ୍ଛନ୍ନତା ହିଁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା, ସୁସ୍ଥ ସ୍ୱାସ୍ଥ୍ୟ, ଉତ୍ତମ କାର୍ଯ୍ୟର ସ୍ଥିତି ଓ ଏହା ସହିତ ଉତ୍ତମ ଆୟ ଓ ଜୀବନ ଆଡ଼କୁ ନେଇଯାଉଛି ।

ଆମେ ମଧ୍ୟ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛୁ ଯାହାକି ଆମର ଚାଷୀଙ୍କୁ ନିଜର କୃଷି ବର୍ଜ୍ୟକୁ ଜଳାଇବା ପରିବର୍ତ୍ତେ ମୂଲ୍ୟବାନ ପୋଷକ ଭାବେ ପରିବର୍ତ୍ତନକୁ ସୁନିଶ୍ଚିତ କରାଯାଇପାରିବ ।

ବିଶ୍ୱ ପରିବେଶ ଦିବସ-2018କୁ ଆୟୋଜନ କରି ଆମେ ଖୁସି ଯେ ଆମେ ନିଜର ପ୍ରତିଶ୍ରୁତିବଦ୍ଧତା ଓ ବିଶ୍ୱକୁ ଏକ ପରିଚ୍ଛନ୍ନମୁକ୍ତ ସ୍ଥାନ କରିବା ପାଇଁ ଆମର ଭାଗିଦାରୀ ଜାରି ରଖିଥିବା ବିଷୟକୁ ରେଖାଙ୍କିତ କରିପାରିଛୁ ।

ଆମେ ଜଳର ଉପଲବ୍ଧତା ସମସ୍ୟାର ମୁକାବିଲାର ଆବଶ୍ୟକତା ମଧ୍ୟ ପରିଚିତ ଅଛୁ । ଯାହାକି ପ୍ରମୁଖ ଚାଲେଞ୍ଜ ହେବାରେ ଲାଗିଛି । ସେଇଥିପାଇଁ ଆମେ ବ୍ୟାପକ ‘ନମାମି ଗଙ୍ଗେ’ ପ୍ରୟାସକୁ ଆରମ୍ଭ କରିଛୁ । ଏହି କାର୍ଯ୍ୟକ୍ରମ ଯାହାକି ଫଳାଫଳ ଦେବା ଆରମ୍ଭ କଲାଣି, ଖୁବଶୀଘ୍ର ଆମର ମୂଲ୍ୟବାନ ଗଙ୍ଗା ନଦୀର ପୁନରୁଦ୍ଧାର କରାଇବ ।

ଆମ ଦେଶ ମୁଖ୍ୟତଃ କୃଷିଭିତ୍ତିକ । କୃଷି ପାଇଁ ଜଳର ଉପଲବ୍ଧତାକୁ ଜାରି ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଆରମ୍ଭ ହେଉଛି ଯାହାକି କୌଣସି ଜମି ଯେଭଳି ବିନା ପାଣିରେ ନରହିବ ତାହା ସୁନିଶ୍ଚିତ କରାଯାଉଛି । ଆମର ଲକ୍ଷ୍ୟ ହେଉଛି ‘ଅଧିକ ଫସଲ, ପ୍ରତି ବୁନ୍ଦା’ ।

ଜୈବ ବିବିଧତା ସଂରକ୍ଷଣରେ ଭାରତର ଏକ ବେଶ୍ ଭଲ ରିପୋର୍ଟ କାର୍ଡ ରହିଛି । ବିଶ୍ୱର ମାତ୍ର 2.4 ଭୂଭାଗରେ ଭାରତର 7-8 ପ୍ରତିଶତରେ ବିବିଧ ଜୈବପ୍ରଜାତି ରହିଥିବାବେଳେ ପ୍ରାୟ 18 ପ୍ରତିଶତରେ ମନୁଷ୍ୟ ଜନସଂଖ୍ୟା ରହିଛି ।

ୟୁନେସ୍କୋର ମଣିଷ ଓ ଜୀବମଣ୍ଡଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୈବମଣ୍ଡଳ ସଂରକ୍ଷଣରେ ଭାରତ ଆନ୍ତର୍ଜାତିକ ମାନ୍ୟତା 18ରୁ 10 ହାସଲ କରିଛି । ଏହା ହିଁ ଆମର ବିକାଶ ସବୁଜମୟ ଓ ବନ୍ୟ ଜୀବନ ସୁଦୃଢ଼ ଅଛି ବୋଲି ପ୍ରମାଣିତ କରୁଛି ।

ବନ୍ଧୁଗଣ

ଭାରତ ପ୍ରତ୍ୟେକଙ୍କ ନିକଟରେ ସୁଶାସନର ଫାଇଦା ପହଂଚାଇବାରେ ସର୍ବଦା ବିଶ୍ୱାସ କରେ । ଆମର ମିଶନ ‘ସବ୍କା ସାଥ୍ ସବ୍କା ବିକାଶ’ ହେଉଛି ଏହି ଦର୍ଶନର ସମ୍ପ୍ରସାରଣ । ଏହି ଦର୍ଶନ ମାଧ୍ୟମରେ ଆମର କିଛି ସବୁଠୁ ବଂଚିତ କ୍ଷେତ୍ର ବିଶେଷକରି ଅନ୍ୟମାନଙ୍କ ସହ ସାମାଜିକ ଓ ଆର୍ଥିକ ପ୍ରଗତିକୁ ସୁନିଶ୍ଚିତ କରାଉଛି ।

ବର୍ତ୍ତମାନ ସମୟ ଓ ଯୁଗରେ ବିଦ୍ୟୁତ ଓ ସ୍ଵଚ୍ଛ ଇନ୍ଧନ ଉପଲବ୍ଧ କରାଇବା ହେଉଛି ମୌଳିକ ଆବଶ୍ୟକତା ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ମିଳିବା ଉଚିତ । ଏହା ହିଁ ଯେକୌଣସି ରାଷ୍ଟ୍ରର ଆର୍ଥିକ ବିକାଶର ମୂଳପିଣ୍ଡ ହୋଇଥାଏ ।

ତଥାପି ଭାରତ ଓ ଭାରତ ବାହାରେ ଅନେକ ଏବେ ବି ବିଦ୍ୟୁତ ଓ ସ୍ୱଚ୍ଛ ରନ୍ଧନ ଗ୍ୟାସ ଅଭାବକୁ ନେଇ ସଂଘର୍ଷ କରୁଛନ୍ତି । ଲୋକମାନେ ଅସ୍ୱାସ୍ଥ୍ୟକର ରନ୍ଧନ ଶୈଳୀ ଉପଯୋଗ ପାଇଁ ବାଧ୍ୟ ହେଉଛନ୍ତି ଯାହାକି ବାହ୍ୟ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି । ମୋତେ କୁହାଯାଇଛି ଯେ ଗ୍ରାମାଂଚଳ ରୋଷେଇରେ ହେଉଥିବା ଧୂଆଁ ଯୋଗୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତଥାପି କିଛି ଏ ସମ୍ପର୍କରେ କୁହନ୍ତି । ଏହାକୁ ଦୃଷ୍ଟିରେ ରଖି ଆମେ ଦୁଇଟି ପ୍ରୟାସ ଆରମ୍ଭ କରିଛୁ । ଉଜ୍ୱଳା ଓ ସୌଭାଗ୍ୟ । ଯେବେଠୁ ଏସବୁ ଆରମ୍ଭ ହେଲାଣି, ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛି । ଏହି ଦୁଇଟି କାର୍ଯ୍ୟକ୍ରମ ଯୋଗୁ ମା’କୁ ଜଙ୍ଗଲର ଜାଳେଣି କାଠରେ ରୋଷେଇ କରିବା କିମ୍ବା ଗୋବର ଘଷିରେ ରୋଷେଇ କରି ନିଜ ପରିବାରକୁ ଖାଇବାକୁ ଦେବାକୁ ପଡ଼ୁନି । ଏସବୁ କରିବା ଶୀଘ୍ର ବନ୍ଦ ହୋଇଯିବ । ପାରମ୍ପରିକ ଜାଳେଣି କାଠ ଚୁଲା ଖୁବଶୀଘ୍ର ଆମ ସମାଜର ଇତିହାସରେ କେବଳ ଫଟୋଚିତ୍ର ହୋଇ ରହିଯିବ ।

