‘‘ବିନା ଚାପରେ ଏକ ଉତ୍ସବର ଉତ୍ସାହ ନେଇ ପରୀକ୍ଷା ଦିଅନ୍ତୁ’’
‘‘ପ୍ରଯୁକ୍ତିକୁ ଏକ ଚାଲେଞ୍ଜ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖନ୍ତୁ’’
‘‘ଜାତୀୟ ଶିକ୍ଷା ନୀତିକୁ ନେଇ ବ୍ୟାପକ ବିଚାରବିମର୍ଶ ହୋଇଛି । ସାରା ଭାରତରେ ଲୋକମାନେ ଏହା ଉପରେ ମାନସମନ୍ଥନ କରିଛନ୍ତି’’
‘‘ବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥା ଏବଂ ବିଚାର ଏକବିଂଶ ଶତାବ୍ଦୀରେ ଆମର ବିକାଶ ଧାରାକୁ ବିବେଚନା କରିପାରିବ ନାହିଁ । ଆମକୁ ସମୟ ସହ ତାଳ ଦେଇ ବଦଳିବାକୁ ପଡ଼ିବ’’
‘‘ଶିକ୍ଷକ ଏବଂ ଅଭିଭାବକମାନଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଇ ପାରିବ ନାହିଁ । ପିଲାମାନେ ତାଙ୍କ ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇବା ଜରୁରି’’
‘‘ପ୍ରେରଣା ପାଇଁ କୌଣସି ଇଞ୍ଜେକ୍ସନ କିମ୍ବା ସୂତ୍ର ନାହିଁ । ବରଂ, ନିଜକୁ ଭଲ ଭାବେ ଚିହ୍ନନ୍ତୁ ଓ କ’ଣ ଆପଣଙ୍କୁ ଖୁସି ଦେଉଛି ତାହା ଜାଣନ୍ତୁ ଏବଂ ସେହି ଅନୁଯାୟୀ ଆଗକୁ ବଢ଼ନ୍ତୁ’’
‘‘ଆପଣ ଉପଭୋଗ କରୁଥିବା କାମ କରନ୍ତୁ, ତା’ହେଲେ ଯାଇ ଆପଣ ସର୍ବାଧିକ ପରିଣାମ ପାଇପାରିବେ’’
‘‘ଆପଣମାନେ ଏକ ସ୍ୱତନ୍ତ୍ର ପିଢ଼ିର ପ୍ରତିନିଧିତ୍ୱ କରୁଛନ୍ତି । ହଁ, ଏଥିରେ ନିଶ୍ଚିତ ଭାବେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ରହିଛି କିନ୍ତୁ ଅପାର ସୁଯୋଗ ମଧ୍ୟ ରହିଛି’’
‘‘ଝିଅମାନେ ପରିବାରର ସାମର୍ଥ୍ୟ । ଜୀବନର ବିଭିନ୍ନ କ୍ଷେତ୍ରରେ ଆମ ନାରୀ ଶକ୍ତି ଉଲ୍ଲେଖନୀୟ ସଫଳତା ହାସଲ କରିବା ଠାରୁ ଭଲ
ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ ଆପୋସ ଆଲୋଚନା କରିଥିଲେ ।
ଏମାନଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନା ସମୟରେ ସମସ୍ତଙ୍କ ସହିତ ଆଗ୍ରହର ସହ, ଉଦାରତାପୂର୍ଣ୍ଣ ମତ ବିନିମୟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହିତ ମତ ବିନିମୟ କରିଛନ୍ତି । ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମତବିନିମୟ କାର୍ଯ୍ୟକ୍ରମ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ  ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀମତୀ ଅନ୍ନପୂର୍ଣ୍ଣ ଦେବୀ, ଡକ୍ଟର ସୁଭାଷ ସରକାର, ଡକ୍ଟର ରାଜକୁମାର ରଞ୍ଜନ ସିଂ ଏବଂ ଶ୍ରୀ ରାଜୀବ ଚନ୍ଦ୍ରଶେଖର ସମାରୋହରେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନା ସମୟରେ ସମସ୍ତଙ୍କ ସହିତ ଆଗ୍ରହର ସହ, ଉଦାରତାପୂର୍ଣ୍ଣ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ ଆପୋସ ଆଲୋଚନା କରିଥିଲେ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା। ତେବେ ଚଳିତ ଥର ସାନ ସାନ ବନ୍ଧୁମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିବା ଲାଗି ତାଙ୍କୁ ସୁଯୋଗ ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ । ଆସନ୍ତାକାଲି ଠାରୁ ବିକ୍ରମ ସମ୍ବତ ଆରମ୍ଭ ହେଉଥିବା ସେ ଉଲ୍ଲେଖ କରିଥିଲେ । ଆଗକୁ ଆସୁଥିବା ଅନେକ ପର୍ବପର୍ବାଣୀ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଏକ ନୂଆ ପରମ୍ପରା ଆରମ୍ଭ କରିଥିଲେ । ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଅବସରରେ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ସେ ଗ୍ରହଣ କରିପାରି ନାହାନ୍ତି ସେସବୁ ପ୍ରଶ୍ନର ଉତ୍ତର ନମୋ ଆପ୍‌ ଜରିଆରେ ଭିଡିଓ, ଅଡିଓ କିମ୍ବା ଟେକ୍ସଟ୍‌ ମେସେଜ୍‌ ମାଧ୍ୟମରେ ଦିଆଯିବ ।

ଦିଲ୍ଲୀର ଖୁସି ଜୈନ ପ୍ରଥମ ପ୍ରଶ୍ନ ପଚାରିଥିଲେ । ଛତିଶଗଡ଼ ବିଳାସପୁରର ଛାତ୍ର, ଭଦୋଦରାର କିନି ପଟେଲ ମଧ୍ୟ ପରୀକ୍ଷାକୁ ନେଇ ରହିଥିବା ଭୟ ଏବଂ ଚାପ ବିଷୟରେ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭୟଭୀତ କିମ୍ବା ଚାପଗ୍ରସ୍ତ ନହେବା ପାଇଁ ପରାମର୍ଶ ଦେଇଥିଲେ, କାରଣ ଏହା ସେମାନଙ୍କ ପାଇଁ ପ୍ରଥମ ପରୀକ୍ଷା ନୁହେଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏକ ପ୍ରକାରରେ ‘‘ପରୀକ୍ଷା ପ୍ରତି ସହନଶୀଳ’’ ହୋଇସାରିଲେଣି । ପୂର୍ବ ପରୀକ୍ଷାରୁ ସେମାନେ ହାସଲ କରିଥିବା ଅଭିଜ୍ଞତା ଭବିଷ୍ୟତର ପରୀକ୍ଷା ପାଇଁ ସେମାନଙ୍କୁ ସହାୟକ ହେବ । ସେମାନେ କେତେକ ବିଷୟ ପଢ଼ିବାକୁ ହୁଏତ’ ଭୁଲି ଯାଇଥିବେ, କିନ୍ତୁ ତା’କୁ ନେଇ ସେତେଟା ଚାପଗ୍ରସ୍ତ ହେବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରସ୍ତୁତିର ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶାନ୍ତ ଓ ସ୍ୱାଭାବିକ ଭାବେ ନିଜର ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ସେ କହିଥିଲେ । ଅନ୍ୟମାନଙ୍କର ସାମର୍ଥ୍ୟ ସହ ତୁଳନା କରି କୌଣସି ଚେଷ୍ଟା କରିବାରେ କିଛି ଲାଭ ନାହିଁ, ବରଂ ନିଜର ସ୍ୱାଭାବିକ ପ୍ରସ୍ତୁତି ସହ ଆଗକୁ ବଢ଼ିବା ଏବଂ ଶାନ୍ତ ମନୋଭାବ ନେଇ ପରୀକ୍ଷାକୁ ଏକ ଉତ୍ସବ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ପରବର୍ତ୍ତୀ ପ୍ରଶ୍ନ ପଚାରିଥିଲେ କର୍ଣ୍ଣାଟକ ମହୀଶୂରର ତରୁଣ । ସେ ପଚାରିଥିଲେ ଯେ, ଅନଲାଇନରେ ୟୁଟ୍ୟୁବ ଭଳି ଅନେକ ଜିନିଷ ଅଛି ଯାହା ଏକାଗ୍ରତା ଭଙ୍ଗ କରିଥାଏ । ଏପରି