PM Modi inaugurates various urban development projects at the Madhya Pradesh Shehari Vikas Mahotsav in Indore
PM Modi felicitates the winners of Swachh Survekshan 2018 & give awards to the representatives of Indore, Bhopal & Chandigarh – the top three cleanest cities
In the past 4 years we have built more than 8 crore 30 thousand toilets: PM Modi in Indore #SwachhBharat
Our Govt is working on 5 big plans for cities, these plans include #SwachhBharat, #AwasYojana, Smart City Mission, #AmrutYojana & Deendayal National Urban Livelihood Mission: PM Modi
Our dream of #SwachhBharat for Gandhi Ji's 150th birth anniversary is now on the verge of becoming a reality: PM Modi in Indore

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ସହରାଂଚଳ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହରୀ ପାନୀୟ ଜଳ ଯୋଗାଣ ଯୋଜନା, ସହରୀ କଠିନ ବର୍ଜବସ୍ତୁ ପରିଚାଳନା, ସହରାଂଚଳ ସ୍ୱଚ୍ଛତା, ସହରୀ ପରିବହନ ଏବଂ ସହରୀ ପରିଦୃଶ୍ୟ ପ୍ରକଳ୍ପ ସାମିଲ ରହିଛି ।

ଇନ୍ଦୋରରେ ଆୟୋଜିତ ଏକ ସମାରୋହରେ ସେ ସ୍ୱଚ୍ଛ ସର୍ବେକ୍ଷଣ-2018 ପୁରସ୍କାର ପ୍ରଦାନ କରିଥିଲେ ଏବଂ ସ୍ୱଚ୍ଛ-2018 ଫଳାଫଳ ଡେଶବୋର୍ଡର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଏକ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଥିଲା, ଯାହା ଏବେ 125 କୋଟି ଭାରତୀୟଙ୍କ ସଂକଳ୍ପ ହୋଇସାରିଛି । ସେ କହିଥିଲେ ଯେ ସାରା ଦେଶ ଇନ୍ଦୋର ଠାରୁ ପ୍ରେରଣା ଗ୍ରହଣ କରିପାରିବ ଯାହାକୁ ଭାରତର ସବୁଠୁ ସ୍ୱଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଛି । ସେ ସ୍ୱଚ୍ଛତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ରାଜ୍ୟ – ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଛତିଶଗଡ଼କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ସୂଚନା ମଧ୍ୟ ଦେଇଥିଲେ ଯେ କିପରି କେନ୍ଦ୍ର ସରକାର ଭାରତରେ ସହରୀ ମୌଳିକ ଭିତ୍ତିଭୂମିକୁ ଆଧୁନିକ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନ ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ), ସ୍ମାର୍ଟ ସିଟି ମିଶନ, ଅମୃତ ଏବଂ ଦୀନଦୟାଲ ଉପାଧ୍ୟାୟ ଜାତୀୟ ସହରାଂଚଳ ଜୀବିକା ମିଶନ ବିଷୟରେ ଉଲ୍ଲେଖ କରିଥିଲେ । ସେ ସ୍ମରଣ କରାଇଦେଇଥିଲେ ଯେ କିଛିଦିନ ପୂର୍ବରୁ ସେ ଭାରତର ପ୍ରଥମ ସ୍ମାର୍ଟ ସିଟି- ନୂଆ ରାୟପୁରଠାରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟନ କରିଥିଲେ । ସେ କହିଥିଲେ ଏହିପରି କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର 7ଟି ସହରରେ ଏବେ ଜାରି ରହିଛି । ମଧ୍ୟପ୍ରଦେଶରେ ବିଭିନ୍ନ ସହରାଂଚଳ ବିକାଶମୂଳକ କାର୍ଯ୍ୟକ୍ରମରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ଆବାସ ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ଏକ ଲକ୍ଷରୁ ଉର୍ଦ୍ଧ୍ଵ ବାସହୀନ ଲୋକମାନଙ୍କୁ ନିଜସ୍ୱ ଘର ମିଳିପାରିବ ।

ସେ କହିଥିଲେ ଯେ ଭାରତ ସରକାର 2022 ସୁଦ୍ଧା ସମସ୍ତଙ୍କ ପାଇଁ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ଗତ 4 ବର୍ଷରେ ପାଖାପାଖି 1.15କୋଟି ଆବାସ ନିର୍ମାଣ କରାଯାଇସାରିଛି ଏବଂ 2022 ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ଲାଗି ପାଖାପାଖି 2 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯିବାର ଅଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକାଶର ଅନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Merchandise Exports Defy Global Headwinds, Rise 15 Per Cent In April–14 June Period

Media Coverage

India's Merchandise Exports Defy Global Headwinds, Rise 15 Per Cent In April–14 June Period
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 22, 2026
June 22, 2026

A New Era of Growth, Good Governance and Global Leadership for India with the Modi Government