ସେହିପରି, ସୌଭାଗ୍ୟ ଯୋଜନାରେ ଆମେ ଦେଶର ପ୍ରତ୍ୟେକ ପରିବାରର ବିଦ୍ୟୁତକରଣ  ଦିଗରେ କାର୍ଯ୍ୟ କରୁଛୁ । ବିଶେଷକରି ଚଳିତବର୍ଷ ଶେଷ ସୁଦ୍ଧା । ଆମେ ଜାଣିଛୁ ଯେ କେବଳ ଏକ ସୁସ୍ଥ ରାଷ୍ଟ୍ର ହିଁ ବିକାଶ ପ୍ରକ୍ରିୟାର ନେତୃତ୍ୱ ନେଇପାରିବ । ଏହାକୁ ଦୃଷ୍ଟିରେ ରଖି ଆମେ ବିଶ୍ୱର ସବୁଠୁ ବଡ଼ ସରକାରୀ ଆର୍ଥିକ ସହାୟତା ବିଶିଷ୍ଟ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଛୁ । ଏହି କାର୍ଯ୍ୟକ୍ରମ କୋଟି କୋଟି ଗରିବ ପରିବାରକୁ ସହାୟତା କରିବ ।

ଆମର ‘ସମସ୍ତଙ୍କ ପାଇଁ ବାସଘର’ ଓ ‘ସମସ୍ତଙ୍କୁ ବିଦ୍ୟୁତ’ ପଦକ୍ଷେପ ମଧ୍ୟ ଯେଉଁମାନେ ଏସବୁ କ୍ରୟ କରିପାରିବେ ନାହିଁ ସେମାନଙ୍କୁ ଏହି ମୌଳିକ ସୁବିଧା ଉପଲବ୍ଧ କରାଇବାର ଆମର ଏଜେଣ୍ଡାରେ ରହିଛି ।

ବନ୍ଧୁଗଣ,

ଆପଣମାନେ ଜାଣନ୍ତି, ଭାରତ ହେଉଛି ବିଶ୍ୱ ସମୁଦାୟର ଏକ ଷଷ୍ଠାଂଶ । ଆମର ବିକାଶର ଆବଶ୍ୟକତା ମଧ୍ୟ ବହୁତ ଅଧିକ । ଆମର ଦାରିଦ୍ର୍ୟ ଅବା ସମୃଦ୍ଧି ମଧ୍ୟ ବିଶ୍ୱର ଦାରିଦ୍ର୍ୟ ଓ ସମୃଦ୍ଧି ଉପରେ ସିଧାସଳଖ ପ୍ରଭାବ ପକାଇବ । ଭାରତର ଲୋକମାନେ ଦୀର୍ଘ ଦିନ ଧରି ଆଧୁନିକ ସୁବିଧା ଓ ବିକାଶର ଅପେକ୍ଷାରେ ଥିଲେ ।