ସ୍ଥିତିରେ କିଭଳି ଅନଲାଇନ୍‌ ପାଠପଢ଼ା ଜାରି ରଖି ହେବ? ଦିଲ୍ଲୀର ଶାହିଦ୍‌ ଅଲ୍ଲୀ, କେରଳ ତିରୁଅନନ୍ତପୁରମ୍‌ର କୀର୍ତ୍ତନ, ତାମିଲନାଡ଼ୁ କ୍ରୀଷ୍ଣାଗିରିର ଜଣେ ଶିକ୍ଷକ ଚନ୍ଦ୍ରଚୂଡ଼େଶ୍ୱରନ୍‌ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନଲାଇନ କିମ୍ବା ଅଫଲାଇନ୍‌ ମାଧ୍ୟମରେ ପାଠପଢ଼ିବା ସହ କୌଣସି ସମସ୍ୟା ନାହିଁ । ଅଫଲାଇନ୍‌ ମାଧ୍ୟମରେ ପଢ଼ିବା ସମୟରେ ମଧ୍ୟ ଅନେକ ସମୟରେ ଛାତ୍ରଛାତ୍ରୀ ଅନ୍ୟମନସ୍କ ହୋଇଥାନ୍ତି । କୌଣସି ମାଧ୍ୟମ ନୁହେଁ ବରଂ ଆମ ମାନସିକତାରେ ହିଁ ସମସ୍ୟା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଅନଲାଇନ ହେଉ କିମ୍ବା ଅଫଲାଇନ ମାଧ୍ୟମ, ସବୁବେଳେ ପାଠପଢ଼ା ପ୍ରତି ଧ୍ୟାନ ରହିଲେ, ଆମ ଛାତ୍ରଛାତ୍ରୀଙ୍କୁ ଅନ୍ୟମନସ୍କତା ସମସ୍ୟା ବ୍ୟଥିତ କରିବ ନାହିଁ । ସେ କହିଥିଲେ ଯେ, ଆଗକୁ ନୂଆ ନୂଆ ପ୍ରଯୁକ୍ତି ଆସିବ ଏବଂ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିବା ଉଚିତ୍‌ । ଅଧ୍ୟୟନର ନୂତନ ମାଧ୍ୟମକୁ ଏକ ଚାଲେଞ୍ଜ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅନଲାଇନ ପାଠପଢ଼ା ଆପଣଙ୍କର ଅଫଲାଇନ ପାଠପଢ଼ାରେ ସହାୟକ ହୋଇପାରେ । କୌଣସି ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଅନଲାଇନ ଏବଂ ସେହି ବିଷୟରେ ଗଭୀର ଅଧ୍ୟୟନ କରିବା ଏବଂ ତା’କୁ କାର୍ଯ୍ୟରେ ଲଗାଇବା ପାଇଁ ଅଫଲାଇନ ଏକ ମାଧ୍ୟମ ହୋଇପାରେ । ସେ ଡୋସା ପ୍ରସ୍ତୁତିର ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଅନଲାଇନରୁ ସହଜରେ ଡୋସା ପ୍ରସ୍ତୁତି ଜାଣିପାରିବ କିନ୍ତୁ ଏହାକୁ ପ୍ରସ୍ତୁତି ଏବଂ ସେବନ କରିବା କାର୍ଯ୍ୟ ଅଫଲାଇନରେ ହିଁ କରିବାକୁ ହେବ । ଭର୍ଚୁଆଲ୍ ଦୁନିଆରେ ବଞ୍ଚିବା ତୁଳନାରେ ନିଜ ବିଷୟରେ ଚିନ୍ତା କରିବା ଏବଂ ନିଜ ସହିତ ରହିବାରେ ବହୁତ ଆନନ୍ଦ ରହିଛି ବୋଲି ସେ କହିଥିଲେ ।

ହରିୟାଣା ପାନିପତ୍‌ର ଜଣେ ଶିକ୍ଷୟିତ୍ରୀ ସୁମନ ରାଣୀ ନୂଆ ଜାତୀୟ ଶିକ୍ଷା ନୀତିକୁ ନେଇ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ ନୂଆ ଶିକ୍ଷା ନୀତି ନିର୍ଦ୍ଦିଷ୍ଟ ଭାବେ ଛାତ୍ରଛାତ୍ରୀଙ୍କ ଜୀବନ ଓ ସାମଗ୍ରିକ ଭାବେ ସମାଜକୁ କିଭଳି ସଶକ୍ତ କରିବ ଏବଂ ଏହା ନୂତନ ଭାରତ ପାଇଁ କିଭଳି ମାର୍ଗ ପ୍ରଶସ୍ତ କରିବ । ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାର ଶିଲା ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ‘ଜାତୀୟ’ ଶିକ୍ଷା ନୀତି ଏବଂ ଏହା ଏକ ‘ନୂଆ’ ଶିକ୍ଷା ନୀତି ନୁହେଁ । ସେ କହିଥିଲେ ଯେ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ଏହି ଶିକ୍ଷାନୀତିର ଚିଠା ପ୍ରସ୍ତୁତ ହୋଇଛି । ଏପରି କରାଯିବା ଏକ ପ୍ରକାର ରେକର୍ଡ । ‘‘ଜାତୀୟ ଶିକ୍ଷା ନୀତିକୁ ନେଇ ବ୍ୟାପକ ବିଚାରବିମର୍ଶ ହୋଇଛି । ସାରା ଭାରତରେ ଲୋକମାନେ ଏହା ଉପରେ ବିଚାରବିମର୍ଶ କରିଛନ୍ତି’’, ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ନୀତିକୁ ସରକାର ନୁହନ୍ତି, ବରଂ ଦେଶର ନାଗରିକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ମିଶି ଦେଶର ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି । ସେ କହିଥିଲେ ଯେ, ପୂର୍ବରୁ ଶାରୀରିକ ଶିକ୍ଷା ଏବଂ ପ୍ରଶିକ୍ଷଣକୁ ପାଠ୍ୟ ବର୍ହିଭୂତ ବିଷୟ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ଏବେ ଏହାକୁ ଶିକ୍ଷା ବ୍ୟବସ୍ଥାର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଇଛି ଏବଂ ଏହି କ୍ଷେତ୍ରକୁ ଏକ ନୂଆ ସମ୍ମାନ ମିଳୁଛି । ସେ କହିଥିଲେ ଯେ, ବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥା ଏବଂ ବିଚାର ଏକବିଂଶ ଶତାବ୍ଦୀରେ ଆମର ବିକାଶ ଧାରାକୁ ବିବେଚନା କରିପାରିବ ନାହିଁ । ଆମକୁ ସମୟ ସହ ତାଳ ଦେଇ ବଦଳିବାକୁ ପଡ଼ିବ । ପରିବର୍ତ୍ତିତ ବ୍ୟବସ୍ଥା ସହିତ ଯଦି ଆମେ ବଦଳିବା ନାହିଁ ତା’ହେଲେ ଆମେ ପଛରେ ପଡ଼ିଯିବା ଏବଂ ପଛୁଆ ରହିଯିବା । ସେ କହିଥିଲେ ଯେ, ବ୍ୟକ୍ତିଗତ ଆକାଂକ୍ଷା ପୂରଣ କରିବା ଲାଗି ଜାତୀୟ ଶିକ୍ଷା ନୀତି ଆମକୁ ସୁଯୋଗ ଦେଇଥାଏ । ଜ୍ଞାନ ସହିତ କୌଶଳ ବିକାଶର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସେ କହିଥିଲେ ଯେ, ଏହି କାରଣରୁ କୌଶଳ ବିକାଶକୁ ଜାତୀୟ ଶିକ୍ଷା ନୀତିର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଇଛି । ଜାତୀୟ ଶିକ୍ଷା ନୀତିରେ ବିଷୟବସ୍ତୁ ଚୟନ କରିବାର ସ୍ୱାଧୀନତା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତିକୁ ସଠିକ ଭାବେ ଲାଗୁ କରାଗଲେ ନୂଆ ସୁଯୋଗର ଅନେକ ଅବସର ସୃଷ୍ଟି ହେବ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ନୂଆ ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ଲାଗି ନୂଆ ମାର୍ଗ ଖୋଲିବା ନିମନ୍ତେ ସାରା ଦେଶରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେ ଅନୁରୋଧ କରିଥିଲେ ।

