ଜନ ସମର୍ଥନ ସକ୍ରିୟ ଉତ୍ତମ ପ୍ରଶାସନ (ପି୨ଜି୨) ଆମ କାମର ମୂଳଭିତ୍ତି, ଯଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ହାସଲ ହୋଇପାରିବ: ପ୍ରଧାନମନ୍ତ୍ରୀ
ନାଗରିକଙ୍କୁ ଉତ୍ପୀଡ଼ନ କରୁଥିବା ବ୍ୟବସ୍ଥାର ଅନୁପାଳନ ସରଳ କରିବାକୁ ରାଜ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ଇ-ବର୍ଜ୍ୟର ପୁନଃପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବହାର୍ଯ୍ୟତା ଗ୍ୟାପ୍ ଫଣ୍ଡିଙ୍ଗର ଅବଧାରଣା ଅନ୍ୱେଷଣ ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ
ଛୋଟ ସହରରେ ଉଦ୍ୟୋଗ ପାଇଁ ସ୍ଥାନ ଚିହ୍ନଟ କରି ସୁବିଧା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟଙ୍କୁ ଅନୁରୋଧ
ପିଏମ ଗତିଶକ୍ତି ଉତ୍ତମ ପ୍ରଶାସନର ଆଧାର ହୋଇଛି; ନିୟମିତ ଏହାର ସମୀକ୍ଷା ହେବା ଉଚିତ ଏବଂ ପର୍ଯ୍ୟାବରଣୀୟ ପ୍ରଭାବର ସଙ୍କେତକ ହେବା ଆବଶ୍ୟକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଏହାର ଅନ୍ତର୍ଭୁକ୍ତ ହେବା ଉଚିତ: ପ୍ରଧାନମନ୍ତ୍ରୀ
ପୁରୁଣା ପାଣ୍ଡୁଲିପି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଟେକ୍ନୋଲୋଜି ସହାୟତାରେ ଡିଜିଟାଲୀକରଣକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ ଏବଂ ସୂଚନା ଦେବାକୁ ଗୁରୁତ୍ୱ ଦିଅ: ପ୍ରଧାନମନ୍ତ୍ରୀ

ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ସଚିବଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ତିନି ଦିନିଆ ସମ୍ମିଳନୀ ୨୦୨୪ ଡିସେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସମ୍ମିଳନୀର ବଡ଼ ଫାଇଦା ଏହାଯେ ଟିମ୍ ଇଣ୍ଡିଆ ଖୋଲା ମନରେ ଏକ ବିକଶିତ ଭାରତ ପାଇଁ ଏକାଠି ଆଲୋଚନା ଓ କାମ କରିବାକୁ ଆଗେଇ ଆସିଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ,ଜନ ସମର୍ଥନ ସକ୍ରିୟ ଉତ୍ତମ ପ୍ରଶାସନ (ପି୨ଜି୨) ଆମ କାମର ମୂଳଭିତ୍ତି, ଯଦ୍ୱାରା ବିକଶିତ ଭାରତ ଦୃଷ୍ଟିକୋଣ ହାସଲ ହୋଇପାରିବ ।

ସମ୍ମିଳନୀରେ ‘ଉଦ୍ୟମିତାକୁ ଗୁରୁତ୍ୱ,ନିଯୁକ୍ତି ଏବଂ କୌଶଳ-ଜନସାଂଖ୍ୟିକ ଲାଭାଂଶର ଲାଭ ଉଠାଇବା’ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବିଶେଷ କରି ଟାୟର ୨/୩ ସହର ଗୁଡ଼ିକରେ ଷ୍ଟାର୍ଟଅପ୍‌ର ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ନବପ୍ରବର୍ତ୍ତନକୁ ପ୍ରୋତ୍ସାହିତ କରିବା ସହ ଷ୍ଟାର୍ଟଅପ୍ ପ୍ରତିଷ୍ଠା ସକାଶେ ଉପଯୁକ୍ତ ପରିବେଶ ସୃଷ୍ଟି ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ କହିଥିଲେ । ଛୋଟ ସହରରେ ଉଦ୍ୟୋଗ ପାଇଁ ସ୍ଥାନ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ସଂଯୋଗ କରି ପରିବହନ ସୁବିଧା ଉପଲବ୍ଧ କରାଇବାକୁ ସେ ଗୁରୁତ୍ୱ ଦେଇଥିଲେ ।