ଆମେ ଏସବୁ କାର୍ଯ୍ୟକୁ ସେମାନଙ୍କ ଆକାଂକ୍ଷା ଅବଧି ପରିବର୍ତ୍ତେ ଖୁବଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ । ତଥାପି ଆମେ ମଧ୍ୟ କହୁଛୁ ଯେ ଏସବୁ କାର୍ଯ୍ୟକୁ ଆମେ ସ୍ୱଚ୍ଛ ଓ ସବୁଜିମା ମାର୍ଗରେ କରିବୁ । ଆପଣମାନଙ୍କୁ ଏହାର କିଛି ଉଦାହରଣ ଦେଉଛି । ଆମେ ହେଉଛୁ ଯୁବ ରାଷ୍ଟ୍ର । ଆମେ ନିଜର ଯୁବ ବର୍ଗଙ୍କୁ ନିଯୁକ୍ତି କରାଇବା ନିମନ୍ତେ ଆମେ ଭାରତକୁ ବିଶ୍ୱ ନିର୍ମାଣ ହବ୍ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଏଥିପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛୁ । ତଥାପି ଠିକ୍ ଏହି ସମୟରେ ଆମେ ମଧ୍ୟ ନିର୍ମାଣ କ୍ଷେତ୍ରରେ ଶୂନ୍ୟ ଦୋଷ ଓ ଶୂନ୍ୟ ପ୍ରଭାବ(ଜିରୋ ଡିଫେକ୍ଟ ଓ ଜିରୋ ଇଫେକ୍ଟ) ଉପରେ ଗୁରୁତ୍ୱ ଦେଉଛୁ ।

ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଆମର ଶକ୍ତି ଆବଶ୍ୟକତା ଅଧିକ ରହିଛି । ଅବଶ୍ୟ ଆମେ 2022 ମସିହା ସୁଦ୍ଧା ଅକ୍ଷୟ ଶକ୍ତିରୁ 175 ଗିଗାୱାଟ୍ ଶକ୍ତି ପାଇବାକୁ ଯୋଜନା କରିଛୁ । ଏଥିରେ 100 ଗିଗାୱାଟ୍ ହେଉଛି ସୌର ଶକ୍ତି ଓ ବାକି 75ଗିଗାୱାଟ ପବନ ଓ ଅନ୍ୟ ଶକ୍ତି ଉତ୍ସରୁ ରହିଛି । ଆମେ ଇତିମଧ୍ୟରେ 14ଗିଗାୱାଟ ସୌର ଶକ୍ତି ଉତ୍ପାଦନ କରିସାରିଲାଣୁ ଯାହାକି  3ବର୍ଷ ତଳେ ମାତ୍ର 3 ଗିଗାୱାଟ ଥିଲା ।

ଏହା ସହିତ ଆମେ ବିଶ୍ୱର ପଞ୍ଚମ ସର୍ବବୃହତ୍ ସୌର ଶକ୍ତି ଉତ୍ପାଦନକାରୀ ରାଷ୍ଟ୍ର ପାଲଟିଛୁ । କେବଳ ସେତିକି ନୁହେଁ ଆମେ ମଧ୍ୟ ଅକ୍ଷୟ ଶକ୍ତି ଉତ୍ପାଦନରେ ବିଶ୍ୱର ଷଷ୍ଠ ସର୍ବବୃହତ୍ ରାଷ୍ଟ୍ର ।

କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ସହ ଆମର ପରିବହନ ଆବଶ୍ୟକତା ମଧ୍ୟ ବଢିଚି । କିନ୍ତୁ ଆମେ ସାମୁହିକ ପରିବହନ ବ୍ୟବସ୍ଥା ଉପରେ ଧ୍ୟାନକେନ୍ଦ୍ରିତ କରୁଛୁ ବିଶେଷକରି ମେଟ୍ରୋ ରେଳ ବ୍ୟବସ୍ଥା । ଏପରିକି ଦୀର୍ଘ ଦୂରତ୍ୱ ମଧ୍ୟରେ ମାଲ ପରିବହନ ପାଇଁ ଆମେ ଜାତୀୟ ଜଳ ମାର୍ଗ ବ୍ୟବସ୍ଥା ଆରମ୍ଭ ଦିଗରେ କାର୍ଯ୍ୟ କରୁଛୁ । ଆମର ପ୍ରତ୍ୟେକ ରାଜ୍ୟ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ନିଜସ୍ୱ ଏକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।