ଉତ୍ତର ପ୍ରଦେଶ ଗାଜିଆବାଦର ରୋଶନୀ ପଚାରିଥିଲେ ଯେ ପରୀକ୍ଷା ଫଳକୁ ନେଇ ପରିବାର ଲୋକଙ୍କ ଆଶା ପୂରଣ କରିବା ସମସ୍ୟା ସହ କିଭଳି ମୁକାବିଲା କରିହେବ । ମାତାପିତାଙ୍କ ଚିନ୍ତାଧାରା ଅନୁରୂପ ଶିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ୍‌ ନା ଏହାକୁ ଏକ ଉତ୍ସବ ଭାବେ ଉପଭୋଗ କରିବା ଉଚିତ୍‌ । ପଞ୍ଜାବ ଭଟିଣ୍ଡାର କୀରଣ ପ୍ରୀତ୍‌ କୌର ମଧ୍ୟ ସମାନ ପ୍ରଶ୍ନ କରିଥିଲେ । ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷକ ଏବଂ ମାତାପିତା ସେମାନଙ୍କର ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦିଦେବା ଉଚିତ୍‌ ନୁହେଁ । ‘‘ଶିକ୍ଷକ ଏବଂ ଅଭିଭାବକମାନଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଇ ପାରିବ ନାହିଁ । ପିଲାମାନେ ତାଙ୍କର ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇବା ଜରୁରି’’, ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱତନ୍ତ୍ର ସାମର୍ଥ୍ୟ ରହିଛି ଏବଂ ମାତାପିତା ଓ ଶିକ୍ଷକମାନେ ଏହି ସାମର୍ଥ୍ୟକୁ ଉଜାଗର କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ନିଜ ସାମର୍ଥ୍ୟକୁ ଚିହ୍ନିବା ସହିତ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଭିନ୍ନ ବାଧା ରହିଥିବା ସମୟରେ କିଭଳି ପ୍ରେରଣା ହାସଲ କରିବାକୁ ହେବ ଏବଂ ସଫଳତା ମିଳିପାରିବ ସେ ସମ୍ପର୍କରେ ଦିଲ୍ଲୀର ବୈଭବ କନୌଜ ପ୍ରଶ୍ନ କରିଥିଲେ । ସେହିପରି ଏକ ସମାନ ବିଷୟକୁ ନେଇ ଓଡ଼ିଶାର ଜଣେ ଅଭିଭାବକ ସୁଜିତ କୁମାର ପ୍ରଧାନ, ଜୟପୁରର କୋମଲ ଶର୍ମା ଏବଂ ଦୋହାର ଆରୋନ୍‌ ଏବେନ୍‌ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ପ୍ରେରଣା ପାଇଁ କୌଣସି ଇଞ୍ଜେକ୍ସନ କିମ୍ବା ସୂତ୍ର ନାହିଁ । ବରଂ, ନିଜକୁ ଭଲ ଭାବେ ଚିହ୍ନନ୍ତୁ ଓ କ’ଣ ଆପଣଙ୍କୁ ଖୁସି ଦେଉଛି ତାହା ଜାଣନ୍ତୁ ଏବଂ ସେହି ଅନୁଯାୟୀ ଆଗକୁ ବଢ଼ନ୍ତୁ ।’’

ସ୍ୱାଭାବିକ ଭାବେ ସେମାନଙ୍କୁ ଅନୁପ୍ରାଣିତ କରୁଥିବା ଜିନିଷ ଚିହ୍ନଟ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ପ୍ରକ୍ରିୟାରେ ସ୍ୱାଧୀନତା ଉପରେ ସେ ଗୁରତ୍ୱାରୋପ କରିଥିଲେ । ନିଜର ସଙ୍କଟ ସମୟରେ ସହାନୁଭୂତି ହାସଲ କରିବା ପାଇଁ ଚେଷ୍ଟା ନକରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଚତୁଃପାର୍ଶ୍ୱକୁ ଦେଖନ୍ତୁ । କିଭଳି ଅନ୍ୟ ପିଲାମାନେ, ଦିବ୍ୟାଙ୍ଗମାନେ ଓ ପ୍ରକୃତି ନିଜର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ତାହା ଅନୁଧ୍ୟାନ କରନ୍ତୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଚାରି ପାଖରେ ଅନେକ ଘଟଣା ଘଟୁଛି । ସେଥିରେ ରହିଥିବା ପ୍ରୟାସ ଓ ସାମର୍ଥ୍ୟ ଆମକୁ ଅନୁଧ୍ୟାନ କରିବାକୁ ହେବ ଏବଂ ସେଥିରୁ ପ୍ରେରଣା ନେବାକୁ ହେବ । ସେ ତାଙ୍କ ପୁସ୍ତକ ଏକ୍ଜାମ ୱାରିଅର୍ସ ବିଷୟରେ ଉଲ୍ଲେଖ କରିଥିଲେ । ‘ପରୀକ୍ଷା’କୁ ପତ୍ର ଲେଖିବା ଏବଂ ନିଜର ସାମର୍ଥ୍ୟ ଓ ପ୍ରସ୍ତୁତିକୁ ନେଇ ପରୀକ୍ଷାର ମୁକାବିଲା କରିବା ଦ୍ୱାରା ଜଣେ କିଭଳି ପ୍ରେରଣା ହାସଲ କରିପାରିବ ତାହା ପ୍ରଧାନମନ୍ତ୍ରୀ କହିଥିଲେ ।