ଅନେକ ସମୟରେ ନାଗରିକଙ୍କୁ ଉତ୍ପୀଡ଼ନ କରୁଥିବା ବ୍ୟବସ୍ଥାର ଅନୁପାଳନକୁ ସରଳ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଅନୁରୋଧ କରିଥିଲେ, ରାଜ୍ୟ ଗୁଡ଼ିକ ପ୍ରଶାସନିକ ମଡେଲରେ ଏପରି ସୁଧାର ଆଣିବା ଉଚିତ, ଯେପରିକି ଜନ ଭାଗିଦାରୀରେ ଅଂଶ ଗ୍ରହଣ ସକାଶେ ଲୋକମାନେ ପ୍ରୋତ୍ସାହିତ ହେବେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ, ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ସୂଚନା ଦେବା ଆଦିକୁ ଗୁରୁତ୍ୱ ଦେବା ଜରୁରୀ ।

 

ଚକ୍ରୀୟ ଅର୍ଥବ୍ୟବସ୍ଥା ବାବଦରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗୋବର୍ଦ୍ଧନ କାର୍ଯ୍ୟକ୍ରମ ଏବେ ବୃହତ ଶକ୍ତି ସମ୍ବଳ ହୋଇଥିବା କହିଥିଲେ । ସେ ଉଲ୍ଲେଖ କରିଥିଲେ, ଏହି ପଦକ୍ଷେପ ବର୍ଜ୍ୟକୁ ସମ୍ପତ୍ତିରେ ପରିଣତ କରିଥିବା ବେଳେ ବୟସ୍କ ଗୋରୁଗାଈଙ୍କୁ ବୋଝ ପରିବର୍ତ୍ତେ ସମ୍ପଦରେ ରୂପାନ୍ତର କରିଛି ।

ଇ-ବର୍ଜ୍ୟର ପୁନଃପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବହାର୍ଯ୍ୟତା ଗ୍ୟାପ୍ ଫଣ୍ଡିଙ୍ଗର ଅବଧାରଣା ଅନ୍ୱେଷଣ ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ,  ସମାଜରେ ଡାଟା ଏବଂ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ଯୋଗୁ ଇ-ବର୍ଜ୍ୟ ମଧ୍ୟ ବଢ଼ିବ । ଇ-ବର୍ଜ୍ୟକୁ ଉପଯୋଗୀ ସମ୍ବଳରେ ରୂପାନ୍ତର କରିପାରିଲେ ଏଭଳି ଦ୍ରବ୍ୟର ଆମଦାନୀ ଉପରେ ମଧ୍ୟ ଆମର ନିର୍ଭରଶୀଳତା ହ୍ରାସ ପାଇବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ, ଭାରତରେ ଫିଟ୍ ଇଣ୍ଡିଆ ଅଭିଯାନରେ ମୋଟାପ୍ପାକୁ ଏକ ଆହ୍ୱାନ ଭାବେ ବିବେଚନା କରାଯାଉ । ସେ କହିଥିଲେ କେବଳ ଏକ ଫିଟ୍ ଏବଂ ହେଲଦି ଇଣ୍ଡିଆ ବିକଶିତ ଭାରତ ହୋଇପାରିବ । ୨୦୨୫ ଶେଷ ସୁଦ୍ଧ ଭାରତ ଯକ୍ଷ୍ମାମୁକ୍ତ ହୋଇପାରିବ ବୋଲି ସେ କହିଥିଲେ । ଏହି ଲକ୍ଷ୍ୟ ହାସଲ ଦିଗରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ପୁରୁଣା ପାଣ୍ଡୁଲିପି ଭାରତର ସମ୍ପତ୍ତି ଏବଂ ଟେକ୍ନୋଲୋଜି ସହାୟତାରେ ଏହାର ଡିଜିଟାଲୀକରଣ କରାଯିବା ଉଚିତ । ରାଜ୍ୟ ଗୁଡ଼ିକ ଏ ଦିଗରେପ ଦକ୍ଷେପ ନେବା ଆବଶ୍ୟକ । ପିଏମ ଗତିଶକ୍ତିକୁ ପ୍ରଶଂସା ଅବସରରେ ଏହା ଉତ୍ତମ ପ୍ରଶାସନର ଆଧାର ହୋଇଛି ବୋଲି ସେ କହିଥିଲେ । ନିୟମିତ ଏହାର ସମୀକ୍ଷା ହେବା ଉଚିତ ଏବଂ ପର୍ଯ୍ୟାବରଣୀୟ ପ୍ରଭାବର ସଙ୍କେତକ ହେବା ଆବଶ୍ୟକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଏହାର ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ମଧ୍ୟ ସେ କହିଥିଲେ ।

 

ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ, ଏସବୁ ବ୍ଳକ ଓ ଜିଲ୍ଲା ଗୁଡ଼ିକରେ ସୁଦକ୍ଷ ଅଫସର ମୁତୟନ ହେଲେ ତଳସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ । ଏହା ମଧ୍ୟ ସାମାଜିକ-ଅର୍ଥନୈତିକ ଲାଭ ଦିଗକୁ ଅଗ୍ରସର କରାଇବ ।

ସହର ଗୁଡ଼ିକର ବିକାଶ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ମାନବ ସମ୍ବଳର ବିକାଶ ଉପରେ ଜୋର୍ ଦେଇଥିଲେ, ଆର୍ଥିକ ଅଭିବୃଦ୍ଧିର କେନ୍ଦ୍ର ଭାବେ ସହର ଗୁଡ଼ିକର ବିକାଶ କରିବ । ବିଶେଷ କରି ସହରାଞ୍ଚଳର ପ୍ରଶାସନ, ଜଳ ଓ ପରିବେଶ ପରିଚାଳନା ଦିଗରେ ସ୍ୱତନ୍ତ୍ର ଭାବେ ଇନଷ୍ଟିଚ୍ୟୁଟଗୁଡ଼ିକର ବିକାଶ ପାଇଁ ସେ ଗୁରୁତ୍ୱ ଦେଇଥିଲେ । ସହରାଞ୍ଚଳ ଗତିଶୀଳତା ବୃଦ୍ଧି ପାଉଥିବାରୁ ଯଥେଷ୍ଟ ସହରାଞ୍ଚଳ ଆବାସୀକରଣ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଥିଲେ । ଏହା ନିର୍ମାଣ କ୍ଷେତ୍ର ଏବଂ ନୂତନ ଔଦ୍ୟୋଗିକ ହବ୍‌ରେ ଉତ୍ପାଦକତା ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରେରଣାର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କୁ ପ୍ରଧାନମନ୍ତ୍ରୀ ସାଲ୍ୟୁଟ କରିଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଏବଂ ଜଳିତ ବର୍ଷ ତାଙ୍କର ୧୫୦ତମ ଜନ୍ମ ବାର୍ଷିକୀ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ପରବର୍ତ୍ତୀ ଦୁଇ ବର୍ଷ ଏଥିପାଇଁ ଉତ୍ସବ ମନାଯିବା ଉଚିତ ଏବଂ ତାଙ୍କର ସ୍ୱପ୍ନର ଭାରତ ହାସଲ କରିବା ଦିଗରେ ଆମେ କାମ କରିବା ଆବଶ୍ୟକ ।

ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଲୋକଙ୍କୁ ସକ୍ରିୟ ଭାଗୀଦାର କରିବା ପାଇଁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଉଦାହରଣ ଭାବେ ନେବାକୁ ସେ କହିଥିଲେ । ସ୍ୱାଧୀନତା ସଂଗ୍ରାମରେ ଯେଉଁପରି ସମସ୍ତ କ୍ଷେତ୍ରର ପୁରୁଷ, ମହିଳା ଏବଂ ପିଲାମାନେ ଭାଗ ନେଇଥିଲେ, ସେହିପରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଭିନ୍ନ ଭିନ୍ନ ପରିସ୍ଥିତି, ବିଚାରଗତ ବିଭେଦତା ସତ୍ତ୍ୱେ ସମସ୍ତ ଭାରତୀୟ କାମ କରିବା ଉଚିତ । ସେ ସମୟର ବୃହତ ଜନଆନ୍ଦୋଳନ ଭାବେ ପରିଚିତ ଦାଣ୍ଡିମାର୍ଚ୍ଚର ୨୫ ବର୍ଷ ପରେ ଭାରତ ସ୍ୱାଧୀନ ହୋଇଥିଲା  ବୋଲି ଉଲ୍ଳେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେହିପରି ଆମେ ଯଦି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପଣ କରିବା ତେବେ ନିଶ୍ଚିତ ଏହା ହାସଲ କରିପାରିବା ।

 

ସମ୍ମିଳନୀରେ ହୋଇଥିବା ଆଲୋଚନା

ଉଦ୍ୟମିତାକୁ ପ୍ରୋତ୍ସାହନ, ଦକ୍ଷତା ବିକାଶକୁ ବଢ଼ାଇବା, ଭାରତକୁ ମଧ୍ୟମ ଆୟ ବର୍ଗରୁ ଉଚ୍ଚ ଆୟ ବର୍ଗ ଦେଶରେ ରୂପାନ୍ତରିତ କରିବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ପାଇଁ ସ୍ଥିର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଦି ପ୍ରସଙ୍ଗ ଉପରେ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚନା ହୋଇଥିଲା । ଏହିସବୁ ପଦକ୍ଷେପ ମହିଳା କୈନ୍ଦ୍ରିକ ବିକାଶକୁ ମୂଳଭିତ୍ତି କରି ଅର୍ଥନୀତିର ଡ୍ରାଇଭିଂ ହ୍ୱିଲ ଭାବେ ସାବ୍ୟସ୍ତ ହୋଇପାରିବ ।

ଭାରତରେ ବିଶେଷ କରି ଛୋଟ ସହରଗୁଡ଼ିକରେ ସେବା କ୍ଷେତ୍ରରେ ଥିବା ସମ୍ଭାବନାକୁ ବ୍ୟବହାର ଦିଗରେ ବହୁମୁଖୀ ଆଭିମୁଖ୍ୟ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ନୀତିଗତ ହସ୍ତକ୍ଷେପ, ଢାଞ୍ଚାଗତ ବିକାଶ, ଦକ୍ଷତା ବୃଦ୍ଧି ଏବଂ ବ୍ୟାବସାୟିକ ଅନୁକୂଳ ପରିବେଶ ସୃଷ୍ଟି ଆଦି ଅନ୍ତର୍ଭୁକ୍ତ । ଅଣସାଙ୍ଗଠନିକ କ୍ଷେତ୍ରର କୌଶଳୀ ଓ ଔପଚାରୀକରଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା । ସେହିପରି ଗ୍ରାମାଞ୍ଚଳ ଅଣ-କୃଷି କ୍ଷେତ୍ର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯେପରିକି ସ୍ୱତନ୍ତ୍ର କୌଶଳ ବିକାଶ କୋର୍ସ ଦ୍ୱାରା ଗ୍ରାମାଞ୍ଚଳ ଉଦ୍ୟୋଗକୁ ପୋତ୍ସାହନ । ଏହା ମଧ୍ୟ ଅନୁଭବ ହୋଇଥିଲା ଯେ, ସ୍ୱତନ୍ତ୍ର ପଦକ୍ଷେପ ଦ୍ୱାରା ଅଣ-କୃଷି କ୍ଷେତ୍ରରେ ମହିଳା ଓ ଅବହେଳିତ ଗୋଷ୍ଠୀଙ୍କ ନିଯୁକ୍ତିକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ।

ପ୍ରଗତି ପ୍ଲାଟଫର୍ମ ପ୍ରସଙ୍ଗରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇଥିଲା । ଯାହାର କି ଅନ୍ତିମ ଲକ୍ଷ୍ୟ ନିୟମିତ କଠୋର ସମୀକ୍ଷା ମାଧ୍ୟମରେ ବୁନିଆଦୀ ଢାଞ୍ଚା ପରିଯୋଜନାକୁ ଶେଷ କରିବା ଏବଂ ସୁବ୍ୟବସ୍ଥିତ ଭାବେ ପରିବର୍ତ୍ତନ ଆଣିବା ।

 

ଫ୍ରଣ୍ଟିୟର ଟେକ୍ନୋଲୋଜି ବାବଦରେ ମଧ୍ୟ ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା, ଯାହାକି ବିଭିନ୍ନ କ୍ଷେତ୍ରର ଅଭିସରଣ ଏବଂ ବୈଶ୍ୱିକ ଆହ୍ୱାନର ସମାଧାନ ଦିଗରେ ସହାୟକ ହୋଇଥାଏ । ଏହା ମଧ୍ୟ ଭାରତକୁ ଏହି କ୍ଷେତ୍ରରେ ନେତୃତ୍ୱର ସୁଯୋଗ ଦେଇପାରିବ ଏବଂ ସମାବେଶୀ ଓ ସ୍ଥିର ବିକାଶ ଦେଇପାରିବ । କର୍ମଯୋଗୀ ଉପରେ ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା । ଏହା ଲକ୍ଷ୍ୟ କରାଯାଇଥିଲା କି, ଏହା ରାଜ୍ୟ ଗୁଡ଼ିକୁ ଦକ୍ଷତା ଗଠନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଶିକ୍ଷାର ଗଣତାନ୍ତ୍ରୀକରଣ ଓ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମ ଦିଗରେ ସହାୟତା କରିପାରିବ ।

ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେପନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀଗଣ, ଡୋମେନ ଏକ୍ସପର୍ଟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 26, 2026
June 26, 2026

From Buyer to Supplier: PM Modi's India Achieves Record Defence Exports, Tech Investments & Strategic Autonomy