PM Modi receives 'Global Goalkeeper Award' for the Swachh Bharat Abhiyan
In last five years a record more than 11 crore toilets were constructed: PM Modi
Swachh Bharat mission has benefited the poor and the women most: PM Modi

ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ନ୍ୟୁୟର୍କରେ 24 ସେପ୍ଟେମ୍ବର, 2019ରେ ଜାତିସଂଘର ସାଧାରଣ ଅଧିବେଶନ ସମୟରେ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ ହୋଇଥିଲା ।

ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ ଦୈନଦିନ ଜୀବନର ଏକ ଅଂଶବିଶେଷ ଭାବେ ପରିଣତ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦ୍ଦେଶ୍ୟରେ ଏହି ପୁରସ୍କାରକୁ ଉତ୍ସର୍ଗ କରିଥିଲେ ।

“ଭାରତର ଜନସାଧାରଣଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇଛି । ସେମାନେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିଦେଲେ ଯାହା ଫଳରେ କି ଇପ୍ସିତ ଫଳ ମିଳିଲା,” ବୋଲି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ଗ୍ରହଣ କରିବା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ମୁହୂର୍ତ୍ତ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସ୍ୱଚ୍ଛ ଭାରତ ଅଭିଯାନ ଏକ ପ୍ରମାଣ ଯେ ଯେତେବେଳେ 130 କୋଟି ଭାରତୀୟ ଶପଥ ନିଅନ୍ତି, ସେତେବେଳେ ଯେକୌଣସି ଆହ୍ୱାନର ସମାଧାନ କରିହେବ । ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୁରଣ କରିବାରେ ଭାରତ ଅନେକ ପ୍ରଗତି କରିଥିବା ସେ ପ୍ରକାଶ କରିଥିଲେ ।

“ଗତ 5 ବର୍ଷ ମଧ୍ୟରେ 11 କୋଟିରୁ ଉର୍ଦ୍ଧ୍ଵ ଶୌଚାଳୟ ନିର୍ମାଣ ହୋଇଛି ଯାହାକି ଏକ ରେକର୍ଡ । ଏହି ମିଶନ ବିଶେଷକରି ଦେଶରେ ଗରିବ ଓ ମହିଳାମାନଙ୍କୁ ଲାଭ ପ୍ରଦାନ କରିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟଗତ ଲାଭ ସହିତ, 11 କୋଟି ପାଇଖାନାର ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟଧାରାକୁ ବଳ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଶ୍ୱବ୍ୟାପୀ ସ୍ୱଚ୍ଛତା କଭରେଜ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅନ୍ୟ ଦେଶମାନଙ୍କ ସହ ଭାରତ ଏହାର ବିଶେଷଜ୍ଞତା ଓ ଅନୁଭବ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛି ଯାହା ଫଳରେ ସ୍ୱଚ୍ଛତା କଭରେଜ କ୍ଷେତ୍ରରେ ଏକ ସାମଗ୍ରୀକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।
ଫିଟ ଇଣ୍ଡିଆ ଓ ଜଳ ଜୀବନ ମିଶନ ଆଦି ଆନ୍ଦୋଳନ ମାଧ୍ୟମରେ ମିଶନ ମୋଡରେ ପ୍ରତିଶେଧକ ସ୍ୱାସ୍ଥ୍ୟସେବା ଦିଗରେ ଭାରତ ପଦକ୍ଷେପ ଗ୍ରହଣ କରୁଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bishkek Balancing Act: How India’s dual engagements define its strategic autonomy

Media Coverage

The Bishkek Balancing Act: How India’s dual engagements define its strategic autonomy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.