ତେଲଙ୍ଗାନା ଖମମର ଅନୁଶା କହିଥିଲେ ଯେ ଶିକ୍ଷକ ପାଠ ପଢ଼ାଇବା ବେଳେ ସେ କୌଣସି ବିଷୟକୁ ଭଲ ଭାବେ ବୁଝି ପାରୁଛନ୍ତି କିନ୍ତୁ କିଛି ସମୟ ପରେ ତାହା ଭୁଲି ଯାଉଛନ୍ତି । ଏହି ସମସ୍ୟା ସହ କିପରି ମୁକାବିଲା କରିବାକୁ ହେବ ସେ ପ୍ରଶ୍ନ କରିଥିଲେ । ନମୋ ଆପ୍‌ ମାଧ୍ୟମରେ ଗାୟତ୍ରୀ ସାକ୍ସେନା ମଧ୍ୟ ସ୍ମରଣଶକ୍ତି ଓ ବୁଝିବା କ୍ଷମତା ବିଷୟରେ ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ପଢ଼ିଥିବା ବିଷୟ କେବେ ହେଲେ ଭୁଲି ହେବ ନାହିଁ । ବର୍ତ୍ତମାନରେ ସବୁବେଳେ ଉପସ୍ଥିତ ରହିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନର ସ୍ଥିତି ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଦ୍ୱାରା ସେମାନେ ପାଠ ଭଲ ଭାବେ ଶିଖିପାରିବେ ଏବଂ ମନେ ରଖିପାରିବେ । ସେ କହିଥିଲେ ଯେ, ବର୍ତ୍ତମାନ ହେଉଛି ସବୁଠୁ ବଡ଼ ‘ଉପସ୍ଥିତି’ ଏବଂ ବର୍ତ୍ତମାନକୁ ନେଇ ବଞ୍ଚୁଥିବା ଏବଂ ଏହାକୁ ବୁଝିବା ଲୋକ ଜୀବନରେ ସବୁବେଳେ ସର୍ବୋତ୍ତମ ପରିଣାମ ପ୍ରାପ୍ତ କରିଥାଏ । ସ୍ମୃତି ଶକ୍ତିର ସମ୍ପତ୍ତିକୁ ସାଇତି ରଖିବା ଏବଂ ଏହାକୁ ବିସ୍ତାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ ମଧ୍ୟ କହିଥିଲେ ଯେ, କୌଣସି କଥା ମନେ ରଖିବା ପାଇଁ ସ୍ଥିର ମସ୍ତିଷ୍କ ସବୁଠୁ ବଡ଼ ଆବଶ୍ୟକତା ।

ଝାଡ଼ଖଣ୍ଡର ଶ୍ବେତା କୁମାରୀ କହିଥିଲେ ଯେ ରାତିରେ ପାଠ ପଢ଼ିବା ଲାଗି ସେ ପସନ୍ଦ କରିଥାନ୍ତି କିନ୍ତୁ ତାଙ୍କୁ ଦିନରେ ପଢ଼ିବା ପାଇଁ କୁହାଯାଏ । ପାଠପଢ଼ାର ଉପଯୁକ୍ତ ସମୟକୁ ନେଇ ନମୋ ଆପ୍‌ ଜରିଆରେ ରାଘବ ଯୋଶୀ ମଧ୍ୟ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜଣଙ୍କ ପ୍ରୟାସ ଏବଂ ସମୟ କିଭଳି ବିନିଯୋଗ ହୋଇଛି ତାହାର ମୂଲ୍ୟାୟନ କରିବା ଭଲ କଥା । ଫଳାଫଳ ଏବଂ ପରିଣାମକୁ ବିଶ୍ଳେଷଣ କରିବାର ଏହି ଅଭ୍ୟାସ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ସେ କହିଥିଲେ ଯେ, ଆମକୁ ସହଜ ଲାଗୁଥିବା ଏବଂ ଆଗ୍ରହର ବିଷୟରେ ଆମେ ଅଧିକାଂଶ ସମୟ ଦେଇଥାଉ । ‘ମନ, ମସ୍ତିଷ୍କ ଏବଂ ଶରୀରର ଠକାମି’ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ହେଲେ ଆମକୁ ନିରନ୍ତର ପ୍ରୟାସ କରିବାକୁ ହେବ । ‘‘ଆପଣ ଉପଭୋଗ କରୁଥିବା କାମ କରନ୍ତୁ, ତା’ହେଲେ ଯାଇ ଆପଣ ସର୍ବାଧିକ ପରିଣାମ ପାଇପାରିବେ’’, ପ୍ରଧାନମନ୍ତ୍ରୀ କହିଥିଲେ ।

