ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ କେୱଡ଼ିଆଠାରେ ଏକ ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳର ଉଦଘାଟନ କରିଛନ୍ତି ।

ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଘାତକ ଏବଂ ଅଣ-ଘାତକ ଅସ୍ତ୍ରଶସ୍ତ୍ର ସମେତ ଆଧୁନିକ ପ୍ରଯୁକ୍ତି ପ୍ରଦର୍ଶିତ କରାଯିବ ।

ଆକାଶମାର୍ଗ ସୁରକ୍ଷାଅର୍ଦ୍ଧସାମରିକ ବାହିନୀର ଆଧୁନିକୀକରଣଡିଜିଟାଲ ଉପକ୍ରମ ଆଦି ବିଷୟ ଉପରେ ସିଆଇଏସଏଫସିଆରପିଏଫବିଏସଏଫଏନଏସଜି ଏବଂ ବିଭିନ୍ନ ରାଜ୍ୟର ପୋଲିସ ବାହିନୀ ଆଧୁନିକ ପ୍ରଯୁକ୍ତିର ପ୍ରଦର୍ଶନ କରିଥିଲେ ।

ସିଆଇଏସଏଫର ପ୍ରଦର୍ଶନୀ ବିମାନ ବନ୍ଦରରେ ମୁଖମଣ୍ଡଳ ଚିହ୍ନଟ ପ୍ରଣାଳୀ (ଫେସିଆଲ ରେକଗନାଇଜେସନ)କୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବା ଉପରେ ଆଧାରିତ ଥିଲା । ଅନ୍ୟପଟେ ଏନଏସଜି ସୁରକ୍ଷା କିଟଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରିମୋଟ କଂଟ୍ରୋଲରେ ଚାଲିଥିବା ବାହନର ପ୍ରଦର୍ଶନ କରିଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 112’ ପ୍ରମୁଖତା ସହିତ ପ୍ରଦର୍ଶିତ କରାଯାଇଥିଲା । ଏହି ନମ୍ବର ସମସ୍ତ ପ୍ରକାର ଜରୁରିକାଳୀନ ସେବାର ପ୍ରତୀକ । ମନ୍ତ୍ରଣାଳୟ ପକ୍ଷରୁ ଯୌନ ଅପରାଧ ଉପରେ ଆୟୋଜିତ ଜାତୀୟ ଡାଟାବେସଇ-ସାକ୍ଷାତ ଏବଂ ଅନ୍ୟ ଡିଜିଟାଲ ଉପକ୍ରମର ମଧ୍ୟ ପ୍ରଦର୍ଶନ କରିଥିଲେ । ଅର୍ଦ୍ଧସାମରିକ ବାହିନୀର 1939 ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ସିଆରପିଏଫ ଲଢ଼ିଥିବା ପ୍ରମୁଖ ଯୁଦ୍ଧ ମଧ୍ୟ ସାମିଲ ଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁଜରାଟ ପୁଲିସର ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ । ଏହି ପ୍ରଦର୍ଶନୀରେ ବିଶ୍ୱାସ ପ୍ରକଳ୍ପ ଏବଂ ଆଧୁନିକ ପ୍ରଯୁକ୍ତିକୁ ପ୍ରଦର୍ଶିତ କରାଯାଇଥିଲା । ଦିଲ୍ଲୀ ପୁଲିସ ଡିଜିଟାଲ ଉପକ୍ରମର ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ବେଳେ ଜମ୍ମୁ କଶ୍ମୀର ପୁଲିସ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଉପଯୋଗ କରାଯାଉଥିବା ସୁରକ୍ଷା ବାହନ ପ୍ରଦର୍ଶିତ କରିଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sagar Bandhu: India provides assistance to restore road connectivity in cyclone-hit Sri Lanka

Media Coverage

Operation Sagar Bandhu: India provides assistance to restore road connectivity in cyclone-hit Sri Lanka
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions