ବିଶିଷ୍ଟ ଲେଖକ ପ୍ରଫେସର ଜି. ଭେଙ୍କଟସୁବେୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଫେସର ଜି. ଭେଙ୍କଟ ସୁବେୟାଙ୍କ ବିୟୋଗ କନ୍ନଡ ସାହିତ୍ୟରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ସେ ଜଣେ ପ୍ରବୀଣ ଲେଖକ ତଥା ଚିନ୍ତକ ଥିଲେ ଯିଏକି କନ୍ନଡକୁ ଲୋକପ୍ରିୟ କରିବା ଦିଗରେ ଅନେକ ଉଦ୍ୟମ କରିଥିଲେ । ସେ ତାଙ୍କ କାର୍ଯ୍ୟ ପ୍ରତି ଆଗ୍ରହୀ ଥିଲେ ଏବଂ ଅନେକ ଯୁବକଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି” ।
Demise of Professor G. Venkatasubbaiah has left a huge void in Kannada literature. He was a prolific writer and thinker who made many efforts to popularise Kannada. He was passionate about his work and inspired many youngsters. Condolences to his family and admirers. Om Shanti.
— Narendra Modi (@narendramodi) April 19, 2021