ଜମ୍ମୁ ଓ କଶ୍ମୀର ଉଧମପୁରର ଏରିକା ଜର୍ଜ ପଚାରିଥିଲେ ଯେ ଯେଉଁ ଲୋକମାନେ ଜ୍ଞାନୀ କିନ୍ତୁ କୌଣସି କାରଣରୁ ସଠିକ୍‌ ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କ ପାଇଁ କ’ଣ କରାଯାଇପାରିବ । ଗୌତମ ବୁଦ୍ଧ ନଗରର ହରି ଓମ୍‌ ମିଶ୍ରା ପଚାରିଥିଲେ ଯେ ସେମାନେ କିଭଳି ଭାବେ ପ୍ରତିଯୋଗିତାମୂଳକ ପରୀକ୍ଷାର ଆବଶ୍ୟକତା ଏବଂ ବୋର୍ଡ ପରୀକ୍ଷା ପାଇଁ ପାଠପଢ଼ାକୁ ଏକ ସଙ୍ଗେ ତୁଲାଇ ପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ପାଇଁ ପଢ଼ିବା ଭୁଲ କଥା । ସେ କହିଥିଲେ ଯେ ଯଦି ଜଣେ ବିଦ୍ୟାର୍ଥୀ ସମ୍ପୂର୍ଣ୍ଣ ଧ୍ୟାନର ସହକାରେ ନିଜର ପାଠ୍ୟ ବିଷୟ ପଢ଼ନ୍ତି ତା’ହେଲେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ କୌଣସି ସମସ୍ୟା ଦେଖା ଦେଇନଥାଏ ।  ପରୀକ୍ଷାରେ ପାସ୍‌ କରିବା ବଦଳରେ କୌଣସି ବିଷୟରେ ଦକ୍ଷତା ହାସଲ କରିବା ପାଇଁ ଲକ୍ଷ୍ୟ ରଖି ପାଠ ପଢ଼ିବା ଉଚିତ୍‌ ବୋଲି ସେ କହିଥିଲେ । ସେ ଆହୁରି ଯେ କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ, ପ୍ରତିଯୋଗିତା ପାଇଁ ନୁହେଁ । ସେ କହିଥିଲେ, ‘‘ଆପଣମାନେ ଏକ ସ୍ୱତନ୍ତ୍ର ପିଢ଼ିର ପ୍ରତିନିଧିତ୍ୱ କରୁଛନ୍ତି । ହଁ, ଏଥିରେ ନିଶ୍ଚିତ ଭାବେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ରହିଛି କିନ୍ତୁ ଅପାର ସୁଯୋଗ ମଧ୍ୟ ରହିଛି ।’’ ପ୍ରତିଯୋଗିତାକୁ ସେମାନଙ୍କର ସମୟର ସବୁଠୁ ମହାନ ଉପହାର ଭାବେ ଗ୍ରହଣ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।

ଦିଲ୍ଲୀର ପବିତ୍ରା ରାଓ ପଚାରିଥିଲେ, ପରିବେଶ ସୁରକ୍ଷା ଦିଗରେ ନୂଆ ପିଢ଼ି କିଭଳି ଯୋଗଦାନ ଦେଇପାରିବେ ? ନିଜର ଶ୍ରେଣୀଗୃହ ଏବଂ ପରିବେଶକୁ କିପରି ସ୍ୱଚ୍ଛ ଏବଂ ସବୁଜ ରଖି ହେବ ସେ ସମ୍ପର୍କରେ ଚୈତନ୍ୟ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦେଶକୁ ସ୍ୱଚ୍ଛ ଓ ସବୁଜ ରଖିବାର ଶ୍ରେୟ ସେମାନଙ୍କୁ ଦେଇଥିଲେ । ପିଲାମାନେ ନିରାଶାବାଦୀମାନଙ୍କୁ ଅଣଦେଖା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ସଂକଳ୍ପକୁ ବାସ୍ତବରେ ବୁଝିପାରିଛନ୍ତି । ସେ କହିଥିଲେ ଯେ ଆଜି ଆମେ ଯେଉଁ ପରିବେଶରେ ରହୁଛୁ ତାହା ଆମ ପୂର୍ବଜମାନଙ୍କର ଯୋଗଦାନ । ଅନୁରୂପ ଭାବେ ଆମେ ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ପରିବେଶ ଛାଡ଼ି ଯିବା ଉଚିତ୍‌ । କେବଳ ନାଗରିକମାନଙ୍କ ଯୋଗଦାନ କାରଣରୁ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ । ସେ ‘‘P3 ଆନ୍ଦୋଳନ’’- ପ୍ରୋ ପିପୁଲ ପ୍ଲାନେଟ (ପୃଥିବୀ ଅନୁକୂଳ ନାଗରିକ) ଏବଂ ଲାଇଫଷ୍ଟାଇଲ୍‌ ଫର୍‌ ଏନଭାଇର୍ଣ୍ଣମେଣ୍ଟ (ପରିବେଶ ଅନୁକୂଳ ଜୀବନଶୈଳୀ)- ଲାଇଫ୍‌ ଉପରେ ସେ ଜୋର ଦେଇଥିଲେ । ‘ୟୁଜ୍‌ ଏଣ୍ଡ ଥ୍ରୋ’ (ବ୍ୟବହାର କରିବା ଏବଂ ଫୋପାଡ଼ି ଦେବା) ସଂସ୍କୃତି ଠାରୁ ଆମକୁ ଦୂରେଇ ବାକୁ ହେବ ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାର ଏକ ଜୀବନଶୈଳୀ ଆଡ଼କୁ ଆଗକୁ ବଢ଼ିବାକୁ ହେବ, ସେ କହିଥିଲେ । ପ୍ରଧାନମନ୍ତ୍ରୀ ଅମୃତ କାଳର ମହତ୍ୱ ଉପରେ ଆଲୋକପାତ କରିଥିଲେ, ଯାହାକି ଦେଶର ବିକାଶରେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ବର୍ଷଗୁଡ଼ିକ ସହିତ ଆସିଛି । ବ୍ୟକ୍ତିଗତ କର୍ତ୍ତବ୍ୟ ସମ୍ପାଦନର ଆବଶ୍ୟକତା ଉପରେ ମଧ୍ୟ ସେ ଜୋର ଦେଇଥିଲେ । ଛାତ୍ରଛାତ୍ରୀମାନେ ଟିକା ନେଇ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ଦକ୍ଷତା ଓ ଆତ୍ମବିଶ୍ୱାସ ପାଇଁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କର ଭଲ ଗୁଣକୁ ସ୍ୱୀକାର କରିବା ଏବଂ ସେଥିରୁ ଶିକ୍ଷା ଲାଭ କରିବାର ସାମର୍ଥ୍ୟ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ । ଅନ୍ୟମାନଙ୍କୁ ଈର୍ଷା କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ଶିଖିବାର ମାନସିକତା ବିକଶିତ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜୀବନରେ ସଫଳତା ପାଇଁ ଏହି ସାମର୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ସର୍ବଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦ୍ୱାରା ସେ ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛନ୍ତି । ଛୋଟ ଛୋଟ ପିଲାମାନଙ୍କ ସହିତ ଆଲୋଚନା କରିବା ବେଳେ ତାଙ୍କ ବୟସ ୫୦ ବର୍ଷ କମିଯାଇଥିବା ସେ ଅନୁଭବ କରିଥାନ୍ତି । ଆପଣମାନଙ୍କ ପିଢ଼ି ସହ ଯୋଡ଼ି ହୋଇ ମୁଁ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଚେଷ୍ଟା କରିଥାଏ । ‘‘ଆପଣମାନଙ୍କ ସହିତ ମୁଁ ଯୋଡ଼ି ହୋଇଥିବାରୁ ଆପଣମାନଙ୍କ ଆକାଂକ୍ଷା ଓ ସ୍ୱପ୍ନର ଝଲକ ମୁଁ ପାଇପାରୁଛି ଏବଂ ତଦନୁଯାୟୀ ମୋ ଜୀବନକୁ ବଦଳାଇବାକୁ ଚେଷ୍ଟା କରୁଛି । ତେଣୁ, ଏହି କାର୍ଯ୍ୟକ୍ରମ ମୋ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେଉଛି । ମୋତେ ସମୟ ଦେବା ଏବଂ ମୋ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି’’, ସ୍ପଷ୍ଟ ଭାବେ ଉତ୍ସାହିତ ଦେଖାଯାଉଥିବା ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.