ଯେତେବେଳେ ଆମେ ନିଜର ପରିବେଶର ସଂରକ୍ଷଣ ପାଇଁ କାମ କରୁଛନ୍ତି ଆମେ ଆମର ସବୁଠୁ ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛୁ । ଆମର ସବୁଠୁ ବଡ଼ ରାଜ୍ୟ ମଧ୍ୟରୁ ଗୋଟିଏ ମହାରାଷ୍ଟ୍ର ପୂର୍ବରୁ ହିଁ ଏ ଦିଗରେ ନିଜର ଯୋଜନା ପ୍ରସ୍ତୁତ କରି ଏହାକୁ ଆପଣାଇ ସାରିଛି । ଆମେ ନିଜେ ମଧ୍ୟ ଆମର ସ୍ଥାୟୀ ବିକାଶ ଲକ୍ଷ୍ୟର ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ଚାହୁଁଛୁ । କିନ୍ତୁ ସହଯୋଗ ହେଉଛି ମହତ୍ୱପୂର୍ଣ୍ଣ । ବିଶେଷକରି ସରକାର ମଧ୍ୟରେ, ଶିଳ୍ପାନୁଷ୍ଠାନ ମଧ୍ୟରେ, ଲୋକଙ୍କ ମଧ୍ୟରେ ସହଯୋଗିତା । ବିକଶିତ ବିଶ୍ୱର ଲୋକ ଏହାକୁ ଦ୍ରୁତ ଗତିରେ ହାସଲ କରିବାରେ ସହାୟତା କରିପାରିବ ।

ସଫଳ ଜଳବାୟୁ କାର୍ଯ୍ୟକ୍ରମ ନିମନ୍ତେ ବିତୀୟ ସମ୍ବଳ ଓ ପ୍ରଯୁକ୍ତିବିଦ୍ୟା ହାସଲ କରିବାର ଆବଶ୍ୟକତା ରହିଛି ।  ଭାରତ ଭଳି ରାଷ୍ଟ୍ରକୁ ସ୍ଥାୟୀ ଭାବେ ବିକଶିତ କରିବା ଓ ଗରିବ ଲୋକଙ୍କୁ ଲାଭାନ୍ୱିତ କରିବା ନମନ୍ତେ ସକ୍ଷମ କରାଇବା ପାଇଁ ଜ୍ଞାନକୌଶଳ ସହାୟକ ହେବ ।

ବନ୍ଧୁଗଣ,

ଆମେ ଆଜି ଏଠାରେ ଏକଜୁଟ ହୋଇଛେ ଯେ ମଣିଷ ଭାବେ ଆମେ ବିଶ୍ୱାସ କରୁଛୁ କି ଏହି ଗ୍ରହକୁ ଭିନ୍ନ ଭାବେ ଗଢ଼ି ପାରିବୁ । ଆମକୁ ବୁଝିବାର ଆବଶ୍ୟକତା ରହିଛି ଯେ ଏହି ଗ୍ରହ ହେଉଛି, ଆମ ମା’ ପୃଥିବୀ, କେବଳ ଗୋଟିଏ । ଆଉ ତେଣୁ ଆମକୁ ଆମର ବଂଶ, ଧର୍ମ ଓ ଶକ୍ତି ଆଦିର ବିଭେଦତାରୁ ଉର୍ଦ୍ଧ୍ଵକୁ ଉଠି ତାକୁ ବଂଚାଇବା ପାଇଁ ଏକଜୁଟ ହୋଇ କାମ କରିବାକୁ ପଡ଼ିବ ।

ପ୍ରକୃତି ସହ ସହାବସ୍ଥାନ ଓ ପ୍ରତ୍ୟେକଙ୍କ ସହ ସହାବସ୍ଥାନର ଆମର ମୂଳ ଦର୍ଶନ ସହ ଏହି ଗ୍ରହକୁ ଅଧିକ ନିରାପଦ ଓ ସ୍ଥାୟୀ ସ୍ଥାନ କରିବା ମାର୍ଗରେ ସାମିଲ ହେବାକୁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି ।

ମୁଁ ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀର ସଫଳତା କାମନା କରୁଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."